୨୨୦ କୋଟି ଲୋକଙ୍କ ପାଖରେ ନାହିଁ ପିଇବା ପାଣି; ୪୨୦ କୋଟିଙ୍କୁ ମିଳୁନି ପରିମଳ ବ୍ୟବସ୍ଥା: ଜାତିସଂଘ

ଜେନେଭା,୧୯।୬: ପୃଥିବୀରେ ଧୀରେଧୀରେ ଜଳ ସଙ୍କଟ ଉଗ୍ରରୂପ ଧାରଣ କରୁଛି। ବିଭିନ୍ନ ଦେଶରେ ୨୨୦ କୋଟି ଲୋକଙ୍କ ପାଖରେ ପିଇବାକୁ ପାଣି ନ ନାହିଁ। ଏନେଇ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ ହୋଇଛି। ପୃଥିବୀର ୪୨୦ କୋଟି ଲୋକଙ୍କୁ ସାଧାରଣ ପରିମଳ ବ୍ୟବସ୍ଥା ମିଳୁ ନ ଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ୧୮୦ କୋଟି ଲୋକଙ୍କୁ ଗତ ୨୦୦୦ଠାରୁ ପିଇବା ପାଣି ଯୋଗାଇ ଦିଆଯାଇଛି। ୨୦୦୦-୨୦୧୭ ମଧ୍ୟରେ ସ୍ବାସ୍ଥ୍ୟ ଓ ପରିମଳ ତଥା ପିଇବା ପାଣି କ୍ଷେତ୍ରରେ ହୋଇଥିବା ବିକାଶ ସମ୍ପର୍କରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଏବଂ ୟୁନିସେଫ୍‌ ପକ୍ଷରୁ କରାଯାଇଥିବା ଏକ ସର୍ଭେ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ପ୍ରତିବର୍ଷ ପୃଥିବୀରେ ୨ ଶହ ୯୭ ହଜାର ଶିଶୁ ୫ ବର୍ଷ ବୟସ ପୂର୍ବରୁ ମୃତ୍ୟୁ ବରଣ କରୁଥିବା ଏଥିରେ ପ୍ରକାଶ ପାଇଛି। ଏହି ଶିଶୁମାନଙ୍କର ମୁଖ୍ୟତଃ କଲେରା, ଡିସେଣ୍ଟ୍ରି, ହେପାଟାଇଟିସ୍‌-ଏ ଏବଂ ଟାଇଫଏଡ୍‌ ଭଳି ସଂକ୍ରାମକ ରୋଗରେ ମୃତ୍ୟୁ ଘଟୁଥିବା ରିପୋର୍ଟରେ ଦର୍ଶାଯାଇଛି।


All Right Reserved By

ବିଏଲ୍‌ଏ ଆତଙ୍କବାଦୀ ସଂଗଠନ : ଘୋଷଣା କଲା ଆମେରିକା

ଓ୍ବାଶିଂଟନ,୪ା୭(ପି.ଟି.): ବେଲୁଚିସ୍ତାନ ଲିବରେଶନ ଆର୍ମି (ବିଏଲ୍‌ଏ)କୁ ଆମେରିକା ବିଶ୍ୱ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି। ବେଲୁଚିସ୍ତାନରେ ପାକିସ୍ତାନୀ ଶାସନକୁ ବିରୋଧ କରୁଥିବା ଏହି ବିଚ୍ଛିନ୍ନତାବାଦୀ...

ବ୍ରିଟେନ କବ୍‌ଜାରେ ଇରାନର ‘ଗ୍ରେସ୍‌ ୧’

ମାଦ୍ରିଦ୍‌,୫।୭ (ପି.ଟି.):ୟୁରୋପୀୟ ସଂଘ (ଇୟୁ) ଦ୍ୱାରା ଜାରି କଟକଣା ଉଲ୍ଳଂଘନ କରିବା ଅଭିଯୋଗରେ ଇରାନର ଏକ ବିଶାଳ ତୈଳ ଜାହାଜ ଜିବ୍ରାଲ୍‌ଟରରେ ଧରାପଡ଼ିଛି। ଗ୍ରେସ୍‌ ୧...

୨୦ ଫୁଟ ଗଭୀର ସମୁଦ୍ର ତଳେ ପେଣ୍ଟିଂ କରୁଛନ୍ତି ଚିତ୍ରକର

ହାଭାନା, ୨୨।୬: କ୍ୟୁବାର ଜଣେ ଚିତ୍ରକର ୨୦ ଫୁଟ ଗଭୀର ସମୁଦ୍ର ତଳେ ପେଣ୍ଟିଂ କରି ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଏହା ଏକ ନିଆରା ଅନୁଭୁତି...

କାଲିଫର୍ନିଆ ଗୁଳିକାଣ୍ଡ: ଜଣେ ମୃତ ୩ ଆହତ

କାଲିଫର୍ନିଆ,୨୮।୪: ଆମେରିକାର କାଲିଫର୍ନିଆରେ ଥିବା ଇହୁଦି ପ୍ରାର୍ଥନାସ୍ଥଳୀ ଉପରେ କେହି ଅଜ୍ଞାତ ବନ୍ଧୁକଧାରୀ ଗୁଳି କରିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩...

ଶ୍ରୀଲଙ୍କା ବିସ୍ଫୋରଣରେ ସାମିଲ ଥିଲେ ୯ ଆତ୍ମଘାତୀ

କଲମ୍ବୋ୨୫ା୪(ପି.ଟି): ଶ୍ରୀଲଙ୍କାର ଇଷ୍ଟର ସଣ୍ଡେ ବିସ୍ଫୋରଣରେ ଜଣେ ମହିଳାଙ୍କ ସମେତ ୯ ଆତ୍ମଘାତୀ ସାମିଲ ଥିଲେ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୬୦ ସନ୍ଦିଗ୍ଧଙ୍କୁ...

ପୃଥିବୀରେ ୨ କୋଟି ୩୦ଲକ୍ଷରୁ ଅଧିକ ବାଳିକା ବଧୂ: ୟୁନିସେଫ୍‌ ରିପୋର୍ଟ

ନ୍ୟୁୟର୍କ,୮।୬: ପୃଥିବୀରେ ଶିଶୁ କନ୍ୟା ଏବେ ମଧ୍ୟ ଅବହେଳିତ। ନାନା ପ୍ରକାର ସତେଚନତା କାର୍ଯ୍ୟକ୍ରମ ପରେ ବି ବିଭିନ୍ନ ରାଷ୍ଟ୍ରରେ ବାଳିକାଙ୍କୁ ବିବାହଯୋଗ୍ୟା ବୟସ ପୂର୍ବରୁ...

ପାପୁଆ ନ୍ୟୁ ଗିନିରେ ଭୂକମ୍ପ

କାନ୍‌ବେରା,୧୫ା୫(ଏପି): ମଙ୍ଗଳବାର ସନ୍ଧ୍ୟାରେ ପାପୁଆ ନ୍ୟୁ ଗିନିରେ ଶକ୍ତିଶାଳୀ ଭୂକମ୍ପ ସୃଷ୍ଟି ହେବା ଫଳରେ ସୁନାମି ସତର୍କତା ଜାରି କରାଯାଇଛି। ଆମେରିକାର ଜିଓଲୋଜିକାଲ ସର୍ଭେ (ୟୁଏସ୍‌ଜିଏସ୍‌)ର...

ପିଓକେରେ ବନ୍ୟା: ୨୩ ମୃତ

ଇସ୍‌ଲାମାବାବାଦ,୧୬ା୭: ପାକିସ୍ତାନ ଅଧିକୃତ କଶ୍ମୀରର ନୀଲମ୍‌ ଉପତ୍ୟକାରେ ମୂଷଳ ଧାରାରେ ବର୍ଷା ହେବା ସହ ବନ୍ୟା ପରିସ୍ଥିତି ଦେଖାଦେଇଛି। ଅଦ୍ୟାବଧି ୨୩ ଲୋକ ପ୍ରାଣ ହରାଇଥିବାବେଳେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *