ନୂଆଦିଲ୍ଲୀ,୨୮।୩: ନିର୍ବାଚନ ଆଚରଣ ବିଧି ନେଇ ନିର୍ବାଚନ କମିଶନ(ଇସି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ସରକାରଙ୍କୁ ଘେରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଇସି ସରକାରଙ୍କୁ ୪ଟି କାରଣ ଦର୍ଶାଅ ନୋଟିସ୍‌ ପଠାଇଛନ୍ତି। ଦେଶବାସୀଙ୍କୁ ମିଶନ ଶକ୍ତି ନେଇ ସମ୍ବୋଧନ କରିବା ଘଟଣାରେ ବିରୋଧୀ ଦଳଗୁଡ଼ିକୁ ପକ୍ଷରୁ ସରକାର ଜାଣିଶୁଣି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ପରେ ନିର୍ବାଚନ କମିଶନ ଏକ ଟିମ୍‌ ଗଠନ କରି ଏହାର ଯାଞ୍ଚ୍‌ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କଂଗ୍ରେସ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନାରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ଯୋଗଦାନ ଘଟଣାରେ ନିର୍ବାଚନ କମିଶନ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଇଛନ୍ତି। ଏହା ଏକ ସାମ୍ବିଧାନିକ ପଦ ହୋଇଥିବାରୁ ରାଜୀବ କୌଣସି ମନ୍ତବ୍ୟ ଦେବାରୁ ବିରତ ରହିବା ଆବଶ୍ୟକ ଥିଲା ବୋଲି କୁହାଯାଉଛି। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେ ଭି ଚୌକିଦାର ଅଭିଯାନ ନେଇ ନିର୍ବାଚନ କମିଶନ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଇଛନ୍ତି। ଏହି ଅଭିଯାନ ସମ୍ପର୍କିତ ତଥ୍ୟ ଭାଜପା ନିର୍ବାଚନ କମିଟି ସଦସ୍ୟ ନୀରଜ କୁମାର ନିଜ ଫେସବୁକ୍‌ ଆକାଉଣ୍ଟ୍‌ରେ ଶେୟାର କରିଛନ୍ତି। ଏହା ପୂର୍ବରୁ ନିର୍ବାଚନ କମିଶନଙ୍କ ଅନୁମତି ନିଆଯାଇ ନ ଥିବାରୁ ସରକାରଙ୍କୁ ନୋଟିସ୍‌ ଦିଆଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ବାୟୋବିକ୍‌ ଏପ୍ରିଲ୍‌ ୫ ତାରିଖରେ ରିଲିଜ୍‌ ହେବ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରଡ୍ୟୁସରଙ୍କୁ ନୋଟିସ ପଠାଇଛନ୍ତି। ଏହାଦ୍ୱାରା ମୋଦିଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଫିଲ୍ମର ଟ୍ରେଲର ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


All Right Reserved By

ଜିଭ ପୋଡ଼ିଯିବା ସମସ୍ୟାରୁ ମୁକ୍ତି ପାଇବା ଲାଗି ଜାଣନ୍ତୁ କିଛି ଘରୋଇ ଉପଚାର

ଅନେକ ସମୟରେ ତରତରରେ ଗରମ ଖାଦ୍ୟ ଖାଇବା ଫଳରେ ଜିଭ ପୋଡି ଯାଇଥାଏ। ତେବେ ଜିଭ ପୋଡିଯିବା କୌଣସି ବଡ଼ ସମସ୍ୟା ହୋଇ ନ ଥିଲେ...

ଆଗୁଆ ଅଛନ୍ତି ଉଷା ଦେବୀ

ବ୍ରହ୍ମପୁର ଅଫିସ,୨୩।୫- ଚିକିଟି ବିଧାନସଭା ର୍ନିବାଚନ ମଣ୍ଡଳୀର ଭୋଟ ଗଣତିକୁ ନେଇ ଉତ୍କଣ୍ଠା ବଢୁଛି। ବିଜେଡିର ଉଷା ଦେବୀ ଏବଂ ଭାଜପାର ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କ ମଧ୍ୟରେ...

ସେଲ୍‌ଫି ନେବା ବାହାନାରେ ୧୦ ରାଜନେତାଙ୍କ ପକେଟ୍‌ମାର

ଜଳନ୍ଧର,୩୦।୫: ପଞ୍ଜାବ ଫତେହଗଡ଼ ସାହିବ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଏକ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିବା ୧୦ ରାଜନେତାଙ୍କ ସହିତ ସେଲ୍‌ଫି ନେବା ବାହାନାରେ...

ଗାଳ୍ପିକ ଅମରେଶଙ୍କୁ ‘କହ୍ନେଇ କଥା ପୁରସ୍କାର’

ବାଲେଶ୍ୱର ଅଫିସ, ୧୧।୬- ଓଡ଼ିଆ କଥା ସାହିତ୍ୟର ପ୍ରଚଣ୍ଡ ପ୍ରତିଭାଧାରୀ ଗାଳ୍ପିକ ସ୍ବର୍ଗତ କହ୍ନେଇଲାଲ୍‌ ଦାସଙ୍କ ସ୍ମୃତିରେ ପ୍ରଦତ୍ତ ‘କହ୍ନେଇ କଥା ପୁରସ୍କାର’ ଚଳିତବର୍ଷ ପାଇଁ...

ବିଭୂତି ଓ ରୁଦ୍ରଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଚାର

ପରଜଙ୍ଗ,୧୮ା୪(.) : ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ବିଭୂତି ପ୍ରଧାନ ଓ ଢେଙ୍କାନାଳ ଏମ୍‌ପି ପ୍ରାର୍ଥୀ ରୁଦ୍ରନାରାୟଣ ପାଣିଙ୍କ ପାଇଁ ଗୁରୁବାର...

ବିଏମ୍‌ସି ମୁଖ୍ୟାଳୟରେ ସମୀକ୍ଷା ବୈଠକ: ସୋମବାର ସୁଦ୍ଧା ଜଳିବ ସବୁ ଷ୍ଟ୍ରିଟଲାଇଟ୍‌

ଭୁବନେଶ୍ୱର,୧୮।୫(ବ୍ୟୁରୋ): ବାତ୍ୟା ‘ଫନୀ’ର ପ୍ରଳୟରେ ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଯାବତ୍‌ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସେବା ସ୍ବାଭାବିକ ହୋଇପାରି ନ ଥିବା ବେଳେ ମୁଖ୍ୟ...

ଆଇଏସ୍‌ ଖୋରାସନ୍‌ ଉପରେ ଜାତିସଂଘର କଟକଣା

ଆଇଏସ୍‌ ଖୋରାସନ୍‌ ଉପରେ ଜାତିସଂଘର କଟକଣା ଜାତିସଂଘ,୧୬ା୫ : ଜାତିସଂଘ ପକ୍ଷରୁ ଆଇଏସ୍‌ର ଦକ୍ଷିଣ ଏସିଆ ଆତଙ୍କବାଦୀ ଶାଖା ‘ଆଇଏସ୍‌ ଖୋରାସନ୍‌’ ଉପରେ କଟକଣା ଲଗାଯାଇଛି।...

ଏସିଡିଟି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳୁ ଏଥିରୁ ପିଅନ୍ତୁ ଅଧାଗ୍ଲାସ…

ଥଣ୍ଡା କ୍ଷୀର ପିଇଲେ ଅନେକ ସୁଫଳ ମିଳିଥାଏ। ଏହା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୁଏ। ଏହା ପାଚନ କ୍ରିୟାକୁ ସ୍ବାଭାବିକ କରିବା ସହିତ ହାଇଡ୍ରୋକ୍ଲୋରିକ୍‌...



selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *