ପଶ୍ଚିମବଙ୍ଗର ସୀମା ଦଖଲ ଉଦ୍ୟମ: ଦୁଇ ରାଜ୍ୟ ସୀମାନ୍ତବାସୀ ମୁହାଁମୁହିଁ

ଭୋଗରାଇ,୮ା୧୧(ଡି.ଏନ.ଏ.): ଦୀର୍ଘ ଅଢେଇବର୍ଷ ନୀରବତା ପରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ପୁଣି ମୁଣ୍ଡ ଟେକିଛି। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଗ୍ରାମ ସାହାବାଜିପୁର ଗ୍ରାମ୍ୟ ଜଙ୍ଗଲକୁ ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଦୀଘା-ଶଙ୍କରପୁର ଉନ୍ନୟନ ପରିଷଦ ଶୁକ୍ରବାର ରାତିଅଧିଆ ବେଆଇନ ଭାବେ ଦଖଲ କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ସେମାନେ ଜେସିବି ଲଗାଇ ମୂଲ୍ୟବାନ ଗଛକୁ ଓପାଡି ପକାଇଛନ୍ତି। ଶନିବାର ସାହାବାଜିପୁର ଗ୍ରାମବାସୀ ଏ ସମ୍ପର୍କରେ ପ୍ରଶାସନକୁ ଜଣାଇବା ପରେ ଜେସିବି ମେଶିନ ନେଇ ଦୀଘା-ଶଙ୍କରପୁର ଉନ୍ନୟନ ପରିଷଦ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଶନିବାର ଭୋଗରାଇ ବିଧାୟକ ଅନନ୍ତ ଦାସ, ତହସିଲଦାର କମଳାକାନ୍ତ ପଣ୍ଡା, ତାଳସାରୀ ମେରାଇନ ଥାନା ଅଧିକାରୀ ହେମନ୍ତ ମାଝି, ସ୍ଥାନୀୟ ସରପଞ୍ଚ ତପନ କୁମାର ପଣ୍ଡା, ଅରୁଣ କୁମାର ଗିରି, ଜିଲାପରିଷଦ ସଦସ୍ୟ ଦେବାଶିଷ ଚାନ୍ଦ ପ୍ରମୁଖ ଘଟଣାସ୍ଥଳ ଅନୁଧ୍ୟାନ କରି ଜିଲାପାଳଙ୍କୁ ଅବଗତ କରାଇଛନ୍ତି।

୨୦୨୧ ମାର୍ଚ୍ଚରେ ପଶ୍ଚିମବଙ୍ଗରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ସୁଶ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ ସରକାର ସୀମାନ୍ତରେ ପର୍ଯ୍ୟଟନ ଶିଳ୍ପର ବିକାଶ ନାମରେ ଓଡ଼ିଶା ମାଟିକୁ କୌଶଳକ୍ରମେ ଦଖଲ କରିବାକୁ ପ୍ରୟାସ କରିଛନ୍ତି। ୨୦୧୮ ଅଗଷ୍ଟ ୨୮ରେ ଉଦୟପୁରଠାରେ ପଶ୍ଚିମବଙ୍ଗ ସରକାରଙ୍କ ସେଚବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ହୋର୍ଡ଼ିଂକୁ ବାଲେଶ୍ୱର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରି ଜେସିବି ଲଗାଇ ଭାଙ୍ଗି ଚୁରମାର୍‌ କରିଦେଇଥିଲା। ଦୀର୍ଘବର୍ଷ ପରେ ପୁଣି ପଶ୍ଚିମବଙ୍ଗ ପ୍ରଶାସନ ପୁଣି ଉଦ୍ୟମ ଆରମ୍ଭ କରିଛି। ୧୯୭୮ରୁ ଅଦ୍ୟାବଧି ୮ଥର ପଶ୍ଚିମବଙ୍ଗ ସରକାର ଓଡ଼ିଶା ସୀମାକୁ ଲଙ୍ଘନ କରିଆସିଛି। ଏ ସମ୍ପର୍କରେ ଭୋଗରାଇ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାସ କହିଛନ୍ତି, ସାହାବାଜିପୁର ଗ୍ରାମ ଓଡ଼ିଶାର ଥିଲା, ଅଛି ଓ ରହିବ ମଧ୍ୟ। ଓଡ଼ିଶାର ଇଞ୍ଚେ ମାଟି ଅକ୍ତିଆର କରିବାକୁ କାହାକୁ ଦେବୁ ନାହିଁ। ଏଥିପାଇଁ ପ୍ରଶାସନିକ କଳ ସତର୍କ ରହିଛି। ଯଦି କେହି ଏପରି କରିବାକୁ ଚେଷ୍ଟା କରନ୍ତି ପ୍ରଶାସନ ଓ ସୀମାନ୍ତବାସୀ କଡା ଜବାବ ଦେବାକୁ ବାଧ୍ୟ ହେବେ। ଏ ବିଷୟରେ ସେ ମୁଖ୍ୟମନ୍ତ୍ରୀ ଓ ଜିଲାପାଳଙ୍କୁ ଅବଗତ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri