Posted inଖେଳ

ବିଶ୍ୱକପ୍‌ ପାଇଁ ସ୍ବତନ୍ତ୍ର ଲକେଟ୍‌ ପିନ୍ଧିଲେ ପାଣ୍ଡ୍ୟା

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜର ନିଆରା ଲୁକ୍‌ ପାଇଁ ପ୍ରସିଦ୍ଧ। କିମ୍ବଦନ୍ତୀ ଫୁଟବଲର ନିଏମାରଙ୍କୁ ଅନୁକରଣ କରୁଥିବା ପାଣ୍ଡ୍ୟା ତାଙ୍କ ଭଳି ହେୟାର୍‌ଷ୍ଟାଇଲ୍‌ ମଧ୍ୟ କରିଛନ୍ତି। ପାଣ୍ଡ୍ୟାଙ୍କ ଆଉ ଏକ ପସନ୍ଦ ହେଉଛି ହୀରା। ଯାହାର ଖୁଲାସା କରିଛନ୍ତି ସାଥୀ ଖେଳାଳି ୟୁଜବେନ୍ଦ୍ର ଚହଲ୍‌। ଚହଲ୍‌ ଟିଭିରେ ସାକ୍ଷାତକାର ନେବା ଅବସରରେ ପାଣ୍ଡ୍ୟା ହୀରା ଉପରେ ଥିବା ତାଙ୍କ ରୁଚି ବିଷୟରେ ଉଲ୍ଲେଖ କରିଛନ୍ତି। ବିଶ୍ୱକପ୍‌ ପୂର୍ବରୁ ସ୍ବତନ୍ତ୍ର ଭାବେ ଏକ ଲକେଟ୍‌ ପ୍ରସ୍ତୁତ କରିଛନ୍ତି। ଉକ୍ତ ଲକେଟରେ ବ୍ୟାଟ୍‌-ବଲ୍‌ ରହିଛି, ଯାହା ହୀରାରେ ପ୍ରସ୍ତୁତ ହୋଇଛି। ଯେପରି କାହା ନଜର ନ ପଡିବ ସେଥି ଲାଗି ବଲରେ କଳା ରଙ୍ଗ ଦିଆଯାଇଛି। ଏହାସହ ପାଣ୍ଡ୍ୟା ବ୍ୟବହାର କରୁଥିବା ମୁଦି, ଘଣ୍ଟା ମଧ୍ୟ ହୀରାର ବୋଲି ଜଣାପଡିଛି। ନିକଟରେ ବିଶ୍ୱକପ୍‌ ଖେଳିବା ପାଇଁ ଇଂଲଣ୍ଡରେ ଥିବା ପାଣ୍ଡ୍ୟା ଜବରଦସ୍ତ ଖେଳ ମଧ୍ୟ ପ୍ରଦର୍ଶନ କରିଛନ୍ତି।


All Right Reserved By

Posted inଖେଳ

୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିପାରେ ଆଇଓଏ

ନୂଆଦିଲ୍ଲୀ,୨୨।୬: ୨୦୨୨ରେ ବର୍ମିଂହାମଠାରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ଓହରିଯାଇପାରେ। ପ୍ରତିଯୋଗିତାର ଇଭେଣ୍ଟ ତାଲିକାରେ ଶୁଟିଂ ଓ ଆର୍ଚେରି (ରିକର୍ଭ)...

ଆଇସିସି ବିଶ୍ୱକପ୍‌: ଶ୍ରୀଲଙ୍କାର ପ୍ରଥମ ବିଜୟ

କାର୍ଡିଫ୍‌,୫।୬(ଏଏଫ୍‌ପି)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ ଦ୍ୱାଦଶ ସଂସ୍କରଣର ବର୍ଷା ବାଧାପ୍ରାପ୍ତ ସପ୍ତମ ମ୍ୟାଚ୍‌ରେ ଶ୍ରୀଲଙ୍କା ଡକ୍‌ଓ୍ବର୍ଥ/ ଲୁଇସ୍‌ ନିୟମରେ ୩୪ ରନରେ...

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରିସାରିଛନ୍ତି ଯୁବରାଜ

କର୍କଟକୁ ଜିତି ପୁଣି କ୍ରିକେଟ ପଡ଼ିଆକୁ ଜବରଦସ୍ତ ଏଣ୍ଟ୍ରି ମାରିଥିବା ଯୁବରାଜ ସିଂହ ସୋମବାର କ୍ରିକେଟକୁ ଅଲବିଦା କହିଛନ୍ତି। କ୍ରିକେଟ ଜଗତର ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌...

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ପାକିସ୍ତାନ ମୁକାବିଲା ଆଜି

ଲଣ୍ଡନ,୩।୫(ଏଏଫପି)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଚଳିତ ଦ୍ୱାଦଶ ସଂସ୍କରଣରେ ଆୟୋଜକ ତଥା ହଟ୍‌ ଫେଭରାଇଟ ଇଂଲଣ୍ଡ ସୋମବାର ୧୯୯୨ ଚାମ୍ପିୟନ ପାକିସ୍ତାନକୁ ଭେଟିବ।...

ସ୍ବଦେଶ ଫେରିବେ ମାଲିଙ୍ଗା

ବ୍ରିଷ୍ଟଲ, ୧୧।୬- ଶ୍ରୀଲଙ୍କା କ୍ରିକେଟ ଦଳର ଭେଟେରାନ ଦ୍ରୁତ ବୋଲର ଲସିଥ୍‌ ମାଲିଙ୍ଗା ଚଳିତ ଆଇସିସି ବିଶ୍ୱକପ୍‌ ମଝିରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। ମଙ୍ଗଳବାର ଏଠାରେ...

ସଚିନଙ୍କ ଭବିଷ୍ୟବାଣୀ: ଏହି ୪ଟି ଟିମ୍‌ ବିଶ୍ୱକପ୍‌ ସେମିଫାଇନାଲରେ ପହଞ୍ଚିବେ

ମୁମ୍ବାଇ, ୨୮।୫: କ୍ରିକେଟ ବିଶ୍ୱକପ୍‌ ଯେତିକି ପାଖେଇ ଆସୁଛି, ତାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ମେ ୩୦ରୁ ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍‌ରେ...

ଏଥର ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ୩୫ ପାର୍‌ କ୍ରିକେଟରଙ୍କ ଜଲଓ୍ବା

ଇଂଲଣ୍ଡ, ୧୯।୫: ବିଶ୍ୱର ଶ୍ରେଷ୍ଠ ୧୦ଟି ଟିମ୍‌କୁ ନେଇ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ବିଶ୍ୱକପ୍‌। ମେ ୩୦ରୁ ଆରମ୍ଭ ହେଉଥିବା ଏହି ମହାକୁମ୍ଭରେ...

ସମଲିଙ୍ଗୀ ସମ୍ପର୍କକୁ ଦୂତୀଙ୍କ ସ୍ବୀକାର

ନୂଆଦିଲ୍ଲୀ,୧୯।୫- ଭାରତୀୟ ତାରକା ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ସମଲିଙ୍ଗୀ ସମ୍ପର୍କରେ ଥିବା କଥା ସ୍ବୀକାର କରିଛନ୍ତି। ଘରୋଇ ସହର ଯାଜପୁରର ଜଣେ ଝିଅଙ୍କ ସହ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *