Posted inଖେଳ

ଡ୍ରିମ୍ସକୁ ଘରୋଇ ଗ୍ରାଉଣ୍ଡ କରିବ ସିକିମ

କଟକ ଅଫିସ,୧୭|୫- ଆସନ୍ତା କ୍ରିକେଟ ସିଜନରେ ଡ୍ରମ୍ସକୁ ଘରୋଇ ଗ୍ରାଉଣ୍ଡ ଭାବେ ବ୍ୟବହାର କରିବ ସିକିମ। ଏଠାରେ କୋଚିଂ କ୍ୟାମ୍ପ କରିବା ସହ ମ୍ୟାଚ ଖେଳିବ। ଏହି ପରିପ୍ରେକ୍ଷୀରେ ସିକିମ୍‌ କ୍ରିକେଟ ଆସୋସିଏସନ (ସିସିଏ) କର୍ମକର୍ତ୍ତା ବୁଧବାର ପୂର୍ବାହ୍ନରେ ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ପରିଦର୍ଶନ କରିଛନ୍ତି । ଆସୋସିଏସନର ସମ୍ପାଦକ ସୋନମ୍‌ ପାଲଡେନ୍‌ ଭୂତିଆ ଓ ଯୁଗ୍ମ ସମ୍ପାଦକ ନାରାୟଣ ଥିରିଙ୍ଗ ଭୂତିଆ ଡ୍ରିମ୍‌ସ କ୍ରିକେଟ ଗ୍ରାଉଣ୍ଡ, ପିଚ୍‌, ଏହାର ଆର୍ଥ ଗ୍ୟାଲେରୀ, ପ୍ୟାଭିଲିୟନ, ଅମ୍ପାୟର୍ସ ରୁମ୍‌, ଅଫିସିଆଲ ରୁମ ଓ ପ୍ରେସ ଗ୍ୟାଲେରୀ ସମେତ ଷ୍ଟାଡିୟମରେ ଉପଲବ୍ଧ ସୁବିଧାସୁଯୋଗ ବୁଲି ଦେଖିଥିଲେ। ବିଶେଷ କରି ଜିମ୍‌, ସୁଇମିଂ ପୁଲ ଇତ୍ୟାଦି ପରିଦର୍ଶନ କରିବା ସହିତ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ଏଭଳି ଅନ୍ତର୍ଜାତୀୟସ୍ତରର କ୍ରୀଡା ଭିତ୍ତିଭୂମିର ଉଚ୍ଚପ୍ରଶଂସା କରିଥିଲେ । କ୍ରୀଡା ନିର୍ଦ୍ଦେଶକ ନବକିଶୋର ମିଶ୍ର ଓ ଅନ୍ୟ ଅଧିକାରୀ ସେମାନଙ୍କୁ ସ୍ବାଗତ କରିବା ସହ ଅଭ୍ୟର୍ଥନା ଜଣାଇଥିଲେ ।


All Right Reserved By

Posted inଖେଳ

କେନିଆ ଧାବିକାଙ୍କୁ ୮ବର୍ଷ ବାସନ୍ଦ

ନାଇରୋବି, ୧୮ା୭ (ଏଏଫ୍‌ପି)-କେନିଆର ମାରାଥନ ଧାବିକା ସାଲୋମ୍‌ ବିଓଟ ୮ବର୍ଷ ପାଇଁ ସସ୍‌ପେଣ୍ଡ ହୋଇଛନ୍ତି। ଦ୍ୱିତୀୟ ଥର ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବାରୁ ତାଙ୍କୁ ଏହି ଦଣ୍ଡବିଧାନ...

ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନ: ଫାଇନାଲରେ ପ୍ରମୋଦ

କଟକ ଅଫିସ, ୨୮ା୪-ଉଗାଣ୍ଡାର କାମ୍ପାଲା ସ୍ଥିତ ଲୁଗୋଗୋ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଉଗାଣ୍ଡା ପାରା ବ୍ୟାଡମିଣ୍ଟନ ଅନ୍ତର୍ଜାତୀୟ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରମୋଦ ଭଗତ ଉଭୟ ସିଙ୍ଗଲ୍ସ...

ପ୍ରଥମ ଦେଖାରେ ବ୍ରଡଙ୍କୁ ସୁନ୍ଦରୀ ତରୁଣୀ ଭାବିଥିଲେ ଆଣ୍ଡରସନ

ଲଣ୍ଡନ,୨୩।୫(ପି.ଟି.)- ନିଜ ନୂଆ ବହି ‘ବୋଲ. ସ୍ଲିପ୍‌. ରିପିଟ୍‌’ରେ ଇଂଲଣ୍ଡର ସର୍ବାଧିକ ଟେଷ୍ଟ ଉଇକେଟ ହାସଲକାରୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଏକ ମଜାଦାର କଥା...

କୋପା ଆମେରିକା: ଉରୁଗୁଏ ବିଦା

ସାଲ୍‌ଭାଡର(ବ୍ରାଜିଲ),୩୦।୬(ଏଏଫ୍‌ପି)- ପେରୁଠାରୁ ଶୁଟଆଉଟ୍‌(୫-୪) ଜରିଆରେ ପରାଜୟ ବରଣ କରି ଉରୁଗୁଏ ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛି। ଧାର୍ଯ୍ୟ ସମୟ...

ଜର୍ସି ନଂ ୧୨କୁ ସନ୍ନ୍ୟାସ ଦିଆଯାଉ

ନୂଆଦିଲ୍ଲୀ, ୧୨।୬: ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କ ୧୨ ନଂ ଜର୍ସିକୁ ଭରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସନ୍ନ୍ୟାସ ଦେବା ଉଚିତ। ଏହା...

ପ୍ଲିସ୍‌କୋଭାଙ୍କୁ ହରାଇଲେ ମାର୍ଟିକ

ପ୍ୟାରିସ୍‌, ୩୧।୫ (ଏଏଫ୍‌ପି)- ଦ୍ୱିତୀୟ ସିଡ୍‌ ଚେକ୍‌ ରିପବ୍ଲିକ୍‌ର କାରୋଲିନା ପ୍ଲିସ୍‌କୋଭା ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍‌ ଟେନିସ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଏକ...

୩୮ ବର୍ଷରେ ପାଦ ଦେଲେ ଧୋନୀ

ଲିଡ୍ସ,୭।୭- ଭେଟେରାନ ଉଇକେଟକିପର ଓ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ରବିବାର ୩୮ ବର୍ଷରେ ପାଦ ଦେଇଛନ୍ତି। ଭାରତୀୟ ଦଳ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ...

୧୦ ଉଇକେଟ ଏଲିଟ୍‌ କ୍ଲବରେ ଅର୍ପଣ

ଗୁଆହାଟୀ, ୧୪ା୬-ଗୋଟିଏ ଇନିଂସରେ ସମସ୍ତ ୧୦ଉଇକେଟ ଅକ୍ତିଆର କରିଥିବା ବୋଲରମାନଙ୍କ ଏଲିଟ୍‌ କ୍ଲବରେ ଯୋଗଦାନ କରିଛନ୍ତି ଆସାମର ବାମହାତି ବୋଲର ଅର୍ପଣ ଦତ୍ତ। ଆସାମ କ୍ରିକେଟ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *