ଫାଇନାନ୍ସ ବିକଳ୍ପକୁ ବୃଦ୍ଧି କରୁଛି ହୋଣ୍ଡା

ନୂଆଦିଲ୍ଲୀ,୧୦।୭: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ଗ୍ରାହକଙ୍କ ଲାଗି ଖୁଚୁରା ଫାଇନାନ୍ସ ବିକଳ୍ପକୁ ବୃଦ୍ଧି କରୁଛି। ଏହି ପଦକ୍ଷେପ ଅନ୍ତର୍ଗତ କମ୍ପାନୀ ଚୋଳମଣ୍ଡଳମ୍‌ ଇନଭେଷ୍ଟମେଣ୍ଟ ଆଣ୍ଡ ଫାଇନାନ୍ସ କମ୍ପାନୀ ସହ ଚୁକ୍ତିରେ ସାମିଲ ହୋଇଛି। ହୋଣ୍ଡାର ବିକ୍ରି ଓ ମାର୍କେଟିଂ ଉପସଭାପତି ୟଦ୍‌ବିନ୍ଦର ସିଂ ଗୁଲେରିଆ ଏବଂ ଚୋଳମଣ୍ଡଳମର ସଭାପତି ଓ ଭେଇକିଲ ଫାଇନାନ୍ସ ବ୍ୟବସାୟ ମୁଖ୍ୟ ରବୀନ୍ଦ୍ର କୁଣ୍ଡୁଙ୍କ ମଧ୍ୟରେ ଏହି ଚୁକ୍ତି ସମ୍ପାଦିତ ହୋଇଛି। ବୀମା ପ୍ରିିମିୟମରେ ବୃଦ୍ଧି ନୂଆ ବ୍ରେକ ନିୟମ ଲାଗୁ ପରେ ଦୁଇଚକିଆ ଯାନର ମାଲିକାନା ଖର୍ଚ୍ଚ ବଢିଛି। ଅଧିକରୁ ଅଧିକ ଗ୍ରାହକ ସେମାନଙ୍କ ପସନ୍ଦର ବାଇକ କିଣିବା ଲାଗି ଫାଇନାନ୍ସ ବିକଳ୍ପକୁ ଚୟନ କରୁଥିବା ଉପସଭାପତି ଗୁଲେରିଆ କହିଛନ୍ତି। ଫାଇନାନ୍ସ ବିକଳ୍ପ ଚୟନ କରୁଥିବା ଗ୍ରାହକଙ୍କ ସଂଖ୍ୟାରେ ଆଗାମୀ ଦିନରେ ବୃଦ୍ଧି ଘଟିବ। ଗ୍ରାହକଙ୍କୁ ସହାଇଲା ଭଳି ଫାଇନାକ୍ସ ବିକଳ୍ପ ପ୍ରଦାନ ଲାଗି ଏଭଳି ଚୁକ୍ତି ସ୍ବାକ୍ଷରିତ ହୋଇଥିବା ସେ କହିଛନ୍ତି। ଚୋଳ ମଣ୍ଡଳମ ଜରିଆରେ ଯାନ ଫାଇନାନ୍ସ କଲେ ଗ୍ରାହକ ୬ ହଜାର ଟଙ୍କାର ସଞ୍ଚୟ କରିପାରିବେ। ଏହାବାଦ ଜିରୋ ପ୍ରୋସେସିଂ ଫି, ବର୍ଦ୍ଧିତ ରିପେମେଣ୍ଟ ଅବଧି ଏବଂ ନିମ୍ନ ଇଏମଆଇ ସୁବିଧା ଗ୍ରାହକ ପାଇପାରିବେ।


All Right Reserved By

କେନ୍ଦ୍ରକୁ ମିଳିବ ଅତିରିକ୍ତ ୩୦ ହଜାର କୋଟି ଟିକସ

ନୂଆଦିଲ୍ଲୀ,୮-୭: ସାଧାରଣ ବଜେଟରେ ଅତି ଧନୀଙ୍କ ବ୍ୟକ୍ତିଗତ ଆୟକର ଏବଂ ପେଟ୍ରୋଲ-ଡିଜେଲ ଉପରେ ଶୁଳ୍କ ବୃଦ୍ଧି ଯୋଗୁ ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ରେ କେନ୍ଦ୍ର ସରକାରଙ୍କୁ...

ରେନୋ ‘କ୍ୱିଡ’ର ୩ ଲକ୍ଷରୁ ଉର୍ଦ୍ଧ୍ୱ ୟନିଟ ବିକ୍ରି

ଭୁବନେଶ୍ୱର,୧୧-୬: ପ୍ରମୁଖ କମ୍ପାନୀ ରେନୋ ଏହାର ଅନ୍ୟତମ ଲୋକପ୍ରିୟ ମଡେଲ ‘କ୍ୱିଡ’ର ୩ ଲକ୍ଷରୁ ଉର୍ଦ୍ଧ୍ୱ ୟୁନିଟ ଯାନ ବିକ୍ରି କରିବାକୁ ସକ୍ଷମ ହୋଇଛି। ଘରୋଇ...

ଇଣ୍ଡିଗୋ ବିବାଦରେ ନୂଆ ମୋଡ;ପ୍ରମୋଟର ଗଙ୍ଗଓ୍ବାଲଙ୍କୁ ଜେରା କରିବ ବୋର୍ଡ

ନୂଆଦିଲ୍ଲୀ,୧୬-୭: ଇଣ୍ଡିଗୋ ଏୟାରଲାଇନ୍‌ ପ୍ରମୋଟରଙ୍କ ବିବାଦ ଏବେ ନୂଆ ମୋଡ ନେଇଛି। ଅସନ୍ତୁଷ୍ଟ ଜଣେ ପ୍ରମୋଟରଙ୍କ ପତ୍ରରୁ ସୃଷ୍ଟି ହୋଇଥିବା ଏହି ବିବାଦ ଏବେ ଗମ୍ଭୀର...

ହିସାବ ଚୂଡ଼ାନ୍ତ କରିବା ପାଇଁ ଏୟାର ଇଣ୍ଡିଆକୁ ୫୦ ଦିନ ସମୟ

ନୂଆଦିଲ୍ଲୀ,୧୨-୫: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଉପରେ ଏବେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଋଣ ବକେୟା ରହିଛି। ଚଳିତ ଆର୍ଥିକ...

ରାଜ୍ୟଗୁଡିକର ଜିଏସ୍‌ଟି ସଂଗ୍ରହ ୫.୧୮ ଲକ୍ଷ କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ,୧୬-୭: ୨୦୧୮-୧୯ ଆର୍ଥତ୍କ ବର୍ଷରେ ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ପରିମାଣ ୫.୧୮...

ଆଇଏମ୍‌ଏଫ୍‌ ଏମ୍‌ଡି ପଦରୁ କ୍ରିଷ୍ଟିନ୍‌ ଲେଗାର୍ଡଙ୍କ ଇସ୍ତଫା

ଓ୍ବାଶିଂଟନ,୧୭-୭: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଏମ୍‌ଡି ପଦବୀରୁ କ୍ରିଷ୍ଟିନ ଲେଗାର୍ଡ ଇସ୍ତଫା ଦେଇଛନ୍ତି। ଆଇଏମ୍‌ଏଫ୍‌ ବୋର୍ଡକୁ ସାକ୍ଷାତ କରି ଇସ୍ତଫା ପତ୍ର ଦେଇଥିବା ସେ...

ଷ୍ଟର୍ଲିଂ ବାୟୋଟେକ୍‌ର ୯୭୭୮ କୋଟି ଟଙ୍କାର ସମ୍ପତ୍ତି ଜବତ ଇଡି

ନୂଆଦିଲ୍ଲୀ,୨୭-୬: ବ୍ୟାଙ୍କ ଠକେଇ ମାମଲାରେ ସମ୍ପୃକ୍ତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଷ୍ଟର୍ଲିଂ ବାୟୋଟେକ୍‌ ଗ୍ରୁପର ୯୭୭୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ନାଇଜେରିଆର ତୈଳ...

ଦୂର ହେଲା ଚିନ୍ତା,ଷ୍ଟାର୍ଟଅପ୍‌ଗୁଡ଼ିକ ଏବେ କାମରେ ଲାଗିପଡନ୍ତୁ: ସିବିଡିଟି

ନୂଆଦିଲ୍ଲୀ,୭-୭: ବଜେଟରେ ଆଞ୍ଜେଲ ଟିକସ ସହ ଜଡ଼ିତ ଚିନ୍ତାକୁ ଦୂର କରାଯାଇଛି। ଏଣୁ ଷ୍ଟାର୍ଟଅପ୍‌ଗୁଡ଼ିକ ଏବେ ସମସ୍ତ ନିଜ କାମରେ ଲାଗିପଡନ୍ତୁ ବୋଲି କନ୍ଦ୍ରୀୟ ପ୍ରତ୍ୟକ୍ଷ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *