Posted inଜାତୀୟ

ମୁଣ୍ଡରେ ସିନ୍ଦୁର, ହାତରେ ମେହେନ୍ଦୀ ଲଗାଇ ସଂସଦରେ ଶପଥ ନେବା ପାଇଁ ପହଞ୍ଚିଲେ ନୁସରତ

ନୂଆଦିଲ୍ଲୀ,୨୫।୬: ୧୭ତମ ଲୋକ ସଭାରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରୁ ନିର୍ବାଚନ ଜିତିଥିବା ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜହାଁ ଓ ମିମି ଚକ୍ରବର୍ତ୍ତୀ ମଙ୍ଗଳବାର ସଂସଦରେ ଶପଥ ନେବାକୁ ପହଞ୍ଚିଥିଲେ। ଅଭିନେତ୍ରୀରୁ ଏମ୍‌ପି ହୋଇଥିବା ଦୁଇ ଜଣ ଷ୍ଟାର ବଙ୍ଗାଳୀରେ ଶପଥ ନେବା ପରେ ବାଚସ୍ପତୀ ଓମ୍‌ ବିଡ୍‌ଲାଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିଲେ। ନୁସରତ ଜହଁା ସଂସଦରେ ପାରମ୍ପରିକ ବେଶଭୂଷାରେ ନଜର ଆସିଥିଲେ। ନବବିବାହିତା ନୁସରତ ମୁଣ୍ଡରେ ସିନ୍ଦୂର ଓ ହାତରେ ଚୁଡି ଓ ମେହେନ୍ଦୀ ଲଗାଇବା ସହ ଶାଢ଼ୀ ପିନ୍ଧିଥିଲେ। ଏହି ପାରମ୍ପରିକ ବେଶଭୂଷାରେ ସେ ବେଶ ସୁନ୍ଦର ଦେଖାଯାଉଛନ୍ତି। ସେହିପରି ମିମି ଏକ ସାଧାରଣ ଶାଲଓ୍ବାର ଶୁଟରେ ନଜର ଆସିଥିଲେ। ଜୁନ ୧୯ରେ ନୁସରତ କୋଲକାତାର ବ୍ୟବସାୟୀ ନିଖିଲ ଜୈନଙ୍କୁ ତୁର୍କୀ ବୋଡ୍ରମଠାରେ ବିବାହ କରିଥିଲେ। ଏହି ବିବାହରେ ମିମି ଚକ୍ରବର୍ତ୍ତୀ ମଧ୍ୟ ଯୋଗଦେଇଥିଲେ। ଦୁଇଜଣ ବିବାହ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାରୁ ପୂର୍ବରୁ ସଂସଦରେ ଲୋକ ସଭା ସଦସ୍ୟ ଭାବେ ଶପଥ ନେବା ପାଇଁ ପହଞ୍ଚିପାରି ନ ଥିଲେ।


All Right Reserved By

ରବିବାର ଷଷ୍ଠ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ: ୩ ଶହ ୩୫ ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ, ୧୧।୫: ରବିବାର ଷଷ୍ଠ ପର୍ଯ୍ୟାୟ ଲୋକ ସଭା ନିର୍ବାଚନରେ ୭ ରାଜ୍ୟର ୫୯ ଲୋକ ସଭା ଆସନ ପାଇଁ ମତଦାନ କରାଯିବ। ଏହି ପର୍ଯ୍ୟାୟରେ...

ପଶ୍ଚିମବଙ୍ଗରେ ପ୍ରଚାର ଶେଷ:ବଳ କଷିଲେ ମୋଦି, ଦିଦି

କୋଲ୍‌କାତା/ମଉ,୧୭।୫:ପଶ୍ଚିମବଙ୍ଗରେ ୭ଟି ଯାକ ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ହେଉଛି। ରାଜ୍ୟର ୪୨ ଆସନ ମଧ୍ୟରୁ ୩୩ଟିରେ ମତଦାନ ଶେଷ ହୋଇଥିବାବେଳେ ରବିବାର ଶେଷ ପର୍ଯ୍ୟାୟରେ...

‘କାଳିଆ’କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ: ଓଡ଼ିଶା ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ,୩ା୭(ପି.ଟି.) : ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ‘କାଳିଆ’ ଯୋଜନାକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନୋଟିସ କରିଛନ୍ତି। ଏହାସହ ନିର୍ବାଚନ ପୂର୍ବରୁ କ୍ଷୁଦ୍ର ଓ...

ଦିଲ୍ଲୀ, ମେଘାଳୟ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୨୩ା୫(ପି.ଟି.): ଜଷ୍ଟିସ୍‌ ଧିରୁଭାଇ ନାରାନଭାଇ ପଟେଲଙ୍କୁ ଦିଲ୍ଲୀ ହାଇକୋର୍ଟ ଓ ଜଷ୍ଟିସ୍‌ ଅଜୟ କୁମାର ମିତ୍ତଲଙ୍କୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି।...

ଦୃଢ଼ ଇଛା ଶକ୍ତି ଯୋଗୁ ସଫଳ ହେଲେ ଗୁଡ୍ଡି

ଲକ୍ଷ୍ନୌ,୧୯।୫: ଉତ୍ତରପ୍ରଦେଶ ଗାଜିଆବାଦ୍‌ ପ୍ରତାପ ବିହାରର ଅମୃତା ଆନନ୍ଦମୟୀ କୁଟିରମ୍‌ରେ ବାସ କରୁଥିବା ଗୁଡ୍ଡିଙ୍କ ଇଛା ଶକ୍ତି ଆଗରେ ସାମାଜିକ ବାଧା ହାର୍‌ ମାନିଛି। ୨୦୧୪ରେ...

ଉତ୍ତରପ୍ରଦେଶରେ ଗାନ୍ଧୀ ପରିବାରର ୪ ସଦସ୍ୟ: ୩ ଆଗୁଆ ଜଣେ ପଛୁଆ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଗାନ୍ଧୀ ପରିବାରର ୪ ସଦସ୍ୟ ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ମଧ୍ୟରେ ଅମେଠି ଲୋକ ସଭା ଆସନରେ କଂଗ୍ରେସ ରାଷ୍ଟ୍ରୀୟ...

କୋର୍ଟରେ ହାଜର ନ ହେଲେ ଖାରଜ ହେବ ସଲମାନଙ୍କ ଜାମିନ

ଯୋଧପୁର,୪।୭: କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ୍‌ ଅଭିନେତା ସଲମାନ ଖାଁ ଯଦି ପରବର୍ତ୍ତି ଶୁଣାଣିରେ କୋର୍ଟରେ ହାଜର ନ ହୁଅନ୍ତି ତେବେ ତାଙ୍କ ଜାମିନ...

ମରୁଡ଼ିଗ୍ରସ୍ତ ଔରଙ୍ଗାବାଦ୍‌: ସ୍ବେଚ୍ଛାସେବୀ ଅନୁଷ୍ଠାନ ଚାଷୀଙ୍କୁ ଖାଦ୍ୟ ଓ ଗାଈଗୋରୁଙ୍କୁ ଦେଉଛି ମାଗଣା ଦାନା

ଔରଙ୍ଗାବାଦ୍‌,୨୬।୫: ମହାରାଷ୍ଟ୍ର ଔରଙ୍ଗାବାଦ୍‌ରେ ମରୁଡ଼ି ଲାଗି ରହିଛି । ଖାଦ୍ୟ ଓ ପାନୀୟ ଜଳ ଅଭାବ ଉତ୍କଟ ହେବାରେ ଲାଗିଛି। ଏପରିସ୍ଥଳେ ସ୍ଥାନୀୟ ଜୈନ ସଂସ୍ଥାର...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *