Posted inଫୁରସତ

ଯେଉଁଠି ଗଛର ଗଣ୍ଡିରେ କରାଯାଏ ଶିଶୁଙ୍କ ସଂସ୍କାର

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ଅଜବ ଗଜବ ପରମ୍ପରା ବିଷୟରେ ଶୁଣିଲେ ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ। କେବେ କେବେ ଏହା ବିଶ୍ୱାସ ନ ହେଉଥିଲେ ମଧ୍ୟ ସେ ସବୁ ପରମ୍ପରା ସତ ହୋଇଥାଏ। ଇଣ୍ଡୋନେସିଆରେ ଥିବା ଏମିତି ଏକ ପରମ୍ପରା ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ସତ ହେଲେ ସେଠାକାର ଏହି ପରମ୍ପରା ବହୁ ଦଶନ୍ଧି ଧରି ଚଳି ଆସୁଛି। ଏଠାରେ କେହି ଶିଶୁଙ୍କର ମୃତ୍ୟୁ ହେଲେ ସେମାନଙ୍କୁ ଏକ ଜୀବନ୍ତ ଗଛର ଗଣ୍ଡିରେ ସମାଧି ଦିଆଯାଇଥାଏ। ଶିଶୁଟିର ମୃତ୍ୟୁ ପରେ ତାକୁ ଏକ କପଡା ଦ୍ୱାରା ଢାଙ୍କି ଦିଆଯାଏ। ଏହାପରେ ଉକ୍ତ ମୃତଦେହକୁ ତାଳ ପତ୍ରକାଠରେ ତିଆରି ଏକ ଛାଞ୍ଚରେ ରଖି ଗଛ ଗଣ୍ଡିରେ କଣା କରି ସମାଧି ଦିଆଯାଇଥାଏ। ଏପରି କରିବା ଦ୍ୱାରା ଶିଶୁଟିର ଆତ୍ମା ଶାନ୍ତି ପାଇଥାଏ ବୋଲି ଗାଁ ଲୋକଙ୍କର ବିଶ୍ୱାସ ରହିଛି। ତେବେ ଦୁଧଦାନ୍ତ ଉଠିବା ପୂର୍ବରୁ ଯେଉଁ ଶିଶୁମାନଙ୍କର ମୃତ୍ୟୁ ହୋଇଥାଏ କେବଳ ସେହି ଶିଶୁଙ୍କୁ ଏପରି ଭାବେ ସଂସ୍କାର କରାଯାଏ।


All Right Reserved By

ଯେଉଁଠି ରୋଗ ଉପଶମ ପାଇଁ ପିଆଯାଏ ଅସରପା ସରବତ୍‌

ଅସରପା ନାଁ ଶୁଣିଲେ ଅନେକ ଘୃଣା କରୁଥିବାବେଳେ ଚୀନ୍‌ରେ ଏହାକୁ ବ୍ୟବସାୟ କରାଯାଏ। ଅସରପାରେ ଥିବା ଅଦ୍ଭୁତ ଔଷଧୀୟ ଗୁଣ ଯୋଗୁ ଚାଇନାରେ ଏହାକୁ ବେଶ୍‌...

ଆଙ୍କର ହେବା ସହଜ ନୁହେଁ: ଅଭିମନ୍ୟୁ ପରିଡ଼ା

ଯାତ୍ରାର ପ୍ରଥମ ଚରଣ ଆରମ୍ଭ ହୁଏ ଆଙ୍କରିଂରୁ। ଯାତ୍ରା ଦେଖିବାକୁ ଯାଉଥିବା ଦର୍ଶକମାନେ ପ୍ରଥମେ ଯାହାଙ୍କୁ ଦେଖି ତାଳିମାଡ଼ କରନ୍ତି ସେ ହେଉଛନ୍ତି ଜଣେ ଆଙ୍କର।...

ରାତିରେ କାହିଁକି ଘର ପୋଛିବାକୁ ମନା କରାଯାଏ

ହିନ୍ଦୁ ଧର୍ମରେ ଥିବା କିଛି ପରମ୍ପରା ଆଜିବି ଅନେକ ଲୋକ ପାଳନ କରି ଆସୁଛନ୍ତି। ହେଲେ କେହି କେହି ଏହାକୁ ଅନ୍ଧ ବିଶ୍ୱାସ କହି ଏଡାଇ...

ଯେଉଁଠି ଧୂମପାନ ମାଧ୍ୟମରେ କରାଯାଏ ଚିକିତ୍ସା…

ଧୂମପାନ ଶରୀର ଲାଗି କ୍ଷତିକାରକ। ତେବେ ମଧ୍ୟପ୍ରଦେଶ ଉଜ୍ଜୟନୀରେ ଥିବା ଏକ ଆୟୁର୍ବେଦିକ୍‌ ହସ୍ପିଟାଲରେ ବିଭିନ୍ନ ରୋଗରେ ଚିକିତ୍ସାରେ ହୁକ୍କା ବ୍ୟବହୃତ ହୋଇଥାଏ । ଅଭିଜ୍ଞ...

ବଧିରଙ୍କୁ କର୍ମ ନିଯୁକ୍ତି ଦେବା ପାଇଁ ‘ସାଇଲେଣ୍ଟ କାଫେ’

ବଧିର ବ୍ୟକ୍ତିମାନଙ୍କୁ କର୍ମନିଯୁକ୍ତି ଦେବା ପାଇଁ ଷ୍ଟାରବକ୍ସ ନାମକ ଏକ କମ୍ପାନୀ ଏଇ କିଛିଦିନ ତଳେ ଚାଇନାର ଗୁଆଙ୍ଗଝୁଠାରେ ସାଇଲେଣ୍ଟ କାଫେର ଶୁଭାରମ୍ଭ କରିଛି। ଏହି...

ଏଠି ମହିଳା ନୁହେଁ କିଶୋର କରନ୍ତି ଦେହ ବ୍ୟବସାୟ

ମହିଳାମାନେ ଦେହ ବ୍ୟବସାୟ କରିବା କଥା ସାଧାରଣ ଘଟଣା। ହେଲେ ଆଫଗାନିସ୍ତାନରେ କିଶୋରମାନଙ୍କୁ ଦେହ ବ୍ୟବସାୟରେ ଲଗାଯାଇଥାଏ। ୧୨ ବର୍ଷ ବୟସରେ ଏମାନଙ୍କୁ ଅପହଣ କରି...

୭୬ ବର୍ଷୀୟ ବୃଦ୍ଧଙ୍କ ଅଟୋ ଆମ୍ବୁଲାନ୍ସ ସେବା : ୯୦ ଦିନରେ ବଞ୍ଚାଇଛନ୍ତି ୧୦୦ ଜଣଙ୍କ ଜୀବନ

ହରଜିନ୍ଦର ସିଂହ ନାମକ ଜଣେ ୭୬ ବର୍ଷୀୟ ବୃଦ୍ଧ ଦିଲ୍ଲୀ ରାସ୍ତାରେ ଅଟୋ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି। ସେ କୁହନ୍ତି, ଗତ ୩ ମାସ ଭିତରେ...

ପକ୍ଷୀବସା ଭଳି ରେସ୍ତୋରାଁ

ପର୍ଯ୍ୟଟକଙ୍କ ଭ୍ରମଣ କାହାଣୀକୁ ଆଉ ଟିକିଏ ରୋମାଞ୍ଚକର କରିବା ଲାଗି ପୃଥିବୀର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ବିଭିନ୍ନ ଆକର୍ଷଣୀୟ ସ୍ଥାନ ନିର୍ମାଣ କରାଯାଇଛି । ସେଭଳି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *