ପୋଲିସ ଚାକିରିରେ ଜାଲ୍‌ ଡକ୍ୟୁମେଣ୍ଟ ର଼୍ୟାକେଟ

ଭୁବନେଶ୍ୱର,୧୫।୯ (ବ୍ୟୁରୋ): ପୋଲିସ ଚାକିରିଟିଏ ପାଇବା ପାଇଁ ଅନେକଙ୍କ ପ୍ରାୟ ଇଚ୍ଛା ଥାଏ। ଏଥିପାଇଁ ଅନେକ ଯୁବକ ଶାରୀରିକ ଏବଂ ମାନସିକ ସ୍ତରରେ ପ୍ରସ୍ତୁତ ହୁଅନ୍ତି। କିନ୍ତୁ ଏବେ କେତେଜଣ ଠକ ଏହି ଚାକିରି କରାଇ ଦେବା ପାଇଁ ଗଳାବାଟ ବାଛିଛନ୍ତି। ସେମାନେ ଲକ୍ଷାଧିକ ଟଙ୍କା ନେଇ ଆଶାୟୀ ଯୁବକଙ୍କୁ ଜାଲ ଡକ୍ୟୁମେଣ୍ଟ ଯୋଗାଇ ଦେଉଛନ୍ତି। ଏହିପରି ଜଣେ ଯୁବକ ୟୁନିଟ-୫ ଷ୍ଟାପ୍‌ ସିଲେକ୍ସନ୍‌ କମିଶନ ଅଫିସକୁ ଜାଲ ଡକ୍ୟୁମେଣ୍ଟ ଧରି ଚାକିରି କରିବାକୁ ଆସିବା ପରେ ଘଟଣା ପଦାକୁ ଆସିଛି। ଏ ନେଇ ଷ୍ଟାପ୍‌ ସିଲେକ୍ସନ୍‌ କମିଶନ ଅଫିସ ପକ୍ଷରୁ କ୍ରାଇମ୍‌ବ୍ରାଞ୍ଚକୁ ଜଣାଇବା ସହ ସମସ୍ତ ପ୍ରମାଣ ଦେଇଥିଲେ। କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଅଧିକାରୀ ଏହି ମାମଲାର ପ୍ରାଥମିକ ତଦନ୍ତ କରି ରିପୋର୍ଟ ଦେବା ପରେ ସାଇବର ସେଲରେ ଏକ ଗତ ୩ଦିନ ତଳେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଏହି ମାମଲାରେ ଦେବବ୍ରତ ପ୍ରଧାନ ସହ ଅନ୍ୟମାନଙ୍କ ନାମରେ ସଙ୍ଗିନ ଦଫା ଲଗାଯାଇ ମାମଲା ହୋଇଛି। ଏପରିକି ଏହି ଜାଲ ଡକ୍ୟୁମେଣ୍ଟ ପଛରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ଜାଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଗୁଗୁଲ ଅଫିସକୁ ଚିଠି ଲେଖିଛନ୍ତି। କେଉଁମାନଙ୍କ ମେଲକୁ ଏହି ଜାଲ ନୋଟିଫିକେଶନ ଯାଇଛି ତାହାକୁ ମଧ୍ୟ ଜଣାଇବା ପାଇଁ ଗୁଗଲକୁ କୁହାଯାଇଛି। ଅନ୍ୟପଟେ ଏହି ର଼୍ୟାକେଟରେ ଥିବା ଦେବବ୍ରତ ଏବେ ଫେରାର ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ୨୦୧୩ରେ ପୋଲିସ ଏସ୍‌ଆଇ ପୋଷ୍ଟ ପାଇଁ ଷ୍ଟାପ୍‌ ସିଲେକ୍ସନ୍‌ କମିଶନ ବିଜ୍ଞାପନ ବାହାର କରିଥିଲେ। ଯେଉଁଥିରେ ଏକାଧିକ ଯୁବତୀ ଯୁବକ ଆବେଦନ କରିବା ସହ ପରୀକ୍ଷା ଦେଇଥିଲେ। ଏହାର ରେଜଲ୍ଟ ୨୦୧୬ ଡିସେମ୍ବର ୭ରେ ବାହରିଥିଲା, ଯେଉଁଥିରେ ୮୪୦ଜଣ ପିଲା ପାସ୍‌ କରିଥିଲେ। ପାସ୍‌ କରିଥିବା ସମସ୍ତ ପିଲାଙ୍କୁ ଷ୍ଟାପ୍‌ ସିଲେକ୍ସନ୍‌ କମିଶନ ମେରିଟ୍‌ ଅନୁଯାୟୀ ପ୍ରାର୍ଥୀଙ୍କୁ ଡାକି ମୌଖିକ ନେବା ସହ ଚାକିରି ଦିଆଯାଇଥିଲା। ହେଲେ ଚାକିରି ପାଇ ନ ଥିବା ଏକାଧିକ ପ୍ରାର୍ଥୀ ଏ ନେଇ ଷ୍ଟାପ୍‌ ସିଲେକ୍ସନ୍‌ କମିଶନ ଅଫିସ ଘେରାଉ କରିବା ସହ ଧାରଣା ଦେଇଥିଲେ। ହେଲେ ୨୦୧୯ ଅକ୍ଟୋବରରେ ଡେଲାଙ୍ଗ ଅଞ୍ଚଳର ଦେବବ୍ରତ ପ୍ରଧାନ ଜାଲ୍‌ ଡକ୍ୟୁମେଣ୍ଟ ନେଇ ଷ୍ଟାପ୍‌ ସିଲେକ୍ସନ ଅଫିସକୁ ଯାଇଥିଲେ। ତାଙ୍କର ପୋଲିସ ଏସ୍‌ଆଇ ପାଇଁ ଚାକିରି ହୋଇଯାଇଥିବା କହିଥିଲେ। କମିଶନଙ୍କ ଅଫିସରେ ଥିବା କର୍ମଚାରୀ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ତାଙ୍କୁ ଡକ୍ୟୁମେଣ୍ଟ ମାଗିଥିଲେ। ସାଥିରେ ଆଣିଥିବା ଡକ୍ୟୁମେଣ୍ଟକୁ ଦେଖାଇଥିଲେ। ଅଧିକାରୀମାନେ ଏହି ଡକ୍ୟୁମେଣ୍ଟକୁ ଦେଖିବା ପରେ ଜଣାପଡିଥିଲା ତାହା ୨୦୧୫ ଓ୍ବେଲଫେୟାର ଏକ୍ସଟେନ୍‌ସନ୍‌ ଅଫିସର ପଦବୀ ପାଇଁ ହୋଇଥିବା ମୌଖିକ ନୋଟିଫିକେଶନ୍‌। ଏଥିରେ ସନ୍ଦେହ ହେବାରୁ ଅଧିକାରୀମାନେ ଦେବବ୍ରତଙ୍କୁ ପଚାରିବାରୁ ତାହାକୁ ଜାଲିଆତି କରାଯାଇ ପୋଲିସ ଏସ୍‌ଆଇ ଚାକିରି ହୋଇଥିବା ଜଣାପଡ଼ିଥିଲା। ଏ ନେଇ ଷ୍ଟାଫ୍‌ ସିଲେକ୍ସନ୍‌ ଅଧିକାରୀ ଦେବବ୍ରତଙ୍କୁ ପଚାରିବା ପରେ ତାଙ୍କ ମେଲକୁ ଏହି ନୋଟିଫିକେଶନ୍‌ ଅନ୍ୟ ଜଣେ ଯୁବକ ପଠାଇଥିବା କହିଥିଲେ। ତାଙ୍କ ମେଲକୁ ଯାଞ୍ଚ କରିବା ପରେ ଜଣାପଡିଥିଲା ଏହା ପଛରେ ଏକ ର଼୍ୟାକେଟ କାମ କରୁଥିବା ଜଣାପଡ଼ିଛି। ଯୁବକମାନଙ୍କୁ ପୋଲିସ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ନେଇ ଏଭଳି ଫେକ୍‌ ନୋଟିଫିକେଶନ୍‌ ଦେଉଛନ୍ତି। ଶେଷରେ ଷ୍ଟାପ୍‌ ସିଲେକ୍ସନ୍‌ କମିଶନ କ୍ରାଇମ୍‌ବ୍ରାଞ୍ଚ ମାମଲାର ତଦନ୍ତ କରିବାକୁ ପାଇଁ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

ପୋଲିସ କବ୍‌ଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର (ସତ୍ୟଜିତ୍‌ ରାଉତ)/ଜଟଣୀ(ରବୀନ୍ଦ୍ରନାଥ ମହାକୁଡ଼),୨୯।୩:କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ। ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଜଟଣୀ ପୋଲିସ...

ପାଣି ନାହିଁ, ମାଠିଆ ମେଲା

ଭୁବନେଶ୍ୱର,୨୯।୩ (ବନ୍ଦନା ସେଠୀ): ରାଜ୍ୟରେ ଏବେ ପାରଦ ଉପରମୁହାଁ ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ ତାତି ଅସମ୍ଭାଳ ହେଉଛି। ଟାଇଁ ଟାଇଁ ଖରାକୁ ଗରମ...

ସୌମ୍ୟଙ୍କ ବାସଭବନରେ ପ୍ରଣବ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୨୯।୩ (ଅନିଲ ଦାସ):୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଦଳ ବଦଳଠାରୁ ଆରମ୍ଭ କରି ପାର୍ଟି ଭିତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri