ଜୁଲାଇ ୨୧ରେ ସ୍ବତନ୍ତ୍ର ଓଜେଇଇ

ଭୁବନେଶ୍ୱର,୩୦ା୬(ବ୍ୟୁରୋ)- ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ ଦ୍ୱିତୀୟ ସ୍ବତନ୍ତ୍ର ଓଜେଇଇ। ଏଥିଲାଗି ରବିବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରୀଛାତ୍ରମାନେ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଏହି ଦ୍ୱିତୀୟ ପର୍ଯ୍ୟାୟ ଓଜେଇଇ ପାଇଁ ଆବେଦନ କରିପାରିବେ। ବିଟେକ୍‌ ସହ ବିଟେକ୍‌ ଲାଟେରାଲ୍‌ ଏଣ୍ଟ୍ରି, ଏମ୍‌ବିଏ, ଏମ୍‌ସିଏ ଏବଂ ଏମ୍‌ସିଏ ଲାଟେରାଲ୍‌ ଏଣ୍ଟ୍ରିରେ ନାମଲେଖା ପାଇଁ ଏହି ପରୀକ୍ଷା ହେବ। ଓଜେଇଇ ଭଳି ସମାନ ଢାଞ୍ଚାରେ ସ୍ବତନ୍ତ୍ର ଓଜେଇଇ ହେବ। ପରୀକ୍ଷା ପାଇଁ ଆବେଦନ କରିଥିବା ଛାତ୍ରୀଛାତ୍ରମାନେ ଜୁଲାଇ ୧୫ରୁ ଆଡମିଟ୍‌ କାର୍ଡ ଓ୍ବେବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍‌ କରିପାରିବେ। ୨୧ ତାରିଖ ପୂର୍ବାହ୍ନ ୧୦ଟାରୁ ୧୧ ପର୍ଯ୍ୟନ୍ତ ୧ ଘଣ୍ଟା ଧରି ପରୀକ୍ଷା ଅନୁଷ୍ଠିତ ହେବ। ଜୁଲାଇ ୨୫ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଯେଉଁ ଛାତ୍ରୀଛାତ୍ରମାନେ ଓଜେଇଇରେ ର଼୍ୟାଙ୍କ୍‌ ପାଇଛନ୍ତି ସେମାନେ ଏହି ପରୀକ୍ଷା ଦେବା ଆବଶ୍ୟକ ନାହିଁ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି।


All Right Reserved By

ଭାଜପାର ନୂତନ ସଦସ୍ୟତା ଅଭିଯାନ ପ୍ରସଙ୍ଗଅନନ୍ତ ପ୍ରଭାରୀ, ଶାରଦା ସହପ୍ରଭାରୀ ନିଯୁକ୍ତ

ଭୁବନେଶ୍ୱର, ୧୮।୬(ବ୍ୟୁରୋ):  ଓଡ଼ିଶାରେ ଭାଜପାର ନୂଆ ସଦ୍ୟସତା ଅଭିଯାନ ଆଗକୁ ନେବା ଏବଂ ନୂଆ ସଦସ୍ୟମାନଙ୍କୁ ଦଳରେ ସାମିଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।...

ସମୟ ପୂର୍ବରୁ ବନ୍ଦ ହେଉଛି ସ୍କୁଲ: ୬୦ ଶିକ୍ଷକଙ୍କୁ କୈଫିୟତ ତଲବ

ପଟ୍ଟାଙ୍ଗି,୧୮ା୭(ଡି.ଏନ୍‌.ଏ.): ଖରା ଛୁଟି ପରେ ଜୁନ୍‌ ୨୨ ତାରିଖ ରାଜ୍ୟର ସମସ୍ତ ସ୍କୁଲ ଖୋଲିଥିଲା। କିନ୍ତୁ ପାଠପଢ଼ାରେ କମ୍‌ ସମୟ ଦେଇ ଛୁଟି ହେବାର ନିର୍ଦ୍ଧାରିତ...

ଖୋର୍ଦ୍ଧାର ୩ ବିଧାନସଭାରେ ବିଜେଡି ଆଗୁଆ

ଖୋର୍ଦ୍ଧା ଅଫିସ, ୨୩।୫: ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୧୦ହଜାରରୁ ଊର୍ଦ୍ଧ୍ୱ ଭୋଟରେ...

ପୋତି ହୋଇ ଚିଲିକା ସଙ୍କୁଚିତ

ବାଲୁଗାଁ,୧୦।୬(ଡି.ଏନ୍‌.ଏ.) : ଚିଲିକା ହ୍ରଦ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ତେବେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ସିଡିଏର ବୈମାତୃକ...

ଓଡ଼ିଆ ଆଇପିଏସ୍‌ ହେଲେ ତାମିଲନାଡ଼ୁ ଡିଜିପି

ଭୁବନେଶ୍ୱର, ୨୯ା୬(ବ୍ୟୁରୋ.): ଓଡ଼ିଆ ଆଇପିଏସ୍‌ ଅଫିସର ଜଳଦ କୁମାର ତ୍ରିପାଠୀଙ୍କୁ ତାମିଲନାଡ଼ୁର ଡିଜିପି ଭାବେ ନିଯୁକ୍ତ କରାଯାଇଛି। ଏହି ପଦବୀ ପାଇଁ ୬ ଜଣଙ୍କ ନାମ...

ତାତି କମିଲା: ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ

ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମପ୍ରବାହ ହ୍ରାସ ପାଇଛି। ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍‌ ମୌସୁମୀଜନିତ ବର୍ଷା ଲାଗିରହିଛି। ଆସନ୍ତା ୭...

ରାଜ୍ୟର ପ୍ରଥମ ବିଦେଶ ଡାକଘର ଉଦ୍‌ଘାଟିତ: ଏଣିକି ବିଦେଶରେ ଶୀଘ୍ର ପହଞ୍ଚିବ ଚିଠି, ପାର୍ସଲ

ଭୁବନେଶ୍ୱର, ୨୧।୭ (ବ୍ୟୁରୋ): ଓଡ଼ିଶାରୁ ବିଦେଶକୁ ପଠାଯାଉଥିବା ଚିଠି ଓ ପାର୍ସଲ କୋଲକାତାସ୍ଥିତ ଫରେନ ପୋଷ୍ଟ ଅଫିସ୍‌ର କଷ୍ଟମ ବିଭାଗରେ ଯାଞ୍ଚ ହୁଏ। ଏହାଦ୍ୱାରା ଚିଠି...

ନଭେମ୍ବର ୧ ପୂର୍ବରୁ ଖୋଲିବ ପ୍ରକୃତି ନିବାସ

ପୁରୀ ଅଫିସ, ୫।୬: ପ୍ରକୃତି ନିବାସ। ବାଲୁଖଣ୍ଡ ଅଭୟାରଣ୍ୟ ଭିତରେ ପର୍ଯ୍ୟଟକଙ୍କୁ ପ୍ରକୃତିର ମଜା ଦେବା ପାଇଁ ବନ ବିଭାଗ ପକ୍ଷରୁ ଏହାର ପରିକଳ୍ପନା କରାଯାଇଥିଲା।...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *