Posted inଜାତୀୟ

ବିବାହର ୧୬ ବର୍ଷ ପରେ ପ୍ରମାଣପତ୍ର ମାଗିବାରୁ କର୍ମଚାରୀ କହିଲେ ପୁଣିଥରେ ବିବାହ କର

କୋଚି,୧୨।୭: କେରଳର ଜଣେ ଦମ୍ପତି ବିବାହର ୧୬ ବର୍ଷ ପରେ ଏହାର ପ୍ରମାଣପତ୍ର ପାଇଁ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଥିବା ୪ ଜଣ କର୍ମଚାରୀ ବେଶ୍‌ କିଛି ଦିନ ତାଙ୍କୁ ଦୌଡାଇବା ପରେ ଶେଷରେ କହିଥିଲେ ପୁଣି ଥରେ ବିବାହ କର ତା’ହେଲେ ଯାଇ ବିବାହ ପ୍ରମାଣ ପତ୍ର ମିଳିବ। ଏହି ଘଟଣାକୁ ଉକ୍ତ ବ୍ୟକ୍ତି ଜଣକ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ବିଭାଗୀୟ ମନ୍ତ୍ରୀ ଜି ସୁଧାକରନ ଦୁର୍ବବ୍ୟହାର ଓ କାର୍ଯ୍ୟରେ ଅବହେଳା ଦର୍ଶାଇ ଉକ୍ତ ୪ କର୍ମଚାରୀଙ୍କୁ ନିଲମ୍ବନ କରିଥିବା ଜଣାପଡିଛି। ଏହାପରେ ସୁଧାକରନ ଗୁରୁବାର ଏକ ଫେସବୁକ୍‌ ପୋଷ୍ଟ ମାଧ୍ୟମରେ କହିଛନ୍ତି କି ଯେତେବେଳେ ତାଙ୍କୁ ଏ ବିଷୟରେ ଜଣାପଡିଲା ସେତେବେଳେ ସେ ଏହାକୁ ସହି ନ ପାରି ନିଲମ୍ବନ ଆଦେଶ ଦେଲେ। ସୂଚନାଯୋଗ୍ୟ, ମଧୁସୂଦନ ନାମକ ଜଣେ ବ୍ୟକ୍ତି ୧୬ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୦୩ ଫେବୃୟାରୀ ୨୭ରେ ବିବାହ କରିଥିଲେ। ଗତ ଜୁନ୍‌ ମାସରେ ତାଙ୍କର ବିବାହ ପଞ୍ଜିକରଣ ପ୍ରମାଣପତ୍ର ଆବଶ୍ୟକ ପଡିବାରୁ ସେ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଥିବା କର୍ମଚାରୀମାନେ ପ୍ରଥମେ ତାଙ୍କୁ ଥଟ୍ଟା କରିଥିଲେ ଓ କିଛିଦିନ ଦୌଡାଇବା ପରେ ଶେଷରେ କହିଥିଲେ ପୁଣିଥରେ ବିବାହ କର ତା’ହେଲେ ଆଉ ପୁରୁଣା ତଥ୍ୟ ନ ଖୋଜି ଶୀଘ୍ର ପ୍ରମାଣପତ୍ର ଦେଇ ହେବ। ହେଲେ କର୍ମଚାରୀଙ୍କ ଏଭଳି ବ୍ୟବହାର ଏବେ ସେମାନଙ୍କୁ ମହଙ୍ଗା ପଡିଛି।


All Right Reserved By

ସଡ଼କ ସୁରକ୍ଷା ପାଇଁ ୭ ଶହ ହେଲମେଟ୍‌ ବାଣ୍ଟିଲେ ଟ୍ରାଫିକ୍‌ ପୋଲିସ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୯।୬: ସୁଡ଼କ ସୁରକ୍ଷା ନେଇ ଏବେ ଦିଲ୍ଲୀର ଜଣେ ଟ୍ରାଫିକ୍‌ ପୋଲିସ ହେଡ୍‌ କନେଷ୍ଟବଳ ଅଣ୍ଟା ଭିଡ଼ିଛନ୍ତି। ସେ ଇତିମଧ୍ୟରେ ୭ଶହ ହେଲମେଟ୍‌ ମାଗଣାରେ ଲୋକଙ୍କୁ...

ସ୍ବାମୀ କରୁଥିଲେ ଦ୍ୱିତୀୟ ବିବାହ, ମଣ୍ଡପରେ ପହଞ୍ଚିଲେ ପ୍ରଥମ ସ୍ତ୍ରୀ

ମୁଜାଫରନଗର, ୧୬।୭: ଛାଡପତ୍ର ନ ଦେଇ ଦ୍ୱିତୀୟ ବିବାହ କରୁଥିବା ସ୍ବାମୀଙ୍କୁ ହାଜତକୁ ନେଇଛନ୍ତି ପ୍ରଥମ ସ୍ତ୍ରୀ। ସ୍ବାମୀ ମଣ୍ଡପରେ ଦ୍ୱିତୀୟ ବିବାହ କରୁଥିବା ଜାଣି...

ରାଜୀବ ଗାନ୍ଧୀ ହତ୍ୟା ମାମଲା: ନଳିନୀଙ୍କୁ ମିଳିଲା ୩୦ ଦିନର ପାରୋଲ

ଚେନ୍ନାଇ,୫।୭: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନଙ୍କୁ ମାଡ୍ରାସ ହାଇକୋର୍ଟ ୩୦ ଦିନର...

ଜାମ୍ମୁ-କଶ୍ମୀରରେ ଏନକାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୪।୬: ଜମ୍ମୁ-କଶ୍ମୀରର ପୁଲଓ୍ବମାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍‌ୟରେ ଲଢେଇ ଜାରି ରହିଛି। ଶୁକ୍ରବାର ସକାଳୁ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।...

କାନ୍ସରେ ‘ପାରାସାଇଟ୍‌’କୁ ସ୍ବର୍ଣ୍ଣ

କାନ୍ସ,୨୭ା୫(ପି.ଟି): ଦକ୍ଷିଣ କୋରୀୟ ନିର୍ଦ୍ଦେଶକ ବଙ୍ଗ୍‌ ଜୁନ୍‌ ହୋଙ୍କ ‘ପାରାସାଇଟ୍‌’ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ସ୍ବର୍ଣ୍ଣ ପଦକ ଲାଭ କରିଛି। ଶନିବାର ସନ୍ଧ୍ୟାରେ ୭୨ତମ କାନ୍ସ...

ଥାନା ବାହାରେ ୪ଘଣ୍ଟା ଧାରଣାରେ ବସିଲେ ମୋଦିଙ୍କ ଭାଇ

ଜୟପୁର, ୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଥାନା ଆଗରେ ପାଖାପାଖି ୪ଘଣ୍ଟା ଧାରଣାରେ ବସିଛନ୍ତି। ପୋଲିସ ସୁରକ୍ଷା ଯୋଗାଇ ନ ଦିଆଯିବାରୁ...

୫୦ କୁକୁରଙ୍କୁ ମାରିଲା ତେଲେଙ୍ଗାନା ନଗରପାଳିକା ଏଜେନ୍ସି: ମାମଲା ରୁଜୁ

ହାଇଦ୍ରାବାଦ,୨୩।୬: ତେଲେଙ୍ଗାନାର ବିକାରାବାଦରେ ନଗରପାଳିକା ଏଜେନ୍ସି ଦ୍ୱାରା ୫୦ରୁ ଊର୍ଦ୍ଧ୍ୱ କୁକୁରଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ପୋଲିସର ସୂଚନା ଅନୁଯାୟୀ, କୁକୁର ଗୁଡିକର ମୃତ ଶରୀରକୁ...

ସରକାର ଗଠନ ଦାବି ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬ା୫(ପି.ଟି.): କେନ୍ଦ୍ର କ୍ୟାବିନେଟର ସୁପାରିସ କ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଷୋଡ଼ଶ ଲୋକ ସଭାକୁ ଭଙ୍ଗ କରିଛନ୍ତି। ଏଥିସହିତ ସପ୍ତଦଶ ଲୋକ ସଭା ଗଠନ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *