୨ରୁ ୩ ମ୍ୟାଚ୍‌ ବାଦ୍‌ ପଡ଼ିବେ ଭୁବି- କୋହଲି

ମାଞ୍ଚେଷ୍ଟର,୧୭।୬(ପି.ଟି.)- ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ପେସର ଭୁବନେଶ୍ୱର କୁମାରଙ୍କ ମାଂସପେଶୀ ଟାଣି ହୋଇଯାଇଛି। ଏଥିଯୋଗୁ ସେ ଅତିକମ୍‌ରେ ୨ରୁ ୩ ବିଶ୍ୱକପ୍‌ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଏହି ପେସର ୩ ଓଭର ପୂରା କରିପାରି ନ ଥିଲେ। ତାଙ୍କ ସ୍ଥାନରେ ମହମ୍ମଦ ସାମି ଖେଳିବେ ବୋଲି ଅଧିନାୟକ ବିରାଟ କୋହଲି ସ୍ପଷ୍ଟ କରିଛନ୍ତି। ପିଚ୍‌ରେ ହୋଇଥିବା ଗାତ ଯୋଗୁ ଭୁବିଙ୍କ ବାମଗୋଡ଼ର ମାଂସପେଶୀ ଟାଣି ହୋଇଯାଇଛି। କିନ୍ତୁ ସେ ଫେରିବା ଦରକାର। ଦଳ ପାଇଁ ଭୁବନେଶ୍ୱର ବହୁ ଗୁରୁତ୍ୱପୂର୍ଣ୍ଣ ବୋଲର ବୋଲି ମ୍ୟାଚ୍‌ ପରେ କୋହଲି କହିଛନ୍ତି। ଆସନ୍ତା ୨୨ ତାରିଖରେ ଭାରତୀୟ ଦଳ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ଭେଟିବ। ଏହାପରେ ୨୭ ତାରିଖରେ ଓ୍ବେଷ୍ଟଇଣ୍ଡିଜ ଓ ୩୦ ତାରିଖରେ ଇଂଲଣ୍ଡ ସହ ଭାରତୀୟ ଦଳ ମ୍ୟାଚ୍‌ ଖେଳିବ।


All Right Reserved By

ଜିମ୍ବାଓ୍ବେର କ୍ଲିନସୁଇପ୍‌

ହରାରେ, ୧୭।୪- ଭ୍ରମଣକାରୀ ୟୁଏଇ ବିପକ୍ଷରେ ମଙ୍ଗଳବାର ଏଠାରେ ଖେଳାଯାଇଥିବା ଅନ୍ତିମ ତଥା ୪ର୍ଥ ଦିନିକିଆ ମ୍ୟାଚ୍‌କୁ ଜିମ୍ବାଓ୍ବେ ୩ ଉଇକେଟ୍‌ରେ ଜିତିନେଇଛି। ପ୍ରଥମେ ବ୍ୟାଟିଂ...

କ୍ୱାର୍ଟରରେ କାଶ୍ୟପ, ସୌରଭ

କାଲଗାରି, ୫।୭(ପି.ଟି.)- ଭାରତୀୟ ଶଟଲର ପାରୁପାଲ୍ଲୀ କାଶ୍ୟପ ଓ ସୌରଭ ବର୍ମା ଏଠାରେ ଚାଲିଥିବା ୭୫ ହଜାର ଆମେରିକୀୟ ଡଲାର କାନାଡା ଓପନ ସୁପର ୧୦୦...

ପିସିବି କ୍ରିକେଟ କମିଟି ମୁଖ୍ୟଙ୍କ ଇସ୍ତଫା

କରାଚୀ,୨୦।୬(ପି.ଟି.)- ପୂର୍ବତନ ଟେଷ୍ଟ କ୍ରିକେଟର ମୋହସିନ ହାସନ ଖାନ୍‌ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର କ୍ରିକେଟ କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ଗୁରୁବାର...

ଡାକ୍ତରଖାନାରେ ମୃତ୍ୟୁସହ ସଂଗ୍ରାମ କରୁଥିଲେ ଝିଅ, ଏପଟେ ପଡିଆରେ କ୍ରିକେଟ ଖେଳିବାକୁ ଓହ୍ଲାଇଲେ ପିତା

ଲଣ୍ଡନ, ୨୦।୫: ଡାକ୍ତରଖାନାରେ ୨ବର୍ଷର ଝିଅ ମୃତ୍ୟୁ ସହ ସଂଗ୍ରାମ କରୁଥିଲାବେଳେ ଏପଟେ ବ୍ୟାଟ ଧରି ପଡିଆକୁ ଓହ୍ଲାଇ ଖେଳୁଆଡ ମନୋଭାବର ପରିଚୟ ଦେଇଛନ୍ତି ପାକିସ୍ତାନ...

କଳିଙ୍ଗ ଫୁଟବଲ ଏକାଡେମୀ ବିଜୟୀ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଯାଜପୁର କଳିଙ୍ଗ ନଗରସ୍ଥିତ କଳିଙ୍ଗ ଫୁଟବଲ ଏକାଡେମୀ (କେଏଫଏ) ପ୍ରଥମଥରପାଇଁ ୧୫ ବର୍ଷରୁ କମ୍‌ ହିରୋ ଆଇ-ଲିଗ୍‌ ଫୁଟବଲ ଟୁର୍ନାମେଣ୍ଟରେ ଅଂଶଗ୍ରହଣ...

ବିଶ୍ୱକପ୍‌ ଚାମ୍ପିୟନ ଦଳକୁ ରାଣୀଙ୍କ ସାଲ୍ୟୁଟ

ଲଣ୍ଡନ,୧୫।୭(ଏଏଫ୍‌ପି)- ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ୱକପ୍‌ ଚାମ୍ପିୟନ ହୋଇଥିବା ଇଂଲଣ୍ଡ ଦଳକୁ ରାଣୀ ସାଲ୍ୟୁଟ କରିଛନ୍ତି। ୫୦ ଓଭରିଆ ମ୍ୟାଚ୍‌ ଓ ସୁପର...

ଆଇସିସି ମହିଳା ବିଶ୍ୱକପ୍‌ ୨୦୨୧ ନ୍ୟୁଜିଲାଣ୍ଡରେ

ଖ୍ରିଷ୍ଟଚର୍ଚ୍ଚ, ୧୯ା୬ (ପି.ଟି.)-ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍‌ ୨୦୨୧ ନ୍ୟୁଜିଲାଣ୍ଡରେ ସେହିବର୍ଷ ଜାନୁୟାରୀ ୩୦ରୁ ହେବ। ସେମିଫାଇନାଲ ଏବଂ ଫାଇନାଲ ସମେତ ଏଥିରେ ମୋଟ ୩୧...

ପାକିସ୍ତାନ ବିଶ୍ୱକପ୍‌ ଦଳରେ ଆମୀରଙ୍କ ସ୍ଥାନ ନାହିଁ

କରାଚୀ, ୧୯।୪(ପି.ଟି.)- ମେ ୩୦ ତାରିଖରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ପାକିସ୍ତାନ ଦଳ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *