ପାସେଞ୍ଜର ଯାନ ବିକ୍ରି ୧୮% କମିଲା

ନୂଆଦିଲ୍ଲୀ,୧୧-୭: ଚଳିତ ବର୍ଷ ଜୁନମାସରେ ପାସେଞ୍ଜର ଯାନ ବିକ୍ରି ୧୭.୫୪% ହ୍ରାସ ଘଟି ୨.୨୫ ଲକ୍ଷ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ସମୟରେ ୨.୭୩ ଲକ୍ଷ ୟୁନିଟ ରହିଥିଲା। ଦେଶ ମଧ୍ୟରେ କାର ବିକ୍ରି ୨୪.୯୭% ହ୍ରାସ ଘଟି ୧.୩୯ ଲକ୍ଷ ୟୁନିଟ ରହିଛି। ଏହା ୨୦୧୮ ଜୁନରେ ୧.୮୩ ଲକ୍ଷ ୟୁନିଟ ରହିଥିଲା ବୋଲି ଭାରତୀୟ ଅଟୋମୋବାଇଲ ମାନୁଫାକଚରର ସଂଘ(ଏସ୍‌ଆଇଏଏମ୍‌) ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଗତ ମାସରେ ମୋଟର ସାଇକେଲ ବିକ୍ରି ୯.୫୭% ହ୍ରାସ ଘଟି ୧୦.୮୪ ଲକ୍ଷ ୟୁନିଟ ରହିଛି। ଯାହା ପୂର୍ବବର୍ଷ ସମାନ ଅବଧିରେ ୧୧.୯୯ ଲକ୍ଷ ୟୁନିଟ ଥିଲା। ମୋଟ ୨ ଚକିଆ ଯାନ ବିକ୍ରି ଜୁନରେ ୧୧.୬୯% ହ୍ରାସ ଘଟିଛି। ସେହିଭଳି ବାଣିଜି୍ୟକ ଯାନ ବିକ୍ରି ୧୨.୨୭% ହ୍ରାସ ହୋଇଛି। ସମସ୍ତ ବର୍ଗରେ ଯାନ ବିକ୍ରି ୧୨.୩୪% କମି ୧୯.୯୭ ଲକ୍ଷ ୟୁନିଟ ରହିଛି। ଯାହା ପୂର୍ବ ବର୍ଷରେ ୨୨.୭୯ ଲକ୍ଷ ୟୁନିଟ ଥିଲା। ଏପ୍ରିଲ-ଜୁନ ସମୟରେ ପାସେଞ୍ଜର ଯାନ ବିକ୍ରି ୧୮.୨୪% କମିଛି। ଏହି ସମୟରେ ସବୁ ବର୍ଗ ଯାନ ବିକ୍ରି ୧୨.୩୫% କମିଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।


All Right Reserved By

୧୦ରୁ ଏଚ୍‌-୧ବି ଭିଜାର ପ୍ରିମିୟମ ପ୍ରୋସେସିଂ

ନୂଆଦିଲ୍ଲୀ,୯-୬: ଆମେରିକା ନାଗରିକତା ଏବଂ ଆପ୍ରବାସନ ସେବା(ୟୁଏସ୍‌ସିଆଇଏସ୍‌) ଆସନ୍ତା ୧୦ରୁ ଅବଶିଷ୍ଟ ଏଚ୍‌-୧ବି ଭିଜା ଆବେଦନରୁ ପ୍ରିମିୟମ ପ୍ରୋସେସିଂ ଆରମ୍ଭ କରିବ। ଏ ସମ୍ପର୍କରେ ଶୁକ୍ରବାର...

ହୋଣ୍ଡା ଟୁହ୍ବିଲର୍ସ ପକ୍ଷରୁ ସଡକ ସୁରକ୍ଷା ସମରକ୍ୟାମ୍ପ

ନୂଆଦିଲ୍ଲୀ,୨୯-୬ – ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ସ୍ଥାନୀୟ ଟ୍ରାଫିକ ଟ୍ରେନିଂ ପାର୍କଠାରେ ପିଲାମାନଙ୍କ ଲାଗି ନେଇ ଏକ ସଡକ...

ଟେଷ୍ଟି ଟ୍ରିଟ୍‌ର ନୂଆ ପ୍ରଡକ୍ଟ

ଭୁବନେଶ୍ୱର, ୧୮-୪: ଫ୍ୟୁଚର କଞ୍ଜ୍ୟୁମର ଲିମିଟେଡ୍‌ର ଟେଷ୍ଟି ଟ୍ରିଟ୍‌ ବ୍ରାଣ୍ଡ ପକ୍ଷରୁ ୫ଟି ସ୍ବାଦରେ ପଟାଟୋ ଚିପ୍ସ ବଜାରକୁ ଆସିଛି। ଏହା ମଧ୍ୟରେ ଚିଜ୍‌,ସୋର କ୍ରିମ...

ବିପିଏଲ୍‌ ର଼୍ୟାଙ୍କରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର,୨୨ା୭: ରାଜ୍ୟରେ ଦାରିଦ୍ର୍ୟ କମୁଛି ବୋଲି ସରକାର ଡିଣ୍ଡିମ ପିଟୁଥିଲେ ମଧ୍ୟ ନୀତି ଆୟୋଗ ରିପୋର୍ଟରେ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। ଆୟୋଗ ପକ୍ଷରୁ ବିପିଏଲ୍‌ ତାଲିକା...

ଏମ୍‌ଏସ୍‌ଏମ୍‌ଇର ସଶକ୍ତୀକରଣ ଜରୁରୀ

ଭୁବନେଶ୍ୱର,୧୪-୭(ବ୍ୟୁରୋ): ଦେଶର ଜିଡିପି ଅଭିବୃଦ୍ଧି କ୍ଷେତ୍ରରେ ଅଣୁକ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଗୁଡିକ ପ୍ରମୁଖ ଅଂଶୀଦାର ହୋଇପାରିବେ। ବର୍ତ୍ତମାନ ସ୍ଥିତିରେ ଏହି ଶିଳ୍ପଗୁଡିକର ଜିଡିପିକୁ ଯୋଗଦାନ...

ଡେଲ୍‌,ଜିପ୍‌,ଏଲ୍‌ଆଇସି ଦେଶର ଭରସାଯୁକ୍ତ ବ୍ରାଣ୍ଡ

ନୂଆଦିଲ୍ଲୀ,୫-୬: ଲାପ୍‌ଟପ୍‌ କମ୍ପାନୀ ଡେଲ୍‌ ଭାରତର ସବୁଠାରୁ ଭରସାଯୋଗ୍ୟ ବ୍ରାଣ୍ଡ। ଏହାପରେ ଗାଡ଼ି କମ୍ପାନୀ ଜୀପ ଓ ବୀମା କ୍ଷେତ୍ରର ଶୀର୍ଷ କମ୍ପାନୀ ଏଲ୍‌ଆଇସି ରହିଛି।...

କର୍ପୋରେଟ ଟିକସ ହ୍ରାସକୁ ଶିଳ୍ପ ବିଶେଷଜ୍ଞଙ୍କ ସ୍ବାଗତ

ଭୁବନେଶ୍ୱର,୭-୭(ବ୍ୟୁରୋ): ୨୦୧୯-୨୦ ଆର୍ଥତ୍କ ବର୍ଷ ବଜେଟରେ କର୍ପୋରେଟ ଟିକସ ହ୍ରାସ ଘୋଷଣାକୁ ଶିଳ୍ପ ବିଶେଷଜ୍ଞମାନେ ସ୍ବାଗତ ଜଣାଇଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ପୁଞ୍ଜି ଯୋଗାଣ, କ୍ଷୁଦ୍ର ବ୍ୟବସାୟୀଙ୍କ...

ଷ୍ଟାର୍ଟଅପ୍‌ଗୁଡିକୁ ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୬-୭: ଦେଶ ମଧ୍ୟରେ ଷ୍ଟାର୍ଟଅପଗୁଡିକୁ ସରକାର ପ୍ରୋତ୍ସାହିତ କରିବେ ବୋଲି ବଜେଟରେ ଘୋଷଣା କରିଛନ୍ତି। ଏଥି ଲାଗି ବିଭିନ୍ନ ପ୍ରୋତ୍ସାହନ ଯୋଜନା ଗ୍ରହଣ କରାଯିବାର କାର୍ଯ୍ୟକ୍ରମ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *