ରେଲଓ୍ବେର ହେବନି ଘରୋଇ କରଣ

ନୂଆଦିଲ୍ଲୀ,୧୧-୭: ଭାରତୀୟ ରେଲଓ୍ବେର ଘରୋଇକରଣ ହେବ ନାହିଁ। ଏ ନେଇ କୌଣସି ପ୍ରସ୍ତାବ ନାହିଁ। ଘରୋଇ ଅପରେଟରଙ୍କ ହାତରେ ଦୁଇ ଟ୍ରେନ ଦେବା ଲାଗି ରହିଥିବା ପ୍ରସ୍ତାବ ଉପରେ ପ୍ରଶ୍ନର ଉତ୍ତର ରଖି ରେଳମନ୍ତ୍ରୀ ପୀୟୂଷ ଗୋୟଲ ବୁଧବାର ଏହା କହିଛନ୍ତି। ଲୋକସଭାକୁ ଏକ ଲିଖିତ ଉତ୍ତରରେ ଗୋୟଲ କହିଛନ୍ତି ଯେ, ଘରୋଇ ସଂସ୍ଥା ଦ୍ୱାରା ପରିଚାଳନା ଲାଗି କୌଣସି ଯାତ୍ରୀବାହୀ ଟ୍ରେନକୁ ନିର୍ଦ୍ଧାରିତ କରାଯାଇ ନାହିଁ। ନୂଆଦିଲ୍ଲୀ-ଲକ୍ଷ୍ନୌ ତେଜସ୍‌ ଏକ୍ସପ୍ରେସ ଦେଶର ପ୍ରଥମ ଘରୋଇ ଟ୍ରେନ ହେବ ବୋଲି ଖବର ଆସିଥିଲା। ମାତ୍ର ରେଲଓ୍ବେ ପକ୍ଷରୁ ଆନୁଷ୍ଠାନିକ ଭାବେ ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ।

ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡି କହିଛନ୍ତି ଯେ, ଆଗାମୀ ଦିନରେ ଏ ଭଳି ଟ୍ରେନ ପରୀକ୍ଷାମୂଳକ ଭାବେ ଚଳାଚଳ ନେଇ ସରକାର ଚିନ୍ତା କରିବେ। ମାତ୍ର ରେଲଓ୍ବେର ଘରୋଇ କରଣ ନେଇ କୌଣସି ପ୍ରସ୍ତାବ ନ ଥିବା ରେଳ ମନ୍ତ୍ରୀ ଗୋୟଲ କହିଛନ୍ତି। ଚଳିତ ବର୍ଷ ଏପ୍ରିଲରେ ୧୮୯ ନୂଆ ଲାଇନ ଯୋଜନା କରାଯାଇଥିବା ସେ କହିଛନ୍ତି। ଏଗୁଡିକ ୨୧,୪୪୩ କିମି ବିଶିଷ୍ଟ ହାଇଥିବା ବେଳେ ଯୋଜନା, ମଞ୍ଜୁରୀ ଏବଂ କାର୍ଯ୍ୟାନ୍ବୟନର ବିଭିନ୍ନ ସ୍ତରରେ ରହିଛି। ରେଳ ନେଟଓ୍ବର୍କ ସହ ଯୋଡି ହୋଇ ନ ଥିବା ଅଞ୍ଚଳଗୁଡିକୁ ସେବା ଯୋଗାଣ ନେଇ ସରକାର ଏଭଳି ବ୍ୟବସ୍ଥା ଆଣିଛନ୍ତି। ସମୟର ଆବଶ୍ୟକତା ଅନୁସାରେ ବର୍ଦ୍ଧିତ ଯାତ୍ରୀ ସଂଖ୍ୟାକୁ ନଜରରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିଭଳି ବାଣିଜି୍ୟକ ଯଥାର୍ଥତା, ପରିଚାଳନାଗତ ଆବଶ୍ୟକତା, ଜ୍ଞାନକୌଶଳଗତ ଢାଞ୍ଚା ଏବଂ ସମ୍ବଳ ଉପଲବ୍ଧତା ଉପରେ ବିଚାର କରାଯାଉଥିବା ଗୋୟଲ ସ୍ପଷ୍ଟ ସ୍ପଷ୍ଟ କରିଛନ୍ତି।

ଦୈନିକ ଅତିରିକ୍ତ ୪ ଲକ୍ଷ ବର୍ଥ ବ୍ୟବସ୍ଥା ହେବ
ଯାତ୍ରୀ ସୁବିଧାକୁ ଧ୍ୟାନରେ ରଖି ଚଳିତ ବର୍ଷ ଅକ୍ଟୋବରରୁ ଅତିରିକ୍ତ ୪ ଲକ୍ଷ ବର୍ଥ ବ୍ୟବସ୍ଥା କରିବାକୁ ରେଲଓ୍ବେ ଯୋଜନା ରଖିଛି। ଏଥି ଲାଗି ରେଲଓ୍ବେ ନୂଆ ଟେକ୍ନୋଲୋଜି ଆଣିବ। ପାଓ୍ବାର କାର ବଦଳରେ ଇଞ୍ଜିନରୁ ଶକ୍ତି ସଂଯୋଗ କରିବା ଦିଗରେ ନୂଆ ଟେକ୍ନୋଲୋଜି ସହାୟକ ହେବ। ଲାଇଟ ଏବଂ ଏସି ଲାଗି ଏହି ଶକ୍ତି ଉପଯୋଗ ହେବ ବୋଲି ରେଲଓ୍ବେର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ପ୍ରତି ଏଲ୍‌ଏଚ୍‌ବି ରେକ୍‌ରେ ଗୋଟିଏ କିମ୍ବା ୨ ପାଓ୍ବାର କାର ଇଞ୍ଜିନ ବ୍ୟବହାର ହେଉଛି। ଡିଜେଲ ଜେନେରେଟର ଦ୍ୱାରା କୋଚ୍‌ଗୁଡିକୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରାଯାଉଛି। ଏହାକୁ ଏଣ୍ଡ ଅଫ୍‌ ଜେନେରେଶନ କୁହାଯାଉଥିବା ବେଳେ ଆଗାମୀ ଦିନରେ ହେଡ ଅନ୍‌ ଜେନେରେଶନ ନାମକ ନୂଆ ଟେକ୍ନୋଲୋଜି ବ୍ୟବସ୍ଥା ଆସିବ। ଏଗୁଡିକ ଦ୍ୱାରା ଓଭରହେଡ ପାଓ୍ବାରଲାଇନରୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରାଯିବ। ୫ ହଜାରରୁ ଅଧିକ କୋଚରେ ଏହି ବ୍ୟବସ୍ଥା ଆସିବ। ଫଳରେ ଟ୍ରେନଗୁଡିକ ସେମାନଙ୍କ ପାଓ୍ବାରକାରଗୁଡିକୁ କମ୍‌ କରି ଅଧିକ ବର୍ଥ ବ୍ୟବସ୍ଥା କରିବେ। ଏହା ଦ୍ୱରା ରେଲଓ୍ବେର ବାର୍ଷିକ ୬ ହଜାର କୋଟି ଟଙ୍କାର ଫୁଏଲ ବିଲ୍‌ ସଞ୍ଚୟ ହେବ ବୋଲି ରେଲଓ୍ବେ ପକ୍ଷରୁ କୁହାଯାଇଛି।


All Right Reserved By

ଆଜିଠୁ ଟଙ୍କା ଟ୍ରାନ୍ସଫର ଛାଡ଼: ଆର୍‌ଟିଜିଏସ୍‌, ଏନ୍‌ଇଏଫ୍‌ଟି ଫି ଛାଡ

ନୂଆଦିଲ୍ଲୀ,୧-୭: ସୋମବାରଠାରୁ ଆର୍‌ଟିଜିଏସ୍‌ ଓ ଏନ୍‌ଇଏଫ୍‌ଟି ବ୍ୟବସ୍ଥା ମାଧ୍ୟମରେ ଫଣ୍ଡ୍‌ ଟ୍ରାନ୍ସଫର କରିବା ପାଇଁ ଆଉ ଫିସ୍‌ ଦେବାକୁ ପଡିବ ନାହିଁ। ରିଜର୍ଭ ବ୍ୟାଙ୍କର ଘୋଷଣା...

କେନ୍ଦ୍ରକୁ ଓଡ଼ିଶାର ଅନୁରୋଧ ;ଏଫ୍‌ସିଆରଏ ମଞ୍ଜୁରୀ ତ୍ୱରାନ୍ବିତ କର

ନୂଆଦିଲ୍ଲୀ,୧୪-୫: ବାତ୍ୟା ଫନୀ ଯୋଗୁ ଓଡ଼ିଶାର ନାହିଁ ନ ଥିବା କ୍ଷତି ହୋଇଛି। ରାଜ୍ୟରେ ଥଇଥାନ ଓ ପୁନରୁଦ୍ଧାର ଲାଗି ଦେଶର ବିଭିନ୍ନ ପ୍ରାନ୍ତରରୁ ସହାୟତା...

ଡିଜିଟାଲ ପେମେଣ୍ଟ:ଆର୍‌ବିଆଇକୁ ରିପୋର୍ଟ ଦେଲା ନିଲେକାନି କମିଟି

ନୂଆଦିଲ୍ଲୀ,୧୯-୫: ଡିଜିଟାଲ ପେମେଣ୍ଟକୁ ନେଇ ନନ୍ଦନ ନିଲେକାନିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି। ଦେଶରେ ଆଧାର ପରିଚୟପତ୍ର...

କ୍ରେଡାଇ ଓଡ଼ିଶା ପକ୍ଷରୁ ବାତ୍ୟା ପ୍ରଭାବିତଙ୍କୁ ସହାୟତା

ଭୁବନେଶ୍ୱର,୨୯-୬ -କ୍ରେଡାଇ ଓଡ଼ିଶା ପକ୍ଷରୁ ବାତ୍ୟା ପ୍ରଭାବିତ ଲୋକଙ୍କ ପୁନର୍ବାସ ଲାଗି ଗୃହ ନିର୍ମାଣ ସାମଗ୍ରୀ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ...

ମେମୁ ହେବ ପୂର୍ବତଟ ରେଳପଥର ପାସେଞ୍ଜର ଟ୍ରେନ

ଭୁବନେଶ୍ୱର,୨୩-୬: ଖୋର୍ଦ୍ଧା ରୋଡଠାରେ ଥିବା ମେମୁ ସେଡ୍‌ର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣକୁ ରେଲଓ୍ବେ ବୋର୍ଡ ପକ୍ଷରୁ ଅନୁମୋଦନ ମିଳିଛି। ଏହା ଦ୍ୱାରା ପୂର୍ବତଟ ରେଳପଥର ସମସ୍ତ...

୨୫ରେ ଜିଏସ୍‌ଟି କାଉନ୍‌ସିଲ ବୈଠକ

ନୂଆଦିଲ୍ଲୀ,୨୨ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୫ରେ ଜିଏସ୍‌ଟି କାଉନସିଲ୍‌ର ୩୬ତମ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଇଲେକ୍ଟ୍ରିକ୍‌ ଗାଡ଼ି(ଇ-ଯାନ) ଉପରେ...

ଡ୍ୟୁକ୍‌ର ନୂଆ ଟି-ଶାର୍ଟ କଲେକ୍ସନ

ଭୁବନେଶ୍ୱର,୨୮-୬: ଡ୍ୟୁକ୍‌ ଫ୍ୟାଶନ୍ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ନୂଆ ମର୍ସିରାଇଜଡ୍‌ କଟନ ଟି-ସାର୍ଟ କଲେକଶନ ୨୦୧୯ ବଜାରରେ ଉପଲବ୍ଧ ହେଉଛି। ଏହା ଡିଜାଇନ ଏବଂ ଷ୍ଟାଇଲ...

୧.୭୫ ଲକ୍ଷ କମ୍ପାନୀ,ବ୍ୟକ୍ତି କାଢ଼ିଛନ୍ତି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା

ନୂଆଦିଲ୍ଲୀ,୯-୭: ବ୍ୟାଙ୍କରୁ ବର୍ଷକୁ ୧ କୋଟି ଟଙ୍କାରୁ ଅଧିକ ନଗଦ ଉଠାଣ କ୍ଷେତ୍ରରେ ୨ ପ୍ରତିଶତ ଟିଡିଏସ୍‌( ସ୍ରୋତ ଉପରେ କଟାଯାଇଥିବା ଟିକସ) ଦେବାକୁ ହେବ।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *