ଚାଇନାରୁ ଭାରତକୁ ଆସିବେ ୨୦୦ ଆମେରିକୀୟ କମ୍ପାନୀ

ନୂଆଦିଲ୍ଲୀ,୨୮-୪: ସାଧାରଣ ନିର୍ବାଚନ ପରେ ଆମେରିକାର ପ୍ରାୟ ୨୦୦ କମ୍ପାନୀ ନିଜର ମାନୁଫାକଚରିଂ ସେଣ୍ଟରକୁ ଭାରତକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଆମେରିକା ଓ ଭାରତର ସମ୍ପର୍କ ସୁଦୃଢ଼ୀକରଣ ଲାଗି କାର୍ଯ୍ୟରତ ଆଡଭୋକେସୀ ଗ୍ରୁପ୍‌ ୟୁଏସ୍‌-ଇଣ୍ଡିଆ ଷ୍ଟ୍ରାଟେଜିକ ଆଣ୍ଡ ପାର୍ଟନରସିପ୍‌ ଫୋରମ(ୟୁଏସ୍‌ଆଇଏସ୍‌ପିଏଫ୍‌) ଏହା ପ୍ରକାଶ କରିଛି। ଫୋରମ ପକ୍ଷରୁ କୁହାଯାଇଛି ଯେ, ଚାଇନା ବଦଳରେ ଅନ୍ୟ କୌଣସି ବିକଳ୍ପ ଖୋଜୁଥିବା ଏହି କମ୍ପାନୀଗୁଡ଼ିକ ପାଇଁ ଭାରତ ଆଦର୍ଶ ସ୍ଥାନ ହେବ। ଭାରତରେ ନିବେଶ କରି କିଭଳି ଚାଇନାର ବିକଳ୍ପ ପ୍ରସ୍ତୁତ କରିପାରିବେ ସେନେଇ ଆମେରିକୀୟ କମ୍ପାନୀଗୁଡ଼ିକ ତାଙ୍କ ସହ ଆଲୋଚନା କରୁଛନ୍ତି ଓ ପଚାରି ବୁଝୁଛନ୍ତି ବୋଲି ଫୋରମ୍‌ ଅଧ୍ୟକ୍ଷ ମୁକେଶ ଅଘି କହିଛନ୍ତି।

ଭାରତରେ ସାଧାରଣ ନିର୍ବାଚନ ପରେ କେନ୍ଦ୍ରରେ ଆସିବାକୁ ଥିବା ନୂଆ ସରକାରକୁ ଆର୍ଥିକ ସଂସ୍କାର ଦ୍ରୁତ କରିବା ତଥା ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଲାଗି କୁହାଯିବ ବୋଲି ଅଘି ଉଲ୍ଲେଖ କରିଛନ୍ତି। ଗଣମାଧ୍ୟମ ସହ ଆଲୋଚନା କାଳରେ ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଦ୍ୱାରା ଗତ ୧୨ରୁ ୧୮ ମାସ ମଧ୍ୟରେ ଇ-କମର୍ସ ଓ ଡାଟା ଲୋକାଲାଇଜେଶନ ଭଳି ମାମଲାରେ ନିଆଯାଇଥିବା ନିଷ୍ପତ୍ତିକୁ ଆମେରିକୀୟ କମ୍ପାନୀଗୁଡ଼ିକ ଅନ୍ତର୍ଜାତୀୟ ବଦଳରେ ଘରୋଇ ଦୃଷ୍ଟିକୋଣ ବୋଲି ମନେ କରୁଛନ୍ତି। ଆମେରିକୀୟ କମ୍ପାନୀଗୁଡ଼ିକୁ କିଭଳି ଆକର୍ଷିତ କରିବାକୁ ହେବ ସେଦିଗରେ ସରକାରଙ୍କୁ ବୁଝିବାକୁ ହେବ। ଏଥିପାଇଁ ଜମିରୁ ଆରମ୍ଭ କରି ସୀମାଶୁଳ୍କ ପର୍ଯ୍ୟନ୍ତ ସମସ୍ତ ପ୍ରସଙ୍ଗରେ ଧ୍ୟାନ ଦେବାକୁ ହେବ। ଆଗାମୀ ଦିନରେ ଅର୍ଥନୀତିରେ ଅନେକ ସଂସ୍କାର ଆଣିବାକୁ ହେବ। ଏହାଦ୍ୱାରା ଭାରି ମାତ୍ରାରେ ନୂଆ ନିଯୁକ୍ତି ସୃଷ୍ଟି ହେବ। ଏହାଛଡ଼ା ଭାରତ-ଆମେରିକା ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି(ଏଫ୍‌ଟିଏ) ହେବା ଉପରେ ଅଘି ଜୋର୍‌ ଦେଇଛନ୍ତି। ଏହାଦ୍ୱାରା ଭାରତକୁ ଫାଇଦା ମିଳିବ। କାରଣ ଚାଇନାରୁ ଆସୁଥିବା ଶସ୍ତା ସାମଗ୍ରୀକୁ ନେଇ ଚିନ୍ତିତ ଥିବା ଭାରତର ଆବଶ୍ୟକତା ଏହାଦ୍ୱାରା ଦୂର ହୋଇଯିବ। ଫୋରମର ସଦସ୍ୟ କମ୍ପାନୀଙ୍କ ଏକ ଉଚ୍ଚସ୍ତରୀୟ ମାନୁଫାକଚରିଂ କାଉନସିଲ ଗଠନ କରାଯାଇଛି ବୋଲି ଅଘି ସୂଚନା ଦେଇଛନ୍ତି। ତାଙ୍କର କହିବାନୁଯାୟୀ, ଭାରତରେ ମାନୁଫାକଚରିଂ ଆରମ୍ଭ କରିବା ଲାଗି ବ୍ୟାକ୍‌ଅପ୍‌ ଷ୍ଟ୍ରାଟେଜିର ଆବଶ୍ୟକତା ରହିଛି। କିନ୍ତୁ ଛୋଟ ଛୋଟ ପ୍ରସଙ୍ଗ ଏହାକୁ ପଛକୁ ଟାଣି ପାରେ ବୋଲି ଅଘି ଆଶଙ୍କା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଆମେରିକାର କମ୍ପାନୀଗୁଡ଼ିକ ଭାରତକୁ ଆସିଲେ ବହୁ ପରିମାଣରେ ନିବେଶ ମଧ୍ୟ ଦେଶକୁ ଆସିବ। ଗତ ୪ ବର୍ଷ ମଧ୍ୟରେ ଫୋରମର ସଦସ୍ୟ କମ୍ପାନୀଗୁଡ଼ିକ ଭାରତରେ ୫୦ ବିଲିୟନ ଡଲାର ନିବେଶ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।


All Right Reserved By

‘ବିମୁଦ୍ରୀକରଣ ପରେ ମ୍ୟୁଚୁଆଲ ଫଣ୍ଡ ନିବେଶ ବଢିଛି’

ଭୁବନେଶ୍ୱର,୧୭-୭(ବ୍ୟୁରୋ): ବିମୁଦ୍ରୀକରଣ ପରେ ଦେଶରେ ମ୍ୟୁଚୁଆଲ ଫଣ୍ଡ ନିବେଶ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଲୋକମାନେ ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ (ଏସ୍‌ଆଇପି) ଦ୍ୱାରା...

ୟୁକୋ ବ୍ୟାଙ୍କର ନୂତନ ଆଞ୍ଚଳିକ ପ୍ରବନ୍ଧକ

ଭୁବନେଶ୍ୱର,୧୮-୪: ୟୁକୋ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ପ୍ରବନ୍ଧକ ଭାବେ ଟି.ଆର, ଚୋକଲିଙ୍ଗମ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଗୁଜରାଟର ଅହମ୍ମଦାବାଦ...

୨୦୧୭ ତୁଳନାରେ କମ୍‌ ହୋଇଛି ୫୯୭ ଏଟିଏମ୍‌

ମୁମ୍ବାଇ,୯-୬: ଦେଶରେ ଏଟିଏମ୍‌ ସଂଖ୍ୟା ୨୦୧୭ ତୁଳନାରେ ୨୦୧୯ରେ କମିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ରିପୋର୍ଟରେ ପ୍ରକାଶ କରାଯାଇଛି। ୨୦୧୯ରେ ଏହି ସଂଖ୍ୟା ୫୯୭...

ଜେଟ୍‌ ଏୟାରଓ୍ବେଜ ପୁନରୁଦ୍ଧାର ଆଶା କ୍ଷୀଣ

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେଜର ପୁନରୁଦ୍ଧାର ଆଶା କ୍ଷୀଣ ହେବାରେ ଲାଗିଛି। ଏହାର ବିମାନ ପୁଣିଥରେ ଉଡ଼ିବାର ସମ୍ଭାବନା ନ ଥିଲା ଭଳି ମନେ ହେଉଛି। କାରଣ...

କେନ୍ଦ୍ରକୁ ଓଡ଼ିଶାର ଅନୁରୋଧ ;ଏଫ୍‌ସିଆରଏ ମଞ୍ଜୁରୀ ତ୍ୱରାନ୍ବିତ କର

ନୂଆଦିଲ୍ଲୀ,୧୪-୫: ବାତ୍ୟା ଫନୀ ଯୋଗୁ ଓଡ଼ିଶାର ନାହିଁ ନ ଥିବା କ୍ଷତି ହୋଇଛି। ରାଜ୍ୟରେ ଥଇଥାନ ଓ ପୁନରୁଦ୍ଧାର ଲାଗି ଦେଶର ବିଭିନ୍ନ ପ୍ରାନ୍ତରରୁ ସହାୟତା...

ସମ୍ବଲପୁରରେ ରାପିଡୋ ବାଇକ୍‌ ସେବା ଶୁଭାରମ୍ଭ

ସମ୍ବଲପୁର,୨୧-୬: ପ୍ରମୁଖ ବାଇକ୍‌ ଟାକ୍ସି ସେବା ପ୍ରଦାନକାରୀ ରାପିଡୋ ପକ୍ଷରୁ ସମ୍ବଲପୁରରେ ସେବା ଶୁଭାରମ୍ଭ କରାଯାଇଛି। ଟ୍ରାଫିକ ଅସୁବିଧାକୁ ଧ୍ୟାନରେ ରଖି କମ୍ପାନୀ ଏଭଳି ଏକ...

ଭାରତର ୭.୫%ବିକାଶ ହାରରେ ବିଶ୍ୱବ୍ୟାଙ୍କ କାଏମ

ନୂଆଦିଲ୍ଲୀ,୬-୬: ଭାରତର ଆର୍ଥିକ ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷରେ ୭.୫% ରହିବ ବୋଲି ବିଶ୍ୱ ବ୍ୟାଙ୍କ ନିଜର ପୂର୍ବାନୁମାନରେ ଏବେ ସୁଦ୍ଧା କାଏମ ରହିଛି।...

ମୋଦି ୨.୦ର ପ୍ରଥମ ବଜେଟ; ନିର୍ମଳାଙ୍କ ସମ୍ମୁଖରେ ବିକାଶ ବୃଦ୍ଧିର ଆହ୍ବାନ

ନୂଆଦିଲ୍ଲୀ,୪-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ ଉପସ୍ଥାପନ କରିବେ। ସେ ଏଭଳି ସମୟରେ ଦେଶର ଅର୍ଥମନ୍ତ୍ରୀ ପଦଭାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *