ଟେଲିକମ୍‌ ନେଟଓ୍ବର୍କ ପୁନରୁଦ୍ଧାର ହେଲା

ଭୁବନେଶ୍ୱର,୧୩।୫(ବ୍ୟୁରୋ) ବାତ୍ୟା ପରେ ରାଜ୍ୟର ୧୪ ଉପକୂଳବର୍ତ୍ତୀ ଜିଲାରେ ଟେଲିକମ୍‌ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି ପୁରୀ,ଖୋର୍ଦ୍ଧା, କଟକ ଭଳି ଜିଲାଗୁଡିକରେ ଟେଲିକମ୍‌ ଭିତ୍ତିଭୂମି ବିଶେଷ ପ୍ରଭାବିତ ହୋଇଛି। ମାତ୍ର ବାତ୍ୟାର ଗୋଟିଏ ସପ୍ତାହ ପରେ  ପ୍ରମୁଖ କମ୍ପାନୀଗୁଡିକ ସେମାନଙ୍କ  ନେଟଓ୍ବର୍କ ସର୍ଭିସକୁ ପୁନରୁଦ୍ଧାର କରିବାକୁ ସକ୍ଷମ ହୋଇଥିବା ଶିଳ୍ପ ସୂତ୍ରରୁ ସୂଚନା ରହିଛି। କମ୍ପାନୀଗୁଡିକ ଫନୀ ଯୋଗୁ ଓଡ଼ିଶାରେ ୭୦୦ କୋଟି ଟଙ୍କା କ୍ଷୟକ୍ଷତି ସହି ପାରନ୍ତି ବୋଲି ଆକଳନ କରାଯାଇଛି। ଟେଲିକମ୍‌ ଶିଳ୍ପର ସୂଚନା ମୁତାବକ ଭୋଡାଫୋନ ଆଇଡିଆ ଲିମିଟେଡ, ଏୟାରଟେଲ, ରିଲାଏନ୍ସ ଜିଓ ଏବଂ ରାଷ୍ଟ୍ରାୟତ୍ତ ବିଏସ୍‌ଏନଏଲ୍‌ ସେମାନଙ୍କ ନେଟଓ୍ବର୍କକୁ ପୁନରୁଦ୍ଧାର କରିଛନ୍ତି।

ଟେଲିକମ୍‌ ବିଭାଗ ତଥ୍ୟ ମୁତାବକ ୬୦୦ ବେସ୍‌ ଟ୍ରାନ୍ସିଭର ସିଷ୍ଟମ(ବିଟିଏସ୍‌) ଫନି ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଭୁବନେଶ୍ୱରରେ ପ୍ରାୟ ୩୪% ଏବଂ କଟକରେ ୩୭% ବିଟିଏସ୍‌ ସାମିଲ ରହିଛି। ଭୁବନେଶ୍ୱରରେ ୧୮୦୦ ବିଟିଏସ୍‌ ଟାଓ୍ବାର ରହିଥିବା ବେଳେ କଟକରେ ଏହାର ସଂଖ୍ୟା ୧୩୦୦ ରହିଛି।

ରିଲାଏନ୍ସ ଜିଓ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବାତ୍ୟା ପ୍ରଭାବିତ ଅଞ୍ଚଳରେ କମ୍ପାନୀ ଏହାର ୮୫% ନେଟଓ୍ବର୍କକୁ ପୁନରୁଦ୍ଧାର କରିବାକୁ ସକ୍ଷମ ହୋଇଛି। ରିଲାଏନ୍ସ ଜିଓର ୮୫% ସାଇଟ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇ ପାରିଛି। ଗ୍ରାହକଙ୍କୁ ନିରନ୍ତର ସେବା ଯୋଗାଣ ଦିଗରେ ଉଦ୍ୟମ ଜାରି ରହିଥିବା ବେଳେ ଅସୁବିଧା ଥିବା ଅନ୍ୟ ଅଞ୍ଚଳଗୁଡିକୁ ମଧ୍ୟ ଶୀଘ୍ର ଠିକ୍‌ କରାଯିବ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ବାତ୍ୟା ପ୍ରଭାବିତ ଅଞ୍ଚଳରେ ୧୫୦୦ରୁ ଉର୍ଦ୍ଧ୍ୱ ଟେଲିକମ୍‌ ସାଇଟକୁ ପୁନରୁଦ୍ଧାର କରାଯାଇଥିବା ଭୋଡାଫୋନ ଆଇଡିଆ ଲିମିଟେଡ ପକ୍ଷରୁ ସୂଚନା ଦିଆଯାଇଛି। ଏହାବାଦ କମ୍ପାନୀର ଆଇସିଆର ଏବଂ ଭିଆଇଏଲ୍‌ ନେଟ୍‌ଓ୍ବର୍କ ଦ୍ୱାରା ଅନ୍ୟ ସେବା ଯୋଗାଣକାରୀଙ୍କ ୪.୫ ଲକ୍ଷ ଗ୍ରାହକ ଲାଭବାନ ହୋଇଥିବା ବେଳେ ବାତ୍ୟା ପରେ ପରେ ତ୍ୱରିତ ଭିତ୍ତିରେ ନେଟଓ୍ବର୍କକୁ ସଜାଡିବାକୁ ସକ୍ଷମ ହୋଇଥିବା ଏହା ପ୍ରକାଶ କରିଛି।

ଅଧିକାଂଶ ସ୍ଥାନରେ କ୍ଷତିଗ୍ରସ୍ତ ନେଟଓ୍ବର୍କକୁ ସୁଧାରିଥିବା ରାଷ୍ଟ୍ରାୟତ୍ତ ବିଏସ୍‌ଏନ୍‌ଏଲ୍‌ କହିଛି। ଏହା ମଧ୍ୟରେ ପୁରୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଏଠାରେ କମ୍ପାନୀ ନେଟଓ୍ବର୍କ ଉନ୍ନତୀକରଣ ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା କହିଛି।

ସେହିଭଳି ଅନ୍ୟତମ ପ୍ରମୁଖ ଟେଲିକମ୍‌ କମ୍ପାନୀ ଏୟାରଟେଲ ନେଟଓ୍ବର୍କ ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କରିଥିବା କହିଛି। ପ୍ରାଥମିକ ପର୍ଯ୍ୟାୟରେ ଏହା ରାଜ୍ୟର ପୁରୀ-ଭୁବନେଶ୍ୱର ବେଲ୍‌ଟରେ ମୋବାଇଲ ନେଟଓ୍ବର୍କର ତ୍ୱରିତ ପୁନରୁଦ୍ଧାର ଲାଗି ସେଲ୍‌ ଅନ୍‌ ହ୍ବିଲ ପଦକ୍ଷେପ ଗ୍ରହଣ କରିଛି। ସଂଯୋଗ ସୁବିଧା ଉନ୍ନତିକରଣରେ ଏହା ୧୩ ସେଲ୍‌ ଅନ୍‌ ହ୍ବିଲ ନିୟୋଜିତ କରିଛି।


All Right Reserved By

୧ ଲକ୍ଷ ଗ୍ରାହକଙ୍କ ଅଭିଯୋଗ ଶୁଣିବ ଏସ୍‌ବିଆଇ

ନୂଆଦିଲ୍ଲୀ,୨୬-୫: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ଏହାର ୧ ଲକ୍ଷ ଗ୍ରାହକଙ୍କର ଅଭିଯୋଗ ଶୁଣିବ। ଆସନ୍ତା ୨୮ରେ ବ୍ୟାଙ୍କ ପକ୍ଷରୁ ସାରା ଦେଶରେ ଗ୍ରାହକ ସମ୍ମିଳନୀ ଆୟୋଜନ...

ଭୂଷଣ ଏନର୍ଜିକୁ ଟାଟା ଷ୍ଟିଲର ଅଧିଗ୍ରହଣ ସମ୍ପୂର୍ଣ୍ଣ

ନୂଆଦିଲ୍ଲୀ,୨-୬: ଋଣରେ ବୁଡ଼ି ରହିଥିବା ଭୂଷଣ ଏନର୍ଜି ଲିମିଟେଡର ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି ବୋଲି ଟାଟା ଷ୍ଟିଲ୍‌ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ୮୦୦...

ଖାଦ୍ୟଡବା, ପ୍ୟାକେଟରେ ଦର୍ଶାଇବାକୁ ହେବ ଚିନି, ଚର୍ବି, ଲୁଣ ମାତ୍ରା

ନୂଆଦିଲ୍ଲୀ,୨୮-୬: ଖାଦ୍ୟପଦାର୍ଥ ନିର୍ମାତା ପ୍ରସ୍ତୁତ ଖାଦ୍ୟକୁ ପ୍ୟାକେଟ ଓ ଡବାରେ ବିକ୍ରି କରିବା ବେଳେ ଏଣିକି ନୂଆ ନିୟମ ପାଳନ କରିବାକୁ ବାଧ୍ୟ ରହିବେ। ଏଣିକି...

ପିସିଏରୁ ବାହାରିବ ୟୁକୋ ବ୍ୟାଙ୍କ

ଭୁବନେଶ୍ୱର,୧୨।୭(ବ୍ୟୁରୋ) : ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କ ଗତବର୍ଷ ମାର୍ଚ୍ଚ ତ୍ରୈମାସଠାରୁ ଏହାର ପରିଚାଳନାଗତ ଲାଭରେ ଅଭିବୃଦ୍ଧି ହାସଲ କରୁଛି। ପରିଚଳନାରେ ଉନ୍ନତି ଆଣିବା ଲାଗି ଅନାଦାୟ...

ଜେଇଇ ଆଡଭାନ୍ସରେ ଆକାଶ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୧୫-୬:ଚଳିତ ବର୍ଷର ଜେଇଇ ଆଡଭାନ୍ସରେ ଆକାଶ କୋଚିଂ ପ୍ରତିଷ୍ଠାନର ଛାତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି। ସର୍ବଭାରତୀୟ ର଼୍ୟାଙ୍କ ୫୧ ସହ ପ୍ରତିଷ୍ଠାନର ଛାତ୍ର ସାୟନ୍ତନ ଧର...

ବିଶ୍ୱକପ କ୍ରିକେଟ ପ୍ରଭାବ;ବଡ଼ ସ୍କ୍ରିନ୍‌ ଟିଭି ବିକ୍ରି ୧୦୦% ବୃଦ୍ଧି

ନୂଆଦିଲ୍ଲୀ,୧୭-୬: କ୍ରିକେଟପ୍ରେମୀଙ୍କ ମଧ୍ୟରେ ଏବେ ବିଶ୍ୱକପ୍‌ କ୍ରିକେଟ ଜ୍ୱର ବଢ଼ିବାରେ ଲାଗିଛି। ଏଥିଯୋଗୁ ବଡ଼ ସ୍କ୍ରିନ୍‌ର ଟିଭି ସେଟ୍‌ର ଚାହିଦା ବେଶ୍‌ ବଢ଼ିଥିବା ଦେଖାଯାଇଛି। ବର୍ଷା...

ଆର୍‌ବିଆଇକୁ ସିଆଇସିଙ୍କ ନିର୍ଦ୍ଦେଶ;ବଡ଼ ଋଣଖିଲାପକାରୀଙ୍କ ନାମ ଜଣାଅ

ନୂଆଦିଲ୍ଲୀ,୨୮-୫: ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରି ନ ଥିବା ଏଭଳି ବଡ଼ ଋଣଖିଲାପକାରୀଙ୍କ ନାମ ଜଣାଇବାକୁ କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି) ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ...

୧୦୦ ବିମାନ ସହ ୪ର୍ଥ ସ୍ଥାନରେ ସ୍ପାଇସ୍‌ଜେଟ୍‌

ମୁମ୍ବାଇ,୨୭-୫: ଘରୋଇ ବିମାନ କମ୍ପାନୀ ସ୍ପାଇସ୍‌ଜେଟ୍‌ ରବିବାର ଏକ ବୋଇଂ ୭୩୭ ବିମାନକୁ ସାମିଲ କରିଛି। ଫଳରେ କମ୍ପାନୀ ନିକଟରେ ବିମାନ ସଂଖ୍ୟା ଏବେ ୧୦୦ରେ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *