Posted inଜାତୀୟ

ବାତ୍ୟା ‘ବାୟୁ’ର ପ୍ରଭାବ: ବାଟ ହୁଡ଼ିଲା ମୌସୁମୀ; ୧୨ ବର୍ଷ ପରେ ପୁଣି ବିଳମ୍ବିତ

ନୂଆଦିଲ୍ଲୀ,୧୯।୬: ସାମୁଦ୍ରିକ ଝଡ଼ ବାୟୁର ପ୍ରଭାବରେ ଚଳିତ ବର୍ଷ ମୌସୁମୀ ବାଟ ହୁଡ଼ିଛି। ୧୨ ବର୍ଷ ପରେ ପୁଣିଥରେ ମୌସୁମୀ ବିଳମ୍ବିତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜୁନ୍‌ ୧୮-୧୯ ମଧ୍ୟରେ ମୌସୁମୀ ଦେଶର ଦୁଇ ତୃତୀୟାଂଶରେ ବର୍ଷା କରାଇବା କଥା। ମାତ୍ର ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଘଟିଛି। ବର୍ତ୍ତମାନ ସୁଦ୍ଧା ମୌସୁମୀ କେବଳ ଦେଶର ୧୦ରୁ ୧୫ ପ୍ରତିଶତ ଅଞ୍ଚଳ ଅତିକ୍ରମ କରିଛି। ଏହି ସମୟ ମଧ୍ୟରେ ଦେଶରେ ମୌସୁମୀ ଯୋଗୁ ୮୨.୪ ପ୍ରତିଶତ ବର୍ଷା ହେବା କଥା। ତେବେ ଏବେ ଏହା ୪୪ ପ୍ରତିଶତ କମ୍‌ ରହିଥିବା ପାଣିପାଗ ବିଭାଗ କହିଛି। ୨୦୦୭ଠାରୁ ଗତ ବର୍ଷ ମଧ୍ୟରେ ଚଳିତ ବର୍ଷ ମୌସୁମୀ ବିଳମ୍ବିତ ହୋଇଛି। ପୂର୍ବରୁ ୨୦୦୬ରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ‘ବାୟୁ’ର ପ୍ରଭାବରେ ମୌସୁମୀ ଗତିଶୀଳ ପ୍ରକିୟା ସ୍ବାଭାବିକ ହୋଇ ପାରି ନ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।


All Right Reserved By

ବଙ୍ଗାଳୀ ଝିଅଙ୍କୁ ବାର୍‌ ଡ୍ୟାନ୍ସର କହି ଅଡୁଆରେ ରାଜ୍ୟପାଳ

ଶିଲଂ, ୬।୬: ବଙ୍ଗାଳୀ ଝିଅଙ୍କୁ ବାର୍‌ ଡ୍ୟାନ୍ସର କହି ଅଡୁଆରେ ପଡିଯାଇଛନ୍ତି ମେଘାଳୟ ରାଜ୍ୟପାଳ ତଥାଗତ ରାୟ। ସେ କହିଛନ୍ତି, କେଉଁ ଯୁଗରେ ପଶ୍ଚିମବଙ୍ଗ ପ୍ରସିଦ୍ଧ...

ଅନ୍ତରୀକ୍ଷ ଯୁଦ୍ଧ ପାଇଁ ଅଣ୍ଟା ଭିଡ଼ିଲା ଭାରତ: ଡିଏସ୍‌ଆର୍‌ଓ ଗଠନକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୨।୬: ଭାରତ ଅନ୍ତରୀକ୍ଷ ଯୁଦ୍ଧ ପାଇଁ ଅଣ୍ଟା ଭିଡ଼ିଛି। ଏହି ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ କ୍ୟାବିନେଟ୍‌ କମିଟି ରକ୍ଷା ଅନ୍ତରୀକ୍ଷ ଅନୁସନ୍ଧାନ...

୫୨୭ ଲୋକ ସଭା ଆସନ ଭୋଟ ଗଣତି: ୨୮୬ରେ ଭାଜପା ଏବଂ ୧୨୫ରେ କଂଗ୍ରେସ ଆଗୁଆ

ନୂଆଦିଲ୍ଲୀ, ୨୩।୫: ଲୋକ ସଭା ନିର୍ବାଚନ ପାଇଁ ସକାଳ ସାଢ଼େ ୯ଟା ସୁଦ୍ଧା ୫୨୫ ଆସନର ଗଣତି ଜାରି ରହିଛି। ସେଥିମଧ୍ୟରୁ ୨୮୬ ଆସନରେ ଭାଜପା...

ଦୁଇହାତ ନ ଥିବା ଦିବ୍ୟାଙ୍ଗ ଇଞ୍ଜିନିୟରିଂ ଛାତ୍ରୀ ଗୋଡ଼ରେ ଇଭିଏମ୍‌ ବଟନ ଦବାଇ କଲେ ମତଦାନ

ଭୋପାଳ,୨୯।୪: ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ଭୋଟରଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟରେ ଦେଖାଦେଇଛି ଉତ୍ସାହ। ମଧ୍ୟପ୍ରଦେଶ ଜବଲପୁରରେ ଇଞ୍ଜିନିୟରିଂ ଦିବ୍ୟାଙ୍ଗ ଛାତ୍ରୀ ଭବାନୀ...

ଚେନ୍ନାଇରେ ଜଳସଙ୍କଟ ଉତ୍କଟ: ଇଡ୍‌ଲି ପିଠଉ କିଣିଲେ ପାଣି ମାଗଣା

ଚେନ୍ନାଇ,୧ା୭: ଚେନ୍ନାଇ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କରିଥିବାବେଳେ ଟ୍ରିପ୍ଲିକେନ୍‌ର ଜଣେ ବ୍ୟବସାୟୀ ପାଣି ପାଇଁ ବିଚିତ୍ର ଘୋଷଣାନାମା କରିଛନ୍ତି।...

ସାଇକେଲ -ହାତୀ ଗଲେ ପଛରେ ପଡ଼ି; ପଦ୍ମ ଆସିଲା ଉଡ଼ି ଉଡି

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ଉତ୍ତରପ୍ରଦେଶରେ ଭଲ ପ୍ରଦର୍ଶନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ କୂଟନୀତି...

ରୋହି ଶେଖର ହତ୍ୟା ମାମଲା: ପତ୍ନୀ ଅପୂର୍ବାଙ୍କୁ ୧୪ ଦିନପାଇଁ ହାଜତକୁ ପଠାଗଲା

ନୂଆଦିଲ୍ଲୀ,୨୬।୪: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଡି ତିଓ୍ବାରିଙ୍କ ପୁଅ ରୋହିତ ଶେଖର ତିଓ୍ବାରିଙ୍କ ହତ୍ୟା ମାମଲାରେ ତାଙ୍କ ବୋହୂ ଅର୍ଥାତ୍‌ ରୋହିତଙ୍କ ପତ୍ନୀ ଅପୂର୍ବା...

ଆଜିର ଦିନରେ ଦେଶରେ ଆରମ୍ଭ ହୋଇଥିଲା ମୋଦି ଲହର

ନୂଆଦିଲ୍ଲୀ, ୧୬।୫: ଆଜକୁ ପ୍ରାୟ ଠିକ୍‌ ପାଞ୍ଚ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୪ ମେ ୧୬ ଦିନ ବିରୋଧୀଙ୍କୁ ଚିତ୍‌ କରି ଭାଜପା ଏକତରଫା ବିଜୟ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *