ତାରାତାରିଣୀ ହୋଟେଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ମଞ୍ଚେଶ୍ୱର ଥାନା ନିକଟରେ ଥିବା ତାରାତାରିଣୀ ହୋଟେଲରେ ଶୁକ୍ରବାର ହଠାତ୍‌ ନିଆଁ ଲାଗିଯାଇଥିଲା। ତେବେ ଅଗ୍ନିଶମ ବିଭାଗ ଆସିବା ପୂର୍ବରୁ ପୋଲିସ ଓ ହୋଟେଲ କର୍ମଚାରୀଙ୍କ ମିଳିତ ଉଦ୍ୟମ ଯୋଗୁ ଏକ ବଡ଼ ବିପଦ ଟଳିଯାଇଥିଲା।
ସୂଚନା ମୁତବାକ, ସନ୍ଧ୍ୟା ପ୍ରାୟ ୬ଟା ବେଳେ ରୋଷେଇ ପାଇଁ ଆଞ୍ଚ ଲାଗିଥିଲା। ଆଞ୍ଚ ନିକଟରେ ଥିବା ଗରମ ତେଲ କଢ଼େଇରେ ହଠାତ୍‌ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଉଠିଥିଲା। ନିଆଁ ଚିମିନି ପାଇପ୍‌ ଦେଇ ଉପରକୁ ଉଠିଯାଇଥିଲା। ହୋଟେଲ ସିଲିଂ ଓ ହୋର୍ଡିଂ ଜଳିବା ଆରମ୍ଭ କରିଥିଲା। ହୋଟେଲର ଉପର ମହଲାରେ ଲଜ୍‌ ରହିଛି। ନିଆଁ ଓ ଧୂଆଁ ଦେଖି ସେଠାରେ ରହୁଥିବା ଲୋକେ ଭୟରେ ଦୌଡ଼ି ପଳାଇ ଆସିଥିଲେ। ସେହିଭଳି ହୋଟେଲ ଭିତରେ ଧୂଆଁମୟ ହୋଇଯାଇଥିବାବେଳେ ନିଆଁ ମଧ୍ୟ ଧୀରେ ଧୀରେ ବ୍ୟାପିଥିଲା। ହୋଟେଲରେ ଥିବା ଲୋକେ ଓ କର୍ମଚାରୀମାନେ ମଧ୍ୟ ବାହାରକୁ ପଳାଇ ଆସିଥିଲେ। ନିଆଁ ଲାଗିଥିବା ପ୍ରଚାରିତ ହୋଇଯିବା ପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ଫଳରେ ହୋଟେଲ ସମ୍ମୁଖ ମଞ୍ଚେଶ୍ୱର ପ୍ରବେଶ ପଥ ଓ ଜାତୀୟ ରାଜପଥରେ ମଧ୍ୟ ଟ୍ରାଫିକ ଜାମ ହୋଇଯାଇଥିଲା। ମଞ୍ଚେଶ୍ୱର ଥାନା ଅଧିକାରୀ ଯତୀନ୍ଦ୍ର ନାଥ ସେଠୀ ପହଞ୍ଚତ୍ ପ୍ରଥମେ ହୋଟେଲରୁ ବିଦ୍ୟୁତ୍‌ ସଂଯୋଗକୁ ବିଚ୍ଛିନ୍ନ କରିବା ପରେ ରାସ୍ତା ଜାମ୍‌ ହଟାଇଥିଲେ। ତୁରନ୍ତ ହୋଟେଲ କର୍ମଚାରୀଙ୍କ ସହ ମିଶି ମଞ୍ଚେଶ୍ୱର ଥାନା ପୋଲିସ ନିଆଁ ଲିଭା କାର୍ଯ୍ୟରେ ଲାଗି ପଡ଼ିଥିଲେ। ଥାନାରେ କାର୍ଯ୍ୟରତ ଏସ୍‌ଏସ୍‌ବି ଫୋର୍ସ ବି.ଏନ୍‌. ବିଶ୍ୱାଳ ସାହସର ସହ ହୋଟେଲ ଉପରକୁ ଚଢ଼ିଯାଇ ନିଆଁ ବ୍ୟାପୁଥିବା ସ୍ଥାନକୁ ପ୍ରଥମେ ପାଇପ୍‌ ଯୋଗେ ପାଣି ପକାଇଥିଲେ। ଏଥିସହ ୨ ହୋଟେଲ କର୍ମଚାରୀଙ୍କ ସହ ମିଶି ନିଆଁ ଧରୁଥିବା ହୋର୍ଡିଂ ଓ ଅଦରକାରୀ କାଠପଟା ବୋର୍ଡକୁ ତଳକୁ ଫୋପାଡ଼ି ଦେଇଥିଲେ। ପ୍ରାୟ ୨୦ ମିନିଟ୍‌ର ଅପରେଶନ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ସନ୍ଧ୍ୟା ୬ଟା ୨୫ରେ କଳ୍ପନା ଅଗ୍ନିଶମ କେନ୍ଦ୍ରର କର୍ମଚାରମାନେ ପହଞ୍ଚତ୍ ଯାଞ୍ଚ ପରେ ପାଣି ପକାଇ ନିଆଁକୁ ସମ୍ପୂର୍ଣ୍ଣ ଲିଭାଇଥିଲେ। ହୋଟେଲର କିଛି ଅଂଶ ପୋଡ଼ି ଯାଇଥିବାବେଳେ ରୋଷେଇ ସରଞ୍ଜାମ, ଚିମିନି ଓ ଅନ୍ୟ କିଛି ଆସବାବପତ୍ର ଜଳିଯାଇଥିବା ଜଣାପଡିଛି।


All Right Reserved By

ଟ୍ରକରୁ ୫୦୦ କେଜି ଗଞ୍ଜେଇ ଜବତ, ୩ ଗିରଫ

ବ୍ରହ୍ମପୁର ଅଫିସ,୧୨।୬- ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଗୋଇଲୁଣ୍ଡି ଛକରୁ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ କରିଛି। ଟ୍ରକରେ ୨୦ଟି ଜରି ଅଖାରେ ୫୦୦ କେଜି...

ବିବାହ ପୂର୍ବରୁ ଆଧାର କାର୍ଡ ଯାଞ୍ଚ ବାଧ୍ୟତାମୂଳକ

ଛତ୍ରପୁର,୨୬ା୬(ଡି.ଏନ.ଏ)-ଗଞ୍ଜାମ ଜିଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଉଛି। ବିବାହ ପୂର୍ବରୁ ପୁଅଝିଅଙ୍କ ଆଧାର କାର୍ଡ ଯାଞ୍ଚ ବାଧ୍ୟତାମୂଳକ...

କଥା ରଖିଲେ: ମୋଦିଙ୍କ ବିଜୟ ପରେ ମାଗଣାରେ ଚା’ ବାଣ୍ଟିଲେ ଚିଙ୍ଗୁଡୁ

ମାଲକାନଗିରି, ୨୫ା୫ (ସ୍ବ.ପ୍ର.): ଏମିତି କିଛି ଲୋକଥାନ୍ତି ସେମାନେ ଖିଆଲି ମଣିଷ ରୂପେ ବଞ୍ଚନ୍ତି। ନିଜ ଖିଆଲି ପଣିଆରେ ଥରେ ଯାହା କହିଦେଇଥାନ୍ତି ତାହା ସେମାନେ...

ଜାଲରେ ଫସିଲେ ଦୁଇ ବିଷଧର ସାପ : ଚନ୍ଦନ ବୋଡ଼ାକୁ ଗିଳିଲା ନାଗ

ଭୁବନେଶ୍ୱର, ୩୦ା୫(ବ୍ୟୁରୋ) – ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ କଉଡ଼ିଖଣି ଗ୍ରାମରେ ପଦନି ସାହୁଙ୍କ ଘର ଚାରିପଟେ ଘେରାଯାଇଥିବା ଜାଲରେ ଏକ ବଡ଼ ନାଗ...

ବିପନ୍ନଙ୍କୁ ଦେଲେନି, ପୋତିଲେ ଶହେ ବସ୍ତା ଚୁଡ଼ା

ବ୍ରହ୍ମଗିରି,୨୭ା୬(ଡି.ଏନ.ଏ): ବାତ୍ୟା ଫନୀରେ ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିପନ୍ନମାନଙ୍କୁ ସହାୟତାର ହାତ ବଢାଇଥିଲେ ବିଭିନ୍ନ ଅନୁଷ୍ଠାନ ଓ ସରକାରୀ ସଂସ୍ଥା।...

୪୪.୫ ଡିଗ୍ରୀରେ ଟିଟିଲାଗଡ଼ : ୮ ଜିଲାରେ ଜାରି ରହିବ ହିଟ୍‌ ଓ୍ବେଭ୍‌

ଭୁବନେଶ୍ୱର,୨୦।୫(ବ୍ୟୁରୋ) : ରାଜ୍ୟରେ ଅସମ୍ଭାଳ ହୋଇପଡ଼ିଛି ତାତି। ଅଧିକାଂଶ ସହରରେ ପାରଦ ୪୦ଡିଗ୍ରୀ ଉପରେ ରହୁଛି। ତାତି ଯେତିକି କଷ୍ଟ ଦେଉଛି, ତା’ଠୁ ବଳିପଡ଼ୁଛି ଗୁଳୁଗୁଳି।...

ନୀଳଗିରି ଲାଙ୍ଗୁର ମାଙ୍କଡ଼ ଗୁରୁତର

ନରାଜ,୧୮ା୫(ଡି.ଏନ୍‌.ଏ.): ଚଳିତବର୍ଷ ନନ୍ଦନାକାନନରେ ପ୍ରଥମ କରି ଶୁକ୍ରବାର ଜନ୍ତୁଙ୍କ ଉପରେ ଗ୍ରୀଷ୍ମ ତାପର ପ୍ରଭାବ ଦେଖିବାକୁ ମିଳିଛି। ନନ୍ଦନକାନନ ଖୁଆଡ ନଂ ୫୩ରେ ରହୁଥିବା ଅଣ୍ଡିରା...

ରାସ୍ତା ଅବସ୍ଥା ଶୋଚନୀୟଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଝୁମ୍ପୁରା ୧୬।୭(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଫକିରପୁର, ପଦ୍ମକେଶରପୁର, ବାଘିଆନଶା, କଙ୍କଡାଯୋଡି ଗାଁ ଲୋକେ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି କରିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *