Posted inଜାତୀୟ

ବିବାଦୀୟ ବୟାନ ଦେଲେ ମମତାଙ୍କ ପୁତୁରା: କହିଲେ, ‘ଜୟ ଶ୍ରୀରାମ’ର ଜବାବରେ କୁହ ‘ରାମ୍‌ ନାମ୍‌ ସତ୍ୟ ହେ’

କୋଲକାତା,୨୫।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଦ୍ୱିତୀୟ ନମ୍ବରର ପ୍ରଭାବଶାଳୀ ବ୍ୟକ୍ତି ଅଭିଷେକ ବାନାର୍ଜୀ ଜୟ ଶ୍ରୀରାମ ନାରା ଉପରେ ଚାଲିଥିବା ବିବାଦକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ପଶ୍ଚିମବଙ୍ଗର ସୋନାରପୁରରେ ଭାଜପାକୁ ଅଭିଷେକ ଟାର୍ଗେଟ କରି କହିଛନ୍ତି, ଯଦି କେହି ଶ୍ରୀରାମ ନାରାବାଜି କରେ ତେବେ ତାକୁ ମିଠା ଦିଅ ଏବଂ ଜବାବରେ ରାମ୍‌ ନାମ୍‌ ସତ୍ୟ ହେ କୁହ। ଡାଇମଣ୍ଡ ହାର୍ବରରୁ ଏମ୍‌ପି ହୋଇଥିବା ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀ ସୋମବାର ସୋନାରପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ଦଳୀୟ କର୍ମକର୍ତ୍ତାଙ୍କୁ ଆଦେଶ ଦେଇଛନ୍ତି। ସେ କହିଛନ୍ତି, କୌଣସି ବ୍ୟକ୍ତି ବିକାଶରୁ ବଞ୍ଚିତ ନ ହେଉ। ସେ ଟିଏମସିର ସମର୍ଥକ ହେଉ ଅବା ଅନ୍ୟ କୌଣସି ଦଳର। ଭାଜପା ହିଂସାର ରାସ୍ତା ଆପଣାଇ ଧର୍ମ ନଁାରେ ପଶ୍ଚିମବଙ୍ଗକୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଛି ବୋଲି ଅଭିଷେକ ଅଭିଯୋଗ କରିଛନ୍ତି।


All Right Reserved By

ସେଲଫି ନେବାକୁ ଆସିଥିବା ଯୁବକଙ୍କୁ ଠେଲିଦେଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ, ୬।୬: ସେଲଫି ନେବାକୁ ଆସିଥିବା ଜଣେ ଯୁବକଙ୍କୁ ଠେଲିଦେଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର। କରନଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିବାବେଳେ ଜଣେ...

ପାଣି ପାଇଁ ସ୍କୁଲ, ହୋଟେଲ ବନ୍ଦ ହେବା ମିଥ୍ୟା ଖବର: ପଲାନିସ୍ବାମୀ

ଚେନ୍ନାଇ,୨୧।୬: ତାମିଲନାଡୁରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି। ହେଲେ ପାଣି ପାଇଁ ସ୍କୁଲ ଓ ହୋଟେଲ ବନ୍ଦ ହେବା ଖବର...

ଘରେ ୨୨ଟି ସିସିଟିଭି ଲଗାଇଲେ ସ୍ବାମୀ: ଏକଥା ଜାଣିବାରୁ ସ୍ତ୍ରୀ କଲେ ଏମିତି..

ବେଙ୍ଗାଲୁରୁ, ୨୨।୫: କର୍ନାଟକ ବେଙ୍ଗାଲୁରୁରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ଉପରେ ନଜର ରଖିବା ପାଇଁ ଘରେ ୨୨ଟି ସିସିଟିଭି କ୍ୟାମେରା ଲଗାଇଛନ୍ତି...

ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୋଦି

ବାରାଣସୀ,୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦସ୍ୟତା ଅଭିଯାନ ପାଇଁ ଶନିବାର ବାରାଣସୀରେ ପହଞ୍ଚିଛନ୍ତି। ଏହି ଅବସରରେ ସେ ସ୍ଥାନୀୟ ବିମାନ ବନ୍ଦରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌...

ମୌସୁମୀ ବର୍ଷାରେ ବେହାଲ ମହାରାଷ୍ଟ୍ର

ମୁମ୍ବାଇ,୯।୬: ଚଳିତ ବର୍ଷ ପ୍ରଥମ କରି ଶନିବାର କେରଳ ଛୁଇଁଲା ମୌସୁମୀ। ଏହାର ପ୍ରଭାବରେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ମଧ୍ୟ ବହିଥିଲା। ଏହି...

ମୋଦିଙ୍କ ଶପଥ ଗ୍ରହଣ ଲାଗି ଦିଲ୍ଲୀରେ ୧୦ ହଜାର ଯବାନ ମୁତୟନ

ନୂଆଦିଲ୍ଲୀ,୩୦।୫: ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ, ମଞ୍ଚ ପ୍ରସ୍ତୁତ, ଅତିଥି ମଧ୍ୟ ପହଞ୍ଚି ସାରିଛନ୍ତି। ଗୁରୁବାର ସନ୍ଧ୍ୟା ୭ଟାରେ ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ...

ଟିଏମ୍‌ସି ହିଂସା ପରିସ୍ଥିତି ସୃଷ୍ଟି ନ କରିଥିଲେ ଭାଜପା ୩୦ରୁ ଊର୍ଦ୍ଧ୍ୱ ଆସନରେ ଜିତିଥାଆନ୍ତା: ରୂପା ଗାଙ୍ଗୁଲି

କୋଲକାତା,୨୩।୫: ପଶ୍ଚିମବଙ୍ଗେରେ ତ୍ରୁଣମୂଳ କଂଗ୍ରେସ ଯଦି ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ହିଂସା ପରିସ୍ଥିତି ସୃଷ୍ଟି କରି ନ ଥାଆନ୍ତା ତେବେ ଭାଜପା ୩୦ରୁ ଊର୍ଦ୍ଧ୍ୱ ଆସନରେ...

କର୍ନାଟକରେ ଏକାକି ନିର୍ବାଚନ ଲଢିବ କଂଗ୍ରେସ

ବେଙ୍ଗାଲୁରୁ,୨୪।୬: ଗତ ଲୋକ ସଭା ନିର୍ବାଚନରେ କର୍ନାଟକରେ ଶୋଚନୀୟ ପରାଜୟ ପରେ ଏବେ ଆତ୍ମମନ୍ଥନ କରୁଛି କଂଗ୍ରେସ। ଏହି ପରାଜୟ ପାଇଁ ଦଳ ରାଜ୍ୟରେ ଜନତା...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *