ଭୁବନେଶ୍ୱର,୨୮।୩(ବ୍ୟୁରୋ): ଶେଷରେ ଭାଜପାକୁ ପ୍ରତ୍ୟାବର୍ତ୍ତନ କଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ତାଙ୍କ ମାନଭଞ୍ଜନ କରିବାରେ ସଫଳ ହେଲେ ଦଳୀୟ ନେତା। ପୂର୍ବରୁ ସେ ଭାଜପାକୁ ଫେରିବେ ବୋଲି ଆକଳନ କରାଯାଉଥିବା ବେଳେ ଗୁରୁବାର ସେ ଦଳକୁ ଫେରିଥିବା ନିଜେ ସ୍ପଷ୍ଟ କରିଛନ୍ତି।

ପୂର୍ବାହ୍ନରେ ବିଜୟଙ୍କ ବାସଭବନରେ ଦଳ ପ୍ରଭାରୀ ଅରୁଣ ସିଂହ ଓ ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପହଞ୍ଚି ତାଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବିଜୟ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ‘ ମୁଁ ଭାଜପାକୁ ଫେରିଲି। ଓଡ଼ିଶାରେ ନୂତନ ପରିବର୍ତ୍ତନ ଲାଗି ଆମେ ନୂଆ ଅଭିଯାନରେ ବାହାରିଛୁ। ପୁରୁଣା କଥା ଭୁଲି ନୂଆ ସଙ୍କଳ୍ପ ନେଇ କାର୍ଯ୍ୟ କରିବୁ । କେଉଁଠୁ ନିର୍ବାଚନ ଲଢ଼ିବି ତାହା ଦଳ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି। ତେବେ ବିଜୟଙ୍କ ଘର ଲେଉଟାଣି ପରେ କେନ୍ଦ୍ରାପଡ଼ା ରାଜନୀତି ସରଗରମ ହୋଇ ଉଠିଛି। ଭାଜପାର ଏହି ତୁଙ୍ଗ ନେତା ଗତଥର ମହାକାଳପଡ଼ା ଆସନରୁ ଲଢ଼ି ପରାସ୍ତ ହୋଇଥିବା ବେଳେ ଏଥର ସେ ପାଟକୁରାରୁ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ପ୍ରକାଶଯେ, ୨୦୧୮ ନଭେମ୍ବର ୩୦ରେ ବିଜୟ ଭାଜପାରୁ ଇସ୍ତଫା ଦେଇଥିଲେ। ମାତ୍ର ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇ ନ ଥିଲା। ତାଙ୍କୁ ପୁନର୍ବାର ଦଳକୁ ଫେରାଇ ଆଣିବା ଲାଗି ଭାଜପାର କେନ୍ଦ୍ରୀୟ ତଥା ରାଜ୍ୟସ୍ତରୀୟ ନେତାମାନେ ଗତ କିଛି ଦିନ ଧରି ତାଙ୍କ ସହ ଯୋଗାଯୋଗ କରିଆସୁଥିଲେ। ବୈଜୟନ୍ତ ଓ କନକ ବର୍ଦ୍ଧନ ସିଂ ଦେଓ ମଧ୍ୟ ତାଙ୍କୁ ଭେଟି ଆଲୋଚନା କରିଥିଲେ। ଶୁକ୍ରବାର ମୋଦିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଥିବାବେଳେ ବିଜୟ ସେଥିରେ ଯୋଗଦେବେ। ଏଥିସହ ସେଠାରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହେବେ ବୋଲି ଜଣାପଡ଼ିଛି।


All Right Reserved By

ଏଟିଏମରୁ ଟଙ୍କା ବାହାର କରୁଛନ୍ତି କି? ରୁହନ୍ତୁ ସତର୍କ, ନଚେତ୍‌ ଆକାଉଣ୍ଟ ହୋଇଯିବ ଖାଲି

ଏଟିଏମରୁ ଟଙ୍କା ବାହାର କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ନଚେତ ଆକାଉଣ୍ଟ ଖାଲି ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଏନେଇ...

ହିନ୍ଦୋଳରେ ସୀମାରାଣୀ ୩୩୮୨ ଭୋଟରେ ଆଗୁଆ

ହିନ୍ଦୋଳ, ୨୩।୫(ଡି.ଏନ୍‌.ଏ.)-ହିନ୍ଦୋଳ ବିଧାନସଭା ଆସନରେ ୧୨ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ତଥା ବିଧାୟିକା ସୀମାରାଣୀ ନାୟକ ୨୮,୧୭୨ ଖଣ୍ଡ ଭୋଟ ପାଇ ଆଗୁଆ ହୋଇଛନ୍ତି।...

ବିଭୂତି ପ୍ରଧାନ ୧୩୫୨ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ୩୦ ରାଉଣ୍ଡ ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ସେ ୬୮,୦୬୮ ଭୋଟ ପାଇଛନ୍ତି। ତାଙ୍କ...

ଡେଣା ଥିବା ପୋଷାକ ପିନ୍ଧି ଚର୍ଚ୍ଚାରେ ଡ୍ରିଜାନା ଲିତକେ

ମଣିଷ ସବୁବେଳେ କଳ୍ପନା ଦୁନିଆରେ ହଜିଯିବାକୁ ଭଲପାଏ। ସେଇଥିପାଇଁ ତ ସୁପରମ୍ୟାନ୍‌, ସ୍ପାଇଡରମ୍ୟାନ୍‌ ଭଳି ସୁପର୍‌ ପାଓ୍ବାର ଥିବା ଚରିତ୍ର ସବୁବେଳେ ମଣିଷକୁ ଆକୃଷ୍ଟ କରିଆସିଛି।...

ଆଧାର ସଂଶୋଧନ ବିଲ୍‌କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧୩ା୬: ଆସନ୍ତା ୧୭ରୁ ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ସେଥିରେ ଆଧାର ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍‌, ୨୦୧୯ ଆଗତ କରାଯିବ। ପ୍ରଧାନମନ୍ତ୍ରୀ...

ଇନ୍ଦିରା-ନେହେରୁଙ୍କ ବଂଶଜ ଯୋଗକୁ ସମ୍ମାନ ଦେଇନାହାନ୍ତି ବୋଲି ଶାସନ ଗାଦିରୁ ହଟିଲେ

ନୂଆଦିଲ୍ଲୀ, ୨୦।୬: ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ଯୋଗଗୁରୁ ସ୍ବାମୀ ରାମଦେବ ନେହୁର-ଇନ୍ଦିରାଙ୍କ ବଂଶଜଙ୍କ ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି, ନେହୁର...

ହାତୀ ଆକ୍ରମଣରେ ବୃଦ୍ଧାଙ୍କ ଜୀବନ ଗଲା

ଅନୁଗୋଳ,୨୦ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କଣଲୋଇ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ତାଳତଇଲାରେ ସୋମବାର ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ଜୀବନ ଯାଇଛି।...

ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ରୋମ,୨୭।୫: ରୋମ ସହରରେ ଥିବା ଏକ ଘରେ ଭିଷଣ ନିଆଁ ଲାଗିଯାଇଥିବାର ଏକ ଭିଡିଓ ସାମ୍‌ନାକୁ ଆସିଛି। ଯେଉଁଥିରେ ଜଣେ ଯୁବକ ନିଜର ଉପସ୍ଥିତି ବୁଦ୍ଧି...


selfi corner

 

Model This Week

Why Dharitri

Leave a comment

Your email address will not be published. Required fields are marked *