ଭାରତକୁ ତେଲ, ଏଲ୍‌ପିଜି ଯୋଗାଣ ଜାରି ରଖିବ ୟୁଏଇ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୧୮।୬: ସଂଯୁକ୍ତ ଆରବ ଏମିରେଟ(ୟୁଏଇ) ହର୍ମୁଜ ଜଳ ସନ୍ଧି କ୍ଷେତ୍ରରେ ଦେଖାଦେଇଥିବା ବାଧା ସତ୍ତ୍ୱେ ଭାରତକୁ ଅଶୋଧିତ ତେଲ ଏବଂ ଏଲ୍‌ପିଜି ଯୋଗାଣ ଅବ୍ୟାହତ ରଖିବ ବୋଲି ପ୍ରତିଶ୍ରୁତି ଦେଇଛି। ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଟୁଇଟ୍‌ ଜରିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଗତ ସପ୍ତାହରେ ଦୁଇଟି ତେଲ ଟ୍ୟାଙ୍କର ଉପରେ ଆକ୍ରମଣ ହେବା ପରେ ଗଲ୍ଫ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହାକୁ ନେଇ ସେ ୟୁଏଇ ମନ୍ତ୍ରୀ ତଥା ଆବୁଧାବୀ ନ୍ୟାଶନାଲ ଅଏଲ କମ୍ପାନୀ(ଏଡିଏନ୍‌ଓସି) ଗ୍ରୁପ୍‌ ସିଇଓ ସୁଲ୍‌ତାନ ଅହମ୍ମଦ ଅଲ୍‌ ଜାବେରଙ୍କ ସହ ସୋମବାର ଟେଲିଫୋନ ଯୋଗେ ଆଲୋଚନା କରିଥିବା ପ୍ରଧାନ ଲେଖିଛନ୍ତି। ହର୍ମୁଜ ଜଳ ସନ୍ଧିରେ ଉପୁଜିଥିବା ବାଧାର କାରଣ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ଏଥିଯୋଗୁ ତେଲ ଓ ଏଲ୍‌ପିଜି ଯୋଗାଣରେ ବାଧା ଆସିବା ସମ୍ଭାବନାକୁ ନେଇ ଭାରତ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଥିଲା। ତେବେ ସମସ୍ତ ବାଧା ସତ୍ତ୍ୱେ ଭାରତକୁ ତେଲ ଓ ଏଲ୍‌ପିଜି ଯୋଗାଣ ଲାଗି ୟୁଏଇ ପ୍ରତିଶ୍ରୁତିବଦ୍ଧ ବୋଲି ଜାବେର ଦୋହରାଇଥିବା ପ୍ରଧାନ କହିଛନ୍ତି।


All Right Reserved By

ବୈଠକକୁ ଆସିଲେନି ବିଦ୍ୟୁତ୍‌ ବିଭାଗ ଅଧିକାରୀ: କାରଣ ଦର୍ଶାଅ ନୋଟିସ ନିର୍ଦ୍ଦେଶ ଦେଲେ ଜିଲାପାଳ

ବାରିପଦା ଅଫିସ,୪।୬: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆସନ୍ତା ଜୁଲାଇ ୫ ଓ ୬ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ପାଇଁ ଜିଲା ପ୍ରଶାସନ...

ମୁଖ୍ୟମନ୍ତ୍ରୀ ବିଜେପୁର ଛାଡ଼ିବା ପରେ ଭାଜପାର ସମାଲୋଚନା

ଭୁବନେଶ୍ୱର, ୪।୬(ବ୍ୟୁରୋ): ପଶ୍ଚିମ ଓଡ଼ିଶାବାସୀଙ୍କ ଅନୁରୋଧ ରକ୍ଷାକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ନିର୍ବାଚନରେ ବିଜେପୁର ଆସନରୁ ଲଢିଥିଲେ ା ସେ ସେହି ବିଧାନସଭା ନିର୍ବାଚନଣ୍ଡଳୀରୁ...

ମର୍କତନଗର ଥାନାର ସୁରକ୍ଷା ଢିଲା: ଥାନା ଟେବୁଲ ଅଧିକାରୀମାନଙ୍କ ପାଇଁ ପାଲଟିଛି ବେଡ୍‌

ନରାଜ,୩୦ା୬(ଡିଏନ୍‌ଏ): ଶନିବାର ଅପରାହ୍ନ ପ୍ରାୟ ୩.୩୦। ମର୍କତନଗର ଥାନାର ମହିଳା ଓ ଶିଶୁ କଲ୍ୟାଣ ଡେସ୍କ ପ୍ରକୋଷ୍ଠ କବାଟ ଭିତରୁ ଆଉଜା ହୋଇଥାଏ। କବାଟ ଖୋଲି...

ଆଡ଼ପ ମଣ୍ଡପରେ ଦର୍ଶନ ଦେଲେ ଦାରୁଦିଅଁ

ପୁରୀ ଅଫିସ,୬।୭: ଆଡ଼ପ ମଣ୍ଡପରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଦର୍ଶନ। ଶୁକ୍ରବାର ରାତିରେ ଜନ୍ମବେଦିକୁ ଧାଡ଼ି ପହଣ୍ଡିରେ ଯାତ୍ରା କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ଶନିବାର ସକାଳ ୭ଟାରୁ...

ଖୋର୍ଦ୍ଧା ଜିଲା: ପାସ୍‌ହାର ୭୮.୬୭%ଭୁବନେଶ୍ୱରରେ ୮୨%

ଖୋର୍ଦ୍ଧା ଅଫିସ୍‌/ଭୁବନେଶ୍ୱର,୨୨।୫(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ୨୦୧୯ ମାଟ୍ରିକ୍‌ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଖୋର୍ଦ୍ଧା ଜିଲାରେ ୭୮.୬୭ପ୍ରତିଶତ ପାସ୍‌ହାର ରହିଛି।...

ଏକକ ନିର୍ବାଚନ ପ୍ରସଙ୍ଗ: ବୈଠକରେ ଯୋଗଦେବେ ନବୀନ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଦେଶରେ ପ୍ରାୟ ନିୟମିତ ବ୍ୟବଧାନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଯାହା ସମୟ ଅପଚୟ ହେବା ସହ ବ୍ୟୟବହୁଳ ମଧ୍ୟ ହେଉଛି। ତେଣୁ ସମୟ ବଞ୍ଚାଇବା...

ନବଜାତ ଶିଶୁକୁ ମୃତ ଘୋଷଣା କରିଦେଲେ ଡାକ୍ତର: ଫିଙ୍ଗିବାକୁ ନେବା ବେଳେ ଚେତା ଆସିଲା

ଅନୁଗୋଳ ଅଫିସ, ୨୩।୫:  ନବଜାତ ଶିଶୁକୁ ମୃତ ଘୋଷଣା କରିଦେଲେ ନର୍ସିଂହୋମ ଡାକ୍ତର। ଏତିକିରେ ସରି ନ ଥିଲା ପରିବାରର ଦୁଃଖ। ପ୍ରସୂତିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ...

୯ ଜିଲାର ଚାଷୀ ଫସଲ ବୀମା ପାଇନାହାନ୍ତି

ଭୁବନେଶ୍ୱର,୨।୭(ବ୍ୟୁରୋ) କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ୨୦୧୭ରୁ ଏପର୍ଯ୍ୟନ୍ତ ୯ଟି ଜିଲାର ଚାଷୀ ଫସଲ ବୀମା ପାଇ ନ ଥିବା ବିଷୟ ବାଚସ୍ପତିଙ୍କ ଦୃଷ୍ଟି...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *