ମାସେ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୀରାଶାଳ ଏୟାର ଷ୍ଟ୍ରିପ୍‌

କାମାକ୍ଷାନଗର, ୧୭।୫(ଡି.ଏନ.ଏ.)- ମାସେ ମଧ୍ୟରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବହୁ ପ୍ରତୀକ୍ଷିତ ବୀରାଶାଳ ଏୟାରଷ୍ଟ୍ରିପ୍‌। ଏଥିପାଇଁ ସବୁଜ ସଙ୍କେତ ମିଳିଛି। ଗୁରୁବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଏୟାରଷ୍ଟ୍ରିପ୍‌ ପରିଦର୍ଶନ କରିବା ସହ ଭିତ୍ତିଭୂମିକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏୟାରଷ୍ଟ୍ରିପ୍‌ କାର୍ଯ୍ୟକ୍ଷମ ହେବା ଏକ ପ୍ରକାର ନିଶ୍ଚିତ ହୋଇସାରିଥିବାବେଳେ ଏହାକୁ ନେଇ ଢେଙ୍କାନାଳ ଜିଲାବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖାଦେଇଛି।
କଙ୍କଡ଼ାହାଡ଼ ବ୍ଲକର ବୀରାଶାଳରେ ୫୦ଏକର ପରିମିତ ଅଞ୍ଚଳରେ ରହିଥିବା ପୁରାତନ ଏୟାରଷ୍ଟ୍ରିପ୍‌ର ପୁନରୁଦ୍ଧାର ପରେ ଏହାକୁ ବିମାନ ଉଡ଼ାଣ ପ୍ରଶିକ୍ଷଣ କେନ୍ଦ୍ର ଭାବେ ବ୍ୟବହାର କରାଯିବ। ଇତିମଧ୍ୟରେ ପୂର୍ତ୍ତ ବିଭାଗ ପକ୍ଷରୁ ରନ୍‌ଓ୍ବେ, ସୁରକ୍ଷା ପାଚେରି ସମେତ ଅନ୍ୟ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ କରାଯାଇଛି। ଏୟାରଷ୍ଟ୍ରିପ୍‌କୁ ଗଭର୍ନମେଣ୍ଟ ଆଭିଏଶନ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ (ଗତି)କୁ ହସ୍ତାନ୍ତର କରାଯାଇଛି।
ଗୁରୁବାର ୨ଟି ବିମାନ ଏୟାରଷ୍ଟ୍ରିପ୍‌ରେ ଅବତରଣ କରିଥିଲା। ଗୋଟିଏରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଏବଂ ଅନ୍ୟଟିରେ ୨ଜଣ ପାଇଲଟ ଆସିଥିଲେ। ୨ ପାଇଲଟ୍‌ଙ୍କୁ ନେଇ ଗୋଟିଏ ବିମାନରେ ନିର୍ଦ୍ଦେଶକ ସମ୍ପୂର୍ଣ୍ଣ ଏୟାରଷ୍ଟ୍ରିପ୍‌ ଅଞ୍ଚଳ ପରିକ୍ରମା କରିଥିଲେ। ଏୟାରଷ୍ଟ୍ରିପ୍‌ କାର୍ଯ୍ୟକ୍ଷମ ହେବା ସମ୍ପର୍କରେ ସୂଚନା ଦେଇ ନିର୍ଦ୍ଦେଶକ କହିଛନ୍ତି, ୧ କିମି ୧୦୦ ମିଟର ବିଶିଷ୍ଟ ଏୟାରଷ୍ଟ୍ରିପ୍‌ର ରନ୍‌ଓ୍ବେ ନିର୍ମାଣ କାର୍ଯ୍ୟ ଶେଷହୋଇଛି। ଏହାର ଉଭୟ ପାର୍ଶ୍ୱ ରାସ୍ତା କାମ ବାକି ରହିଛି। ପାଇଲଟଙ୍କ ପାଇଁ ଆବଶ୍ୟକ ରେଷ୍ଟ ଶେଡ୍‌, ପ୍ରଶିକ୍ଷାର୍ଥୀଙ୍କ ହଷ୍ଟେଲ ଗୃହ ନିର୍ମାଣ କରିବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଛି। ପ୍ରଶିକ୍ଷଣ ଆରମ୍ଭ ହେଲେ ଅତିକମ୍‌ରେ ୪ରୁ୫ଟି ବିମାନ ରହିବ। ଏଥିପାଇଁ ଆବଶ୍ୟକ ରହଣିସ୍ଥଳ ନିର୍ମାଣ କରିବାକୁ ପଡ଼ିବ। ଏଥିସହ ଅତ୍ୟାଧୁନିକ ଅଗ୍ନି ନିରାପତ୍ତା ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ ଜରୁରୀ। ନିରାପତ୍ତାକୁ ନଜରରେ ରଖି ଗେଟ୍‌ ନିର୍ମାଣ, ବିମାନ ଉଡ଼ାଣ କେନ୍ଦ୍ର ଚତୁଃପାର୍ଶ୍ୱରେ ଥିବା ଫାଙ୍କା ସ୍ଥାନ ବନ୍ଦ କରିବାକୁ କୁହାଯାଇଛି। ଭିତ୍ତିଭୂମି ବିକାଶ କାର୍ଯ୍ୟ ସନ୍ତୋଷଜନକ ରହିଛି। ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ମାସେ ମଧ୍ୟରେ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପରେ ଏଠାରୁ ବିମାନ ଉଡ଼ାଣ ପ୍ରଶିକ୍ଷଣ ଆରମ୍ଭ ହେବ। ଢେଙ୍କାନାଳ ବିକାଶରେ ଏହା ନୂତନ ଅଧ୍ୟାୟ ଯୋଡ଼ିବ ବୋଲି ନିର୍ଦ୍ଦେଶକ କହିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଏୟାରଷ୍ଟ୍ରିପ୍‌ ପରିଚାଳକ ଓମ୍‌ପ୍ରକାଶ ସୁରୀ, କ୍ୟାପ୍‌ଟେନ ଓ.ବି.କେ. ସିଂ, ଟେଷ୍ଟିଂ ପାଇଲଟ ଆଶିଷ ନାୟକ, ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲର ମନୋଜ କୁମାର ରାୟ, ଟେକ୍ନିସିଆନ ଗଜେନ୍ଦ୍ର ମହନ୍ତ, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ହରିପାଲ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By

ବନ୍ଧୁକ ମୁନରେ ବ୍ୟାଙ୍କମିତ୍ରଙ୍କଠାରୁ ୧.୭୬ ଲକ୍ଷ ଲୁଟ୍‌

କାମାକ୍ଷାନଗର, ୧୬।୭(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ତଣ୍ଡିମୁଣ୍ଡା ନିକଟରୁ ମଙ୍ଗଳବାର ପୂର୍ବାହ୍ନରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ଭୟଭୀତ କରାଇ ବାଟଗାଁ ଏସ୍‌ବିଆଇ ଗ୍ରାହକ...

ହିନ୍ଦୋଳରେ ସୀମାରାଣୀ ୫୦୨୪ ଭୋଟରେ ଆଗୁଆ

ହିନ୍ଦୋଳ, ୨୩।୫(ଡି.ଏନ୍‌.ଏ.)-ହିନ୍ଦୋଳ ବିଧାନସଭା ଆସନରେ ୧୯ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ତଥା ବିଧାୟିକା ସୀମାରାଣୀ ନାୟକ ୪୩,୪୪୧ ଖଣ୍ଡ ଭୋଟ ପାଇ ଆଗୁଆ ଅଛନ୍ତି।...

ପୋଖରୀରେ ବୁଡି ଜଣେ ମୃତ

ପବିତ୍ରନଗର, ୧୨।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ସମଲ ଥାନା ବିରୁ ଗ୍ରାମ ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ବୁଧବାର ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ...

ଆଡ଼ପ ମଣ୍ଡପରେ ଜମୁଛି ଭିଡ଼: ସାନ୍ଧ୍ୟ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ, ୧୦।୭: ରତ୍ନବେଦି ଛାଡ଼ି ଜନ୍ମବେଦିରେ ଚାଲିଛି ଶ୍ରୀଜୀଉଙ୍କ ଲୀଳାଖେଳା। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏକ ପ୍ରମୁଖ ଅଂଶ ହେଉଛି ଆଡ଼ପ ଦର୍ଶନ। ଠାକୁର...

ଟ୍ରେନ ଧକ୍କାରେ ହାତୀ ମୃତ

ଢେଙ୍କାନାଳ ଅଫିସ,୨୦।୬- ଢେଙ୍କାନାଳ ସଦର ଥାନା ସଦର ରେଞ୍ଜ କାଉଁରିଆପାଳ ରେଳ ଲାଇନରେ ଟ୍ରେନ ଧକ୍କାରେ ଗୁରୁବାର ସକାଳେ ଏକ ମାଈ ହାତୀର ମୃତ୍ୟୁ ଘଟିଛି।...

୭ ବର୍ଷର ରାକେଶଙ୍କ ଦୁଇ କିଡ୍‌ନୀ ନଷ୍ଟ: ଚିକିତ୍ସା ସହାୟତା ଲୋଡ଼ିଲା ପରିବାର

ଭୁବନ, ୨୧।୬(ଡି.ଏନ.ଏ.)-ଜୀବନ କ’ଣ ଜାଣିବା ଆଗରୁ ଦାରୁଣ ହୋଇଛି ସମୟ। ମାତ୍ର ୭ବର୍ଷ ବୟସରେ ଉଭୟ କିଡ୍‌ନୀ ହରାଇଛନ୍ତି ଅବୋଧ ଶିଶୁ ରାକେଶ। ଦୀର୍ଘ ୫ବର୍ଷ...

ଅଜଣା ରୋଗୀଙ୍କ ପାଇଁ ବିଗୁଡୁଛି ପରିମଳ ବ୍ୟବସ୍ଥା: ସର୍ଜରି ଓ୍ବାର୍ଡରେ ବଢ଼ୁଛି ସଂକ୍ରମଣ ଭୟ

ଅନୁଗୋଳ ଅଫିସ, ୨୭।୫: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବଢ଼ୁଛି ରୋଗୀଙ୍କ ସଂଖ୍ୟା। ଦୈନିକ ଶତାଧିକ ରୋଗୀ ବିଭିନ୍ନ ବିଭାଗକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଅନେକ...

ଅନୁଗୋଳକୁ ଡରାଇଲାଣି ସ୍ବାଇନ ଫ୍ଲୁ: ଦୁଇ ଜୀବନ ଗଲା ପରେ ଖୋଲିଲା ସ୍ବତନ୍ତ୍ର ୱାର୍ଡ

ଅନୁଗୋଳ ଅଫିସ, ୨୬।୪-  ଅନୁଗୋଳକୁ ଡରାଇଲାଣି ସ୍ବାଇନ ଫ୍ଲୁ। ହଠାତ୍‌ ଏଭଳି ମାରାତ୍ମକ ରୋଗ ଆସିବା ଓ ଦୁଇ ଜଣଙ୍କ ଜୀବନ ନେବା ପରେ ସହରବାସୀ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *