Posted inଖେଳ

ମା’ ଦୁର୍ଗାଙ୍କ ଜଣେ ବଡ ଭକ୍ତ ଏହି ବାଂଲାଦେଶୀ କ୍ରିକେଟର

ଲଣ୍ଡନ, ୧୮।୬: ଚଳିତ ବିଶ୍ୱକପରେ ବିପର୍ଯ୍ୟୟ ଘଟାଇଛି ବାଂଲାଦେଶ। ସୋମବାର ଅନୁଷ୍ଠିତ ହାଇ ସ୍କୋରିଂ ମ୍ୟାଚ୍‌ରେ ସାକିବ-ଅଲ-ହାସନଙ୍କ ଶତକ ଏବଂ ଲିଟନ ଦାସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଓ୍ବେଷ୍ଟଇଣ୍ଡିଜକୁ ୭ ଓ୍ବିକେଟରେ ପରାସ୍ତ କରିଛି ବାଂଲାଦେଶ। ସାକିବ ୯୯ ବଲରେ ୧୨୪ ରନ କରିଥିବାବେଳେ ଲିଟନ ୬୯ ବଲରୁ ୮ଟି ଚୌକା ଏବଂ ୪ଟି ଛକା ସହ ୯୪ରନରେ ଅପରାଜିତ ରହିଥିଲେ। ଏହି ମ୍ୟାଚ୍‌ରେ ସାକିବଙ୍କ ଅପେକ୍ଷା ଲିଟନଙ୍କ ପାଳିର ଅଧିକ ଚର୍ଚ୍ଚା ହେଉଛି। ଲିଟନ ଜଣେ ହିନ୍ଦୁ ଖେଳାଳି। ସେ ମା’ ଦୁର୍ଗାଙ୍କ ଜଣେ ବଡ ଭକ୍ତ। ୨୦୧୫ରେ ସୋସିଆଲ ମିଡିଆରେ ଦଶହରା ପୂଜାବେଳେ ମା’ ଦୁର୍ଗାଙ୍କ ଫଟୋ ପୋଷ୍ଟ କରି ବିବାଦ ଘେରକୁ ଆସିଥିଲେ। ଅନେକ ୟୁଜର୍ସ ତାଙ୍କୁ ସମାଲୋଚନା କରିଥିଲେ। ଏହାର ସଫେଇ ଦେଇ ଲିଟନ କହିଥିଲେ, ମୁଁ ପ୍ରଥମେ ଜଣେ ବାଂଲାଦେଶୀ, ମୋତେ ମୋ ଧର୍ମଠାରୁ ଅଲଗା କରା ନ ଯାଉ। ସୂଚନାଯୋଗ୍ୟ, ଲିଟନ ୨୯ଟି ଏକଦିବସୀୟ ମ୍ୟାଚ୍‌ ଖେଳି ୬୭୮ରନ୍‌ କରିଛନ୍ତି।


All Right Reserved By

Posted inଖେଳ

ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବା ପୂର୍ବରୁ ଭାରତୀୟ ଖେଳାଳି କରିଥାନ୍ତି ଏହିସବୁ କାମ

ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ମଙ୍ଗଳବାର ମାଞ୍ଚେଷ୍ଟରରେ ଫାଇନାଲ ଟିକେଟ୍‌ ପାଇଁ ନ୍ୟୁଜିଲାଣ୍ଡକୁ ଭେଟିବ...

ସାମିଙ୍କ ହ୍ୟାଟ୍ରିକ: ଭାରତର ସଂଘର୍ଷପୂର୍ଣ୍ଣ ବିଜୟ

ସାଉଥାମ୍ପ୍‌ଟନ,୨୩।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଭାରତ ଶନିବାର ଆଫଗାନିସ୍ତାନ ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ସ୍ଥାନୀୟ ରୋଜ୍‌ ବାଉଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୨୮ତମ...

ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଶ୍ରୀଲଙ୍କା

ଚେଷ୍ଟର-ଲି-ଷ୍ଟ୍ରିଟ୍‌, ୨ା୭ (ପି.ଟି.)-ନିକୋଲାସ ପୁରନଙ୍କ ଲଢୁଆ ଶତକ ସତ୍ତ୍ୱେ ଚଳିତ ଆଇସିସି ବିଶ୍ୱକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ୨୩ରନରେ ଶ୍ରୀଲଙ୍କାଠାରୁ ପରାସ୍ତ ହୋଇଛି। ୩୩୯...

ଫାଇନାଲରେ ପ୍ଲିସ୍କୋଭା-କର୍ବର

ଇଷ୍ଟବୋର୍ନ(ଇଂଲଣ୍ଡ),୨୯।୬(ଏଏଫ୍‌ପି)- ଏଠାରେ ଚାଲିଥିବା ଇଷ୍ଟବୋର୍ନ ଡବ୍ଲ୍ୟୁଟିଏ ଟେନିସ ଟୁର୍ନାମେଣ୍ଟ ଫାଇନାଲରେ ବିଶ୍ୱର ୩ୟ ର଼୍ୟାଙ୍କ ମହିଳା ସିଙ୍ଗଲ୍ସ ଖେଳାଳି କାରୋଲିନା ପ୍ଲିସ୍କୋଭା ଓ ଓ୍ବିମ୍ବେଲଡନ ଓପନ...

ବିଜୟ ଶଙ୍କରଙ୍କ ସ୍ଥାନରେ ଭାରତୀୟ ଦଳରେ ମୟଙ୍କ

ବର୍ମିଂହାମ, ୧।୭(ପି.ଟି.)- ଆଘାତଜନିତ ସମସ୍ୟା ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳର ପିଛା ଛାଡ଼ୁନାହିଁ। ସଦ୍ୟତମ ଖେଳାଳିଭାବେ ଅଲ୍‌ରାଉଣ୍ଡର ବିଜୟ ଶଙ୍କର ଆହତ ହୋଇ ବିଶ୍ୱକପ୍‌ର ବଳକା...

ଆଇସିସି ବିଶ୍ୱକପ୍‌ ଚାମ୍ପିୟନ ଦଳ ପାଇବ ୪ ନିୟୁତ ଡଲାର

ଲଣ୍ଡନ, ୧୭ା୫ (ପି.ଟି.)-ଆସନ୍ତା ଆଇସିସି ପୁରୁଷ ବିଶ୍ୱକପ୍‌ ପାଇଁ ମୋଟ ପୁରସ୍କାର ରାଶି ୧୦ ନିୟୁତ ଆମେରିକୀୟ ଡଲାର ରଖାଯାଇଛି। ବିଜେତା ଦଳକୁ ୪ ନିୟୁତ...

ଜୋକୋଭିଚ୍‌, ନାଡାଲ କ୍ୱାର୍ଟରରେ

ମଣ୍ଟେ କାର୍ଲୋ, ୧୯ା୪ (ଏଏଫ୍‌ପି)- ଟପ୍‌ ସିଡ୍‌ ନୋଭାକ ଜୋକୋଭିଚ୍‌ ଏବଂ ୧୧ଥର ଚାମ୍ପିୟନ ରାଫାଲ ନାଡାଲ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ଟେନିସ...

ଜାତୀୟ ମହିଳା ହକି କ୍ୟାମ୍ପ୍‌: ଫେରିଲେ ରାନୀ

ନୂଆଦିଲ୍ଲୀ, ୨୬।୪(ପି.ଟି.)- ବେଙ୍ଗାଲୁରୁଠାରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଜାତୀୟ ମହିଳା ହକି କ୍ୟାମ୍ପ୍‌ ଲାଗି ହକି ଇଣ୍ଡିଆ ପକ୍ଷରୁ ୬୦ ଜଣିଆ ସମ୍ଭାବ୍ୟ ଖେଳାଳି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *