Posted inଜାତୀୟ

ମୋବାଇଲ ନିଶାରେ ପଡିଥିବା ବ୍ୟକ୍ତିଙ୍କର ଏଠାରେ ହେବ ଚିକିତ୍ସା

ଅମୃତସର,୧୨।୭: ପଞ୍ଜାବ ଅମୃତସରରେ ଏକ ହସ୍ପିଟାଲରେ ମୋବାଇଲ ଡି-ଆଡିକଶନ ସେଣ୍ଟର ଖୋଲିଛି। ମୋବାଇଲ ନିଶାରୁ ମୁକ୍ତ କରିବା ପାଇଁ ଏହି କେନ୍ଦ୍ର ଖୋଲା ଯାଇଛି। ଏହା ରାଜ୍ୟର ପ୍ରଥମ ମହିଳା ନିଶାମୁକ୍ତି କେନ୍ଦ୍ର ବୋଲି ମଧ୍ୟ କୁହାଯାଉଛି। ଏହି ସେଣ୍ଟରେ ୭ ଜଣ ସଦସ୍ୟ ରହିବେ। ଏମାନଙ୍କ ମଧ୍ୟରେ ରହିବେ ଜଣେ ମନୋଚିକିତ୍ସକ, ୨ ଫାର୍ମାସିଷ୍ଟ, ୩ ସାମାଜିକ କାଉନସିଲର ଓ ଜଣେ ପାରିବାରିକ କାଉନସିଲର। ଯେଉଁମାନେ ମୋବାଇଲ ନିଶାରେ ପଡି ଯାଇଛନ୍ତି ଆଉ ଏଥିରୁ ବାହାରି ପାରୁ ନାହାଁନ୍ତି ସେମାନଙ୍କୁ ଏଠାରେ ଚିକିତ୍ସା କରାଯିବ। ନ୍ୟୁରୋସାଇକିଆଟ୍ରିଷ୍ଟ ଡାକ୍ତର ଜଗ ଦିପ ପାଲ ଭାଟିଆ କହିଛନ୍ତି, ଏବେ ଦେଖାଯାଇଛି ବେଶି କିଶୋର ବୟସର ପିଲାମାନେ ମୋବାଇଲ ନିଶାରେ ପଡି ଯାଉଛନ୍ତି। ଫଳରେ ଏମାନଙ୍କ ଭିତରେ ବିନାଶକାରୀ ବ୍ୟବହାର ବଢିବାରେ ଲାଗିଛି। ସମ୍ପୂର୍ଣ୍ଣ ଦିନ ଏମାନେ ମୋବାଇଲରେ ହିଁ ବିତାଇ ଦେଉଛନ୍ତି। ଫଳରେ ବାସ୍ତବିକ ଦୁନିଆ ସହ କଥା ହେବା ଭୁଲି ଯାଉଛନ୍ତି। ସେଥିପାଇଁ ଏମାନଙ୍କ ନିକଟରେ କମ୍‌ ବୟସରେ ମାନସିକ ବ୍ୟଥା ଦେଖାଯାଉଛି। ତେବେ ଏହି କେନ୍ଦ୍ର ଖୋଲିବା ପରେ ମାତାପିତାମାନେ ଏ ସମ୍ପର୍କରେ ପରାମର୍ଶ ନେଉଥିବା ଡାକ୍ତର ଭାଟିଆ କହିଛନ୍ତି।


All Right Reserved By

ଏଟିଏମରେ ପଶିଲା ସାପ: ୭ ଘଣ୍ଟା ପରେ ହେଲା ଉଦ୍ଧାର

କୋଏମ୍ବାଟୁର,୨୪।୪: ତାମିଲନାଡୁ କୋଏମ୍ବାଟୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ଏକ ଏଟିଏମ୍‌ରେ ସାପ ପଶିଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ସାପଟି...

ପାକିସ୍ତାନ ବିପକ୍ଷରେ ଭାରତର ବିଜୟ: ଅମିତ ଶାହ କହିଲେ, ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ, ୧୭।୬: ବିଶ୍ୱକପର ଏକ ହେଭିଓ୍ବେଟ ମୁକାବିଲାରେ ଭାରତ ୮୯ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ମହାବିଜୟ ପରେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି ବହୁ...

ମାତ୍ର ୨ ଟଙ୍କା ଦାଖଲ କରି ଭିଭିପାଟ୍‌କୁ କରିହେବ ଚ୍ୟାଲେଞ୍ଜ୍‌: ଅଭିଯୋଗ ଭୁଲ୍‌ ସାବ୍ୟସ୍ତ ହେଲେ ୬ ମାସ ଜେଲ

ନୂଆଦିଲ୍ଲୀ,୧୮।୪: ଭୋଟ ଗ୍ରହଣରେ ଇଭିଏମ୍‌ ଏବଂ ଭିଭିପାଟ୍‌ର କାର୍ଯ୍ୟକାରୀତା ନେଇ ଅଧିକାଂଶ ସମୟରେ କେତେକ ଅଭିଯୋଗ ଆଣିଥାନ୍ତି। ତେବେ ଏସବୁ ଭୋଟିଂ ମେସିନ୍‌ର କାର୍ଯ୍ୟକାରୀତା ସମ୍ପର୍କରେ...

ସମ୍ବିଧାନ ସଂଶୋଧନ ଜରୁରୀ

ନୂଆଦିଲ୍ଲୀ,୨୦ା୬(ପି.ଟି.) : କେନ୍ଦ୍ର ସରକାର ଏକକାଳୀନ ନିର୍ବାଚନ ପାଇଁ ବିଚାର ଆଲୋଚନା ଚଳାଇଥିବାବେଳେ ଏଭଳି ବୃହତ୍‌ ପ୍ରକ୍ରିୟା ସକାଶେ ଆଇନ କମିଶନ ଏକ କଠୋର ଆଇନଗତ...

ସିଦ୍ଧୁଙ୍କୁ ଆଉ ଏକ ଝଟକା

ଚଣ୍ଡିଗଡ଼,୯ା୬-ପଞ୍ଜାବ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ନବଜ୍ୟୋତ୍‌ ସିଂ ସିଦ୍ଧୁଙ୍କୁ ଆଉ ଏକ ଝଟକା ଲାଗିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ରବିବାର ସରକାରୀ...

୨,୩୦୦ ଜଣଙ୍କୁ ସ୍ବଦେଶ ଫେରାଇ ଆଣିଥିଲା ଭାରତ

ନୂଆଦିଲ୍ଲୀ,୧୭ା୬ (ପି.ଟି.): ୨୦୦୬ରେ ଇସ୍ରାଏଲ୍‌-ଲେବାନନ୍‌ ଯୁଦ୍ଧବେଳେ ଭାରତ ସରକାର ନିଜର ୨୩୦୦ ନାଗରିକଙ୍କୁ ନିରାପଦରେ ସ୍ବଦେଶ ଫେରାଇ ଆଣିଥିଲେ। ‘ଚ୍ୟାଲେଞ୍ଜସ୍‌ ଅଫ୍‌ ଗଭର୍ନାନ୍ସ: ଆନ୍‌ ଇନ୍‌ସାଇଡର୍ସ...

ମୋ ବିରୋଧରେ ଲେଖୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ଖାଲି ହୋଇଯିବ ନ୍ୟୁଜ ଚ୍ୟାନେଲ: ରାହୁଲ

ନୂଆଦିଲ୍ଲୀ,୧୧।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ସୋସିଆଲ ମିଡିଆ ପୋଷ୍ଟ ହେବା ପରେ ଖବରଦାତାଙ୍କୁ ଗିରଫ କରାଯାଇଥିଲା। ଏବେ ଏହି ଖବର ଚର୍ଚ୍ଚାରେ...

ବିଲ୍‌କିସ ବାନୋଙ୍କୁ ୫୦ ଲକ୍ଷ କ୍ଷତିପୂରଣ ଦିଅ: ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୪ା୪: ଗୁଜରାଟରେ ୨୦୦୨ ଦଙ୍ଗାବେଳେ ଗଣବଳାତ୍କାରର ଶିକାର ହୋଇଥିବା  ବିଲ୍‌କିସ ବାନୋଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଚାକିରି ସହ ରହିବାର ସୁବିଧା ଯୋଗାଇଦେବା...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *