କବକମାରୀ ବ୍ୟବହାରର ବିପଦ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
କ୍ୟାଣ୍ଡିଡା ଅରିସ୍‌ (ସି.ଅରିସ୍‌) ହେଉଛି ଏକ ମାରାତ୍ମକ କବକୀୟ ସଂକ୍ରମଣ, ଯାହା ପ୍ରଥମେ ୨୦୦୯ରେ ଜାପାନରେ ଦେଖାଯାଇଥିଲା ଏବଂ ଅଳ୍ପ କେଇବର୍ଷ ଭିତରେ ଏହା ସାରା ବିଶ୍ୱରେ ବ୍ୟାପିଗଲାଣି। ଏହା ହେଉଛି ଏକ ସୁପରବଗ୍‌: ଏକ ଜୀବାଣୁ ଯାହା ଉପରେ କୌଣସି ଔଷଧ କାମ କରେ ନାହିଁ। କବକୀୟ ସଂକ୍ରମଣ ପାଇଁ ବର୍ତ୍ତମାନ ଯେଉଁସବୁ ଔଷଧ ଉପଲବ୍ଧ, ସେଗୁଡ଼ିକ ବି କିଛି କାମ ଦିଅନ୍ତି ନାହିଁ। ଏହି ଔଷଧଗୁଡ଼ିକ ଭିତରେ ଅଛି ଫ୍ଲୁକୋନାଜୋଲ୍‌ ଓ ଏକିନୋକ୍ୟାଣ୍ଡିନ୍‌ ପ୍ରଭୃତି ଔଷଧ, ଯାହା ପୃଥିବୀର ଅଧିକାଂଶ ଦେଶରେ ବ୍ୟବହୃତ ହେଉଛି।
ଯଦି ଥରେ କୌଣସିଠାରେ ଏହି ଜୀବାଣୁ ପଶିଗଲା, ତାକୁ ସେଠୁ ନିକାଲିବା ବା ନିପାତ କରିବା କଷ୍ଟକର। କେତେକ ହସ୍ପିଟାଲ ଏକ ସ୍ବତନ୍ତ୍ର ସଫା କରିବା ଯନ୍ତ୍ର ଆଣିବାକୁ ବାଧ୍ୟ ହୋଇଛନ୍ତି ଏବଂ ଏପରି କି ଏହି ଜୀବାଣୁ କବଳରୁ ମୁକ୍ତିପାଇବା ଲାଗି ତାଙ୍କୁ ପୂରା ଚଟାଣ ଓ ସିଲିଂର ଟାଇଲ ତାଡ଼ି ବାହାର କରି ନୂଆ ଲଗାଇବାକୁ ପଡ଼ିଛି। ଏହା ଏକ ଜୀବନଘାତୀ କବକ, ଯେଉଁଥିରେ ସଂକ୍ରମିତ ହେଲେ ମୃତ୍ୟୁହାର ଅଧିକ ହୋଇଥାଏ। ଏହା ଜାପାନ, ଦକ୍ଷିଣ କୋରିଆ, ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, କେନିଆ, କୁଏଟ, ଇସ୍ରାଏଲ, ଭେନିଜୁଏଲା, କଲମ୍ବିଆ, ଇଂଲଣ୍ଡ, କାନାଡ଼ା ଓ ଆମେରିକାରେ ଚିହ୍ନଟ ହୋଇଛି। ଅନ୍ୟ ଦେଶଗୁଡ଼ିକରେ ବି ଏହା ଥାଇପାରେ, କିନ୍ତୁ ଏହାକୁ ଚିହ୍ନଟ କରିବା ପାଇଁ ଆବଶ୍ୟକ ସ୍ବତନ୍ତ୍ର ବିଜ୍ଞାନାଗାର ପଦ୍ଧତି ଅଭାବରୁ ଚିହ୍ନଟ ହୋଇପାରି ନାହିଁ।
ଦୁର୍ବଳ ରୋଗପ୍ରତିରୋଧକ କ୍ଷମତାବିଶିଷ୍ଟ ଲୋକମାନେ ଏହାର ସହଜ ଶିକାର ହୋଇଥାନ୍ତି, ବିଶେଷତଃ ନବଜାତ ଶିଶୁ, ବୃଦ୍ଧ, ଅନ୍ୟ ସଂକ୍ରମଣ ଦ୍ୱାରା ପୀଡ଼ିତ ଲୋକ, ମଧୁମେହ ରୋଗୀ ଏବଂ ଯେଉଁମାନେ ବ୍ରୋଡ୍‌ ସ୍ପେକ୍ଟ୍ରମ ଆଣ୍ଟିବାୟୋଟିକ୍‌ ବା ଆଣ୍ଟିଫଙ୍ଗାଲ ଚିକିତ୍ସା କରାଇଛନ୍ତି, ସେମାନେ ଏଥିରେ ସଂକ୍ରମିତ ହୋଇଥାନ୍ତି। ଏହା ନୂଆ ହୋଇଥିବାରୁ ଏହା ଉପରେ ବିଶେଷ ପ୍ରଚାର ପ୍ରସାର ହୋଇନାହିଁ। କୌଣସି ହସ୍ପିଟାଲରେ ଏହାର ସଂକ୍ରମଣ ହେଲେ ଏହାକୁ ସମ୍ପୃକ୍ତ ହସ୍ପିଟାଲ ଦ୍ୱାରା ଏପରି କି ସରକାରଙ୍କ ଦ୍ୱାରା ଲୁଚେଇ ଦିଆଯାଏ, କାରଣ ଲୋକମାନେ ଭୟଭୀତ ହୋଇ ଆଉ ହସ୍ପିଟାଲକୁ ଆସିବେ ନାହିଁ। ଏପରି କି ଆମେରିକାରେ କୌଣସି ହସ୍ପିଟାଲରେ ସଂକ୍ରମଣ ହେଲେ ତାହା ପ୍ରକାଶ କରିବା ପାଇଁ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ସଂସ୍ଥାକୁ ବାରଣ କରାଯାଇଥାଏ।
ସି. ଅରିସ୍‌ ସଂକ୍ରମଣ ହେଲେ ରୋଗୀଠାରେ ଜ୍ୱର, ବିନ୍ଧା, କ୍ଳାନ୍ତି ପ୍ରଭୃତି ପ୍ରାଥମିକ ଲକ୍ଷଣ ଦେଖାଯାଏ। ଏହିସବୁ ଲକ୍ଷଣ ଅନ୍ୟ ରୋଗରେ ମଧ୍ୟ ଦେଖାଯାଉଥିବାରୁ ସ୍ବତନ୍ତ୍ର ପରୀକ୍ଷା ବିନା ଏହାକୁ ଚିହ୍ନଟ କରାଯାଇପାରେ ନାହିଁ। ଏହାର ପରବର୍ତ୍ତୀ ଲକ୍ଷଣଗୁଡ଼ିକ ମଧ୍ୟରେ ଅଛି ରକ୍ତ ବିଷାୟନ ବା ସେପ୍ସିସ୍‌, କୋମା, ଅଙ୍ଗ ଅଚଳ ଓ ମୃତ୍ୟୁ। ଏହି କବକ ମଣିଷର ଚର୍ମରେ ବସତି ସ୍ଥାପନ କରିବା ସହ ଶରୀରରେ ଦୀର୍ଘଦିନ ଧରି ରହନ୍ତି ଏବଂ ଅନ୍ୟ ମଣିଷ ଦେହକୁ ସଂକ୍ରମିତ ହୁଅନ୍ତି।
ଏହି କବକ ସଂକ୍ରମଣର ଗୋଟିଏ କାରଣ ହେଲା ଡାକ୍ତରମାନେ ରୋଗୀକୁ ଅବିଚାରିତ ଭାବେ ଆଣ୍ଟିଫଙ୍ଗାଲ ଔଷଧ ଦେବା ଏବଂ କୃଷି ଓ ପଶୁପାଳନ କ୍ଷେତ୍ରରେ ମଧ୍ୟ ବ୍ୟାପକ ଆଣ୍ଟିଫଙ୍ଗାଲ୍‌ (କବକମାରୀ)ର ଉପଯୋଗ କରିବା। ଫଳରେ ସି. ଅରିସ୍‌ କବକ ଏହିସବୁ ଔଷଧର ପ୍ରତିରୋଧୀ ହୋଇଯାନ୍ତି। ଗହମ, କଦଳୀ, ବାର୍ଲି, ସେଓ, ଆଳୁ, ସୋୟାବିନ୍‌, ଅଙ୍ଗୁର, ଷ୍ଟୋନ୍‌ ଫ୍ରୁଟ୍‌ ପ୍ରଭୃତି ଫସଲରେ ଫଙ୍ଗିସାଇଡ୍‌ର ବହୁଳ ବ୍ୟବହାର ହେଉଛି। ୨୦୦୭ ପୂର୍ବରୁ ଛଅଟି ମୁଖ୍ୟ ଫଙ୍ଗିସାଇଡ୍‌ କ୍ୱଚିତ୍‌ ବ୍ୟବହାର ହେଉଥିଲା। ସେଗୁଡ଼ିକ ହେଉଛି ଆଜୋଲ, ମର୍‌ଫୋଲିନ୍‌, ବେନ୍‌ଜିମିଡାଜୋଲ୍‌, ଷ୍ଟ୍ରୋବିଲୁରିନ୍‌, ସସିନେଟ୍‌ ଡିହାଇଡ୍ରୋଜେନେଜ୍‌ ଇନ୍‌ହିବିଟର ଏବଂ ଆନିଲିନୋପାଇରିମିଡିନ୍‌। ବର୍ତ୍ତମାନ ସେଗୁଡ଼ିକର ବହୁଳ ବ୍ୟବହାର ହେଉଛି ଏବଂ ସବୁଠୁ ଅଧିକ ବ୍ୟବହାର ହେଉଛି ଆଜୋଲ୍‌ର। ଅନେକ ପ୍ରକାର କବକକୁ ମାରିଦେଉଥିବା ଆଜୋଲ୍‌କୁ ଉଭୟ ଶସ୍ୟକ୍ଷେତ୍ରରେ ଓ ଔଷଧରେ ବ୍ୟବହାର କରାଯାଉଛି। କିନ୍ତୁ କ୍ୟାଣ୍ଡିଡା ଅରିସ୍‌ କବକ ଏହାର ପ୍ରତିରୋଧୀ ହୋଇଯାଇଥିବାରୁ ଏହି ଔଷଧ ଦ୍ୱାରା ସି.ଅରିସ୍‌ ମରେନାହିଁ। ଅନ୍ୟ ଆଣ୍ଟିଫଙ୍ଗାଲ ଯଥା ଫ୍ଲୁକୋନାଜୋଲ୍‌, ଆଫୋଟେରିସିସନ୍‌ ବି ଓ ଏକିନୋକ୍ୟାଣ୍ଡିନ୍‌ ମଧ୍ୟ ସି.ଅରିସ୍‌ର କିଛି କ୍ଷତି କରିପାରନ୍ତି ନାହିଁ।
ସମ୍ଭବତଃ ସି.ଅରିସ୍‌ ବିରୋଧରେ ମଣିଷ ଅନେକ ଶତାବ୍ଦୀ ଧରି ଲଢ଼େଇ କରିଆସୁଛି, ଯାହା ଏବେ ପ୍ରତିରୋଧୀ ହୋଇ ମଣିଷର ନିୟନ୍ତ୍ରଣରୁ ଊର୍ଦ୍ଧ୍ୱକୁ ଉଠିଯାଇଛି। ଏହା ମଣିଷର ଚର୍ମ ଓ ରକ୍ତସ୍ରୋତରେ ପ୍ରବେଶ କରି ମଣିଷକୁ ରୋଗଗ୍ରସ୍ତ କରୁଛି। ଏହି ସଂକ୍ରମଣର ମୂଲ ଉତ୍ସ କ’ଣ ତାହା ଜାଣିବା ପାଇଁ ଏକ ଅନ୍ତର୍ଜାତୀୟ ଦଳ ୨୦୧୨ରୁ ୨୦୧୫ ମଧ୍ୟରେ ପାକିସ୍ତାନ, ଭାରତ, ଦକ୍ଷିଣ ଆଫ୍ରିକା ଓ ଭେନିଜୁଏଲାର ହସ୍ପିଟାଲଗୁଡ଼ିକରୁ ଅନେକ କବକୀୟ ଜୀବାଣୁ ସଂଗ୍ରହ କରିଥିଲା। ସେମାନେ ଦେଖିଲେ ଯେ ସବୁ ଜୀବାଣୁ ଆଜୋଲ ପ୍ରତିରୋଧୀ, ମାତ୍ର ସେଗୁଡ଼ିକର ଉପଭେଦରେ ଫରକ ଥିଲା, ଯାହାର ସମ୍ପୃକ୍ତ ଦେଶରେ ବ୍ୟବହୃତ ଫଙ୍ଗିସାଇଡ୍‌ ସହ ସମ୍ବନ୍ଧ ଥିଲା। ଏହି କବକ ବିସ୍ତାରିତ ଓ ବିବିଧୀକୃତ ହୋଇଥିଲା କାରଣ ରୋଗୀ ଓ ଶସ୍ୟଗୁଡ଼ିକ କୃଷି ବାଣିଜ୍ୟ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ଯାଉଥିଲେ।
୨୦୧୫ରେ ବୈଜ୍ଞାନିକମାନେ ଆବିଷ୍କାର କଲେ ଯେ ସି.ଅରିସ୍‌ ଜିନୋମ୍‌ ଭିତରେ ଏକ ସୁପରଫ୍ୟାମିଲି (ଏମ୍‌ଏଫ୍‌ଏସ୍‌)ର ଅନେକ ଜିନ୍‌ ରହିଛି। ଏମ୍‌ଏଫ୍‌ଏସ୍‌ ସଫଳ ଭାବେ ଅନେକ ଔଷଧର ପ୍ରଭାବକୁ ପ୍ରତିହତ କରିପାରୁଛି। ଏହା ଆଣ୍ଟିଫଙ୍ଗାଲ ବିରୋଧରେ ଲଢ଼ି ବଞ୍ଚିରହିବା ପାଇଁ ସି.ଅରିସ୍‌କୁ ସହାଯ୍ୟ କରୁଛି। ସି.ଅରିସ୍‌ ଏକମାତ୍ର କବକ ନୁହେଁ ଯାହା ଔଷଧ ପ୍ରତିରୋଧୀ। ଏହିପରି ଅନେକ ଜୀବାଣୁ ଅଛନ୍ତି ଯେଉଁମାନେ ଔଷଧ ପ୍ରତିରୋଧୀ ହୋଇ ଉଭୟ ମଣିଷ ଓ ଉଦ୍ଭିଦଠାରେ ରୋଗ ସୃଷ୍ଟି କରନ୍ତି। ଆସ୍‌ପରଗିଲସ୍‌ ଫ୍ୟୁମିଗେଟସ୍‌ ହେଉଛି ଗୋଟିଏ ପ୍ରକାର କବକ ଯାହା ମଣିଷର ଫୁସ୍‌ଫୁସ୍‌କୁ ସଂକ୍ରମଣ କରି ମୃତ୍ୟୁର କାରଣ ହୋଇଥାଏ। ପଲ୍‌ମୋନାରୀ ଆସ୍‌ପରିଲୋଗୋସିସ୍‌ ରୋଗର ଚିକିତ୍ସା ପାଇଁ ବହୁଦିନ ହେଲା ଆଜୋଲ ଆଣ୍ଟିଫଙ୍ଗାଲ, ଇଟ୍ରାକୋନାଜୋଲ୍‌, ଭୋରିକୋନାଜୋଲ୍‌ ଓ ପୋସାକୋନାଜୋଲ୍‌ର ବ୍ୟବହାର କରାଯାଇ ଆସୁଛି। କିନ୍ତୁ ଗତ ଶତାବ୍ଦୀରେ ଏହା ଉକ୍ତ ଔଷଧଗୁଡ଼ିକର ପ୍ରତିରୋଧୀ ହୋଇଯିବା ଫଳରେ ଏହି ରୋଗରେ ପ୍ରତିବର୍ଷ ପୃଥିବୀରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି।
ଅନେକ କ୍ଷେତ୍ର ଅନୁସନ୍ଧାନରୁ ବୈଜ୍ଞାନିକମାନେ ସାରା ବିଶ୍ୱରେ ବିଭିନ୍ନ ସ୍ଥାନରେ ମାଟି ଓ ଶସ୍ୟରେ ଫଙ୍ଗିସାଇଡ୍‌ ପ୍ରତିରୋଧୀ ଏ.ଫ୍ୟୁମିଗେଟସ୍‌ ପାଇଛନ୍ତି। ସହଜ ଭାଷାରେ କହିଲେ କୃଷିକ୍ଷେତ୍ରରେ ବ୍ୟାପକ କବକମାରୀ ବ୍ୟବହାର କରାଯାଉଥିବାରୁ ଉକ୍ତ ଜୀବାଣୁ ପ୍ରତିରୋଧୀ ହୋଇ ମଣିଷ ପାଇଁ ବିପଦର କାରଣ ହୋଇଛି। ତେଣୁ କୃଷି କ୍ଷେତ୍ରରୁ ସମସ୍ତ ପ୍ରକାର ଫଙ୍ଗିସାଇଡ୍‌ର ବ୍ୟବହାରକୁ ଧୀରେ ଧୀରେ ବନ୍ଦ କରି ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଆବଶ୍ୟକ। କିନ୍ତୁ ସରକାର ତାହା କରୁନାହାନ୍ତି ବରଂ ଫଙ୍ଗିସାଇଡ୍‌ର ବ୍ୟବହାରକୁ ପ୍ରୋତ୍ସାହିତ କରୁଛନ୍ତି। ସୋୟାବିନ୍‌ ଚାଷରେ ୨୦୦୨ରୁ ୨୦୦୬ ମଧ୍ୟରେ ଫଙ୍ଗିସାଇଡ୍‌ର ବ୍ୟବହାର ଚାରିଗୁଣ ବୃଦ୍ଧି ପାଇଛି। ଅନ୍ୟ କ୍ଷେତ୍ରରେ ମଧ୍ୟ ଏହାର ବ୍ୟବହାର ବୃଦ୍ଧି ପାଇଛି। ଆଳୁରେ ୩୩ ପ୍ରକାର ଫଙ୍ଗିସାଇଡ୍‌ ବ୍ୟବହାର କରାଯାଉଛି। ଫଳରେ କୃଷି କ୍ଷେତ୍ରରେ ବ୍ୟବହୃତ ଫଙ୍ଗିସାଇଡ୍‌ ଭୂପୃଷ୍ଠ ଓ ଭୂତଳ ଜଳଭାଗରେ ମିଶି ତାହାକୁ ପ୍ରଦୂଷିତ କରୁଛି। କୂଅ, ନଳକୂଅ ପ୍ରଭୃତିରୁ ଆପଣ ସେହି ପାଣି ପିଉଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ବାୟୁମଣ୍ଡଳର ତାପାମାତ୍ରା ବୃଦ୍ଧି ପାଇବା ସହ ଅନିୟମିତ ବର୍ଷା ହେଉଛି ଏବଂ ତାହାଦ୍ୱାରା କବକ ବଂଶ ବୃଦ୍ଧିପାଉଛି। ତେଣୁ ଫଙ୍ଗିସାଇଡ୍‌ର ବ୍ୟବହାର ବଢ଼ୁଛି। ସଂକ୍ରମଣ ପାଇଁ ହସ୍ପିଟାଲଗୁଡ଼ିକୁ ଦୋଷ ଦେବା ଅପେକ୍ଷା ଆମେ କୃଷିକ୍ଷେତ୍ରରେ ଆଣ୍ଟିବାୟୋଟିକ୍‌ ଓ ଫଙ୍ଗିସାଇଡ୍‌ର ବ୍ୟବହାରକୁ ନିଷିଦ୍ଧ କରିବାକୁ ପଦକ୍ଷେପ ନେବ ଉଚିତ। ଅନେକ କୃଷିମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏହାକୁ ନିଷିଦ୍ଧ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କାର୍ଯ୍ୟରେ ଠିକ୍‌ ତା’ର ଓଲଟା ହିଁ କରିଛନ୍ତି।
ପରୀକ୍ଷାରୁ ଜଣାପଡ଼ିଛି ଯେ ପର୍ଯ୍ୟାୟ କୃଷି (ନଳିତା ପରେ ଧାନ, ଧାନ ପରେ ମୁଗ ଇତ୍ୟାଦି) ଓ ମିଶ୍ରିତ କୃଷି (ମୁଗ+ଫେଶୀ, ସୋୟାବିନ୍‌+ଅଳସୀ ଇତ୍ୟାଦି) ଦ୍ୱାରା କବକ ସଂକ୍ରମଣକୁ ଅନେକାଂଶରେ ଦୂରେଇ ଦିଆଯାଇପାରିବ। ପୁଣି ବୈଜ୍ଞାନିକମାନେ ଦେଖିଛନ୍ତି ଯେ ଆଳୁରେ କବକମାରୀ ବ୍ୟବହାର କରିବା ବଦଳରେ ସିଲିକା ବ୍ୟବହାର କଲେ ତାହା ଭଲ କାମ ଦିଏ। ଜୈବିକ କୃଷି ଭଲ କବକକୁ ଆମନ୍ତ୍ରଣ କରେ ଏବଂ ଖରାପ କବକକୁ ଦୂରେଇଦିଏ। ତେଣୁ ରାସାୟନିକ ସାର ବଦଳରେ କମ୍ପୋଷ୍ଟ, ଖତ ଓ ସବୁଜ ସାର ଅଧିକ ବ୍ୟବହାର କରିବା ଉଚିତ। ଆମ କୃଷି ବିଭାଗ କୃଷକମାନଙ୍କୁ ଫଙ୍ଗିସାଇଡ୍‌ ବ୍ୟବହାର କରିବା ପରି ଭୁଲ୍‌ ପରାମର୍ଶ ଦେବା ଦୁର୍ଭାଗ୍ୟଜନକ।
Email: gandhim@nic.in


All Right Reserved By

ମହାରାଷ୍ଟ୍ରର ସମସ୍ତ ଲୋକ ସଭା ଆସନରେ ମହିଳାଙ୍କ ପାଇଁ ରହିବ ସ୍ବତନ୍ତ୍ର ମତଦାନ କେନ୍ଦ୍ର

ମୁମ୍ବାଇ,୨୮।୩: ଆସନ୍ତା ମାସରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ମହିଳାମାନଙ୍କୁ ଅଧିକ ମାତ୍ରାରେ ସାମିଲ କରିବା ଲାଗି ମହାରାଷ୍ଟ୍ର ସରକାର ଏକ ଅଭିନବ ଉପାୟ...

ଫିଜିରେ ଭାରତୀୟ ବିଚାରପତି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ବିଚାର ବ୍ୟବସ୍ଥାରେ ଉତ୍କର୍ଷ ପ୍ରତିପାଦନ କରୁଥିବା ବ୍ୟକ୍ତିଙ୍କ ଚାହିଦା ସର୍ବଦା ରହିଥାଏ। ବାସ୍ତବଧର୍ମୀ ରାୟ ଦେଉଥିବା ବିଚାରପତିଙ୍କୁ ଅନ୍ୟମାନେ ଅନୁସରଣ କରିଥାଆନ୍ତି।...

ଏଇ ଭାରତରେ

ବର୍ତ୍ତମାନ ଗ୍ରୀଷ୍ମଋତୁ ଜାରି ରହିଥିବାବେଳେ ଅନେକ ସ୍ଥାନରେ ଉତ୍କଟ ଜଳସଙ୍କଟ ସୃଷ୍ଟି ହୋଇଛି। ଏଥିପାଇଁ ଗୋଟିଏ ଗାଁର ପୁଅଙ୍କୁ ବାହାଘର କରିବା ମୁସ୍କିଲ ହୋଇପଡିଛି। କାରଣ...

ବାବୁଙ୍କ ଆଇନଗତ ଲଢ଼େଇ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ କେରଳ ସରକାର ନିକଟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜୁ ନାରାୟଣ ସ୍ବାମୀଙ୍କୁ ଚାକିରିରୁ ବହିଷ୍କାର କରିଥିବାରୁ ଏହାକୁ ନେଇ...

ଆଜିର ଅର୍ଥନୀତି/ଆସନ୍ନ ତୈଳ ସଂକଟ

ଇରାନୀୟ ତୈଳ ଉପରେ କଟକଣା ଲଗାଇବା ପୂର୍ବରୁ ଆମେରିକା ଯେଉଁ ଛଅମାସର ଛାଡ଼ ଦେଇଥିଲା, ତାହା ଏବେ ଉଠାଇନେବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଆଠଟି ଦେଶ-...

ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଅଣସର

ଡା. ଅଂଶୁମାନ୍‌ କର ପିଲାଟି ଦିନୁ ପ୍ରତି ଓଡ଼ିଆର ପ୍ରାଣର ବିନ୍ଦୁ ଭାବେ ଯେଉଁ ଜଗନ୍ନାଥଙ୍କୁ ଏ ଜାତି ଜାଣିଛି, ସେଇ ଜଗନ୍ନାଥ ହେଉଛନ୍ତି ଏ...

ଏଇ ଭାରତରେ

ଜଣେ ମହିଳାଙ୍କ ଦୃଢ଼ ଇଚ୍ଛାଶକ୍ତି ଏବେ ଦେଖିବାକୁ ମିଳିଛି ଆଗ୍ରାରେ। ସ୍ଥାନୀୟ କାଗାରୋଲରେ ରହୁଥିବା ପ୍ରିୟଙ୍କା ବର୍ମା ନାମକ ଜଣେ ମହିଳା ସନ୍ତାନ ଜନ୍ମଦେବାର ମାତ୍ର...

ଏଇ ଭାରତରେ

କେତେକ ବ୍ୟକ୍ତି ନିଜର ସ୍ବାସ୍ଥ୍ୟକୁ ଜଳାଞ୍ଜଳି ଦେଇ ଅର୍ଥ ରୋଜଗାର କରିଥାଆନ୍ତି। ଏଭଳି ଏକ ଘଟଣା ମହାରାଷ୍ଟ୍ରର ବିଡ୍‌ ଜିଲାରେ ଦେଖିବାକୁ ମିଳୁଛି। ଅଧିକ ଅର୍ଥ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *