ସୀତା ଠାକୁରାଣୀଙ୍କ ଦର୍ଶନ ଲାଗି ଭକ୍ତଙ୍କ ଭିଡ଼

ଢେଙ୍କିକୋଟ, ୧୭।୬(ଡି.ଏନ୍‌.ଏ.)- ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ସୀତାବିଞ୍ଜଠାରେ ଶନିବାରଠାରୁ ଆରମ୍ଭ ହୋଇଛି ୩ ଦିନିଆ ରଜମେଳା। ପ୍ରତିବର୍ଷ ପରି ରଜମେଳାର ପ୍ରଥମ ଦିନରେ ମା’ ସୀତା ଠାକୁରାଣୀଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା। ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଆସି ପହଞ୍ଚିଥିଲେ। ମେଳାରେ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଲୋକମାନେ ଧାଡ଼ିରେ ଯାଇ ଠାକୁରାଣୀଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ରଜ ସଂକ୍ରାନ୍ତୀରେ ସୀତାବିଞ୍ଜ ପାଦ ଦେଶରେ ପ୍ରବାହିତ ସୀତାନଦୀରେ ବୁଡ଼ ପକାଇ ମା’ସୀତାଠାକୁରାଣୀ ଓ ତାଙ୍କ ଜମଜ ପୁତ୍ର ଲବକୁଶଙ୍କୁ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି।
ମୁଖ୍ୟ ପୂଜକ ନାଥ ଦେହୁରୀ ଭୋର ୫ଟାରୁ ମା’ଙ୍କ ସ୍ନାନାଦି ପୂଜାବିଧି ସମ୍ପନ୍ନ କରିବାପରେ ସକାଳ ୬ଟାରେ ଆଳତୀ କରାଯାଇଥିଲା। ଏହା ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ସୁଯୋଗ ମିଳିଥିଲା। ତ୍ରେତୟା ଯୁଗର କିମ୍ବଦନ୍ତୀ ବହନ କରୁଥିବା ସୀତାବିଞ୍ଜରେ ପଡ଼ିଥିବା ରଜମେଳାରେ ବିଭିନ୍ନ ପସରା ଆକର୍ଷଣ ସାଜିଛି। ମେଳାର ପ୍ରଥମ ଦିନରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଉକ୍ତ ମା’ଙ୍କୁ ଦର୍ଶନ କରିଥିବା କୁହାଯାଇଛି। ସୀତାବିଞ୍ଜ ଗ୍ରାମବାସୀଙ୍କ ସମେତ ଟ୍ରଷ୍ଟି ଏବଂ ଗ୍ରାମର ମହିଳା ମଣ୍ଡଳ ମେଳା ପରିଚାଳନାରେ ସହଯୋଗ କରିଥିଲେ। ଟ୍ରଷ୍ଟି ପକ୍ଷରୁ ମାଘ ଦେହୁରୀ, ନାରଣ ଦେହୁରୀ, ରବୀନ୍ଦ୍ର ଦେହୁରୀ ଏବଂ ବିକାଶ ଦେହୁରୀ କାର୍ଯ୍ୟ ତଦାରଖ କରିଥିବା ସଭାପତି ଦୁଃଶାସନ ନାୟକ ପ୍ରକାଶ କରିଛନ୍ତି। ଢେଙ୍କିକୋଟ ଫାଣ୍ଡି ଓ ଘଟଗାଁ ଥାନା ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଏଥିସହ କେନ୍ଦୁଝର ଜିଲା ସଦର ମହକୁମାରୁ ଆସିଥିବା ପୋଲିସ ଫୋର୍ସ ମୁତୟନ ରହିଥିଲେ। ସୀତାବିଞ୍ଜରେ ପୁରାତନ ଯୁଗର ଶିଳାଲିପି, ରାବଣ ଛାୟା ଭଣ୍ଡାରଘର ଓ ଚତୁର୍ମୁଖୀ ବ୍ରହ୍ମା ସବୁବେଳେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିଛି।


All Right Reserved By

ନୋ ପାର୍କିଂ ସ୍ଥାନରେ ଟ୍ରକ ପାର୍କିଂ

କେନ୍ଦୁଝର, ୧୦ା୭ (ସ୍ବ.ପ୍ର.)-କେନ୍ଦୁଝର ସହର ଦେଇ ଯାଇଥିବା ଏନଏଚ ୪୯ ରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ହେଁ ପ୍ରଶାସନର ଚେତା ପଶୁନି ା ସହର ମଧ୍ୟରେ...

ମୁଖ୍ୟ ରାସ୍ତା ବନ୍ଦ, ଲୋକେ ହଇରାଣ: କାର୍ଯ୍ୟରେ ମନ୍ଥରତା ନେଇ ଅସନ୍ତୋଷ

ବସ୍ତା, ୨୬।୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ବସ୍ତା, ଗାନ୍ଧୀଛକ, ବାହାର୍ଦ୍ଦାଠାରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ତିନି ପଟୁ ରାସ୍ତା ବନ୍ଦ କରାଯାଇଛି।...

ଡାକ ପାର୍ସଲ କଣ୍ଟେନରରେ ଗୋରୁ ଚାଲାଣ

ସିମୁଳିଆ,୨୧ା୭(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ସିମୁଳିଆ ଥାନାଠାରୁ ମାତ୍ର ଶହେ ମିଟର ଦୂର ୧୬ ନଂ. ଜାତୀୟ ରାଜପଥରେ ରବିବାର ସକାଳେ ଏକ ଡାକ ପାର୍ସଲ...

ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ଅଡିଟୋରିୟମ୍‌ ହଲ୍‌ ନିର୍ମାଣ ନ ହେଲେ ଛାତ୍ର ଆନ୍ଦୋଳନ ହେବ: ଏବିଭିପି

ଭଦ୍ରକ ଅଫିସ,୨ା୭- ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ପକ୍ଷରୁ ବର୍ଷକ ପୂର୍ବରୁ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ଅଡିଟୋରିୟମ୍‌ ହଲ୍‌ ନିର୍ମାଣ ଲାଗି ୩.୮୩ କୋଟି ଟଙ୍କାର ଅନୁଦାନ ଆସିଥିଲେ...

ପୋତି ହୋଇ ପଡୁଛି ପୂରାତନ ପର୍ଶଳା ରଜାବନ୍ଧ

ଚମ୍ପୁଆ,୩୦ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ପର୍ଶଳା ପଞ୍ଚାୟତରେ ଥିବା ପୂରାତନ ପର୍ଶଳା ରଜାବନ୍ଧ ଏବେ ପୋାତି ହୋଇ ସଙ୍କୁଚିତ ହୋଇଯାଇଥିବା ବେଳେ ଚାଷୀମାନେ କେବଳ...

ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ

ବାରିପଦା ଅଫିସ,୨୩ା୫: ମୟୂରଭଞ୍ଜ ଜିଲା ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ ରହିଛି। ବିଜେଡିର ଶ୍ରୀନାଥ ସୋରେନ ୨୭୮୪ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ଭାଜପାର ଭାସ୍କର...

ଅବାଧ, ନିରପେକ୍ଷ ନିର୍ବାଚନ ପାଇଁ ସଚେତନତା କାର୍ଯ୍ୟକ୍ରମ

ବାଲେଶ୍ୱର ଅଫିସ, ୨୦।୪-ବାଲେଶ୍ୱର ସହର ଆଇଟିଆଇ ସ୍ଥିତ ଏକ ଘରୋଇ ସମ୍ମିଳନୀ କକ୍ଷରେ ମାନବାଧିକାର ଇଲେକ୍ସନ ୱାଚ୍‌ କମିଟି ପକ୍ଷରୁ ଅବାଧ ଓ ନିରପେକ୍ଷ ନିର୍ବାଚନ...

ଧାନ ବିକ୍ରି ଟଙ୍କା ନ ମିଳିଲେ ଆନ୍ଦୋଳନ

ବନ୍ତ, ୪।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ପଧାନପଡ଼ା ସେବା ସମବାୟ ସମିତିରେ ଚାଷୀମାନେ ୩ ମାସ ପୂର୍ବରୁ ଧାନ ବିକି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *