ନିଦ୍ରାହୀନତା ମସ୍ତିଷ୍କ ରୋଗ ପାଇଁ ଦାୟୀ

ଆମେ ଯଦି ଆବଶ୍ୟକ ମୁତାବକ ନିଦ୍ରା ଯିବା ତେବେ ଅନେକାଂଶରେ ସୁସ୍ଥ ରହିବା। ନିଦ୍ରାରେ ଅସନ୍ତୁଳନ ସୃଷ୍ଟି ହେଲେ ତାହା କେତେକ ରୋଗକୁ ପରୋକ୍ଷରେ ଡାକି ଆଣିଥାଏ। ଏପରି କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ସୁନିଦ୍ରା ପ୍ରତି ଆବଶ୍ୟକ ମୁତାବକ ଦୃଷ୍ଟି ଦେଇ ନ ଥାନ୍ତି। ଫଳରେ ସେମାନେ ନିଦ୍ରାହୀନତା ପରି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଯଦି ଏହା ଅଭ୍ୟାସରେ ପରିଣତ ହୋଇଯାଏ ତେବେ ତାହା ମସ୍ତିଷ୍କଜନିତ ରୋଗ ସୃଷ୍ଟି କରିପାରେ ବୋଲି ସତର୍କ କରାଇ ଦେଇଛନ୍ତି କାଲିଫର୍ନିଆ ୟୁନିଭର୍ସିଟିର ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ। ଦୀର୍ଘ ମାସ ଧରି ନିଦ୍ରାହୀନତା ସମସ୍ୟାର ସମ୍ମୁଖୀନ ହୋଇଥିବା କିଛି ବ୍ୟକ୍ତିଙ୍କୁ ଗବେଷଣା ପରିସରଭୁକ୍ତ କରି ସେମାନେ ଗବେଷଣା କରିଥିଲେ। ସେମାନଙ୍କ ମଧ୍ୟରୁ ପାଖାପାଖି ୪୦ ପ୍ରତିଶତ ବ୍ୟକ୍ତିଙ୍କଠାରେ ମସ୍ତିଷ୍କଜନିତ ରୋଗର ଲକ୍ଷଣ ଦେଖିବାକୁ ମିଳିଥିଲା ବୋଲି ରିପୋର୍ଟରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ପ୍ରତିଦିନ ଆବଶ୍ୟକ ମୁତାବକ ଜଣେ ବ୍ୟକ୍ତି ନିଦ୍ରା ଯିବା ଦରକାର ବୋଲି ସେମାନେ ପରାମର୍ଶ ଦେଇଛନ୍ତି।


All Right Reserved By

ଚନ୍ଦ୍ରପୃଷ୍ଠରେ ପଦାର୍ପଣର ପଚାଶ ବର୍ଷ

”୧୯୬୭ ମସିହା ସୁଦ୍ଧା ଚନ୍ଦ୍ର ଅଭିଯାନ ପାଇଁ ରୁଷିଆ ଓ ଆମେରିକା ଯଥାକ୍ରମେ ସୋୟୁଜ ଓ ଆପୋଲୋ ଯାନର ବିକାଶ କରିଥିଲେ। ଆମେରିକା ପ୍ରଥମେ ମନୁଷ୍ୟବିହୀନ...

ସ୍ବାସ୍ଥ୍ୟୋପକାରୀ ଗାଜର ପତ୍ର

ଗାଜରକୁ ସମସ୍ତେ ଅଳ୍ପ ବହୁତେ ଜାଣନ୍ତି। ଭୋଜିଭାତରେ ଏହାର ବହୁଳ ବ୍ୟବହାର ହୋଇଥାଏ। କିନ୍ତୁ ଏହାର ପତ୍ରର ବ୍ୟବହାର ବିଷୟରେ ଆମର ଧାରଣା କମ୍‌, ସାଧାରଣତଃ...

ଜାଣନ୍ତୁ କାହିଁକି ଦିଏ ହାକୁଟି

ସାଧାରଣତଃ ଖାଇବା ପରେ ପ୍ରାୟ ଲୋକଙ୍କୁ ହାକୁଟି ଦେଇଥାଏ। ଆଉ ଏହା ଏକ ସାଧାରଣ ସମସ୍ୟା ହୋଇଥାଏ। ଅନେକ ସମୟରେ ଚିନ୍ତା କରିବା ଫଳରେ ହାକୁଟି...

ଚାଲିଲେ ହେବେ ଦୀର୍ଘାୟୁ

ଯଦି ଆପଣ ଦୀର୍ଘାୟୁ ଏବଂ ସୁସ୍ଥ ଶରୀର ପାଇବାକୁ ଚାହଁୁଛନ୍ତି ତେବେ ତୀବ୍ର ବେଗରେ ଚାଲିବା ଆରମ୍ଭ କରନ୍ତୁ। ଏହାଦ୍ୱାରା ହୃଦୟ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର...

ପ୍ରତ୍ୟେକ ଦିନ ଖୋସା କଲେ କ’ଣ ହେବ?

ପୂର୍ବରୁ ଅଧିକାଂଶ ମହିଳା ନିଜ ଚୁଟିରେ ଖୋସା କରିଥାନ୍ତି। ତାହା ଏବେ ଆଉ ସେମିତି ଦେଖିବାକୁ ମିଳୁ ନ ଥିବା ବେଳେ ଚୁଟିରେ ବନ କରିବା...

ଖରାଦିନେ କେଉଁ ଖାଦ୍ୟ ଖାଇଲେ ଶରୀରକୁ ଶକ୍ତି ଆସିଥାଏ ଜାଣନ୍ତୁ

ଖରାଦିନରେ ଥକ୍କି ପଡୁଛନ୍ତି କି? ଏଥିରୁ ମୁକ୍ତି ପାଇଁ ଖାଦ୍ୟପେୟ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଅନ୍ତୁ।  ନଚେତ ନାନା ରୋଗର ଶିକାର ହେବା ସମ୍ଭାବନା ଥାଏ।...

କ୍ରୋଧ ବଢ଼ାଏ କାର୍ଯ୍ୟଦକ୍ଷତା

କ୍ରୋଧ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ସହାୟକ ହୋଇଥାଏ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଏହି ଗବେଷଣା କାନାଡ଼ାର ୟୁନିଭର୍ସିଟି ଅଫ୍‌ ୱାଟର୍‌ଲୁରେ ହୋଇଥିଲା।...

ପରିବାରେ ଏହାକୁ ମିଶାଇଲେ ଦୂର ହେବ କର୍କଟରୋଗ

ଆମେ ଜାଣିଛେ କର୍କଟ ଏକ ପ୍ରାଣଘାତୀ ରୋଗ। ଏଥିରୁ ରକ୍ଷା ପାଇବା ଶତ ପ୍ରତିଶତ ଗ୍ୟାରେଣ୍ଟି ନ ଥାଏ। ବେଳେବେଳେ ଅସାବଧାନତା ଯୋଗୁ ଏହି ରୋଗ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *