ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଲା ପାସେଞ୍ଜର୍‌ ଟ୍ରେନ୍‌: ୧୧ ମୃତ, ୬୦ ଆହତ

ଲାହୋର,୧୧।୭: ପାକିସ୍ତାନର ପୂର୍ବ ପଞ୍ଜାବ ପ୍ରଦେଶରେ ଏକ ମାଲବାହୀ ଟ୍ରେନ୍‌ ଏବଂ ପାସେଞ୍ଜର ଟ୍ରେନ୍‌ ମଧ୍ୟରେ ଧକ୍କାରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୬୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ସାଦିକାବାଦ୍‌ ତହସିଲ୍‌ରେ ଥିବା ବହ୍ଲାର ଷ୍ଟେଶନର ଲୁପ୍‌ ଲାଇନ୍‌ରେ ମାଲବାହୀ ଟ୍ରେନ୍‌ ଛିଡ଼ା ହୋଇଥିବାବେଳେ ଅକବର ଏକ୍ସପ୍ରେସ୍‌ ନିଜର ପ୍ରକୃତ ଲାଇନ୍‌ ଛାଡି ଭୁଲ୍‌ ଟ୍ରାକ୍‌ରେ ଦ୍ରୁତ ଗତିରେ ଏହାକୁ ଧକ୍କା ଦେଇଥିଲା। ଏଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ସେହିଭଳି ଆହତଙ୍କ ମଧ୍ୟରେ ୯ ମହିଳା ଏବଂ ୧୧ ଶିଶୁ ରହିଥିବା ରହିମ୍‌ ୟାର୍‌ ଖାଁ ଜିଲା ପୋଲିସ ଅଧିକାରୀ ଓମର ସଲାମତ୍‌ ସୂଚନା ଦେଇଛନ୍ତି।


All Right Reserved By

ମଝିଆକାଶରେ ବିମାନ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି

ଆଟ୍‌ଲାଣ୍ଟା,୧୧।୭: ଡେଲ୍‌ଟା ଏୟାରଲାଇନ୍ସ ବିମାନ ୧୪୨୪ ଆଟ୍‌ଲାଣ୍ଟାରୁ ବାଲ୍‌ଟିମୋରକୁ ଉଡାଣ କରିଥିଲା। ହେଲେ ମଝିଆକାଶରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନ କାର୍ଯ୍ୟକ୍ଷମ ହୋଇପାରି ନ...

ପାକିସ୍ତାନରେ ୧୩ ବର୍ଷର ହିନ୍ଦୁ ଯୁବତୀଙ୍କୁ ମଦ ପିଆଇ ବଳାତ୍କାର

ଇସଲାମାବାଦ,୯।୬: ପାକିସ୍ତାନର ସିନ୍ଧ ଅଞ୍ଚଳରେ ଜଣେ ୧୩ ବର୍ଷ ବୟସ ଯୁବତୀଙ୍କୁ ଜୋର ଜବରଦସ୍ତ ମଦ ପିଆଇ ବଳାତ୍କାର କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଡନ୍‌...

ରୋବୋକୁ ପ୍ରେମ କରୁଛନ୍ତି ୨୯ ବର୍ଷ ବୟସ୍କ ଯୁବକ: ଖୁବ୍‌ଶୀଘ୍ର କରିବେ ବିବାହ

ଓ୍ବାଶିଂଟନ,୧୮।୪: ମଣିଷ ରୋବୋ ମଧ୍ୟରେ ପ୍ରେମ। ଏହା ସାଧାରଣତଃ ଫିଲ୍ମରେ ଦେଖିବାକୁ ମିଳିଥାଏ। ତେବେ ଆମେରିକାରେ ଜଣେ ୨୯ ବର୍ଷ ବୟସ୍କ ଯୁବକ ଟ୍ରୋଲ୍‌ ନାମକ...

ଶ୍ରୀଲଙ୍କା ସରକାର କହିଲେ ମୃତକଙ୍କ ସଂଖ୍ୟା ୩୫୯ ନୁହେଁ ୨୫୩

କଲମ୍ବୋ,୨୬।୪: ଶ୍ରୀଲଙ୍କାରେ ଇଷ୍ଟର ସନ୍‌ ଡେ’ରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣରେ ଏପର୍ଯ୍ୟନ୍ତ ୩୫୯ଜଣଙ୍କ ମୃତ୍ୟୁ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ହେଲେ ଏହି...

ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ୧୩ ମୃତ

ମିନାଟିଟଲାନ୍‌,୨୧ା୪(ଏଏଫ୍‌ପି): ମେକ୍ସିକୋର ଭେରାକ୍ରୁଜ୍‌ରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିମାଡରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ସାଧାରଣ ନିରାପତ୍ତା ସେକ୍ରେଟେରିଏଟ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବନ୍ଧୁକଧାରୀମାନେ ମିନାଟିଟଲାନ୍‌ସ୍ଥିତ...

ଭାରତର ଦେଢ଼ କୋଟି ଆଣ୍ଡ୍ରଏଡ୍‌ ଫୋନ୍‌ରେ ଏଜେଣ୍ଟ ସ୍ମିଥ୍‌ ଭାଇରସ୍‌: ଚେକ୍‌ ପଏଣ୍ଟ୍‌ ରିପୋର୍ଟ

ନୂଆଦିଲ୍ଲୀ/ଜେରୁଜେଲମ୍‌, ୧୧।୭: ଭାରତରେ ଦେଢ଼ କୋଟି ଆଣ୍ଡ୍ରଏଡ୍‌ ଫୋନ୍‌ରେ ଭାଇରସ୍‌ ରହିଛି। ଏହି ଭାଇରସ୍‌ର ନାମ ଏଜେଣ୍ଟ୍‌ ସ୍ମିଥ୍‌। ଏନେଇ ଇସ୍ରାଏଲ୍‌ ସାଇବର ସୁରକ୍ଷା ଗବେଷଣା...

୨୦୩୩ରେ ମଙ୍ଗଳରେ ପାଦ ଥାପିବା ହେବନି ସମ୍ଭବ; ଲାଗିପାରେ ଅଧିକ ୨୭ ବର୍ଷ

ଓ୍ବାଶିଂଟନ,୧୮।୫: ଜହ୍ନରେ ପାଦ ଦେବା ପାଇଁ ନାସା ପକ୍ଷରୁ କରାଯାଇଛି ମାନବ ମିଶନ। ଏହା ୨୦୨୪ରେ ସମ୍ପନ୍ନ ହେବ ବୋଲି କୁହାଯାଉଛି। ଏହାପରେ ୨୦୩୩ରେ ମଙ୍ଗଳକୁ...

ମାଗଣା ଟିକେଟ୍‌ ପାଇଁ ଦଳାଚକଟା: ୧୫ ମୃତ

ଆଣ୍ଟାନାନାରିଭୋ,୨୭।୬: ମାଡାଗାସ୍କରର ମହାମାସିନା ଷ୍ଟାଡିୟମରେ ସ୍ବାଧୀନତା ଦିବସ ପାଳନ ଅବସରରେ ଦଳଚକଟା ହେବାରୁ ଅତି କମ୍‌ରେ ୧୫ ଜଣଙ୍କ ମୃତ୍ୟୁ ହେବା ସହ ୭୫ରୁ ଊର୍ଦ୍ଧ୍ୱ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *