Posted inଜାତୀୟ

ଏଚ୍‌ଆଇଭି ପୀଡ଼ିତ ଛାତ୍ରଙ୍କୁ ସରକାରୀ ସ୍କୁଲରେ ମିଳିଲାନି ନାମଲେଖା ଅନୁମତି

ଚେନ୍ନାଇ,୧୨।୭: ତାମିଲନାଡୁର ପେରାମ୍ବୁଲୁର ଜିଲାର ଏକ ସରକାରୀ ହାଇସ୍କୁଲରେ ଜଣେ ଏଚ୍‌ଆଇଭି ପୀଡ଼ିତ ଛାତ୍ରଙ୍କୁ ନାମଲେଖାର ସୁଯୋଗ ଦିଆଯାଇନାହିଁ। ଏହାପରେ ଶୁକ୍ରବାର ତାମିଲନାଡୁ ଶିକ୍ଷା ବିଭାଗ ଏହି ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସ୍କୁଲ ଶିକ୍ଷା ନିର୍ଦ୍ଦେଶକ ଏସ୍‌. କାନାପ୍ପାନ ଏହି ଘଟଣାରେ ଜିଲା ମୁଖ୍ୟ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି। ସୂଚନାଯୋଗ୍ୟ, ପ୍ରାୟ ୧ ସପ୍ତାହ ପୂର୍ବରୁ ପେରାମ୍ବୁଲୁର ଜିଲାର କୋଲାକନାଥମ୍‌ର ଏକ ସ୍କୁଲରେ ନାମଲେଖାଇବା ପାଇଁ ଜଣେ ଛାତ୍ରଙ୍କୁ ଆସିବାକୁ କୁହାଯାଇଥିଲା। ହେଲେ ବୁଧବାର ତାଙ୍କୁ ସେଠାରୁ ନିରାଶ ହୋଇ ଫେରିବାକୁ ପଡ଼ିଲା। କାରଣ ଛାତ୍ରଙ୍କ ଏକାଡେମିକ୍‌ କ୍ୟାରିୟରରେ ଖରାପ ପ୍ରଦର୍ଶନ ଯୋଗୁ ତାଙ୍କୁ ନାମଲେଖା ଅନୁମତି ଦିଆଯାଇପାରିବ ନାହିଁ ବୋଲି ଅଭିଭାବକଙ୍କୁ ପ୍ରଧାନ ଶିକ୍ଷକ କେ. କାମରାଜ କହିଥିଲେ। ଅପରପକ୍ଷରେ ଏନେଇ ମୁଖ୍ୟ ଶିକ୍ଷା ଅଧିକାରୀ କହିଛନ୍ତି, ଯଦି ଛାତ୍ର ତାଙ୍କ ପାଖକୁ ଆସେ ତେବେ ତାଙ୍କୁ ସ୍କୁଲରେ ଲେଖାଇବାକୁ ଅନୁମତି ଦିଆଯିବ।


All Right Reserved By

ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୧।୫: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ...

ହସ୍ପିଟାଲରୁ ଆସି ମତଦାନ କଲେ ୮୦ ବର୍ଷୀୟା ବୃଦ୍ଧା

କଠୁଆ,୧୮।୪: ଜମ୍ମୁ-କଶ୍ମୀରର କଠୁଆ ଜିଲାରେ ଜଣେ ବୃଦ୍ଧା ମତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ୮୦ ବର୍ଷୀୟା ବୃଦ୍ଧା ଯୋଗୀନ୍ଦେରୋ ଦେବୀ ଅସୁସ୍ଥତା ପାଇଁ...

ମାଓବାଦୀଙ୍କ ଟାର୍ଗେଟରେ ଏସ୍‌ପି ନେତା: ଅପହରଣ ପରେ କଲେ ହତ୍ୟା

ବିଜାପୁର,୧୯।୬: ଛତିଶଗଡ଼ରେ ପୁଣି ମାଓବାଦୀଙ୍କ ଦବ୍‌ଦବା ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରେ ସମାଜବାଦୀ ପାର୍ଟି (ଏସ୍‌ପି) ନେତା ସନ୍ତୋଷ ପୁନେମଙ୍କୁ ମାଓବାଦୀ ଅପହରଣ କରି ହତ୍ୟା...

ବ୍ଲୁଷ୍ଟାର ଅପରେଶନ୍‌କୁ ପୂରିଲା ୩୫ ବର୍ଷ: ୩ ଦିନରେ ୪ଶହ ୯୨ ଲୋକଙ୍କ ଘଟିଥିଲା ମୃତ୍ୟୁ; ୮୩ ଯବାନ ହୋଇଥିଲେ ଶହୀଦ୍‌

ଅମୃତସର,୬।୬: ପଞ୍ଜାବ ଅମୃତସରରେ ଥିବା ସ୍ବର୍ଣ୍ଣମନ୍ଦିରରେ ୩୫ ବର୍ଷ ତଳେ ବ୍ଲୁଷ୍ଟାର ଅପରେଶନ ହୋଇଥିଲା। ୧୯୮୪ ଜୁନ୍‌ ୩ରୁ ୬ ମଧ୍ୟରେ ଏହି ୩ ଦିନିଆ...

ଜାଲିଆତି ଅଭିଯୋଗ ଚିନ୍ତାଜନକ: ପ୍ରଣବ

ନୂଆଦିଲ୍ଲୀ,୨୨ା୫(ପି.ଟି.): ଇଭିଏମ୍‌କୁ ନେଇ ବିବାଦ ଲାଗି ରହିଥିବାବେଳେ ଭୋଟରଙ୍କ ରାୟରେ ଜାଲିଆତି ଅଭିଯୋଗ ଚିନ୍ତାଜନକ ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି। ସଂସ୍ଥାଗତ ସାଧୁତା...

ଉତ୍ତର-ପଶ୍ଚିମ ଦିଲ୍ଲୀରୁ ଭାଜପା ପ୍ରାର୍ଥୀ ହେଲେ ହଂସରାଜ

ନୂଆଦିଲ୍ଲୀ,୨୪ା୪: ଭାଜପା ମଙ୍ଗଳବାର ଗାୟକ ହଂସରାଜ ହଂସଙ୍କୁ ଉତ୍ତର-ପଶ୍ଚିମ ଦିଲ୍ଲୀ ଲୋକ ସଭା ଆସନରୁ ପ୍ରାର୍ଥୀ କରିଛି। ଏଥର ଏହି ଆସନ ପାଇଁ ବର୍ତ୍ତମାନର ସାଂସଦ...

ମୋଦି ପୁଣିଥରେ ଚୌକିଦାର

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ୩ ଶହରୁ ଅଧିକ ଆସନରେ ଆଗୁଆ ରହିଛି। ଏନଡିଏ ମେଣ୍ଟକୁ ମିଳିଥିବା ବହୁମତ ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

୨୦୧୮ରେ ଆସିଛି ଅଧିକ ସାମୁଦ୍ରିକ ଝଡ଼: ୭ ବାତ୍ୟା ନେଇଛି ୩ଶହ ୪୩ ଜୀବନ

ନୂଆଦିଲ୍ଲୀ,୧୨।୬: ଦେଶରେ ୧୯୬୭ଠାରୁ ବର୍ତ୍ତମାନ ସୁଦ୍ଧା ୫୨ ବର୍ଷ ମଧ୍ୟରେ ୧୨୧ ସାମୁଦ୍ରିକ ଝଡ଼ ଆସିଛି। ସେଥିମଧ୍ୟରୁ ୨୦୧୮ରେ ଅଧିକ ଝଡ଼ ହୋଇଛି। ଏଥିରେ ୩...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *