ବର୍ଷାଦିନେ ଏହି ୪ ସ୍ଥାନ ଭ୍ରମଣ: ଯାତ୍ରାରେ ପାଣି ଫୋପାଡ଼ିବା ସଙ୍ଗେ ସମାନ

ଖରାର ପ୍ରକୋପ ପରେ ମୌସୁମୀର ଆଗମନକୁ ସମସ୍ତେ ଅପେକ୍ଷା କରିଥାଆନ୍ତି। ଏ ନେଇ ଅନେକ ଦୂରସ୍ଥାନକୁ ଯାତ୍ରା ଲାଗି ପ୍ଲାନ ମଧ୍ୟ କରିଥା’ନ୍ତି। ବର୍ଷାଦିନେ ଯଦି ଆପଣ ଦର୍ଶନୀୟ ସ୍ଥାନ ଯିବା କଥା ଭାବୁଛନ୍ତି, ତେବେ ଏପରି କିଛି ସ୍ଥାନ ବିଷୟରେ ଜାଣି ରଖନ୍ତୁ, ଯେଉଁଠିକୁ ଯିବା ଯାତ୍ରାରେ ପାଣି ଫିଙ୍ଗିବା ସହ ସମାନ।

ଚେନ୍ନାଇ:
ବର୍ଷାଦିନେ ଚେନ୍ନାଇ ଯିବା ଆପଣଙ୍କୁ ଅଡ଼ୁଆରେ ପକାଇପାରେ। ଏହି ଦିନରେ ସେଠାରେ ବନ୍ୟାର ସମସ୍ୟା ସୃଷ୍ଟି ହୋଇଥାଏ। ଫଳରେ ରାସ୍ତାରେ ଯିବାଆସିବା ସମ୍ଭବ ହୋଇ ନ ଥାଏ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା କଷ୍ଟକର ହୋଇଥିବା ହେତୁ ଆପଣ ଭଲ ଭାବେ ବୁଲି ନ ପାରନ୍ତି।

ମୁମ୍ବାଇ:
ବର୍ଷାଦିନେ ମୁମ୍ବାଇ ଅବସ୍ଥା ମଧ୍ୟ ଚେନ୍ନାଇ ଭଳି ହୋଇଥାଏ। ବର୍ଷାଦିନେ ଏଠାକୁ ଯାତ୍ରା କରିବା ପୂର୍ବରୁ ଅନେକ ଥର ଭାବିବା ଉଚିତ।

ଉତ୍ତରାଖଣ୍ଡ:
ବର୍ଷାଦିନେ ଉତ୍ତରାଖଣ୍ଡ ଯାତ୍ରା ଅଧିକ ବିପଦପୂର୍ଣ୍ଣ। ଏଠାରେ ବାଦଲ ଫାଟିବା ଓ ଅତଡ଼ା ଖସିବା ପରି ଅସୁବିଧା ଦେଖାଦେଇଥାଏ।

ସିକିମ୍‌:
ସିକିମ୍‌ ଏକ ସୁନ୍ଦର ଦର୍ଶନୀୟ ସ୍ଥାନ। ମାତ୍ର ବର୍ଷାଦିନେ ଏହାର ଅବସ୍ଥା ବୁଲିବାଯୋଗ୍ୟ ହୋଇନଥାଏ।

ତେଣେୁ ବର୍ଷାଦିନେ ଏହିସବୁ ଜାଗା ଯିବା ଆପଣଙ୍କ ଯାତ୍ରାରେ ପାଣି ଫୋପାଡ଼ିବା ସଙ୍ଗେ ସମାନ।


All Right Reserved By

ପିଲା ଜିଦିଆ ହୋଇଥିଲେ ସମ୍ଭାଳନ୍ତୁ ଏପରି…

କୁହାଯାଏ, ଗୋଟିକିଆ ଛୁଆ ବେଶି ଜିିଦିଆ ହୋଇଥା’ନ୍ତି। ଗୋଟିଏ ଛୁଆ ହୋଇଥିବାରୁ ପରିବାରର ସମସ୍ତେ ଗେଲବସରରେ ବଢ଼ାଇଥା’ନ୍ତି। ତାଙ୍କ ମନପସନ୍ଦର ଜିନିଷ ଦେଇଥା’ନ୍ତି। ପ୍ରାୟତଃ କୌଣସି...

ଆଣ୍ଠୁଗଣ୍ଠି ବ୍ୟଥାର ଅତ୍ୟାଧୁନିକ ଚିକିତ୍ସା

ଆଣ୍ଠୁଗଣ୍ଠି ବାତରୋଗରେ ପ୍ରାୟ ପୃଥିବୀରେ ୬୦ ଭାଗ ଲୋକ କଷ୍ଟ ପାଉଛନ୍ତି। ଆମେ ଭାରତୀୟମାନେ ତଳେ ବସି କାମ କରୁଥିବା ଯୋଗୁ ଆଣ୍ଠୁ ବ୍ୟଥା ଅନ୍ୟ...

ଆଲୋଭେରା, ରୂପଚର୍ଯ୍ୟା

ନିଜ ସୌନ୍ଦର୍ଯ୍ୟରେ ଚମକ ଆଣିବାକୁ ପ୍ରାୟ ସବୁ ମହିଳାଙ୍କର ଇଚ୍ଛା ଥାଏ। ବିୟୁଟିପାର୍ଲର ଯାଇ ସେଠାରେ ନିଜ ତ୍ୱଚାକୁ ନୂଆ ରୂପଦେବାକୁ ସେମାନେ ଚେଷ୍ଟା କରନ୍ତି।...

ଲାଲ ଲଙ୍କାରୁ ତିଆରି ଔଷଧ ମେଦ ହ୍ରାସ କରିବ

ମୋଟାପଣ ଏକ ଶାରୀରିକ ସମସ୍ୟା, ଯାହାକୁ ନିୟନ୍ତ୍ରଣରେ ରଖି ନ ପାରିଲେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ମୋଟାପଣ ନିଜ ସହ ମଧୁମେହ, ଆଣ୍ଠୁ...

ଚିକେନ୍‌ ପଟିଆଲା

ଖାଦ୍ୟ ପାଇଁ ରାଜ୍ୟ ତଥା ବାହାରେ ବେଶ୍‌ ପରିଚିତ ରେଶମ ସହର ବ୍ରହ୍ମପୁର। ଗ୍ରାହକଙ୍କ ଚାହିଦା ମୁତାବକ ଖାଦ୍ୟ ପ୍ରସ୍ତୁତି ପାଇଁ ସହରରେ ଖୋଲିଛି ଅନେକ...

ନିମ୍ବ ପାଣିରେ ଗାଧୋଇ ଏହି ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକରୁ ରକ୍ଷା ପାଆନ୍ତୁ..

ବିଭିନ୍ନ ଔଷଧୀୟ ବୃକ୍ଷମାନଙ୍କ ମଧ୍ୟରୁ ନିମ୍ବ ଅନ୍ୟତମ। ଏହାର ପତ୍ରଠାରୁ ଆରମ୍ଭ କରି ଫଳ, ଫୁଲ, ମୂଳ ଇତ୍ୟାଦିକୁ ଅନେକ ରୋଗର ଉପଶମ କ୍ଷେତ୍ରରେ ବ୍ୟବହାର...

ନିଦ୍ରାହୀନତା ମସ୍ତିଷ୍କ ରୋଗ ପାଇଁ ଦାୟୀ

ଆମେ ଯଦି ଆବଶ୍ୟକ ମୁତାବକ ନିଦ୍ରା ଯିବା ତେବେ ଅନେକାଂଶରେ ସୁସ୍ଥ ରହିବା। ନିଦ୍ରାରେ ଅସନ୍ତୁଳନ ସୃଷ୍ଟି ହେଲେ ତାହା କେତେକ ରୋଗକୁ ପରୋକ୍ଷରେ ଡାକି...

ଖରାଦିନେ ଏସବୁ ସମସ୍ୟାକୁ ଦୂର କରେ କଳାଲୁଣ, ଜାଣନ୍ତୁ..

ଖରାଦିନେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ।ଏଥିରୁ ରକ୍ଷା ପାଇବା ଲାଗି ଅଧିକ ପାଣି ପିଇବାକୁ ପ୍ରାୟ ସମସ୍ତେ ପରାମର୍ଶ ଦେଇଥାନ୍ତି। ତେବେ ଖାଲି ପାଣି...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *