Posted inଜାତୀୟ

ରାଫାଲରେ ଉଡିଲେ ଭାଇସ୍‌ ଚିଫ୍‌ ଏୟାର ମାର୍ଶଲ

ନୂଆଦିଲ୍ଲୀ, ୧୨।୭: ଭାରତୀୟ ବାୟୁ ସେନାର ଭାଇସ୍‌ ଚିଫ୍‌ ଏୟାର ମାର୍ଶଲ ଆର୍‌କେଏସ୍‌ ଭଦୌରିଆ ଭାରତ ଆସିବାକୁ ଥିବା ଯୁଦ୍ଧ ବିମାନ ରାଫାଲରେ ପରୀକ୍ଷା ମୂଳକ ଉଡାଣ କରିଛନ୍ତି। ଫ୍ରାନ୍ସରେ ସେ ଏହି ବିମାନରେ ଉଡିଛନ୍ତି। ଏହାପରେ ସେ କହିଛନ୍ତି, ରାଫାଲରେ ଉଡିବାର ଅନୁଭୂତି ସବୁଠାରୁ ନିଆରା। ଏଥିରୁ ଅନେକ କଥା ଶିଖିବାକୁ ମିଳିଲା ଯାହାକୁ ଭାରତୀୟ ବାୟୁସେନାରେ ଭଲଭାବେ ବ୍ୟବହାର କରାଯାଇ ପାରିବ। ଏହାସହ ଏସ୍‌ୟୁ-୩୦ ସହ ଏହାକୁ କିପରି ସଂଯୋଜନା କରାଯାଇ ପାରିବ ତାହା ମଧ୍ୟ ଦେଖିବାର ଅଛି ବୋଲି ସେ କହିଛନ୍ତି। ଭଦୌରିଆଙ୍କ କହିବା କଥା ହେଲା ରାଫାଲ ପୁଣି ଥରେ ଭାରତୀୟ ବାୟୁସେନାରେ ଟେକ୍ନୋଲୋଜି ଓ ଅସ୍ତ୍ରଶସ୍ତ୍ର ହିସାବରେ ଗେମ୍‌ ଚେଞ୍ଚର ଭାବେ ଉଭା ହେବ। ଯୁଦ୍ଧ ପରିସ୍ଥିତିରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ।


All Right Reserved By

ଗଣତନ୍ତ୍ରରେ ବିପକ୍ଷ ସତର୍କ ରହିବା ଆବଶ୍ୟକ: ମୋଦି

ନୂଆଦିଲ୍ଲୀ,୧୭।୬: ଗଣତନ୍ତ୍ରରେ ବିପକ୍ଷ ସତର୍କ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ତମ ଲୋକସଭାର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏପରି...

ମୁଖ ଦୁର୍ଗନ୍ଧ ବି ହୋଇପାରେ ଡାଏବେଟିସ୍‌ର ଲକ୍ଷଣ

ପାଟି ଦୁର୍ଗନ୍ଧ ହେବା ସମସ୍ୟା ଡାଏବେଟିସ୍‌ର ଅନ୍ୟ ଏକ ଲକ୍ଷଣ ହୋଇପାରେ। କୌଣସି ବ୍ୟକ୍ତିଙ୍କୁ ଡାଏବିଟିସ୍‌ ଗ୍ରାସ କଲେ ପ୍ରଥମେ ରକ୍ତଶର୍କରା ସ୍ତର ଅନିୟନ୍ତ୍ରିତ ହୋଇଥାଏ।...

ସରିଲା ନିର୍ବାଚନ: ଏବେ ମେ ୨୩କୁ ସମସ୍ତଙ୍କ ଅପେକ୍ଷା

ନୂଆଦିଲ୍ଲୀ, ୧୯।୫: ଶେଷ ହୋଇଛି ୨୦୧୯ ସାଧାରଣ ନିର୍ବାଚନ। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ର୍ନିବାଚନ ପାଇଁ ରବିବାର ମତଦାନ ଶେଷ ହୋଇଛି। ତେବେ...

ଛାଡ଼ପତ୍ରର ୧୦ ମାସ ପରେ ଜନ୍ମ ହେଲା ପୁତ୍ର: ଡିଏନ୍‌ଏ ଟେଷ୍ଟ ପରେ ପୁଣି ବିବାହ କଲେ ମାତାପିତା

ଝଜ୍ଜର,୨।୬: ଛାଡ଼ପତ୍ର ହୋଇଥିବା ଦମ୍ପତିଙ୍କର ପୁଣି ଥରେ ବିବାହ କରାଇଛି ନବଜାତ ଶିଶୁପୁତ୍ର। ଏଭଳି ଏକ ରୋଚକ ଘଟଣା ହରିୟାଣାର ଝଜ୍ଜରରେ ଘଟିଛି। ଏଠାରେ ୪ବର୍ଷ...

ମୋଦିଙ୍କ ହାତରେ ପୁଣି ଶାସନ ଡୋର: ସେନସେକ୍ସ୍‌ ଛୁଇଁଲା ୪୦ ହଜାର ଅଙ୍କ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଶାସନ ଡୋର ଧରିବା ନିଶ୍ଚିତ ଥିବା ଭୋଟଗଣତିରୁ ଆକଳନ କରାଯାଉଛି। ଏହାକୁ ଦୃଷ୍ଟିରେ...

ମୁମ୍ବାଇରେ ପ୍ରବଳ ବର୍ଷା : ୩ ମୃତ, ୫ ଆହତ

ମୁମ୍ବାଇ,୨୯ା୬(ପି.ଟି.): ମୁମ୍ବାଇରେ ଶୁକ୍ରବାର ପ୍ରବଳ ବର୍ଷାରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୫ ଆହତ ହୋଇଛନ୍ତି। ଚଳିତ ବର୍ଷ ବହୁ ବିଳମ୍ବରେ ମୌସୁମୀ ମହାରାଷ୍ଟ୍ର...

ସିଦ୍ଧୁଙ୍କ ଇସ୍ତଫାକୁ ନେଇ ଆଶ୍ଚର୍ଯ୍ୟ ହେଲେ ଶତ୍ରୁଘ୍ନ

ଚଣ୍ଡିଗଡ,୧୫।୭: ପଞ୍ଜାବ କ୍ୟାବିନେଟରୁ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେବା ପରେ ଏହାକୁ ନେଇ ରାଜନେତାମାନେ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି। ଗତ ଲୋକ...

ଚିନ୍ତାରେ କାଳିଘାଟ ପୋଷ୍ଟ ଅଫିସ: ପହଞ୍ଚୁଛି ‘ଜୟ ଶ୍ରୀରାମ’ ଲେଖାଥିବା ହଜାର ହଜାର ପୋଷ୍ଟକାର୍ଡ

କୋଲକାତା,୭।୬: ପଶ୍ଚିମବଙ୍ଗରେ ତ୍ରୁଣ ମୂଳ କଂଗ୍ରେସ ଓ ଭାଜପା ମଧ୍ୟରେ ତୁତୁ ମେମେ ଲାଗି ରହିଛି। ଏବେ ଏହା ଏମିତି ସ୍ଥିତିରେ ପହଞ୍ଚିଛି ଯେ କିଛି...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *