Posted inଜାତୀୟ

ସୋନିଆଙ୍କ ପୋଷ୍ଟର ଭାଇରାଲ: ଲକ୍ଷ୍ମୀବାଇଙ୍କ ସହ ତୁଳନା କଲେ ସମର୍ଥକ

ନୂଆଦିଲ୍ଲୀ,୧୮।୬: କଂଗ୍ରେସ ଦଳ ନିଜ ରାଜନୈତିକ ଇତିହାସରେ ଲଗାତାର ଭାବେ ୨ଥର ଶୋଚନୀୟ ପରାଜୟର ସାମ୍‌ନା କରିଛି। ୨୦୧୪ ନିର୍ବାଚନରେ ୪୪ଆସନରେ ପଛରେ ରହିଥିବା ବେଳେ ଚଳିତ ଥର ୫୨ ଆସନରେ ବିରୋଧୀ ଦଳଠାରୁ କଂଗ୍ରେସ ପଛରେ ରହିଛି। ତେବେ ଦଳର ଏହି ପରାଜୟ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜକୁ ଦାୟୀ କରିବା ସହ ନିଜ ପଦରୁ ଇସ୍ତଫା ଦେବା ପାଇଁ ଅଡି ବସିଛନ୍ତି। ତେବେ ଏହି ପରିସ୍ଥିତିର କିଭଳି ସାମ୍‌ନା କରାଯିବ ସେନେଇ ଦଳ ଚିନ୍ତାରେ ପଡ଼ିଯାଇଛି। ଅପରପକ୍ଷରେ ଲୋକ ସଭା ସଦନ ଆରମ୍ଭ ହୋଇଯାଇଛି। ଆଉ ଏହାରି ଭିତରେ କଂଗ୍ରେସ କର୍ମକର୍ତ୍ତା ଏକ ନୂଆ ପୋଷ୍ଟର ବାହାର କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରରେ ୟୁପିଏ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ତୁଳନା ଝାନ୍‌ସୀ ରାଣୀ ଲକ୍ଷ୍ମୀବାଇଙ୍କ ସହ କରାଯାଇଛି। ଏହି ପୋଷ୍ଟରରେ ସୋନିଆ ଗାନ୍ଧୀଙ୍କ ସହ ରାହୁଲ ,ପ୍ରିୟଙ୍କା, ରାଜୀବ, ଇନ୍ଦିରା ଗାନ୍ଧୀ, ପ୍ରମୋଦ ତିଓ୍ବାରୀଙ୍କ ସହ ଅନ୍ୟ କିଛି ନେତାଙ୍କ ଫଟୋ ରହିଛି। ସୋନିଆଙ୍କୁ ଝାନ୍‌ସୀ ରାଣୀ ଦର୍ଶାଯିବା ସହ କ୍ୟାପସନରେ ତାଙ୍କ ପାଇଁ କିଛି ସ୍ବତନ୍ତ୍ର ବାର୍ତ୍ତା ଲେଖାଯାଇଛି। ଏହି ପୋଷ୍ଟରକୁ ପ୍ରୟାଗରାଜର କର୍ମକର୍ତ୍ତା ବା ପୋଷ୍ଟର ବୟ ହସିବ ଅହମ୍ମଦ ତିଆରି କରିଛନ୍ତି। ପ୍ରାୟତଃ ତାଙ୍କ ଦ୍ୱାରା କରାଯାଇଥିବା ପୋଷ୍ଟରଗୁଡ଼ିକ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥାଏ।


All Right Reserved By

ପଶୁଙ୍କ ଉପରେ ଅତ୍ୟାଚାର କରିବାରୁ ଥାନାରେ ଏତଲା ଦେଲେ ମାଲିକ

ପାଟନା,୩୦।୬: ଅସାମାଜିକ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ଥିବା ବିହାର ଏଥର କିନ୍ତୁ ଭିନ୍ନ ଏକ ଆପରାଧିକ ମାମଲା ପାଇଁ ଆସିଛି ଚର୍ଚ୍ଚାକୁ। ହେରୁଦିୟାରାରେ ରହୁଥିବା ଜୟରାମ...

ଭାରତ ନିର୍ବାଚନ ଉପରେ ଆମେରିକା, ଚାଇନା ଏବଂ ପାକିସ୍ତାନର ନଜର

ନୂଆଦିଲ୍ଲୀ,୨୮।୩ : ଆଗକୁ ଭାରତରେ ହେବ ଲୋକ ସଭା ନିର୍ବାଚନ। ନିର୍ବାଚନ ଉପରେ ଆମେରିକା, ଚାଇନା ସହିତ ପାକିସ୍ତାନର ନଜର ରହିଛି। ଭାରତରେ କିଭଳି ସରକାର...

ଶପଥ ନେଲେ ବିହାର ସମ୍ପ୍ରସାରିତ ମନ୍ତ୍ରୀମଣ୍ଡଳର ସଦସ୍ୟ

ପାଟନା,୨।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ରବିବାର କରାଯାଇଛି। ଏଥିରେ ୮ ଜେଡିୟୁ ନେତା ସାମିଲ ହେବା ସହ ରାଜଭବନରେ ଶପଥ ନେଇଛନ୍ତି।...

ଉତ୍ତର-ପୂର୍ବ ଦିଲ୍ଲୀ ଆସନରୁ ଲଢ଼ିବେ ଶିଲା ଦିକ୍ଷିତ

ନୂଆଦିଲ୍ଲୀ,୨୨।୪: ଅତିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିବା କଂଗ୍ରେସ ନେତ୍ରୀ ଶିଲା ଦିକ୍ଷିତ ଏଥର ପୁଣିଥରେ କଂଗ୍ରେସ ଟିକେଟ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏଥର...

କଠୁଆ ଗଣବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଦୋଷୀ ସାବ୍ୟସ୍ତ

ପଠାନକୋଟ,୧୦।୬: ବହୁ ଚର୍ଚ୍ଚିତ କଠୁଆ ଗଣ ବଳାତ୍କାର ଓ ହତ୍ୟା ମାମଲାରେ ୭ ଜଣଙ୍କ ମଧ୍ୟରୁ ପଠାନକୋଟ କୋର୍ଟ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।...

ବିଶ୍ୱକୁ ବିପଦ ଆତଙ୍କବାଦ

ମାଲେ,୯।୬(ପି.ଟି.): ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦ ମାନବ ସମାଜ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ବୋଲି ମାଳଦ୍ୱୀପ ପାର୍ଲାମେଣ୍ଟକୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।...

‘ଜୟ ଶ୍ରୀରାମ’ ନ କହିବାରୁ ମୁସଲମାନ ଯୁବକଙ୍କୁ ପିଟିିଲେ

ଗୁଡଗାଁଓ, ୨୭।୫: ଦିଲ୍ଲୀର ଗୁଡଗାଁଓରେ ଘଟିଛି ଏକ ଅଭାବନୀୟ ଘଟଣା। ‘ଜୟ ଶ୍ରୀରାମ’ ନ କହିବାରୁ ଜଣେ ମୁସଲମାନ ଯୁବକଙ୍କୁ ପିଟିବା ସହ ତାଙ୍କ ଟୋପି...

ପଶ୍ଚିମବଙ୍ଗ ହିଂସା: ୫୦ ଜୀବନ୍ତ ବୋମା ଉଦ୍ଧାର କଲା ପୋଲିସ

କୋଲକାତା,୨୪।୬: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ନିକଟରୁ ପୋଲିସ ସୋମବାର ୫୦ଟି ଜୀବନ୍ତ ବୋମା ଉଦ୍ଧାର କରିଥିବା ସୂଚନା ମିଳିଛି। ଭାତପରା ପୋଲିସ ଷ୍ଟେଶନ ଅଧିନରେ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *