ସମ୍ପାଦକୀୟ/ ସଡ଼କ ଯମ

ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟଠାରୁ ସଡ଼କ ଦୁର୍ଘଟଣାଜନିତ ଲୋକଙ୍କ ମୃତ୍ୟୁସଂଖ୍ୟା ବଢ଼ି ଚାଲିଥିବା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ଗତ ୩ ବର୍ଷରେ ରାଜ୍ୟରେ ହୋଇଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ୬,୨୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ୨ ବର୍ଷ ମଧ୍ୟରେ ରାସ୍ତା ଦୁର୍ଘଟଣାରେ ୧୯ ହଜାର ଲୋକଙ୍କ ଜୀବନ ଯାଇଛି ଏବଂ ୯ ଲକ୍ଷ ୩୮ ହଜାର ଆହତ ହୋଇଛନ୍ତି। ଜାତୀୟ ସ୍ତରରେ ଦେଖିଲେ ପ୍ରତିବର୍ଷ ଭାରତରେ ୧,୫୦,୦୦୦ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ପରିସଂଖ୍ୟାନ କହେ ଦୈନିକ ୪୦୦ ଲୋକ ରାସ୍ତା ଦୁର୍ଘଟଣା ଯୋଗୁ ପରଲୋକଗତ ହେଉଛନ୍ତି। ଏସବୁ ତଥ୍ୟକୁ ବିଶ୍ଳେଷଣ କଲେ ସଡ଼କ ଦୁର୍ଘଟଣା ପଛରେ ଜନସାଧାରଣ ଦାୟୀ ବୋଲି ସ୍ପଷ୍ଟ ଜଣାପଡ଼ୁଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଡ୍ରାଇଭରମାନଙ୍କ ଶିକ୍ଷାଗତ ଯୋଗ୍ୟତା ଉଚ୍ଛେଦ କରିବା ଲାଗି ନିଷ୍ପତ୍ତି ନେବା ଏବେ ଚିନ୍ତାର ବିଷୟ । ୧୮ ଜୁନ୍‌ରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ସରକାରୀ ବିବୃତିିରେ କୁହାଯାଇଛି ଯେ, ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ରହିବ ନାହିଁ। ଫଳରେ ଅନେକ ବେକାର ଏହା ଦ୍ୱାରା ନିଯୁକ୍ତି ସୁଯୋଗ ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରିି ନିଷ୍ପତ୍ତିକୁ କୌଣସି ମହଲରୁ ଏପର୍ଯ୍ୟନ୍ତ ସମାଲୋଚନା କରାଯାଇ ନାହିଁ। ତାହାର ମୁଖ୍ୟ କାରଣ ହେଉଛି, ସଡ଼କରେ ନିଜର ସୁରକ୍ଷା କେଉଁଭଳି ଭାବେ କରାଯାଇପାରିବ, ସେ ସମ୍ପର୍କରେ ଆମେ କେହି ସଚେତନ ନୋହୁଁ।
ମୋଟର ଭେଇକିଲ ନିୟମ ୧୯୮୯ ଅନୁଯାୟୀ, ପରିବହନ ଦିଗରେ କାର୍ଯ୍ୟ କରୁଥିବା ଗାଡ଼ି ଡ୍ରାଇଭର ଲାଇସେନ୍ସ ପାଇବା ପାଇଁ ସର୍ବନିମ୍ନ ଯୋଗ୍ୟତା ଅଷ୍ଟମ ରଖାଯାଇଛି। ସରକାରଙ୍କ ନୂଆ ନିୟମ ଲାଗୁ ହେଲେ ଏଣିକି ଡ୍ରାଇଭର ହେବା ପାଇଁ ଅପାଠୁଆ ଯୋଗ୍ୟତା ଅର୍ଜନ କରିପାରିବେ। ଅର୍ଥାତ୍‌ କେବଳ ଗାଡ଼ି ଚଳାଇବାର ଦକ୍ଷତା ଲାଗି ଥିବା ପରୀକ୍ଷାରୁ ଉତ୍ତୀର୍ଣ୍ଣ ହୋଇଗଲେ ବିଧିବଦ୍ଧ ଚାଳକ ପାଲଟିଯିବେ। ଉକ୍ତ ମନ୍ତ୍ରଣାଳୟ ଆଶଙ୍କା ବ୍ୟକ୍ତ କରିଛି ଯେ, ଦେଶରେ ପ୍ରାୟ ୨୨ ଲକ୍ଷ ଡ୍ରାଇଭରଙ୍କ ଅଭାବ ରହିଛି। ଏଥିଯୋଗୁ ପରିବହନ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରୁ ନାହିଁ। ତେଣୁ ଗାଡ଼ି ଚଳାଇବାରେ ଦକ୍ଷ ଥିବା ଅପାଠୁଆଙ୍କୁ ଏହି କ୍ଷେତ୍ରରେ ବିନିଯୋଗ କରାଗଲେ ପରିସ୍ଥିତିରେ ଉନ୍ନତି ଆସିପାରିବ। କେନ୍ଦ୍ର ସରକାରଙ୍କ ମୋଟର ଭେଇକିଲ୍‌ ନିୟମ ସର୍ବଭାରତୀୟ ସ୍ତରରେ ପ୍ରଯୁଜ୍ୟ ହୋଇଥାଏ। ଅପାଠୁଆ ଯେତେବେଳେ ଡ୍ରାଇଭର ହେବେ, ସେତେବେଳେ ସାଧାରଣ ନିୟମ ରକ୍ଷା କରିବା ଦିଗରେ ସେମାନଙ୍କ କୌଣସି ସଚେତନତା ରହିବ ନାହିଁ। ବେକାରଙ୍କୁ ନିଯୁକ୍ତି ଦେବାର ଆଳ ଦେଖାଉଥିବା କେନ୍ଦ୍ର ସରକାର ଏହି ଦେଶର ସଡ଼କଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ମୃତ୍ୟୁଯନ୍ତାରେ ପରିଣତ କରିଦେବାର ଉଦ୍ୟମ ଆରମ୍ଭ କରିଛି। ଆଜିର ପରିସ୍ଥିତିକୁ ଦେଖିଲେ ଭୁବନେଶ୍ୱର ଭଳି ନଗରରେ ଓଲା କମ୍ପାନୀ ଭଳି ଟାକ୍ସି ଚାଳକମାନଙ୍କର ମଧ୍ୟ ରାସ୍ତା ନିୟମ ସମ୍ପର୍କରେ କୌଣସି ଜ୍ଞାନ ନାହିଁ। ଏକ ଦିଗ (ଓ୍ବାନ୍‌ ଓ୍ବେ) ରାସ୍ତାରେ ଉଭୟପଟକୁ ଅନୁରୂପ ଭାବେ ବ୍ୟବହାର କରାଯାଉଥିବାର ମାରାତ୍ମକ ଲକ୍ଷଣ ଦେଖିବାକୁ ମିଳୁଛି। ଏହା କେବଳ ରାଜଧାନୀରେ ସୀମିତ ନୁହେଁ, ସମଗ୍ର ଓଡ଼ିଶାରେ ଗାଡ଼ିଚାଳକଙ୍କ ସର୍ବନିମ୍ନ ଦକ୍ଷତାର ଘୋର ଅଭାବ ଦେଖାଦେଉଛି। ନୂତନ ଭାବେ ଲାଗୁଥିବା ଟ୍ରାଫିକ୍‌ ଆଲୁଅ ସଙ୍କେତକୁ ବୁଝିକରି ନିୟମ ମାନିବାରେ କାହାରି ଇଚ୍ଛା ଥିବା ଭଳି ମନେହୁଏ ନାହିଁ। ଏହିଭଳି ନୂତନ ଯନ୍ତ୍ରପାତିର ବ୍ୟବହାର କରାଗଲେ କିଛି ମାସ ପାଇଁ ନାଗରିକଙ୍କୁ ସଚେତନ କରିବାର ପ୍ରୟୋଜନ ରହିଥାଏ। ଓଡ଼ିଶାରେ ସେହି ସର୍ବନିମ୍ନ କାର୍ଯ୍ୟ କରିବା ସକାଶେ କାହାରି ଚିନ୍ତା ଥିବା ପରି ଲାଗୁ ନାହିଁ। ଏଭଳି ବିଶୃଙ୍ଖଳିତ ରାସ୍ତା ପରିସ୍ଥିତିରେ ଯେତେବେଳେ ବହୁଳ ମାତ୍ରାରେ ଅଶିକ୍ଷିତ ମାଡ଼ି ଆସିବେ, ସେତେବେଳେ ସେମାନେ ନିଜେ ଧକ୍କା ଲଗାଇ ମରିବା ସହିତ ଆହୁରି ଅନେକଙ୍କୁ ମାରିଦେବେ। ଏଭଳି ଦୁଃଖଦ ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ସରକାର ଆଇନ ପରିବର୍ତ୍ତନର ପୁନର୍ବିଚାର କରିବା ଦରକାର।
ସାଧାରଣରେ ଧାରଣା ରହିଛି, ଗାଡ଼ି ଡ୍ରାଇଭର ଯେକେହି ହୋଇପାରିବେ ଓ ସେମାନଙ୍କୁ ନୂ୍ୟନ ଦୃଷ୍ଟିରେ ଦେଖାଯାଇଥାଏ। ଅନ୍ୟ ଦେଶଗୁଡ଼ିକରେ ଗାଡ଼ିଚାଳକଙ୍କର ପାଠ ପଢ଼ିବା ସହିତ ରାସ୍ତା ନିୟମ ସମ୍ପର୍କରେ ଜ୍ଞାନ ଥିବାକୁ ନେଇ ପରୀକ୍ଷା କରାଯାଇଥାଏ। ସଡ଼କରେ ଲାଗିଥିବା ବିଭିନ୍ନ ପ୍ରତୀକ ଏବଂ ଲେଖାକୁ ପଢ଼ି ବୁଝିବାର ଦକ୍ଷତା ସମ୍ପର୍କରେ ସେମାନେ ଅବଗତ ଥିଲେ ଲାଇସେନ୍ସ ପାଇପାରିଥାଆନ୍ତି। ଭାରତରେ ତ କୌଣସି ଦକ୍ଷତାର ପ୍ରୟୋଜନ ନ ଥାଏ। ସମ୍ଭବତଃ କେବଳ ଆଧାର କାର୍ଡ ଦେଖାଇପାରିଲେ ଲାଇସେନ୍ସ ହାସଲ ସହଜ ହେବ।
ପ୍ରତିବର୍ଷ ଉପରଠାଉରିଆ ଭାବେ ସଡ଼କ ନିରାପତ୍ତା ସପ୍ତାହ ପାଳନ କରାଯାଉଛି। ହେଲେ ଏହାର ସୁଫଳ ସେଭଳି ମିଳିପାରୁ ନାହିଁ। ବିଭିନ୍ନ ରାଜ୍ୟରେ ହେଉଥିବା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ସମୀକ୍ଷା କରିବାକୁ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି କେ.ଏସ୍‌. ରାଧାକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ପ୍ରତିବର୍ଷ ରାସ୍ତା ଦୁର୍ଘଟଣାଜନିତ ମୃତ୍ୟୁ ପୂର୍ବବର୍ଷଠାରୁ ୧୦ ପ୍ରତିଶତ ହ୍ରାସ କରିବାକୁ କମିଟି ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲା। ଓଡ଼ିଶା କଥା ଦେଖିଲେ ଏହି ମୃତ୍ୟୁହାର କମିବା ବଦଳରେ ବଢ଼ିଚାଲିଛି। କେବଳ ଓଡ଼ିଶା ନୁହେଁ, ଦେଶବ୍ୟାପୀ ଏହି ଧାରା ବଜାୟ ରହୁଥିବାରୁ ସଡ଼କ ମନ୍ତ୍ରଣାଳୟ ଏ ଦିଗରେ ଗଭୀର ଭାବେ ଅନୁଶୀଳନ କରିବା କଥା। ଅପାଠୁଆଙ୍କ ହାତରେ ଷ୍ଟିୟରିଂ ଧରାଇଦେଇ ଅଧିକ ଡ୍ରାଇଭର ସୃଷ୍ଟି କରିବାକୁ ଚାହୁଁଥିବା ମନ୍ତ୍ରଣାଳୟର ନିଷ୍ପତ୍ତିରେ ପରିବର୍ତ୍ତନ ନ ହେଲେ ସଡ଼କ ଉପରେ ଅଧିକ ଯମ ବୁଲିବା ସାର ହେବ।


All Right Reserved By

ଏଇ ଭାରତରେ

ଜଳର ଅନ୍ୟ ନାମ ଜୀବନ। କାରଣ ଜଳ ବିନା ଜୀବନ ବଞ୍ଚତ୍ବା ଅସମ୍ଭବ। ଆମ ଦେଶର କେଉଁ ଅଞ୍ଚଳରେ ପ୍ରଚୁର ପରିମାଣରେ ଜଳ ମିଳୁଥିବା ବେଳେ...

ଏଇ ଭାରତରେ

ଭାରତବର୍ଷରେ ଏପରି ସ୍ଥାନ ଅଛି ଯେଉଁଠି ପ୍ରତି ଘରେ ଜଣେ ମହିଳାଙ୍କର ରହିଛନ୍ତି ଏକାଧିକ ସ୍ବାମୀ। ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ମହାଭାରତରେ...

ଓଡ଼ିଶାର ପାଲା ସଂସ୍କୃତି

ନୃସିଂହ ଚରଣ ମହାପାତ୍ର ଆମ ଉତ୍କଳ ପ୍ରଦେଶର ଯେତେପ୍ରକାର ସଂସ୍କୃତି ରହିଛି ତନ୍ମଧ୍ୟରୁ ପାଲା ଅନ୍ୟତମ। ମୋଗଲ ଶାସନ ଅମଳରୁ ସତ୍ୟନାରାୟଣ ପାଲା ବା ସତ୍ୟପୀର...

ବୋଉର ଶାଢ଼ି

ରୁଦ୍ର ପ୍ରସନ୍ନ ରଥ ଓଡ଼ିଆ ଘରେ ଝିଅଟିଏ ବାହାହେଲା ବେଳେ ଶାଢ଼ିକୁ ବେଶ୍‌ ଗୁରୁତ୍ୱ ଦେଇଥାନ୍ତି। ଝିଅ କେଉଁ ଶାଢ଼ି ପିନ୍ଧି ମଣ୍ଡପ ଉପରକୁ ଯିବ,...

ଆଜିର ଅର୍ଥନୀତି/ବଜେଟ ତ୍ରୁଟି

ନିକଟରେ ବଜେଟ ଉପସ୍ଥାପନ ପରେ ପରେ ବିଏସ୍‌ଇ ସେନ୍‌ସେକ୍ସ ତଳକୁ ଖସିଥିବା ବେଳେ ଗୁରୁବାର ଓଲଟିଯାଇ ୨୬୬ ପଏଣ୍ଟ ବୃଦ୍ଧିପାଇଛି। ୟୁଏସ୍‌ ଫେଡ୍‌ ରେଟ୍‌ ହ୍ରାସ...

ବାବୁଙ୍କ ଆଇନଗତ ଲଢ଼େଇ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ କେରଳ ସରକାର ନିକଟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜୁ ନାରାୟଣ ସ୍ବାମୀଙ୍କୁ ଚାକିରିରୁ ବହିଷ୍କାର କରିଥିବାରୁ ଏହାକୁ ନେଇ...

ଅଣ୍ଡା ଓ ହୃଦ୍‌ରୋଗ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆମ ରକ୍ତରେ ଥିବା କୋଲେଷ୍ଟରୋଲ ହେଉଛି ଏକ ପ୍ରକାର ଚର୍ବି ପରି ଉପାଦାନ। ଏହା ଆମ ଶରୀର ଦ୍ୱାରା ଉତ୍ପନ୍ନ...

ଫିଜିରେ ଭାରତୀୟ ବିଚାରପତି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ବିଚାର ବ୍ୟବସ୍ଥାରେ ଉତ୍କର୍ଷ ପ୍ରତିପାଦନ କରୁଥିବା ବ୍ୟକ୍ତିଙ୍କ ଚାହିଦା ସର୍ବଦା ରହିଥାଏ। ବାସ୍ତବଧର୍ମୀ ରାୟ ଦେଉଥିବା ବିଚାରପତିଙ୍କୁ ଅନ୍ୟମାନେ ଅନୁସରଣ କରିଥାଆନ୍ତି।...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *