ଲାଲ ଲଙ୍କାରୁ ତିଆରି ଔଷଧ ମେଦ ହ୍ରାସ କରିବ

ମୋଟାପଣ ଏକ ଶାରୀରିକ ସମସ୍ୟା, ଯାହାକୁ ନିୟନ୍ତ୍ରଣରେ ରଖି ନ ପାରିଲେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ମୋଟାପଣ ନିଜ ସହ ମଧୁମେହ, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଏବଂ ଥାଇରଏଡ୍‌ ଭଳି ସମସ୍ୟାକୁ ଆମନ୍ତ୍ରଣ କରିଥାଏ। ଆମେରିକାର ୟ୍ୟୋମିଙ୍ଗ ବିଶ୍ୱବିଦ୍ୟାଳୟର ଗବେଷକମାନେ ଲାଲ ଲଙ୍କାରୁ ଏକ ଔଷଧ ତିଆରି କରିଛନ୍ତି, ଯାହା ଦୀର୍ଘସମୟ ପର୍ଯ୍ୟନ୍ତ ଆପଣଙ୍କ ଶାରୀରିକ ଓଜନକୁ ସନ୍ତୁଳିତ ରଖିବା ଏବଂ ମୋଟାପଣ ଦୂର କରିବାରେ ସାହାଯ୍ୟ କରିବ। ଗବେଷକଙ୍କ ଅନୁସାରେ, ଲାଲ ଲଙ୍କାରେ କ୍ୟାପ୍ସାଇସିନ୍‌ ନାମକ ତ୍ବ ଥାଏ, ଯାହା ଲଙ୍କାକୁ ରାଗ ବା ଜ୍ୱଳନ ପ୍ରଦାନ କରେ। ଏହି ତତ୍ତ୍ବ ଚର୍ବିତ୍‌ ହ୍ରାସ, ମୋଟାପଣ ଦୂର କରିବା ଏବଂ ମେଟାବଲିଜିମ୍‌ ବଢାଇବାରେ ସାହା୍ଯଯ କରିଥାଏ। ପ୍ରମୁଖ ଗବେଷକଙ୍କ ଅନୁସାରେ, କ୍ୟାପ୍ସାଇସିନ୍‌ରୁ ତିଆରି ଔଷଧ ଶରୀରରେ ପ୍ରବେଶ କରିବା ପରେ ପୂରାଦିନ ଚର୍ବି ସହ ଲଢ଼େଇ କରିଥାଏ। ଏହାଦ୍ୱାରା ଶରୀର ଭିତରେ କୌଣସି ପ୍ରକାର ଜ୍ୱଳନ ହୋଇନଥାଏ। ଏହା ମଧୁମେହ, କୋଲେଷ୍ଟରୋଲ୍‌ ଏବଂ ଇନ୍‌ସୁଲିନ୍‌କୁ ସନ୍ତୁଳିତ ରଖିଥାଏ। ଗବେଷକମାନେ ଏହି ଔଷଧକୁ ପ୍ରାୟ ୮ ମାସ ପର୍ଯ୍ୟନ୍ତ ମୂଷାଙ୍କ ଉପରେ ପରୀକ୍ଷଣ କରିଥିଲେ। କୌଣସି ଦୁଷ୍ପରିଣାମର ସୁରାକ୍‌ ମିଳି ନ ଥିବା ବେଳେ ଓଜନ ହ୍ରାସ ହୋଇଥିଲା।


All Right Reserved By

ଦଲିଆ ଖାଆନ୍ତୁ, ହୃତ୍‌ପିଣ୍ଡକୁ ସୁସ୍ଥ ରଖନ୍ତୁୁ

ଦିିନର ଆରମ୍ଭ ଯଦି ଗୋଟିଏ ଗିନା ଦଲିଆରୁ ଆରମ୍ଭ ହୁଏ, ତେବେ ହୃତ୍‌ପିଣ୍ଡ ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ। ବ୍ରିଟେନ୍‌ ସ୍ଥିତ ନ୍ୟୁ କ୍ୟାସଲ୍‌ ୟୁନିଭର୍ସିଟିରେ ହୋଇଥିବା...

କର୍ମଜୀବୀ ମହିଳା ଓ ପରିଚ୍ଛନ୍ନତା

ସୌନ୍ଦର୍ଯ୍ୟ ସହ ପରିଚ୍ଛନ୍ନତା ଓତପ୍ରୋତ ଭାବେ ଜଡ଼ିତ ା ପ୍ରତ୍ୟେକ ସୁନ୍ଦରୀ ନାରୀ ପରିଷ୍କାର ପରିଚ୍ଛନ୍ନ ନ ରହିପାରନ୍ତି, କିନ୍ତୁ ପ୍ରତ୍ୟେକ ପରିଚ୍ଛନ୍ନ ନାରୀ ସୁନ୍ଦରୀ...

ଉଚ୍ଚରକ୍ତଚାପ ନିୟନ୍ତ୍ରଣ କରେ ମୂଳା

ସାଲାଡ୍‌ ହେଉ କି ତରକାରୀ ଅଧିକାଂଶ ଲୋକେ ଏସବୁରେ ମୂଳା ପକାଇବାକୁ ପସନ୍ଦ କରନ୍ତି। ଏହାର ସେବନ ଦ୍ୱାରା କେବଳ ପାଟି ସୁଆଦ ବଢ଼ିଥାଏ ତା’ନୁହେଁ,...

ଖରାଦିନେ ଥଣ୍ଡା ହେଲେ ଆପଣାନ୍ତୁ ଏହି ଘରୋଇ ଉପାୟ

ଖରାଦିନେ ଥଣ୍ଡା ଧରିବା ଏକ ସାଧାରଣ କଥା। ମାତ୍ର ଖରାଦିନେ ହେଉଥିବା ଥଣ୍ଡା ଶୀତଦିନ ଅପେକ୍ଷା ଅଧିକ କଷ୍ଟଦାୟକ। ଖରାଦିନେ ଥଣ୍ଡାହେଲେ ପେଟ ଖରାପ ହେବା...

ପେଟ ମାଲିସ ଦ୍ୱାରା ଦୂର ହୋଇଥାଏ ଅନେକ ସମସ୍ୟା

ମାଲିସ ଶରୀର ପାଇଁ ବହୁତ ଲାଭଦାୟକ। ଏହା ଦ୍ୱାରା ଜଣେ ବ୍ୟକ୍ତି ମାନସିକ ଏବଂ ଶାରୀରିକ ଭାବେ ନିଜକୁ ସୁସ୍ଥ ଅନୁଭବ କରିଥାଏ। ସେହିପରି ପେଟ...

ଶିଶୁଙ୍କ ନାମକରଣ କରୁଥିଲେ ଧ୍ୟାନଦିଅନ୍ତୁ ଏହି କଥା ପ୍ରତି

ପ୍ରତ୍ୟେକ ବ୍ୟକ୍ତିଙ୍କ କିଛି ନା କିଛି ନାମ ରହିଛି। ଏହି ନାମ ତାଙ୍କୁ ଅନ୍ୟ ନିକଟରେ ପରିଚିତ କରାଇଥାଏ। ଯେତେବେଳେ ଘରକୁ ଶିଶୁଟିଏ ଆସିଥାଏ ତାହାର...

ଏମାନଙ୍କୁ ପଣସ ଖାଇବା ମନା

ଖରାଦିନେ ପାଚିଲା ପଣସ ଖାଇବାକୁ ଅନେକ ଲୋକ ପସନ୍ଦ କରି ଥାଆନ୍ତି। ହେଲେ ପଣସ ମଧ୍ୟ ଶରୀରରେ ଅନେକ କ୍ଷତି କରିଥାଏ ବୋଲି ନିକଟରେ ବିଶେଷଜ୍ଞମାନେ...

ହାତର ଶୋଭା ବଢ଼ାଏ ଷ୍ଟାଇଲିଶ୍‌ ରିଙ୍ଗ୍‌

ସୁନ୍ଦର ଦେଖାଯିବାକୁ କିଏ ବା ଇଚ୍ଛା ନ କରେ? ଯୁବତୀ ହୁଅନ୍ତୁ କି ମହିଳା ସମସ୍ତେ ମେକ୍‌ଅପ୍‌ ସହିତ ଶୃଙ୍ଗାର କରିଥାନ୍ତି। ଖାସ୍‌କରି ଯୁବତୀମାନେ ଶୃଙ୍ଗାରକୁ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *