Posted inଖେଳ

କୋପା ଆମେରିକା:ଇକ୍ୱାଡରକୁ ହରାଇଲା ଉରୁଗୁଏ

ବେଲୋ ହରିଜଣ୍ଟେ,୧୭।୬(ଏଏଫ୍‌ପି)- ଲୁଇସ ସୁଆରେଜ ଓ ଇଡିନସନ କାଭାନିଙ୍କ ଗୋଲ ବଳରେ ଉରୁଗୁଏ ଦଳ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍‌ ସି’ ମ୍ୟାଚ୍‌ରେ ଉରୁଗୁଏ ୧୦ ଜଣିଆ ଇକ୍ୱାଡରକୁ ୪-୦ ଗୋଲରେ ହରାଇ ଦେଇଛି। ବିଜୟୀ ଦଳ ପାଇଁ ୬ଷ୍ଠ ମିନିଟ୍‌ରେ ନିକୋଲାସ ଲୋଡିରୋ ପ୍ରଥମ ଗୋଲ କରିଥିଲେ। ତାଙ୍କ ପରେ କାଭାନି (୩୩ତମ ମିନିଟ୍‌) ଓ ସୁଆରେଜ (୪୪ତମ) ଗୋଲ ଦେଇଥିଲେ। ଫଳରେ ପ୍ରଥମାର୍ଦ୍ଧ ସୁଦ୍ଧା ଉରୁଗୁଏ ୩-୦ ଗୋଲରେ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟାର୍ଦ୍ଧରେ ଇକ୍ୱାଡର ଆର୍ଟୁରୋ ମିନା ଏକ ଆତ୍ମଘାତି ଗୋଲ ଦେଇଥିଲେ। ପାରାଗୁଏ ଓ କାତାର ମଧ୍ୟରେ ଖେଳାଯାଇଥିବା ଗ୍ରୁପ୍‌ ବି’ର ଏକ ମ୍ୟାଚ୍‌ ୨-୨ ଗୋଲରେ ଅମୀମାଂସିତ ଭାବେ ଶେଷ ହୋଇଛି।


All Right Reserved By

Posted inଖେଳ

ଆଇସିସି ବିଶ୍ୱକପ୍‌: ନ୍ୟୁଜିଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ଫେଭରାଇଟ

ଲଣ୍ଡନ, ୨୯।୬(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଶନିବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ଦୁଇ ପଡୋଶୀ ଦେଶ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ। ଐତିହାସିକ...

ବିବାଦରେ ଆଇସିସି

ମୁମ୍ବାଇ,୧୩।୭-ଅନ୍ତର୍ଜାତୀୟ କ୍ରିକେଟର ପରିଚାଳନା ସଂସ୍ଥା ଆଇସିସି ଏକ ବଡ଼ ବିବାଦର ସମ୍ମୁଖୀନ ହୋଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଦୁବାଇର ଅଜୟ ସେଠୀଙ୍କ ଚ୍ୟାନେଲ ୨କୁ ଚଳିତ...

ଦୁଇବର୍ଷ ବାସନ୍ଦ ହେଲେ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟର

ମୁମ୍ବାଇ,୨୦।୬- ମୁମ୍ବାଇ ଇଣ୍ଡିଆନ୍ସ ଓ ଜମ୍ମୁ-କଶ୍ମୀର ପେସର ରାସିଖ ସଲାମଙ୍କୁ ବିସିସିଆଇ ଦୁଇବର୍ଷ ଲାଗି ବାସନ୍ଦ କରିଛି। ସେ ତ୍ରୁଟିପୂର୍ଣ୍ଣ ଜନ୍ମ ପ୍ରମାଣପତ୍ର ବୋର୍ଡରେ ଦାଖଲ...

ଗୋଆ ଅନ୍ତର୍ଜାତୀୟ କରାଟେରେ ଜାହିଦଙ୍କ ସଫଳତା

କଟକ ଅଫିସ,୨୭ା୫- ଗୋଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ କରାଟେ ଚାମ୍ପିୟନଶିପ୍‌ରେ କଟକର ମହମ୍ମଦ ଜାହିଦ ସଫଳତା ପାଇଛନ୍ତି । ଜାହିଦ ଗୋଟିଏ ଲେଖାଏ ସ୍ବର୍ଣ୍ଣ, ରୌପ୍ୟ ଓ...

କୋଣ୍ଟା ପ୍ରଥମ ବ୍ରିଟିଶ ମହିଳା

ପ୍ୟାରିସ,୧।୬(ଏଏଫ୍‌ପି)- ଜୋହାନ କୋଣ୍ଟା ଏଠାରେ ଚାଲିଥିବା ଗ୍ରାଣ୍ଡସ୍ଲାମ୍‌ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନର ୪ର୍ଥ ରାଉଣ୍ଡରେ ପ୍ରବେଶ କରିିଛନ୍ତି। ଦୀର୍ଘ ୩୬ ବର୍ଷ ମଧ୍ୟରେ ସେ ପ୍ରଥମ...

ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ଓହରିଲେ ଧୋନୀ

ନୂଆଦିଲ୍ଲୀ,୨୦।୭- ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶନିବାର ଓ୍ବେଷ୍ଟଇଣ୍ଡିଜ ସିରିଜରୁ ଓହରିଯାଇଛନ୍ତି। ଇଣ୍ଡିଜ ଗସ୍ତ ଲାଗି ଭାରତୀୟ ଦଳ ଘୋଷଣା ହେବାର...

ଏସିଆନ ଜିମ୍ନାଷ୍ଟିକ୍ସରେ ପ୍ରଣତିଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ,୨୧।୬ (ପି.ଟି.)-ମଙ୍ଗୋଲିଆର ଉଲାନବାତାରଠାରେ ଚାଲିଥିବା ଏସିଆନ ସିନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍‌ ଭଲ୍ଟ ଇଭେଣ୍ଟରେ ଶୁକ୍ରବାର ଭାରତୀୟ ମହିଳା ଜିମ୍ନାଷ୍ଟ ପ୍ରଣତି ନାୟକ ଏକ ବ୍ରୋଞ୍ଜ...

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଲେ ବିଜୟ ମାଲ୍ୟା

ଲଣ୍ଡନ, ୯।୬: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଓଭାଲରେ ଚାଲିଥିବା ବିଶ୍ୱକପ ମ୍ୟାଚ୍‌ ଦେଖିବାକୁ ଯାଇଛନ୍ତି ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା। ଭାରତର ବିଭିନ୍ନ ବ୍ୟାଙ୍କ୍‌ରୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *