୨୫ରୁ ବିଧାନସଭା ମୌସୁମୀ ଅଧିବେଶନ : ୨୪ରେ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ତଥା ମୌସୁମୀ ଅଧିବେଶନ ଚଳିତ ମାସ ୨୫ରୁ ଆରମ୍ଭ ହେବାକୁ ଯାଉଛି। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ୨୪ରେ ଶାସକ ବିଜେଡି ବିଧାୟକ ଦଳ ବୈଠକ ବସିବ ବୋଲି ଜଣାପଡିଛି। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ସେହିଦିନ ଅପରାହ୍ନ ୫ଟା ୩୦ରେ ବିଧାନସଭାର ୫୪ ନଂ. ପ୍ରକୋଷ୍ଠରେ ଏହି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ଦଳର ସମସ୍ତ ବିଧାୟିକା, ବିଧାୟକଙ୍କୁ ବୈଠକରେ ଯୋଗ ଦେବା ପାଇଁ କୁହାଯାଇଛି।
ବିଧାନସଭାରେ କିପରି ଭାବେ ବିରୋଧୀଙ୍କୁ ମୁକାବିଲା କରାଯିବ, ସେ ନେଇ ଆଲୋଚନା ହେବ। ପ୍ରଥମଥର ପାଇଁ ଭାଜପା ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଆସନରେ ବସିବାକୁ ଯାଉଛି। ୨୦୦୦ରୁ ୨୦୦୮ ଯାଏ ଭାଜପା ଶାସକ ବିଜେଡିର ସହଯୋଗୀ ଦଳ ଭାବେ ରହିଆସିଥିଲା। କନ୍ଧମାଳ ଦଙ୍ଗା ଘଟଣା ପରେ ବିଜେଡି ଗୈରିକ ଦଳ ସହ ମେଣ୍ଟ ସମ୍ପର୍କ ତୁଟାଇଥିଲା। ଅପରପକ୍ଷରେ ଭାଜପା ଓ କଂଗ୍ରେସର ବିଧାୟକ ଦଳ ବୈଠକ ସମ୍ପର୍କରେ କୌଣସି ଆନୁଷ୍ଠାନିକ ସୂଚନା ଏଯାବତ୍‌ ଦିଆଯାଇନାହିଁ।


All Right Reserved By

ଲଗାଣ ବର୍ଷା: ସ୍କୁଲରେ ଉପସ୍ଥାନ ଶୂନ

କଟକ ଅଫିସ,୭।୭- ଲଗାଣ ବର୍ଷା ଯୋଗୁ କଟକ ସହର ଜଳାର୍ଣ୍ଣବ ହୋଇଛି। ବିଶେଷକରି ଏହାର ପ୍ରଭାବ ପାଠପଢା ଉପରେ ପଡିଛି। ଶନିବାର ବର୍ଷାଯୋଗୁ ସହରର ସମସ୍ତ...

ହାର୍‌ ମାନିନାହାନ୍ତି କନକଲତା

ଭଦ୍ରକ ଅଫିସ, ୧୦।୭- ଭଦ୍ରକ ସହର ତଳିର ଏକ ଗଁା ଓକାଳ। ଗଁାରେ ରହିଛି ଏକ ୫ ଫୁଟ ଉଚ୍ଚର ବଖରାଏ ନୂଆଣିଆ ନଡ଼ା ଛପର...

ଚୋରି ଧରିବା ପାଇଁ ଖଟବୁଲା ପୋଲିସ ବଦଳରେ ଖୋଜାପଡୁଛି ଗୁଣିଆ

ନୟାଗଡ଼ ଅଫିସ,୨୩ା୬- ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଧରିବା ପାଇଁ ଖଟ ବୁଲୁଥିବା ଦେଖିବାକୁ ମିଳୁଛି। କୌଣସି ଗ୍ରାମରେ ଚୋରି ହେଲେ ଲୋକମାନେ ପୋଲିସ...

ନିର୍ବାଚନୀ ପରବର୍ତ୍ତୀ ହିଂସା : ବୋମାମାଡ଼, ୬ ଆହତ

ବ୍ରହ୍ମଗିରି,୨୬ା୫(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖାଦେଇଛି। ନିର୍ବାଚନରେ ହାରଜିତ୍‌କୁ କେନ୍ଦ୍ର କରି ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଭାଟପଡ଼ା ଗ୍ରାମରେ ଘନଘନ...

ମହାନଦୀରେ ବୁଡି ଯାଉଥିଲେ ଝିଅ,ଉଦ୍ଧାର କରିବାକୁ ଯାଇ ବାପା ମୃତ

ଖଣ୍ଡପଡା,୧୬ା୬(ସ୍ବ.ପ୍ର.)-ମହାନଦୀରେ ଗାଧୋଉଥିବାବେଳେ ଝିଅ ବୁଡି ଯାଉଥିବା ଦେଖି ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁ ପଡିଥିଲେ ବାପା। ହେଲେ ଝିଅ କୂଳକୁ ଫେରି ଆସିଥିବାବେଳେ ପାଣିରେ...

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ସାକ୍ଷୀଗୋପାଳ, ୨୨।୫(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ବଡ଼ବିଲ ସାହିର କୁମୁଦୀନି ମଲ୍ଲିକ(୪୦)ଙ୍କର ବିଷଧର ସାପ କାମୁଡାରେ ମୃତ୍ୟୁ ଘଟିଛି। ବାତ୍ୟାରେ ଭାଙ୍ଗି...

ମିନିବସ୍‌ ଓଲଟି ଜଣେ ମୃତ, ୭ ଗୁରୁତର

କବିସୂର୍ଯ୍ୟନଗର,୧୨।୬-ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ବୁଢ଼ାମ୍ବଗାଁସ୍ଥିତ ଜେମାଦେଇ ମନ୍ଦିର ନିକଟରେ ବୁଧବାର ଏକ ଯାତ୍ରୀବାହୀ ମିନବସ ଓଲଟି ପଡିଛି। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ...

ବ୍ୟବସାୟୀଙ୍କୁ ଅପହରଣ ମାମଲା: ୪ ଗିରଫ: ୩ କାର୍‌,୨ ବାଇକ୍‌, ବନ୍ଧୁକ ଜବତ

ଭୁୁବନେଶ୍ୱର,୨ା୮(ବ୍ୟୁରୋ): ଭୁୁବନେଶ୍ୱର,୨ା୭(ବ୍ୟୁରୋ)- ନୟାପଲ୍ଲୀ ଥାନା ଅନ୍ତର୍ଗତ ଲେନ୍‌ ଏନ୍‌-୧ରେ ରହୁଥିବା ବ୍ୟବସାୟୀ ଶିବସୁନ୍ଦର ଦାଶଙ୍କୁ ଗତ ୭ ତାରିଖ ରାତିରେ କେତେଜଣ ଦୁର୍ବୃତ୍ତ କାର୍‌ ସହ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *