ମା ବସ୍‌ ଧକ୍କାରେ ବୃଦ୍ଧ ଗୁରୁତର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର, ୧୨।୭(ବ୍ୟୁରୋ): ଭୁବନେଶ୍ୱର ୟୁନିଟ-୪ ରେଡ୍‌କ୍ରସ ଭବନ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ‘ମୋ ବସ୍‌’ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ସେ ହେଲେ ଏଜିର ପୂର୍ବତନ କର୍ମଚାରୀ ବାବାଜୀ ସେଠୀ(୭୦)।
ପ୍ରକାଶ ଯେ, ବାବାଜୀ ସ୍କୁଟି ଯୋଗେ ୪ ନଂ. ହାଟରୁ ମେନ୍‌ ରୋଡ୍‌କୁ ବାହାରୁଥିବା ବେଳେ ଶାସ୍ତ୍ରୀନଗର ଆଡୁ ଆସିଥିବା ମୋ ବସ୍‌ ରେଡ୍‌କ୍ରସ୍‌ ଭବନ ସମ୍ମୁଖରେ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ବାବାଜୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ଫଳରେ କିଛି ସମୟ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଖାରବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ବସ୍‌ଟିକୁ ଜବତ କରିବା ସହିତ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖିଛି।
କିଛି ଦିନ ପୂର୍ବେ କଳ୍ପନାରୁ ରାଜମହଲ ଦେଇ ଏଜି ଯିବା ରାସ୍ତାରେ ଏକ ମୋ ବସ୍‌ ଗାଡ଼ି ସିରିଜ୍‌ ଦୁର୍ଘଟଣା କରିଥିଲା।


All Right Reserved By

ରାଜ୍ୟସଭା ନିର୍ବାଚନ: ଆଜି ନାମାଙ୍କନ ଦାଖଲ କରିବେ ଅଶ୍ୱିନୀ, ଅମର, ସସ୍ମିତ

ଭୁବନେଶ୍ୱର: ୨୪।୬(ବ୍ୟୁରୋ): ରାଜ୍ୟସଭା ଉପନିର୍ବାଚନ ପାଇଁ ସୋମବାର ଓଡ଼ିଶାରୁ ୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ। ବିଜେଡ଼ି ପକ୍ଷରୁ ପୂର୍ବତନ ଏଜି ଅମର ପଟ୍ଟନାୟକ...

ଦେବାଳିଆ ହେଉଛନ୍ତି ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ: ଖାଉଛନ୍ତି ଶିଳ୍ପ, ଗଣୁଛନ୍ତି ସରକାର

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ରାଜ୍ୟରେ ବିଦ୍ୟୁତ୍‌ ବ୍ୟବସ୍ଥା ସାଂଘାତିକ ଅବସ୍ଥା ଦେଇ ଗତି କରୁଛି। ବିଦ୍ୟୁତ୍‌ ନିଅଣ୍ଟିଆ ଏବଂ ଋଣ ବୋଝରେ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ଉବୁଟୁବୁ...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା : ନ୍ୟାୟ ପାଇଁ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ

ଭୁବନେଶ୍ୱର, ୨୪ା୬(ବ୍ୟୁରୋ) : କେନ୍ଦ୍ରାପଡା ସଦର ଥାନାଞ୍ଚଳରେ ଜଣେ ନାବାଳିକାଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ଅପହରଣ କରିନେବା ସହ ବଳାତ୍କାର କରିଥିଲେ। ଏହି ଘଟଣାରେ ପୋଲିସ...

ଭାଜପାକୁ ପୁଣି ଫେରିପାରନ୍ତି ବିଜୟ ମହାପାତ୍ର

ଭୁବନେଶ୍ୱର, ୨୮।୩(ବ୍ୟୁରୋ): ଭାଜପାର ପୂର୍ବତନ ବରିଷ୍ଠ ନେତା ବିଜୟ ମହାପାତ୍ର ପୁଣି ଥରେ ଭାଜପାକୁ ଫେରିପାରନ୍ତି। ସାଧାରଣ ନିର୍ବାଚନ ପାଇଁ ରାଜନୀତିକ ଛକାପଞ୍ଝା ଆରମ୍ଭ ହୋଇଥିବାବେଳେ...

ଜୁନ୍‌ ୧ରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାୟପୁର ଉଡ଼ିବ ବିମାନ

ଭୁବନେଶ୍ୱର,୨୫।୫(ବ୍ୟୁରୋ)- ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଭୁବନେଶ୍ୱର ଓ ଛତିଶଗଡ଼ ରାଜଧାନୀ ରାୟପୁରକୁ ବିମାନ ଉଡ଼ିବ। ଆସନ୍ତା ଜୁନ୍‌ ୧ରୁ ଏହି ସେବା ଆରମ୍ଭ...

ତିନିବାଡ଼ରୁ ଆସି ଲାଗିଲା ଆଜ୍ଞାମାଳ: ସିଂହଦ୍ୱାରରେ ତିନି ରଥ

ପୁରୀ ଅଫିସ୍‌,୩।୭: ଗୁରୁବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁଙ୍କ ଏହି ନବଦିନାତ୍ମକ ଯାତ୍ରା ପାଇଁ ସିଂହଦ୍ୱାର ସମ୍ମୁଖରେ ପ୍ରସ୍ତୁତ ହୋଇରହିଛି ତିନି ରଥ। ମଙ୍ଗଳବାର ନବଯୌବନ ବେଶରେ...

ପ୍ରଦୂଷଣ ବଳୟରେ ଖୋର୍ଦ୍ଧା

ଖୋର୍ଦ୍ଧ ଅଫିସ,୫ା୬: ଶିଳ୍ପ, କ୍ରଶର, ପଥର ଖଣିରେ ବିସ୍ଫୋରଣ, ଯାନବାହନ ଚଳାଚଳ ଯୋଗୁ ଖୋର୍ଦ୍ଧା ପ୍ରଦୂଷଣ ବଳୟରେ ଫସିଯାଉଛି। ସଚେତନତା ଅଭାବ ଓ ବିକାଶ ନଁାରେ...

ବିଦ୍ୟୁତ୍‌ ଖୁଣ୍ଟରୁ ପଡ଼ି ଲାଇନ୍‌ମ୍ୟାନ୍‌ଙ୍କ ଜୀବନ ଗଲା

ପୁରୀ ଅଫିସ୍‌,୧୭।୫ : ପୁରୀ ଟାଉନ୍‌ ଥାନା ଅଧୀନ ପୁରୁଣା ସଦର ଥାନା ଛକରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ଉପରେ ଚଢ଼ି ୧୧ କେ.ଭି....


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *