କୋହଲିଙ୍କୁ ଆଲିଙ୍ଗନ କଲେ ରଣବୀର

ଲଣ୍ଡନ, ୧୭।୬: ଇଂଲଣ୍ଡରେ ଚାଲିଥିବା କ୍ରିକେଟ ବିଶ୍ୱକପର ଏକ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୮୯ ରନ୍‌ରେ ପରାସ୍ତ କରିଛି। ରବିବାର ଅନୁଷ୍ଠିତ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମରେ ବହୁ ଭାରତୀୟ ସେଲିବ୍ରିଟି ଉପସ୍ଥିତ ଥିଲେ। ସ୍ରେଫ୍‌ ଅଲ୍ଲୀ ଖାନଙ୍କଠାରୁ ଆରମ୍ଭ କରି ରଣବୀର ସିଂହ ଭାରତୀୟ ଦଳକୁ ଚିୟର କରିବା ପାଇଁ ସେଠାକୁ ଯାଇଥିଲା। ସୈଫ ଅଲ୍ଲୀ ଖାନ୍‌ ଭାରତୀୟ ଦଳର ଜର୍ସି ପିନ୍ଧି ଷ୍ଟାଡିୟମକୁ ଆସିଥିଲେ। ସେହିପରି ରଣବୀର ପଡିଆକୁ ଯାଇ ଭାରତୀୟ ଖେଳାଳିଙ୍କ ସହ ହାତ ମିଳାଇବା ସହ ଅଧିନାୟକ ବିରାଟ କୋହଲିଙ୍କୁ ଆଲିଙ୍ଗନ କରିଥିଲେ। ସୂଚନାଯୋଗ୍ୟ, ଭାରତର ମହାନ ଖେଳାଳି କପିଲ ଦେବଙ୍କ ବାଓପିକ୍‌ ‘୮୩’ରେ ରଣବୀର କପିଲଙ୍କ ଭୂମିକାରେ ନଜର ଆସିବେ। ତାଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିବେ ଦୀପିକା ପାଦୁକୋନ। ରଣବୀର ଏବେ ଏହି ଫିଲ୍ମର ଶୁଟିଂ ପାଇଁ ଲଣ୍ଡନ ଯାଇଛନ୍ତି।


All Right Reserved By

ଇମୋଶନାଲ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ବେଶ୍‌ କିଛି ଦିନ ଆକ୍ସନ୍‌ ହିରୋ ଭାବେ ବଲିଉଡ୍‌ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଧର୍ମେନ୍ଦ୍ର ଅସଲ ଜୀବନରେ ଖୁବ୍‌ ଇମୋଶନାଲ ବୋଲି ହୁଏତ କମ୍‌...

ମଲାଇକାଙ୍କ ସହ କେବେ ବିବାହ କରୁଛନ୍ତି ପ୍ରଶ୍ନର ଉତ୍ତର ଦେଲେ ଅର୍ଜୁନ, କହିଲେ ଯେତେବେଳେ କରିବି ଜଣାଇବି

ମୁମ୍ବାଇ: ବି-ଟାଉନ୍‌ର ହଟ୍‌ କପୁଲ ପାଲଟିଛନ୍ତି ଅର୍ଜୁନ କପୁର ଏବଂ ମଲାଇକା ଅରୋରା। ଉଭୟଙ୍କୁ ସବୁବେଳେ ବିଭିନ୍ନ ପାର୍ଟି ଅଥବା ଡିନର୍‌ ଡେଟ୍‌ରେ ଦେଖିବାକୁ ମିଳୁଛି।...

ରାୟୁଡୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନି: ବିସିସିଆଇ

ନୂଆଦିଲ୍ଲୀ, ୧୮।୪(ପି.ଟି.)-  ବିଶ୍ୱକପ୍‌ ଦଳରେ ସ୍ଥାନ ନ ପାଇବା ପରେ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଟୁଇଟ୍‌ କରି ପରୋକ୍ଷରେ ଚୟନକର୍ତ୍ତାକୁ କଟୁ ସମାଲୋଚନା...

ଓସିଏ ସମ୍ବିଧାନ ସଂଶୋଧନ ଘଟଣା: ଆମିକସ୍‌ କ୍ୟୁରିଙ୍କୁ ଭେଟିଲେ ଆଶୀର୍ବାଦ, ଧୀରେନ, ଦୀପକ

କଟକ ଅଫିସ,୧୩ା୫- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମ୍ବିଧାନ ସଂଶୋଧନକୁ ନେଇ ଏବେ ବି ଅଡୁଆ ରହିଛି। ପୂର୍ଣ୍ଣ ସଦସ୍ୟତା ଦେବା କ୍ଷେତ୍ରରେ ଟାଳଟୁଳ ନୀତି ଆପଣାଯାଇଛି...

ଧାଓ୍ବନଙ୍କ ଭାବବିହ୍ବଳ ଟୁଇଟ୍‌

ସାଉଥାମ୍ପ୍‌ଟନ,୨୦।୬:ଭାରତୀୟ ଦଳର ଓପନର୍‌ ଶିଖର ଧାଓ୍ବନ ଚଳିତ ବିଶ୍ୱକପରୁ ବାଦ ପଡିଛନ୍ତି। ବୁଢ଼ାଆଙ୍ଗୁଠି ଭାଙ୍ଗିଯିବା ଫଳରେ ସେ ବିଶ୍ୱକପରେ ବାକି ମ୍ୟାଚ୍‌ ଖେଳିପାରିବେ ନାହିଁ। ବିଶ୍ୱକପରୁ...

ଭାରତ ମୁଭି ଦେଖିଲେ ଟିମ୍‌ ଇଣ୍ଡିଆ ସଦସ୍ୟ

ଟ୍ରେଣ୍ଟ ବ୍ରିଜ୍‌,୧୩।୬- ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ୍‌ରୁ ବ୍ରେକ୍‌ ନେଇ ଭାରତୀୟ କ୍ରିକେଟ ଦଳର ସଦସ୍ୟମାନେ ସୁପରଷ୍ଟାର ସଲମାନ ଖାଁଙ୍କ ଅଭିନୀତ ଭାରତ ସିନେମା ଦେଖିଛନ୍ତି। ହାର୍ଦ୍ଦିକ...

କ୍ୱାର୍ଟରରେ କାଶ୍ୟପ, ସୌରଭ

କାଲଗାରି, ୫।୭(ପି.ଟି.)- ଭାରତୀୟ ଶଟଲର ପାରୁପାଲ୍ଲୀ କାଶ୍ୟପ ଓ ସୌରଭ ବର୍ମା ଏଠାରେ ଚାଲିଥିବା ୭୫ ହଜାର ଆମେରିକୀୟ ଡଲାର କାନାଡା ଓପନ ସୁପର ୧୦୦...

ନିଶ୍ଚିତ ବିଜୟ ଲକ୍ଷ୍ୟରେ ଶ୍ରୀଲଙ୍କା

ଚେଷ୍ଟର-ଲି-ଷ୍ଟ୍ରିଟ୍‌, ୨୭।୬ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଶୁକ୍ରବାର ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିସାରିଥିବା ଦକ୍ଷିଣ ଆଫ୍ରିକା ଓ ଏସୀୟ ରାଷ୍ଟ୍ର ଶ୍ରୀଲଙ୍କା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *