ଇ- ଡେଟିଂ କରୁଥିଲେ

ବର୍ତ୍ତମାନ ଇଲେକ୍ଟ୍ରୋନିକ୍‌ ଯୁଗରେ ସବୁକିଛି ହେଉଛି ଅନ୍‌ଲାଇନ୍‌ରେ, ଯେଉଁଥିରୁ ବାଦ୍‌ପଡ଼ିନି ବନ୍ଧୁତା ଆଉ ପ୍ରେମ। ତେବେ ଏମିତିରେ ଦିନକୁଦିନ ବିଭିନ୍ନ ଇ- ଡେଟିଂ ସାଇଟ୍‌ର ମଧ୍ୟ ଚାହିଦା ବଢ଼ୁଥିବାର ଦେଖିବାକୁ ମିଳୁଛି। ଯଦି ଆପଣ ବି ବନ୍ଧୁତା କରିବା ଏବଂ ପରସ୍ପରକୁ ଦେଖାକରିବା ଲାଗି ଏଭଳି ସାଇଟ୍‌ ବ୍ୟବହାର କରୁଛନ୍ତି, ତେବେ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ଆଦୌ ଭୁଲନ୍ତୁ ନାହିଁ…
କୌଣସି ଡେଟିଂ ସାଇଟ୍‌ରେ ପ୍ରୋଫାଇଲ୍‌ କ୍ରିଏଟ୍‌ କରିବା ପୂର୍ବରୁ ତାହା ରେଜିଷ୍ଟର୍ଡ ସାଇଟ୍‌ କି ନୁହେଁ ଜାଣନ୍ତୁ। ଏକାଧିକ ଏଭଳି ସାଇଟ୍‌ରେ ନିଜର ସମସ୍ତ ତଥ୍ୟ ଦେବାର ଭୁଲ୍‌ ଆଦୌ କରନ୍ତୁ ନାହିଁ। ସୁରକ୍ଷା ଦୃଷ୍ଟିରୁ ଯଥାସମ୍ଭବ ପ୍ରାଇଭେସି ମେଣ୍ଟେନ୍‌ କରନ୍ତୁ।
ଏଭଳି ସାଇଟ୍‌ରେ ଆସୁଥିବା ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ କରିବା ସମୟରେ ତାହା ଫେକ୍‌ ନା ବାସ୍ତବ ଜାଣିବାକୁ ଚେଷ୍ଟା କରନ୍ତୁ। ତାହା ଲୋକାଲ କିମ୍ବା ଗ୍ଲୋବାଲ ପ୍ରଥମେ ଜାଣନ୍ତୁ। କାରଣ କେହି କେହି ଅନ୍ୟର ଭାବନା ସହିତ ଖେଳିବାର ମଜା ନେବା ଲାଗି ଫେକ୍‌ ପ୍ରୋଫାଇଲ୍‌ ପ୍ରସ୍ତୁତ କରିଥାନ୍ତି ଏବଂ ଡେଟିଂ ବାହାନାରେ ଡାକି ବିଭିନ୍ନ ଅପରାଧ ଘଟାଇଥା’ନ୍ତି।
ଯଦି ଆପଣଙ୍କ ଅନ୍‌ଲାଇନ୍‌ ବନ୍ଧୁ କମ୍‌ ଦିନ ମଧ୍ୟରେ ଅଧିକ ନିବିଡ଼ ହେବାକୁ ଚେଷ୍ଟା କରୁଛନ୍ତି କିମ୍ବା ଆପଣଙ୍କ ଫଟୋର ଆବଶ୍ୟକତାରୁ ଅଧିକ ପ୍ରଶଂସା କରୁଛନ୍ତି, ଆପଣଙ୍କ ନିଜ ଜୀବନ ବିଷୟରେ ସମସ୍ତ ତଥ୍ୟ ଜାଣିବା ଲାଗି ଇଚ୍ଛା ପ୍ରକାଶ କରୁଛନ୍ତି ଏବଂ ନିଜ ସମ୍ପର୍କରେ ଠିକ୍‌ ତଥ୍ୟ ଦେବା କିମ୍ବା କହିବାରେ କୁଣ୍ଠାବୋଧ କରୁଛନ୍ତି; ତେବେ ସତର୍କ ହୋଇଯାଆନ୍ତୁ। ସନ୍ଦେହ ହେବା ମାତ୍ରେ ଉକ୍ତ ପ୍ରୋଫାଇଲ୍‌କୁ ବ୍ଲକ୍‌ କରିଦିଅନ୍ତୁ।
ନୂଆ ନୂଆ ବନ୍ଧୁ ହୋଇଥିବା କୌଣସି ଯୁବତୀ ଅବା ଯୁବକଙ୍କୁ ବିଶ୍ୱାସରେ ହଠାତ୍‌ ନିଜର ଠିକ ପରିଚୟ, ଠିକଣା, ଫଟୋ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ସୂଚନା ଦେଇ ଦିଅନ୍ତୁ ନାହିଁ। ଯଦି କିଛି ଦିନ କଥା ହେବା, ପରସ୍ପରକୁ ଭଲ ଭାବେ ଜାଣିବା ଲାଗି ସମୟ ନ ଦେଇ କେହି ହଠାତ୍‌ ଡେଟିଂ ପାଇଁ ପ୍ରସ୍ତାବ ଦିଅନ୍ତି, ତେବେ ତତ୍‌କ୍ଷଣାତ୍‌ ରାଜି ହୋଇଯିବା ବୁଦ୍ଧିମତ୍ତାର କାମ ନୁହେଁ।
ଯଦି କେହି ଖୁବ୍‌ କମ୍‌ ସମୟରେ ବାରମ୍ବାର ଡେଟ୍‌ ପ୍ରସ୍ତାବ ଦିଅନ୍ତି ଏବଂ ଏପରି ବ୍ୟବହାରକୁ ନେଇ ଆପଣଙ୍କ ମନରେ କିଛି ବି ସନ୍ଦେହ ଆସେ, ତେବେ ପ୍ରଥମେ ସମୟ ନେଇ ସତ କ’ଣ ଜାଣିବାକୁ ଚେଷ୍ଟା କରନ୍ତୁ। ମନା କରିବା ଦ୍ୱାରା ଅନ୍ୟକୁ ଦୁଃଖ ହେବ ଭାବି ଭାବପ୍ରବଣତାବଶତଃ କୌଣସି ଭୁଲ୍‌ ନିଷ୍ପତ୍ତି ନିଅନ୍ତୁ ନାହିଁ।
ଡେଟିଂରେ ଯିବାକୁ ଚାହୁଁଥିଲେ କୌଣସି ନିରୋଳା ସ୍ଥାନ ପରିବର୍ତ୍ତେ ସାର୍ବଜନୀନ ସ୍ଥାନ ବାଛନ୍ତୁ। ତେବେ ସୁରକ୍ଷା ଦୃଷ୍ଟିରୁ ସାଙ୍ଗରେ ପରିବାରର ସଦସ୍ୟ କିମ୍ବା ସାଙ୍ଗଙ୍କୁ ନେଇ ଯିବା ମଧ୍ୟ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri