ଗରମ ଓ ଗର୍ଭବତୀଙ୍କ ଯତ୍ନ

କାଲି ସରିଛି ସ୍ନାନ ପୂର୍ଣ୍ଣମୀ। ଆଜିଠୁ ରଥଯାତ୍ରା ପର୍ଯ୍ୟନ୍ତ ମହାପ୍ରଭୁ ରହିବେ ଅଣବସରରେ। କୁହାଯାଏ ଏହି ସମୟରେ ଅନୁଭୂତ ହୁଏ ଅଣବସର ଗୁଳୁଗୁଳି। ତେବେ ଖରାଦିନ ଶେଷ ଏବଂ ବର୍ଷାର ଆରମ୍ଭ ମଧ୍ୟବର୍ତ୍ତୀ ଏହି ସମୟରେ ହେଉଥିବା ପାଣିପାଗ ପରିବର୍ତ୍ତନଜନିତ ଗରମ ସମସ୍ତଙ୍କ ଲାଗି ବିଶେଷ କରି ଗର୍ଭବତୀଙ୍କ ଲାଗି ହୋଇପଡ଼େ ଅସହ୍ୟ। ତେଣୁ ଏହି ସମୟରେ ଉଭୟ ମା’ ଏବଂ ଗର୍ଭସ୍ଥ ସନ୍ତାନର ସୁରକ୍ଷା ଲାଗି ଯତ୍ନଶୀଳ ହେବା ଆବଶ୍ୟକ…

ଗର୍ଭାବସ୍ଥା ଏକ ସ୍ପର୍ଶକାତର ସମୟ, ଯେଉଁଥିରେ ଭାବୀ ମା’କୁ ଦୀର୍ଘ ୯ ମାସ ଧରି ଶିଶୁଟିକୁ ଗର୍ଭରେ ଧାରଣ କରି ସବୁ ସୁବିଧା, ଅସୁବିଧାକୁ ସାମ୍ନା କରିବାକୁ ପଡ଼ିଥାଏ। ମାତୃତ୍ୱର ଏହି ଯାତ୍ରା ଖୁବ୍‌ ଆନନ୍ଦଦାୟକ ହେଲେ ମଧ୍ୟ କେତେବେଳେ ଏହା ନିରାପଦ ହୋଇଥାଏ ତ’ ପୁଣି କେତେବେଳେ ବିପଦ ସଙ୍କୁଳ ହୋଇଥାଏ। କାରଣ ନିଜର ଓଜନ ସହ ଆଉ ଗୋଟିଏ ଶିଶୁକୁ ଗର୍ଭରେ ଧାରଣ କରି ଜୀବନ ନିର୍ବାହ କରିବା କମ୍‌ କଷ୍ଟକର ବ୍ୟାପାର ନୁହେଁ। ବିଶେଷ ଭାବରେ ଖରା ଗରମ ଏବଂ ଗୁଳୁଗୁଳି ସମୟ ଗର୍ଭବତୀ ନାରୀ ପାଇଁ ବେଶ୍‌ କଷ୍ଟଦାୟକ ହୋଇଥାଏ। ଅସହ୍ୟ ତାତି ସାଙ୍ଗକୁ ଝାଳ ବୋହିବା, ଜଣେ ସାଧାରଣ ମଣିଷ ପାଇଁ କଷ୍ଟକର ହୋଇପଡ଼ିଥିବା ବେଳେ ଗର୍ଭବତୀ ନାରୀ ପାଇଁ ଏହାକୁ ସହନ କରିବା ଯନ୍ତ୍ରଣାଦାୟକ ହୋଇଥାଏ। ଗର୍ଭାବସ୍ଥାରେ କେତେକ ଅନ୍ତଃସ୍ରାବୀ ରସ ତଥା ଶାରୀରିକ ପରିବର୍ତ୍ତନ ଯୋଗୁ ଭାବୀ ମା’ମାନଙ୍କୁ ବେଶି ଗରମ ଲାଗିଥାଏ। ସେମାନଙ୍କର ବେଶି ଝାଳ ମଧ୍ୟ ବୋହିଥାଏ।
ସାଧାରଣତଃ ପ୍ରତ୍ୟେକ ଗର୍ଭବତୀ ନାରୀଙ୍କ ଠାରେ ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା, କ୍ଳାନ୍ତି ଲାଗିବା ଆଦି ଲକ୍ଷଣ ଦେଖାଦେଇଥାଏ। କିନ୍ତୁ ଗରମ ଦିନେ ଏହି ଲକ୍ଷଣ ବଢ଼ିଯାଏ ଏବଂ ଟିକେ ଯନତ୍ ନ ପାଇଲେ ସେମାନଙ୍କର ଅଂଶୁଘାତ ହେବାର ଭୟ ଥାଏ। ମା’ ଦେହର ତାପମାତ୍ରା ବଢ଼ିଗଲେ ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ତା’ର ଖରାପ ପ୍ରଭାବ ପଡ଼ିଥାଏ। ବେଶି ଝାଳ ବୋହୁଥିବାରୁ ଦେହରୁ ଜଳୀୟ ଅଂଶ କମିଯାଏ (ଡିହାଇଡ୍ରେଶନ୍‌) ତେଣୁ ପ୍ରଚୁର ପାଣି (ଅତି କମ୍‌ରେ ୮-୧୦ଗ୍ଲାସ୍‌) ପିଇବା ଆବଶ୍ୟକ। ଏହି ପାଣି ଗର୍ଭରେ ଶିଶୁକୁ ଶକ୍ତି ଯୋଗାଉଥିବା ଗର୍ଭଫୁଲକୁ ବିକାଶ କରିଥାଏ। ତା’ ଛଡା ଏହା ଦେହରେ ଥିବା ବିଷାକ୍ତ ପଦାର୍ଥକୁ ପରିସ୍ରା ଓ ଝାଳ ବାଟେ ବାହାରି ଯିବାରେ ସାହାଯ୍ୟ କରିଥାଏ। ପାଣି ବ୍ୟତୀତ ଲେମ୍ବୁପାଣି, ପଇଡ଼ପାଣି, ଆଖୁରସ, ସରବତ୍‌ ପ୍ରଚୁର ପରିମାଣରେ ପିଇବା ଦରକାର। ବାହାରକୁ ଗଲାବେଳେ ସବୁବେଳେ ବୋତଲରେ ପିଇବା ପାଣି ରଖିବା ଆବଶ୍ୟକ। ଅଧିକ ଗରମ ଲାଗିଲେ ମୁହଁ ଏବଂ ଦେହ ଧୋଇଦେବା ଜରୁରୀ।
ଏ ସମୟରେ ଶୀଘ୍ର ହଜମ ହେଉ ନ ଥିବାରୁ, ତରଭୁଜ, କାକୁଡ଼ି, ସାଲାଡ଼, ଫଳ ଖାଆନ୍ତୁ । ଚା, କଫି ଆଦି ବଦଳରେ ଦହି ସାଲାଡ଼, ଲେମ୍ବୁ, ଲୁଣ, ଚିନି ସରବତ, ଫ୍ରୁଟ୍‌ ଜୁସ୍‌ ପିଅନ୍ତୁ।
ଏହି ଅବସ୍ଥାରେ ଖରାରେ ଆଦୌ ବାହାରକୁ ବାହାରନ୍ତୁ ନାହିଁ। ଯେତେ ଦୂର ସମ୍ଭବ ଘର ଭିତରେ ରୁହନ୍ତୁ ଏବଂ ନିହାତି କିଛି କାମ ଥିଲେ ସନ୍ଧ୍ୟା ପରେ ସାରିବାକୁ ଚେଷ୍ଟା କରନ୍ତୁ। ଅତ୍ୟଧିକ ଗରମ, ଟାଣ ଖରା ତଥା ପ୍ରଦୂଷଣ ଶରୀରର ବହୁତ କ୍ଷତି କରେ। ସକାଳେ କିଛି ସମୟ ଚାଲିବା ବେଶ୍‌ ଭଲ।
ଗର୍ଭାବସ୍ଥାରେ ଅନେକଙ୍କର ଗୋଡ଼ ଫୁଲିଥାଏ। ତେଣୁ ଗରମ ଗୁଳୁଗୁଳିରେ ସିନ୍ଥେଟିକ୍‌ ଏବଂ ଟାଇଟ୍‌ ପୋଷାକ ପିନ୍ଧବା ଦ୍ୱାରା ଅସୁବିଧା ହୋଇଥାଏ। ଯଥାସମ୍ଭବ ଆରାମଦାୟକ ଢିଲା କଟନ ପୋଷାକ ପିନ୍ଧନ୍ତୁ। ତେଣୁ ଟାଇଟ ଜୋତା ପରିବର୍ତ୍ତେ ନରମ, କୋମଳ ଢିଲା ଚପଲ ବ୍ୟବହାର କରନ୍ତୁ।
ଗରମ, ଗୁଳୁଗୁଳି ସମୟରେ କେଶ ଲମ୍ବା ରଖିନ୍ତୁ ନାହିଁ। ସେହିପରି ଝାଳ ନ ହେବା ଲାଗି କେଶ ଛୋଟ ରଖନ୍ତୁ, ମଝିରେ ମଝିରେ ଶାମ୍ପୁ କରନ୍ତୁ। କେଶ ଖୋଲା ନ ରଖି ଖୋଷା ବା ପନିଟେଲ୍‌ କରନ୍ତୁ। ଆବଶ୍ୟକ ହେଲେ କେଶ କାଟି ଛୋଟ କରିଦିଅନ୍ତୁ।
ଏମିତିରେ ଗର୍ଭାବସ୍ଥାରେ ଚର୍ମରେ ଡାର୍କ ପ୍ୟାଚ୍‌, ଡ୍ରାଏ ସ୍ପଟ୍‌ସ, ପିଗ୍‌ମେଣ୍ଟେଶନ୍‌, ଚମ ଫଳିବା (ର଼୍ୟାସେସ୍‌) ଆଦି ଭଳି ଅନେକ ପରିବର୍ତ୍ତନ ଦେଖାଦିଏ। ଯାହାକି ଗରମରେ ବଢିଯିବାର ଆଶଙ୍କା ଥାଏ। ତେଣୁ ଗାଧୋଇସାରି ଚର୍ମରେ ଭଲଭାବେ ମଏଶ୍ଚରାଇଜିଂ ଲୋସନ ବା କ୍ରିମ୍‌ ଲଗାଇବା ଭଲ। ଏଦିନେ ଗରମ ପାଣି ବା ହଟ୍‌ ସାୱର ବାଥ୍‌ କରନ୍ତୁ ନାହିଁ, ନଚେତ୍‌ ଚର୍ମ କୁଣ୍ଡାଇ ହେବା ସହ ଶୁଖିଲା ହୋଇଯିବ।
ଅଧିକ ଗରମ, ଗୁଳୁଗୁଳି ଲାଗିଲେ ଥଣ୍ଡା ଘରେ ୮-୧୦ ଘଣ୍ଟା ବିଶ୍ରାମ ନିଅନ୍ତୁ। ପ୍ରଚୁର ଝାଳ ବୋହିଲେ ଶରୀରର ଇଲେକ୍ଟ୍ରୋଲାଇଟସ୍‌ ଯଥା ସୋଡିୟମ ଓ ପଟାସିୟମ ଅସନ୍ତୁଳନ ହୁଏ ଏବଂ ଗୋଡ଼ହାତ ବିନ୍ଧିବା ସହ କ୍ଳାନ୍ତି ଲାଗେ । ଏହାକୁ ହିଟ୍‌ କ୍ରାମ୍ପସ୍‌ କୁହାଯାଏ। ଏପରି ଲାଗିଲେ କଦଳୀ ଖାଇବା ସହ ଲେମ୍ବୁ ଲୁଣ ପାଣି ପିଇବା ଉଚିତ । ଗର୍ଭାବସ୍ଥାର ପ୍ରଥମ ୩ ମାସରେ ଅଂଶୁଘାତ ହେଲେ ଗର୍ଭସ୍ଥ ଶିଶୁ ବିକଳାଙ୍ଗ ହେବାର ଭୟ ଥାଏ। ତେଣୁ ଦିନରେ ବାହାରକୁ ଯିବା କିମ୍ବା ଚୁଲି ପାଖରେ ବହୁ ସମୟ ଠିଆ ହୋଇ ରୋଷେଇ କରିବା ଉଚିତ ନୁହେଁ।
– ଲିଙ୍କ୍‌ ରୋଡ,କଟକ
ମୋ- ୯୪୩୭୯୫୫୦୦୭


All Right Reserved By

ଜାତୀୟସ୍ତରରେ ପୁଣି ଜଣେ

ପାଶ୍ଚାତ୍ୟ ବେଶଭୂଷାର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ଏପରି ଅବସ୍ଥାରେ ଫ୍ୟାଶନ ଡିଜାଇନର ନୂଆ ଟ୍ରେଣ୍ଡ ନେଇ ଯୁବ ପିଢି ବେଶ ଉତ୍ସାହିତ। ଏନେଇ...

ବିଶ୍ୱ ତମାଖୁ ନିିରୋଧ ଦିବସ

ମେ ୩୧ରେ ବିଶ୍ୱ ତମାଖୁ ନିିରୋଧ ଦିବସ ପାଳନ କରାଯାଉଛି। ତମାଖୁ ସେବନ କରି ବିଶେଷକରି ଫୁସଫୁସ ଜନିତ ରୋଗ ଏବଂ କ୍ୟାନସର ପରି ମହାମାରୀର...

ଏପ୍ରିଲ ୧୧ରେ ୧୭ ଆସନରେ ଭୋଟ: ଟିଆର୍‌ଏସ୍‌ର ମିଶନ ୧୬

ହାଇଦ୍ରାବାଦ,୨୮ା୩(ଆଇଏଏନ୍‌ଏସ୍‌): ତେଲେଙ୍ଗାନାରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ସାଧାରଣ ନିର୍ବାଚନର ମଇଦାନକୁ ଓହ୍ଲାଇଛି। ବିରୋଧୀ...

ରୁଟିରେ ଗୁଆଘିଅ ଲଗାଇ ଖାଇଲେ ଓଜନ କମିବ

ସୁସ୍ଥ ରହିବା ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ଏବଂ ଉନ୍ନତ ଜୀବନଶୈଳୀର ଆବଶ୍ୟକତା ରହିଛି। ହେଲେ ଆଜିକାଲିର ଲୋକମାନେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ପରିବର୍ତ୍ତେ ଜଙ୍କ୍‌ ଫୁଡ୍‌...

ଚିନ୍ତା କମ୍‌ କରିବା ପାଇଁ ଆପଣାନ୍ତୁ କେତୋଟି ସହଜ ଉପାୟ

ଆଜିକାଲିର ବ୍ୟସ୍ତ ଜୀବନଶୈଳୀକୁ ନେଇ ଅଧିକାଂଶ ଲୋକ ଚିନ୍ତାରେ ରହିଥାନ୍ତି। ଚିନ୍ତା ଯୋଗୁ ଅନେକ ରୋଗ ହେବା ସମ୍ଭାବନା ମଧ୍ୟ ରହିଥାଏ। ବ୍ୟସ୍ତ ଜୀବନଶୈଳୀ ଯୋଗୁ...

ଶହେରୁ ଅଧିକ ରୋଗରୁ ରଖେ ଦୂରେଇ…

ଗପସପ କରିବାକୁ ସମସ୍ତଙ୍କୁ ଭଲ ଲାଗେ। ବିଶେଷ କରି ଏଭଳି ଗୁଣ ମହିଳାମାନଙ୍କର କ୍ଷେତ୍ରରେ ଅଧିକ ଦେଖିବାକୁ ମିଳିଥାଏ। ଗପସପ ଦ୍ୱାରା ମାନସିକ ଶାନ୍ତି ମିଳିବା...

ଆଖି ସମସ୍ୟାରୁ ଦୂରେଇ ରଖେ ଏହି ପତ୍ର ରସ…

ବିଭିନ୍ନ ପ୍ରକାର ଆଖି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳୁ ଖାଲିପେଟରେ ଧନିଆ ପତ୍ର ଜୁସ୍‌ ପିଇଲେ ମିଳିଥାଏ ସୁଫଳ । ଏହା ଶରୀରରେ କୋଲେଷ୍ଟରଲସ୍ତର...

ସ୍ବା ସ୍ଥ୍ୟ ସୂ ଚ ନା

କେତେକ ରୋଗର ପ୍ରାରମ୍ଭିକ ଲକ୍ଷଣ ସମ୍ପର୍କରେ ପ୍ରାୟ ଅବଗତ। ଅପରପକ୍ଷରେ କିଛି ଜଟିଳ ରୋଗ ସମ୍ପର୍କରେ ମଧ୍ୟ ଜନସଚେତନତା ସୃଷ୍ଟି କରାଯାଉଛି। ଯଦି ଆପଣ କୌଣସି...

ଶ୍ରୀଜୀଉଙ୍କ ନୀଳାଦ୍ରିବିଜେର ସିଧା ପ୍ରସାରଣ ଦେଖନ୍ତୁ ପୁରୀରୁ


selfi corner

ଧରିତ୍ରୀ କାର୍ଟୁନ

Model This Week

Why Dharitri

Leave a comment

Your email address will not be published. Required fields are marked *