ବିଦ୍ୟୁତ ଆଘାତରେ ଇଟାଭାଟି ମାଲିକଙ୍କ ସମେତ ୨ ଜଣଙ୍କ ଜୀବନ ଗଲା

ତାଳଚେର,୧୭ା୬(ନି.ପ୍ର.) : ଅନୁଗୋଳ କଣିହାଁ ବ୍ଲକ ହଳଦିଆ କଟା ଥିବା ପାଉଁଶ ଇଟା ଫ୍ୟାକ୍ଟ୍ରିରେ ବିଦ୍ୟୁତ ଆଘାତରେ ମାଲିକଙ୍କ ସମେତ ୨ ଜଣଙ୍କର ଜୀବନ ଯାଇଛି। ମାଲିକ ଅନନ୍ତ ସାହୁ(୪୦) ଏବଂ ରୋଷେଇ କରୁଥିବା ଯୁବତୀ ମଞ୍ଜରୀ ମୁଣ୍ଡା (୩୦) । ରଜ ଉପଲକ୍ଷେ ସମସ୍ତ ଶ୍ରମିକ ଘରକୁ ଯାଇଥିବାବେଳେ କେବଳ ମଞ୍ଜରୀ କାରଖାନାରେ ଥିଲେ। ସବୁଦିନ ପରି ଅନନ୍ତ ନିଜ ଘରେ ଖାଇ ସାରିବା ପରେ କୁକୁର ପାଇଁ ଖାଦ୍ୟ ଆଣି କାରଖାନାକୁ ରବିବାର ରାତିରେ ଆସିଥିଲେ। କୁକୁରକୁ ବାନ୍ଧିବା ପାଇଁ ଗାତ ଖୋଳୁଥିବାବେଳେ ଅନନ୍ତଙ୍କ ଲୁହା ଶାବଳ ବିଦ୍ୟୁତତାର ସଂସ୍ପର୍ଶରେ ଆସିିଥିଲା। ବିଦ୍ୟୁତ ଆଘାତରେ ଛଟପଟ ହେଉଥିବା ଦେଖି ମଞ୍ଜରୀ ମାଲିକଙ୍କୁ ରକ୍ଷା କରିବାକୁ ଯାଇ ସେ ମଧ୍ୟ ବିଦ୍ୟୁତର ଶିକାର ହୋଇଥିଲେ। ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। କାରଖାନାରେ ଆଉ କେହି ନ ଥିବାରୁ ଘଟଣା ଜଣା ପଡ଼ିନଥିଲା। ସୋମବାର ସକାଳୁ ଖବର ପାଇ ତାଙ୍କ ପରିବାର ଓ ଗୋଡ଼ିବନ୍ଧ ଫାଣ୍ଡି ଅଧିକାରୀ ସେଠାରେ ପହଞ୍ଚିଛନ୍ତି। ମାଟି ତଳେ ପୋତି ବିଦ୍ୟୁତତାର ନିଆ ଯାଇଥିଲା। ମାଟି ଖୋଳିବାବେଳେ ବିଦ୍ୟୁତ ତାର କଟିଯାଇଥିବା ପୋଲିସ ଅନୁମାନ କରୁଛି। ପୋଲିସ ଏନେଇ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


All Right Reserved By

ଗଇଲୋ ଅଞ୍ଚଳରେ ନରହନ୍ତା ଦନ୍ତା

ଢେଙ୍କାନାଳ ଅଫିସ, ୧୨।୫- ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ ଦୀର୍ଘଦିନ ଧରି ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତା ହାତୀକୁ ଶୁକ୍ରବାର ଓଡ଼ାପଡ଼ା ବ୍ଲକ ସଦର...

କଦଳୀମୁଣ୍ଡା ପ୍ରକଳ୍ପ ଉପ୍ରା ସ୍କୁଲ ଶ୍ରେଣୀଗୃହ ନିର୍ମାଣ ହେଉନି: ବାରଣ୍ଡାରେ ଚାଲିଛି ପାଠପଢ଼ା

ବଇଣ୍ଡା,୧୦।୭(ଡି.ଏନ.ଏ.)-କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ କଦଳୀମୁଣ୍ଡା ପ୍ରକଳ୍ପ ଉପ୍ରା ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ ହେଉନାହିଁ। ଫଳରେ ଛାତ୍ରୀଛାତ୍ରମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଏ...

ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଆହତ

ଛେଣ୍ଡିପଦା,୨୦।୬(ଡି.ଏନ୍‌.ଏ): ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ପାତ୍ରପଡା ଗଁା ନିକଟରେ ଗୁରୁବାର ସକାଳେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି।...

ଇଭିଏମ୍‌ରେ ତ୍ରୁଟି, ପରିଚାଳନାରେ ଅବ୍ୟବସ୍ଥା: ବହୁ ବୁଥ୍‌ରେ ମତଦାନ ବିଳମ୍ବିତ

ଅନୁଗୋଳ ଅଫିସ/ ବଅଁରପାଳ/ ପାଲଲହଡ଼ା/ ଛେଣ୍ଡିପଦା/ ବଇଣ୍ଡା/ ଆଠମଲ୍ଲିକ/ ତାଳଚେର, ୨୪।୪- ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ହୋଇଥିବା ମୋଟ୍‌ ୧୧୬୩ ବୁଥ୍‌ ମଧ୍ୟରୁ ଅନେକ...

ବଜାଜ ପ୍ଲାଟିନା ଏଚ ଗିଅର ୧୧୦ର ବଜାର ପ୍ରବେଶ

ପାଲଲହଡା,୧୫।୭(ଡି.ଏନ.ଏ.)  ସ୍ଥାନୀୟ ବଜାଜ ଶୋ ରୁମ୍‌ଠାରେ ନୂଆ ବଜାଜ ପ୍ଲାଟିନା ଏଚ ଗିଅର ୧୧୦ର ବଜାର ପ୍ରବେଶ ହୋଇଛି I କମ୍ପାନୀ ପକ୍ଷରୁ ଆୟୋଜିତ ଏହି ବଜାର...

ଗଜ ସୁରକ୍ଷା ପାଇଁ ଆକ୍ସନ ପ୍ଲାନ୍‌ : ହାତୀ ଗତିବିଧି ଜଗିବ ଡ୍ରୋନ୍‌

ଢେଙ୍କାନାଳ ଅଫିସ, ୨୩।୬ – ହାତୀ ପାଇଁ ସାରା ଦେଶରେ ନଁା କରିଛି ଢେଙ୍କାନାଳ। ରାଜ୍ୟରେ ସାତକୋଶିଆ ପରେ ହାତୀସଂଖ୍ୟାରେ ଜିଲାକୁ ମିଳିଛି ଦ୍ୱିତୀୟ ସ୍ଥାନ।...

ଇରିଙ୍ଗାଝରଣରେ ବେଲଟିକିରିର ପୁନରାବୃତ୍ତି: ମିଥ୍ୟା ତଥ୍ୟ ଦେଇଥିଲା ଶିଶୁ ସୁରକ୍ଷା ବିଭାଗ

ଢେଙ୍କାନାଳ ଅଫିସ, ୧୨ା୭- ବେଲଟିକିରି ସେଲ୍‌ଟର ହୋମ୍‌ ଅନ୍ତେବାସୀ ନିର୍ଯାତନା ଘଟଣାରୁ କିଛି ଶିଖିଲାନି ଢେଙ୍କାନାଳ ଜିଲା ଶିଶୁ ସୁରକ୍ଷା ବିଭାଗ। ଶିଶୁ ନିର୍ଯାତନା ଭଳି...

ସ୍ବାସ୍ଥ୍ୟ ବିଭାଗକୁ ରୋଗୀ ସୁରକ୍ଷା ଚିନ୍ତା: ଝରକାରେ ତାରଜାଲି ଲଗାଇବାକୁ ଚିଠି

ଢେଙ୍କାନାଳ ଅଫିସ, ୧୯।୫- ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ କୋଠାରୁ ଡେଇଁ ବର୍ଷକ ମଧ୍ୟରେ ୨ଜଣ ରୋଗୀ ଆତ୍ମହତ୍ୟା କରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *