Posted inଜାତୀୟ

ଏସ୍‌ପି ନେତା ସନ୍ତୋଷ ପୁନେମ୍‌ଙ୍କୁ ଅପହରଣ କରି ହତ୍ୟା କଲେ ମାଓବାଦୀ

ରାୟପୁର,୧୯।୬: ଛତିଶଗଡ଼ ବିଜାପୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ସମାଜବାଦୀ ପାର୍ଟି(ଏସ୍‌ପି)ନେତା ସନ୍ତୋଷ ପୁନେମ୍‌ଙ୍କୁ ଅପହରଣ କରି ମାଓବାଦୀମାନେ ହତ୍ୟା କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ପୁନେମ୍‌ଙ୍କୁ ମାରିମାଲ୍ଲା ଗାଁ ସ୍ଥିତ ଏକ ନିର୍ମାଣ ଅଞ୍ଚଳଠାରୁ କିଛି ମାଓବାଦୀ ଅପହରଣ କରି ନେଇଥିଲେ। ବୁଧବାର ସକାଳେ ତାଙ୍କ ରକ୍ତଜୁଡୁବୁଡୁ ମୃତ ଦେହ ସ୍ଥାନୀୟ ଅଞ୍ଚଳରେ ପଡ଼ିଥିଲା। ଏନେଇ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ମାଓବାଦୀମାନେ ଏକ ବୋଲେରୋ ଏବଂ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ୩ଟି ଟ୍ରକ୍‌କୁ ପୋଡ଼ି ଦେଇଥିବା ବରିଷ୍ଠ ପୋଲିସ ଅଧିକାରୀ ଦିବ୍ୟାଙ୍ଗ ପଟେଲ ସୂଚନା ଦେଇଛନ୍ତି।


All Right Reserved By

ପ୍ରେମୀ ଯୁଗଳଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ

ଭୋପାଳ,୨୩ା୬: ଯୁବତୀ ଧନୀ ପରିବାରର ଓ ଯୁବକ ଜଣକ ଗରିବ। ଦୁହେଁ ପରସ୍ପରକୁ ଭଲପାଇ ବାହାହେବାକୁ ଚାହାନ୍ତି। ଭିଲାଲା ଜାତିର ଏହି ପ୍ରେମୀ ଯୁଗଳଙ୍କ ସମ୍ପର୍କ...

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ,୨।୫: ପ୍ରକାଶ ପାଇଛି ସିବିଏସ୍‌ଇ ପରିଚାଳିତ ଦ୍ୱାଦଶ ପରୀକ୍ଷା ଫଳ। ଏଥିରେ ହଂସିକା ଶୁକ୍ଳା ଓ କରିସ୍ମା ଆରୋରା ଯୁଗ୍ମ ଭାବେ ସର୍ବାଧିକ ୪୯୯ ନମ୍ବର...

ମସ୍ତିଷ୍କ ଜ୍ୱର ପରେ ଦାଉ ସାଧିଲା ଗ୍ରୀଷ୍ମ ପ୍ରବାହ: ଗୋଟିଏ ଦିନରେ ୪୪ ମୃତ

ପାଟନା,୧୬।୬: ବିହାରରେ ମସ୍ତିଷ୍କ ଜ୍ୱର ଏବେ ଚିନ୍ତାର କାରଣ ପାଲଟିଛି। ଏବେ ସୁଦ୍ଧା ଏଥିରେ ଆକ୍ରାନ୍ତ ହୋଇ ପାଖାପାଖି ଶହେ ଜଣଙ୍କ ମୃତ୍ୟୁ ହେଲାଣି। ଏପଟେ...

ଲୋକ ସଭା ଉପବାଚସ୍ପତି ପଦ ଓ୍ବାଇଏସଆର୍‌ କଂଗ୍ରେସକୁ ଦିଆଯାଇପାରେ

ନୂଆଦିଲ୍ଲୀ. ୧୨।୬: ଆନ୍ଧ୍ର ପ୍ରଦେଶର ଜଗନମୋହନଙ୍କ ନେତୃତ୍ୱାଧୀନ ଓ୍ବାଇଏସଆର କଂଗ୍ରେସକୁ ଏଥର ଲୋକ ସଭା ଉପବାଚସ୍ପତି ପଦ ଅଫର୍‌ ଭାଜପା ଦେଇପାରେ। ମଙ୍ଗଳବାର ଭାଜପା ସାଂସଦ...

ବୁର୍ଖା ପିନ୍ଧି ପୁରୁଷମାନେ ଭୋଟ ଦେଉଥିବା ଅଭିଯୋଗ ଆଣିଲେ ଭାଜପା ନେତା

ଲକ୍ଷ୍ନୌ,୧୮।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗୁରୁବାର ସକାଳୁ ଆରମ୍ଭ ହୋଇଛି। ଉତ୍ତର ପ୍ରଦେଶର ଅମରୋହାରୁ ଭାଜପା ଏମ୍‌ପି ପ୍ରାର୍ଥୀ ଥିବା କନଓ୍ବର...

ଆଧାର ଭଳି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମିଳିବ ବ୍ୟକ୍ତିଗତ ପରିଚୟ ନମ୍ବର: ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ବ୍ଲୁପ୍ରିଣ୍ଟ୍‌ ଦାଖଲ

ନୂଆଦିଲ୍ଲୀ,୧୬।୫: ଦେଶର ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆଧାର ଭଳି ବ୍ୟକ୍ତିଗତ ପରିଚୟ ନମ୍ବର ପ୍ରଦାନ ପାଇଁ ସରକାର ଯୋଜନା କରିଛନ୍ତି।...

କଂଗ୍ରେସର ଆଉ ୨ ବିଧାୟକ ଦେଲେ ଇସ୍ତଫା

ବେଙ୍ଗାଲୁର,୧୦।୭: କର୍ନାଟକରେ କଂଗ୍ରେସ ଓ ଜେଡି(ଏସ୍‌) ମେଣ୍ଟ ସରକାରକୁ ପୁଣି ଥରେ ଝଟକା ଲାଗିଛି। ବୁଧବାର କଂଗ୍ରେସର ଆଉ ୨ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି।...

୩ହଜାରରୁ ୧୦ ହଜାର ଟଙ୍କା ହେଲା ଆଶା କର୍ମୀଙ୍କ ପାରିଶ୍ରମିକ

ଅମରାବତୀ,୩।୬: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଓ୍ବାଇଏସ୍‌ ଜଗନ ମୋନହ ରେଡ୍ଡି ପ୍ରଥମ ପର୍ଯ୍ୟାୟରେ ଆଶା କର୍ମୀଙ୍କୁ ଦେଇଛନ୍ତି ଆଶନୁରୂପ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *