ବଢ଼ିଲା ବସ୍‌ ଭଡ଼ା: କିମି ପିଛା ୧, ୨ ପଇସା, ଯାତ୍ରୀ ଅସନ୍ତୋଷ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ପୁଣି ବସ୍‌ ଭଡ଼ା ବଢ଼ିଲା। ଡିଜେଲ ଦର ବୃଦ୍ଧି ଯୋଗୁ ରାଜ୍ୟ ସରକାର ଏହି ବସ୍‌ ଭଡ଼ା ବୃଦ୍ଧି କରିଥିବା କୁହାଯାଉଛି। ଡିଜେଲ ଦର ବୃଦ୍ଧି ପାଇବାରୁ ସ୍ବୟଂକ୍ରିୟ ବ୍ୟବସ୍ଥା ଅନୁଯାୟୀ ଭଡ଼ା ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ସାଧାରଣ ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିମି ପ୍ରତି ୧ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଲକ୍ସ ଏବଂ ଏସି ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୨ ପଇସା ବୃଦ୍ଧି ହୋଇଛି। ପୂର୍ବରୁ ସାଧାରଣ ବସ୍‌ ଭଡ଼ା ପ୍ରତି କିମି ପିଛା ୬୮ ପଇସା ଥିବା ବେଳେ ଏବେ ତାହା ୬୯ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିମି ପିଛା ୭୧ ପଇସାରୁ ୭୨ ପଇସାକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୯୭ ପଇସାରୁ ୯୯ ପଇସା ଏସି ଡିଲକ୍ସ ବସ୍‌ର କିମି ପିଛି ୧ଟଙ୍କା ୧୯ ପଇସାରୁ ୨ ପଇସା ହିସାବରେ ୧ ଟଙ୍କା ୨୧ ପଇସାକୁ ବୃଦ୍ଧି ହୋଇଛି। ବସ୍‌ ଭଡ଼ା ବୃଦ୍ଧି ପାଉଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବାରମ୍ବାର ବସ୍‌ ଭଡ଼ା ବଢ଼ାଇବା ଦ୍ୱାରା ଯାତ୍ରୀଙ୍କ ଉପରେ ବୋଝ ପଡ଼ୁଛି। ଡିଜେଲ ଦର ବଢ଼ୁଥିବାରୁ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି। ଅନ୍ୟପକ୍ଷରେ ବସ୍‌ ଭଡ଼ା ବୃଦ୍ଧି କରିବାକୁ ଇଚ୍ଛା ନ ଥିଲେ ମଧ୍ୟ ତୈଳ ବୃଦ୍ଧି ଯୋଗୁ ବାଧ୍ୟ ହୋଇ ଭଡ଼ା ବଢ଼ାଯାଉଛି ବୋଲିି ଓଡ଼ିଶା ରାଜ୍ୟ ବସ୍‌ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି। କେବଳ ଡିଜେଲ ନୁହେଁ ଗାଡିର ଅନ୍ୟାନ୍ୟ ଯନ୍ତ୍ରାଂଶ ଓ ଆନୁଷଙ୍ଗିକ ଖର୍ଚ୍ଚ ବଢ଼ୁଥିବାରୁ ବସ୍‌ ଚଳାଇବ କଷ୍ଟ ସାଧ୍ୟ ହୋଇପଡ଼ୁଛି। ଯାତ୍ରୀଙ୍କ ଉପରେ ଭଡ଼ା ବୋଝ ପଡ଼ୁଥିବାରୁ ସରକାର ଏ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।


All Right Reserved By

ରାଜନଗରରେ ବିଜେଡିର ବାଜିମାତ, ଧ୍ରୁବ ବିଜୟୀ

ରାଜନଗର, ୨୩।୫(ଡି.ଏନ୍‌.ଏ.)- ରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଧ୍ରୁବ ଚରଣ ସାହୁ କଂଗ୍ରେସର ଅଂଶୁମାନ ମହାନ୍ତିଙ୍କୁ ହରାଇ ବିଜୟୀ ହୋଇଛନ୍ତି। ଧ୍ରୁବ ପ୍ରାୟ ୧୬,୭୨୫...

ରାଜ୍ୟ ସଭାର ୩ ଆସନରେ ଉପନିର୍ବାଚନ ପ୍ରସଙ୍ଗ: ଆଜିଠୁ ନାମାଙ୍କନ ଦାଖଲ

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ଓଡ଼ିଶାର ୩ ରାଜ୍ୟ ସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ମଙ୍ଗଳବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ...

ଅର୍ଥନୈତିକ ସର୍ଭେ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶକୁ ନେଇ ବିଧାନସଭାରେ ଉଦ୍‌ବେଗ: ସରକାରଙ୍କ କୈଫିୟତ ତଲବ କଲେ ବିରୋଧୀ

ଭୁବନେଶ୍ୱର, ୨୮।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୧୮ ସୋସିଆଲ ମିଡିଆରେ ବୁଲୁଛି, ଖବରକାଗଜରେ ପ୍ରକାଶ ପାଇଛି। ହେଲେ ବିଧାୟକମାନଙ୍କୁ ଏପର୍ଯ୍ୟନ୍ତ ଦିଆଗଲା ନାହିଁ। ସରକାରୀ...

ଥାନା ଆଇଆଇସି ବଦଳି ଦାବିରେ କବିସୂର୍ଯ୍ୟନଗର ବନ୍ଦ

କବିସୂର୍ଯ୍ୟନଗର,୧୧ା୭-କବିସୂର୍ଯ୍ୟନଗର ଥାନା ଆଇଆଇସି ତପନ କୁମାର ପତି ବରିଷ୍ଠ ଓକିଲ ଭଗବାନ ମହାପାତ୍ରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣାକୁ ନେଇ ଆନ୍ଦୋଳନ ଜୋର ଧରିଛି। ଓକିଲ...

ଖାଦ୍ୟ, ପାଣି ଆଶାରେ ଗାଁ ମୁହାଁ ବନ୍ୟଜନ୍ତୁ: ଉଦ୍ଧାର ହରିଣକୁ ଜଙ୍ଗଲରେ ଛାଡ଼ିଲା ଅସ୍ତରଙ୍ଗ ବନବିଭାଗ

କାକଟପୁର,୧୯।୬(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ବଡ଼ ସିରେଇ ଗ୍ରାମରୁ ଅସ୍ତରଙ୍ଗ ବନବିଭାଗ ବୁଧବାର ମଧ୍ୟାହ୍ନରେ ଏକ ହରିଣକୁ ଉଦ୍ଧାର କରି ମୁହାଁଣ ମୁହଁ ଜଙ୍ଗଲରେ...

ଫନୀ: ବିଦ୍ୟୁତ୍‌ ଭିତ୍ତିଭୂମିର ପୁନରୁଦ୍ଧାର:ଏନ୍‌ଡିଆର୍‌ଏଫ୍‌ ନିୟମ କୋହଳ କରାଯାଉ

ଭୁବନେଶ୍ୱର,୧୭।୫(ବ୍ୟୁରୋ):ସାମୁଦ୍ରିକ ଝଡ଼ ଫନୀ ଦ୍ୱାରା ପୁରୀ ଜିଲା ଏବଂ ଅନ୍ୟ କେତେକ ଅଞ୍ଚଳର ବିଦ୍ୟୁତ୍‌ ଭିତ୍ତିଭୂମି ଧ୍ୱଂସ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବରାଷ୍ଟ୍ର ମନ୍ତ୍ରୀ...

କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ବିଏମ୍‌ସି ବିଫଳ : ସହରରୁ ନୀଳ, ସବୁଜ ଡଷ୍ଟବିନ୍‌ ଉଭାନ

ଭୁବନେଶ୍ୱର,୧୯ା୭(ବ୍ୟୁରୋ) : କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ବିଏମ୍‌ସିକୁ ବିଭିନ୍ନ ସମୟରେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଫଳସ୍ବରୂପ ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ହେଉଥିବା...

ପାଟଣାଗଡ଼ରେ କେଭି ପଛରେ

ପାଟଣାଗଡ଼,୨୩।୫: ପାଟଣାଗଡ଼ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ କନକ ବର୍ଦ୍ଧନ ସିଂଦେଓ ପଛରେ ଚାଲିଛନ୍ତି। ବିଜେଡି ପ୍ରାର୍ଥୀଙ୍କଠାରୁ କେଭି ୨୦୬୬ ଭୋଟରେ ପଛୁଆ ଅଛନ୍ତି।

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *