Posted inଫୁରସତ

ଏହି ଗ୍ରାମରେ ଦଳିତଙ୍କୁ ଚପଲ ପିନ୍ଧିବା ମନା

ବେଙ୍ଗାଲୁରୁ, ୨୦।୬: କର୍ନାଟକର ଟିପ୍ପୁର ଗ୍ରାମରେ ଦଳିତ ଶ୍ରେଣୀର ଲୋକେ ମନ୍ଦିର ଯିବା ତ ଦୂରର କଥା, ଚପଲ ପିନ୍ଧିବାକୁ ମଧ୍ୟ ଅନୁମତି ନାହିଁ। ଏଭଳି ଅମାନବୀୟ ବ୍ୟବହାର ପାଇଁ ଦଳିତମାନେ ପ୍ରଶାସନ ଉପରେ ଦୋଷ ଲଦିଛନ୍ତି। ସେମାନେ ଅଭିଯୋଗ କରି କହିଛନ୍ତି, ଦଳିତଙ୍କ ପ୍ରତି ଏଭଳି ଅଛୁଁଆ ଭେଦଭାବ ପ୍ରଶାସନ ଦେଖି ମଧ୍ୟ ଚୁପ୍‌ ରହୁଛି। ଏନେଇ ସେମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ବହୁ ବର୍ଷରୁ ଏଠାରେ ଅନୁସୂଚିତ ଜାତି, ଜନଜାତି ଏବଂ ଆଦିବାସୀଙ୍କୁ ଚପଲ ପିନ୍ଧିବାର ଅଧିକାର ଦିଆଯାଇ ନାହିଁ। ସେମାନେ କେଶ ମଧ୍ୟ ଗାଁ ଭିତରେ କାଟିପାରିବେ ନାହିଁ। ଏମାନେ ମନ୍ଦିର ମଧ୍ୟ ଯାଇପାରିବେ ନାହିଁ। କିଛିଦିନ ତଳେ ଦଳିତ ବେରୋଜଗାର ଯୁବକଙ୍କୁ ସରକାର ଏକ ସଉଦା ଦୋକାନ କରିବାକୁ ଅର୍ଥ ଯୋଗାଇ ଦେଇଥିଲେ। କିନ୍ତୁ ସାଧାରଣ ବର୍ଗର ଲୋକେ ଏହି ଦୋକାନକୁ ଆସୁନାହାନ୍ତି। ଦଳିତମାନେ କେସ୍‌ କଲେ କାଉଣ୍ଟର କେସ୍‌ କରାଯାଉଛି। ଫଳରେ ମାମଲାର ସମାଧାନ ହୋଇପାରୁନାହିଁ।


All Right Reserved By

ଏମିତି ଗାଁ ଯେଉଁଠି ପ୍ରତିବର୍ଷ ଦିଆଯାଏ ମାଗଣା ଆମ୍ବ ପାର୍ଟି, ମଜା ନେଇଥାନ୍ତି ହଜାର ହଜାର ଲୋକ

ଲୋକେ ନିଜ ବାଡ଼ିବଗିଚାରେ ଚାଷ କରି ବର୍ଷକ ଯାଏ ଚାହିଁ ରହିଥାନ୍ତି ଅମଳ ହେଲେ ବିକି୍ରି କରି ଦୁଇ ପଇସା ରୋଜଗାର କରିବେ। କିନ୍ତୁ ଏମିତି...

କେବେ ସ୍କୁଲର ମୁହଁ ଦେଖିନାହାନ୍ତି କିନ୍ତୁ ୩ଟି ବହି ଲେଖିଛନ୍ତି, ଜାଣନ୍ତୁ କିଏ ଏହି ବୃଦ୍ଧା

ଯେତେବେଳେ ଭାଗ୍ୟଦେବୀ ପ୍ରସନ୍ନ ହେବେ ସମସ୍ତ ଅସମ୍ଭବ ସମ୍ଭବ ହୋଇଯିବ। ଏମିତି କିଛି ଅସମ୍ଭବ ସମ୍ଭବ ହୋଇଛି ଶାରଦା ଦେବୀଙ୍କ କ୍ଷେତ୍ରରେ। ଯିଏ କି ଆଦୌ...

ଚନ୍ଦ୍ର ଅବତରଣର ଅରିଜିନାଲ ଭିଡିିଓ ବିକ୍ରି ହେଲା

ନ୍ୟୁୟର୍କ, ୨୧।୭ :୨୦ ଜୁଲାଇ, ୧୯୬୯ରେ ପ୍ରଥମେ ମଣିଷ ଚନ୍ଦ୍ରରେ ପାଦ ରଖିଥିଲା। ସେହିି ସମୟର ପ୍ରତ୍ୟେକ ମୁହୂର୍ତ୍ତକୁ ରେକର୍ଡିିଂ କରାଯାଇଥିବା ଭିଡିଓକୁ ନାସା ପକ୍ଷରୁ...

ଚାଇନାର ଏହି ମହିଳାଙ୍କୁ ଶୁଭି ନ ଥାଏ ପୁରୁଷଙ୍କ କଥା

ଅନେକ ସମୟରେ ଆପଣ ଭିନ୍ନ ଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଥିବେ। ଯେଭଳି କି କମ୍‌ ଶୁଭୁଥିବା ଓ ଗନ୍ଧ ବାସ୍ନା ବାରିପାରୁୁ ନ ଥିବା ବ୍ୟକ୍ତି।...

ପୃଥିବୀ ପୃଷ୍ଠର କିଛି ଅଦ୍ଭୁତ ଫୁଲ, ଯାହାକୁ ଦେଖିଲେ ବିଶ୍ୱାସ କରିବା କଷ୍ଟ

ଫୁଲ ବିଷୟରେ ଯଦି ଆଲୋଚନା କରାଯାଏ, ତେବେ ଏକ ସୁନ୍ଦର ପ୍ରତିଛବି ମନରେ ଉଙ୍କି ମାରିଥାଏ। ହେଲେ ଦୁନିଆରେ ଏପରି କିଛି ଫୁଲ ଅଛି, ଯାହା...

ଏପରି କିଛି ବିପଦସଙ୍କୁଳ ହ୍ରଦ: ଯେଉଁଠିକୁ ଯିବା ମୃତ୍ୟୁକୁ ଆଲିଙ୍ଗନ କରିବା ସହ ସମାନ

ଦୁନିଆରେ ଏପରି କିଛି ସ୍ଥାନ ରହିଛି, ଯେଉଁ ସ୍ଥାନକୁ ଯିବା ବ୍ୟକ୍ତିଙ୍କ ପାଇଁ ବିପଦ ହୋଇଥାଏ। କେଉଁଠି ପାହାଡ଼ ତ କେଉଁଠି ଜଙ୍ଗଲ ବିପଦସଙ୍କୁଳ ସ୍ଥାନ...

ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଏହି କୁଣ୍ଡର ଜଳସ୍ତର ହୁଏ ବୃଦ୍ଧି…

ଭାରତରେ ଅନେକ ରହସ୍ୟମୟ ସ୍ଥାନ ରହିଛି। ଏହାର ରହସ୍ୟ ସମାଧାନ ଆଧୁନିକ ବିଜ୍ଞାନ ମଧ୍ୟ କରି ପାରିନାହିଁ। ସେହିଭଳି ଏକ ସ୍ଥାନ ହେଉଛି ମଧ୍ୟପ୍ରଦେଶର ଛତରପୁର...

ଏହି ସ୍ଥାନକୁ ଭଉଣୀଭାଇଙ୍କୁ ଏକାଠି ଯିବା ମନା

ଉତ୍ତରପ୍ରଦେଶର କଲ୍‌ପିରେ ରହିଛି ୨୧୦ ଫୁଟ୍‌ ଉଚ୍ଚ ‘ଲଙ୍କା ମୀନାର୍‌’। ଏହି ମୀନାର ମଧ୍ୟରେ ରାବଣଙ୍କ ପୂରା ପରିବାରର ଚିତ୍ରଣ କରାଯାଇଛି। ମୀନାରକୁ ନେଇ ରହିଛି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *