ବଡଦାଣ୍ଡରେ ଆକର୍ଷଣ ସାଜିଲେ ବିଭିନ୍ନ ବେଶଧାରୀ

ପୁରୀ ଅଫିସ, ୧୨ା୭: ବାହୁଡା ଯାତ୍ରାରେ କାଳିଆ ସାଆନ୍ତ ଭାଇଭଉଣୀଙ୍କୁ ସାଙ୍ଗରେ ଘେନି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ପବିତ୍ର ଯାତ୍ରା ଲାଗି ଲୋକାରଣ୍ୟ ହୋଇଉଠିଥିଲା ବଡଦାଣ୍ଡ। ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା। ରଥ ସମ୍ମୁଖରେ ବିଭିନ୍ନ ବେଶଧାରୀମାନେ ନୃତ୍ୟ ପରିବେଶଣ କରି ଶ୍ରଦ୍ଧାଳୁମାନଙ୍କ ମନରେ ଭକ୍ତିଭାବ ଜାଗ୍ରତ କରିଥିଲେ।
ଶ୍ରୀକୃଷ୍ଣବେଶଧାରୀ ପ୍ରଦୀପ
ବ୍ରହ୍ମପୁର ଗୋସାଇଁ ନୂଆଗଁ। ଗୋକୁଳଧାମରେ ସେବାୟତ ଭାବେ କାର୍ଯ୍ୟରତ ଯୁବ କୃଷ୍ଣପ୍ରେମୀ ପ୍ରଦୀପ ପାତ୍ର। ଶରଧାବାଲିରେ ତିନି ରଥ ଆଗରେ କୃଷ୍ଣବେଶ ଧାରଣ କରିଥିବାରୁ ପ୍ରଦୀପ ବେଶ୍‌ ବାରି ହୋଇପଡ଼ୁଥିଲେ। କିଏ ତାଙ୍କ ସହିତ ସେଲଫ୍‌ି ନେଉଥିଲା ତ, ଆଉ କିଏ ହାତ ଯୋଡି ପ୍ରଣାମ କରୁଥିଲା। ପିଲାବେଳୁ ଏକ ଆଧ୍ୟାତ୍ମିକ ପରିବେଶରେ ବଢିଥିବା ପ୍ରଦୀପ ଗତ ୮ବର୍ଷ ହେବ ବାହୁଡାରେ ପୁରୀ ଆସୁଛନ୍ତି। ସେ କୁହନ୍ତି, ମହାପ୍ରଭୁଙ୍କୁ ପ୍ରଥମ କରି ଦର୍ଶନ କରିବା ପରେ ତାଙ୍କ ମୋହରେ ପଡିଯାଇଥିଲି। ଏଠାରେ ଅପୂର୍ବ ଆନନ୍ଦ ମିଳେ। ଲୀଳାମୟ ଠାକୁରଙ୍କ ଡୋରି ମୋତେ ଏଠାକୁ ଟାଣିଆଣିଥାଏ।
ଆକର୍ଷଣ ସାଜିଲେ କୁନି ଦୁର୍ଗା
ମହାପ୍ରଭୁଙ୍କ ପହଣ୍ଡି ସମୟରେ ବହୁ ଓଡ଼ିଶୀ ନୃତ୍ୟଶିଳ୍ପୀ ସେମାନଙ୍କ ନୃତ୍ୟ ପରିବେଷଣ କରିଥିଲେ। ଏମାନଙ୍କ ମଧ୍ୟରେ ଆକର୍ଷଣ ସାଜିଥିଲେ ଶ୍ରୀମନ୍ଦିର ସେବାୟତ ରାମକୃଷ୍ଣଙ୍କ ୫ବର୍ଷର କୁନି ଝିଅ ଅଭିଲିପ୍ସା। କୁନି କାନ୍ଧରେ ସାହିଯାତର ପାରମ୍ପରିକ ଦୁର୍ଗାମେଢ଼ ଧାରଣ କରି ସମସ୍ତଙ୍କୁ ବିମୋହିତ କରିଥିଲେ। ଦୁର୍ଗା ରୂପରେ ଅଭିଲିପ୍ସାଙ୍କ ନୃତ୍ୟାଭିନୟ ଅଗଣିତ ଭକ୍ତଙ୍କୁ ଆକର୍ଷିତ କରିଥିଲା। ଶରଧାବାଲିରେ ତାଙ୍କ ନୃତ୍ୟାଭିନୟ କୋଟି କୋଟି ଭକ୍ତଙ୍କୁ ବିମୋହିତ କରିଥିଲା।
ଭାଇଭଉଣୀ ପାଲଟିଲେ ରାମସୀତା
ତାଲଚେରରୁ ଆସିଛନ୍ତି ଶିବାନନ୍ଦ ସାହୁ ଓ ତାଙ୍କ ଭଉଣୀ ଶୁଭଲକ୍ଷ୍ମୀ। ଗତ କିଛି ବର୍ଷ ଧରି ସମ୍ପର୍କୀୟ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଶ୍ରୀକୃଷ୍ଣ ମେହରଙ୍କ ସହିତ ଭାଇ ଭଉଣୀ ବାହୁଡା ସମୟରେ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି। ଭାଇ ଶ୍ରୀରାମ ଏବଂ ଭଉଣୀ ସୀତା ରୂପରେ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ଶ୍ରୀକୃଷ୍ଣ ନିଜକୁ ହନୁମାନ ବେଶରେ ସଜାଇ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ସେ କୁହନ୍ତି, ହନୁମାନ ଯେପରି ଶ୍ରୀରାମଙ୍କ ଜଣେ ଅନନ୍ୟ ଭକ୍ତ, ମୁଁ ସେପରି କାଳିଆ ଠାକୁରଙ୍କ ଜଣେ ସାଧାରଣ ଭକ୍ତ। କାଳିଆର ଡୋରି ମୋତେ ଏଠାକୁ ଟାଣି ଆଣିଥିଲା। ମୁଁ ଜଣେ ରାମ ଭକ୍ତ। ମହାପ୍ରଭୁଙ୍କୁ ଶ୍ରୀରାମ ରୂପରେ ଦର୍ଶନ କରିଥାଏ। ଏଣୁ ନିଜକୁ ହନୁମାନ ବେଶରେ ସଜାଇ ଭକ୍ତ ଭାବେ ତାଙ୍କ ନିକଟକୁ ଆସିଥାଏ ବୋଲି କହିଥିଲେ।


All Right Reserved By

ରଥଚକ ତଳେ ପଡି ବାଳକଙ୍କ ମୃତ୍ୟୁ ଘଟଣା: ସରକାରଙ୍କଠାରୁ ୫, ଦେବୋତ୍ତର ବିଭାଗ ପକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ହଟିଲା ରାସ୍ତାରୋକୋ

ଖୋର୍ଦ୍ଧା ଅଫିସ,୫।୭: ଖୋର୍ଦ୍ଧା ଜିଲା ବାଣପୁର ସହରାଞ୍ଚଳର ପଲଟନ ପଡିଆସ୍ଥିତ ବଡହନ୍ତୁଆଡର ଚରଣ ଚକାଦେବଙ୍କ ରଥ ଚକା ତଳେ ପଡି ଅକ୍ଷୟ ପାତ୍ରଙ୍କ ପୁଅ ସୁନୀଲ...

ପଶ୍ଚିମ ଓଡ଼ିଶା ଛଟପଟ: ୪୦ ଡିଗ୍ରୀରେ ଜଳୁଛି ୧୦ ସହର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ତାତିରୁ ମିଳୁନି ତ୍ରାହି। ଝାଞ୍ଜି ପବନରେ ଅସ୍ତବ୍ୟସ୍ତ ସାରା ରାଜ୍ୟ। ବିଶେଷକରି ପଶ୍ଚିମ ଓଡ଼ିଶା ତାତିରେ ଛଟପଟ ହେଉଛି। ଯଦିଓ ରାଜ୍ୟର କେତେକ ଅଞ୍ଚଳରେ...

ଆର୍‌ପିଆର୍‌ସିରେ ଅର୍କିଡାରିୟମ୍‌ ଲୋକାର୍ପିତ: ୯୩ ବନ୍ୟ ଅର୍କିଡ୍‌, ୨୧୭ ହାଇବ୍ରିଡ୍‌ ଅର୍କିଡ୍‌ ପ୍ରଦର୍ଶିତ

ଭୁବନେଶ୍ୱର, ୨୯ା୬(ବ୍ୟୁରୋ): ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (ଆର୍‌ପିଆର୍‌ସି)ର ବଟାନିକାଲ୍‌ ଗାର୍ଡେନରେ ଶୁକ୍ରବାର ଅର୍କିଡାରିୟମ୍‌ ଲୋକାର୍ପିତ ହୋଇଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ...

ଶ୍ରୀଲିଙ୍ଗରାଜଙ୍କ ଟ୍ରଷ୍ଟ ବୋର୍ଡରେ ନିଯୁକ୍ତି ପ୍ରସଙ୍ଗ:ଘୁଞ୍ଚୁଛି ଦିନ: ଆଶା ଆଶଙ୍କାରେ ଆବେଦନକାରୀ

ପୁରୁଣା ଭୁବନେଶ୍ୱର,୧ା୬(ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ଼ ରହିଛି। ତେବେ ଅନେକ ସମୟରେ ବୋର୍ଡ଼ର ବେପରୁଆ କାର୍ଯ୍ୟକଳାପ ପାଇଁ ଠାକୁରଙ୍କ...

ସ୍ନାନବେଦିରେ ବିଶୃଙ୍ଖଳା ଘଟଣା: ୨ ସେବାୟତ ନିଲମ୍ବିତ

ପୁରୀ ଅଫିସ: ୨୪।୬: ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ନାନନୀତି ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିର ପ୍ରଶାସନର କଟକଣା ସତ୍ତ୍ୱେ ସ୍ନାନବେଦିରେ ବିଶୃଙ୍ଖଳା ହୋଇଥିଲା। ସଂଖ୍ୟାଧିକ ସେବାୟତ ପ୍ରଶାସନର ନୀତିନିୟମ...

ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ହିଜବୁଲ୍‌ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୩: ଜମ୍ମୁ-କଶ୍ମୀର ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଗୁରୁବାର ୩ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀମାନେ ହେଉଛନ୍ତି ଆକିବ୍‌ ଅହମ୍ମଦ, ବଶରତ୍‌ ଅହମ୍ମଦ...

ଜିଲା ପ୍ରଶାସନର ରଥଯାତ୍ରା ପ୍ରସ୍ତୁତି : ରହିବ ୩୦ ଆମ୍ବୁଲାନ୍ସ, ଖୋଲିବ ୩୧ ଫାଷ୍ଟଏଡ୍‌ ସେଣ୍ଟର

ପୁରୀ ଅଫିସ, ୨୮।୬ : ଆସନ୍ତା ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ପୁରୀ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ରଥଯାତ୍ରାଠାରୁ...

ବିଧାନସଭାରେ ବ୍ଲକ ପୁନର୍ଗଠନ ଦାବିକଲେ ବିରୋଧୀ ଓ ଶାସକ; ବ୍ଳକ ଗଠନ ପାଇଁ ଏବେ କୌଣସି ଯୋଜନା ନାହିଁ:ମନ୍ତ୍ରୀ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ବ୍ଲକ ପୁନର୍ଗଠନ କରିବା ପାଇଁ ସରକାରଙ୍କର କୌଣସି ଯୋଜନା ନାହିଁ। ୧୯୫୮ ମସିହାରୁ ବ୍ଲକ ପୁନର୍ଗଠନ କାର୍ଯ୍ୟ କରାଯାଇ ୩୧୪ଟି ଗଠିତ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *