ବର୍ଷାଦିନେ ଏହି ୪ ସ୍ଥାନ ଭ୍ରମଣ: ଯାତ୍ରାରେ ପାଣି ଫୋପାଡ଼ିବା ସଙ୍ଗେ ସମାନ

ଖରାର ପ୍ରକୋପ ପରେ ମୌସୁମୀର ଆଗମନକୁ ସମସ୍ତେ ଅପେକ୍ଷା କରିଥାଆନ୍ତି। ଏ ନେଇ ଅନେକ ଦୂରସ୍ଥାନକୁ ଯାତ୍ରା ଲାଗି ପ୍ଲାନ ମଧ୍ୟ କରିଥା’ନ୍ତି। ବର୍ଷାଦିନେ ଯଦି ଆପଣ ଦର୍ଶନୀୟ ସ୍ଥାନ ଯିବା କଥା ଭାବୁଛନ୍ତି, ତେବେ ଏପରି କିଛି ସ୍ଥାନ ବିଷୟରେ ଜାଣି ରଖନ୍ତୁ, ଯେଉଁଠିକୁ ଯିବା ଯାତ୍ରାରେ ପାଣି ଫିଙ୍ଗିବା ସହ ସମାନ।

ଚେନ୍ନାଇ:
ବର୍ଷାଦିନେ ଚେନ୍ନାଇ ଯିବା ଆପଣଙ୍କୁ ଅଡ଼ୁଆରେ ପକାଇପାରେ। ଏହି ଦିନରେ ସେଠାରେ ବନ୍ୟାର ସମସ୍ୟା ସୃଷ୍ଟି ହୋଇଥାଏ। ଫଳରେ ରାସ୍ତାରେ ଯିବାଆସିବା ସମ୍ଭବ ହୋଇ ନ ଥାଏ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା କଷ୍ଟକର ହୋଇଥିବା ହେତୁ ଆପଣ ଭଲ ଭାବେ ବୁଲି ନ ପାରନ୍ତି।

ମୁମ୍ବାଇ:
ବର୍ଷାଦିନେ ମୁମ୍ବାଇ ଅବସ୍ଥା ମଧ୍ୟ ଚେନ୍ନାଇ ଭଳି ହୋଇଥାଏ। ବର୍ଷାଦିନେ ଏଠାକୁ ଯାତ୍ରା କରିବା ପୂର୍ବରୁ ଅନେକ ଥର ଭାବିବା ଉଚିତ।

ଉତ୍ତରାଖଣ୍ଡ:
ବର୍ଷାଦିନେ ଉତ୍ତରାଖଣ୍ଡ ଯାତ୍ରା ଅଧିକ ବିପଦପୂର୍ଣ୍ଣ। ଏଠାରେ ବାଦଲ ଫାଟିବା ଓ ଅତଡ଼ା ଖସିବା ପରି ଅସୁବିଧା ଦେଖାଦେଇଥାଏ।

ସିକିମ୍‌:
ସିକିମ୍‌ ଏକ ସୁନ୍ଦର ଦର୍ଶନୀୟ ସ୍ଥାନ। ମାତ୍ର ବର୍ଷାଦିନେ ଏହାର ଅବସ୍ଥା ବୁଲିବାଯୋଗ୍ୟ ହୋଇନଥାଏ।

ତେଣେୁ ବର୍ଷାଦିନେ ଏହିସବୁ ଜାଗା ଯିବା ଆପଣଙ୍କ ଯାତ୍ରାରେ ପାଣି ଫୋପାଡ଼ିବା ସଙ୍ଗେ ସମାନ।


All Right Reserved By

ଅଧିକ ସମୟ ଇ-ରିଡିଂ କରୁଥିଲେ..

ଆଜିକାଲି ଡିଜିଟାଲ ଯୁଗ। କମ୍ପ୍ୟୁଟର ଏବଂ ସ୍ମାର୍ଟଫୋନ୍‌ ପାଠପଢ଼ାରେ କେତେ ସାହାଯ୍ୟ କରୁଛି ତାହା କହିବା ସହଜ ନୁହେଁ। କେବଳ ସେତିକି ନୁହେଁ, ବିଭିନ୍ନ ବିଷୟରେ...

ଡାଇବେଟିସ ଦୂର କରିବ ଆମ୍ବପତ୍ରରୁ ପ୍ରସ୍ତୁତ ମଦ

ଗ୍ବାଲିୟରର ଜିଓ୍ବାଜୀ ୟୁନିଭରସିଟିର ଛାତ୍ରମାନେ ଆମ୍ବପତ୍ରରୁ ଏକ ମଦ ପ୍ରସ୍ତୁତ କରିଛନ୍ତି। ଏଥିରେ ୧୦-୧୨ ପ୍ରତିଶତ ଆଲ୍‌କହଲ ରହିଛି। ଏହି ମଦ ଡାଇବେଟିସ୍‌ ଏବଂ ମେଦବହୁଳତା...

ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନରେ ତ୍ୱଚାରେ ନାନା ସମସ୍ୟା ଦେଖା ଦେଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଉପାୟ। ପ୍ରଚୁର ପାଣି ପିଅନ୍ତୁ : ଖରାଦିନେ ଅଧିକ...

ଚର୍ବି ହ୍ରାସ କରେ ଭଜା ଚଣା

ଭଜା ଚଣା ତ ଅନେକଥର ଖାଇଥିବେ। ତେବେ ଏହା ଯେ କେବଳ ପାଟିକୁ ସୁଆଦିଆ ତାହା ନୁହେଁ ବରଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭକାରୀ।...

ସୁନିଦ୍ରା ପାଇଁ ସ୍ମାର୍ଟ ପାଇଜାମା

ଆଜିକାଲି ଅନେକେ ନିଦ୍ରାଜନିତ ସମସ୍ୟା ସହ ଜଡ଼ିତ। ଆମେ ଆବଶ୍ୟକ ସମୟ ମୁତାବକ ନିଦ୍ରା ନ ଗଲେ ବିଭିନ୍ନ ପ୍ରକାର ଶାରୀରିକ ଅସୁବିଧାର ସମ୍ମୁଖୀନ ହୋଇଥାଉ।...

ଅସ୍ଥିକୁ ସୁସ୍ଥ ରଖିବେ କିପରି ଧ୍ୟାନ ଦିଅନ୍ତୁ…

ଆମ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ ଅସ୍ଥି ଅନ୍ୟତମ। ଏହା ଯଦି ଦୁର୍ବଳ ହୋଇଯାଏ ତେବେ ଆମେ କାମ କରିବା ତ ଅଲଗା କଥା, ଚାଲବୁଲ...

ଖରାଦିନେ କାହିଁକି ପିଅନ୍ତି ମାଠିଆ ପାଣି

ଗରମରେ ଥଣ୍ଡା ପାଣି ପିଇବାକୁ ମନ ହୁଏ। ଏଥିପାଇଁ ଘରେ ଲୋକେ ଫ୍ରିଜ ବ୍ୟବହାର କରିଥାନ୍ତି। ଫ୍ରିଜ ପାଣି ପାଟିକୁ ଭଲ ଲାଗିଥାଏ ହେଲେ ପେଟ...

ଅନିୟମିତ ଜୀବନଶୈଳୀ ଓ ଅପ୍ରଜନନତା

”ଏଣ୍ଡୋମେଟ୍ରିଓସିସ୍‌ ହେଉଛି ଏକ ସମାନ ପରିସ୍ଥିତି ଯେଉଁଠାରେ ଗର୍ଭାଶୟର ଲାଇନ ଏହାର ବାହାର ଆଡ଼କୁ ବୃଦ୍ଧି ପାଇବା ଆରମ୍ଭ ହୋଇଥାଏ(ଏଣ୍ଡୋମେଟ୍ରିଆଲ ଇମ୍‌ପ୍ଲାଣ୍ଟ), ଅତିଶୟ ଯନ୍ତ୍ରଣା ଏବଂ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *