ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତକୁ ଚିୟର୍‌ କରିବା ପାଇଁ ପହଞ୍ଚିଲେ ଷ୍ଟାଡିୟମରେ ରଣବୀର

ମାଞ୍ଚେଷ୍ଟର,୧୬।୬:ପୁଣି ଥରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏକ ହାଇଭୋଲଟେଜ କ୍ରିକେଟ ମ୍ୟାଚରେ ପରସ୍ପରକୁ ଭେଟିଛନ୍ତି। ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପର ୨୨ତମ ମ୍ୟାଚରେ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଟସ୍‌ ଜିଣି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଛନ୍ତି। ବିରାଟ କୋହଲିଙ୍କ ଭାରତୀୟ ଦଳ ପୁଣି ଥରେ ବାଜି ମାରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ରବିବାର ଖେଳାଯାଉଥିବା ଏହି ମ୍ୟାଚ ଉପରେ ସାରା ବିଶ୍ୱର ନଜର ରହିଛି। ଏହି ମ୍ୟାଚ୍‌ ଦେଖିବା ପାଇଁ ଭାରତରୁ ବହୁ ସେଲିବ୍ରିଟି ଷ୍ଟାଡିୟମରେ ଉପସ୍ଥିତ ଅଛନ୍ତି। ଅଭିନେତା ରଣବୀର ସିଂ ଷ୍ଟାଡିୟମରେ ଉପସ୍ଥିତ ରହି ଖେଳାଳିଙ୍କୁ ଚିୟର୍‌ କରିବା ଦେଖାଯାଇଥିଲା। ତେବେ ବର୍ଷା ତଥା ଖରାପ ପାଗ କାରଣରୁ ମ୍ୟାଚ ବାଧାପ୍ରାପ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ସୂଚନାଯୋଗ୍ୟ, ଭାରତର ମହାନ ଖେଳାଳି କପିଲ ଦେବଙ୍କ ବାଓପିକ୍‌ ‘୮୩’ରେ ରଣବୀର କପିଲଙ୍କ ଭୂମିକାରେ ନଜର ଆସିବେ।


All Right Reserved By

ଇଦ୍‌ରେ ରିଲିଜ୍‌ ହୋଇଥିବା ସଲମାନଙ୍କ ଫିଲ୍ମ କରେ ଭଲ ବ୍ୟବସାୟ

ମୁମ୍ବାଇ: ପ୍ରାୟ ପ୍ରତିବର୍ଷ ବଲିଉଡରେ ଇଦ୍‌ ଖାଲିଥାଏ ସଲମାନଙ୍କ ପାଇଁ। କାରଣ ସେ ଇଦ୍‌ରେ ଭେଟି ଦିଅନ୍ତି ଜବରଦସ୍ତ ଏଣ୍ଟଟେନମେଣ୍ଟ। ଏଥର ମଧ୍ୟ ସଲମାନଙ୍କ ଅଭିନୀତ...

ଟାଇଟଲ୍‌ ସଙ୍ଗ୍‌ରେ ଶ୍ରେୟା, ସୋନୁ

ମୁମ୍ବାଇ: ଆଗାମୀ ଫିଲ୍ମ ‘ହମେ ତୁମ୍‌ସେ ପ୍ୟାର୍‌ କିତ୍‌ନା’ ପାଇଁ ଏକ ଲଭ୍‌ ସଙ୍ଗ୍‌ ଗାଇଛନ୍ତି ଗାୟିକା ଶ୍ରେୟା ଘୋଷାଲ ଏବଂ ସୋନୁ ନିଗମ। ‘ଜୁବି...

ଏଏଫସି କପ୍‌ ଉପରେ ଚେନ୍ନାଇନ୍‌ର ନଜର

ଅହମ୍ମଦାବାଦ, ୧୭।୪(ପି.ଟି.)- ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ସୁପର କପ୍‌ ଫୁଟବଲ ଟାଇଟଲକୁ ଅଳ୍ପକେ ହାତଛଡ଼ା କରିଥିବା ଚେନ୍ନାଇନ୍‌ ଏଫସି ଏବେ ଏଏଫସି କପ୍‌ ଉପରେ...

ଓଡ଼ିଶା ଅପେରାରୁ ସୂର୍ଯ୍ୟମନ୍ଦିର

ଓଡ଼ିଆ ଯାତ୍ରା ଜଗତରେ ଜଣେ ପରିଚିତା ମଦର ଆର୍ଟିଷ୍ଟ (ମା’ କଳାକାର) ହେଉଛନ୍ତି ଅମିତା ସେନାପତି। ତେବେ କଳାକାରମାନଙ୍କ ନିକଟରେ ସେ ତାରିଣୀ ବୋଲି ବେଶି...

ଭାରତ ଗସ୍ତରେ ଆସିପାରେ ପାକିସ୍ତାନ ମହିଳା ଦଳ

ଲଣ୍ଡନ,୭।୬- ପାକିସ୍ତାନ ମହିଳା କ୍ରିକେଟ ଦଳ ଭାରତ ଗସ୍ତରେ ଆସି ଭାରତୀୟ ମହିଳା ଦଳ ସହ ଅନ୍ତର୍ଜାତୀୟ ଦିନିକିଆ ସିରିଜ୍‌ ଖେଳିବା ନେଇ ଯୋଜନା ଚାଲିଛି।...

ରଣବୀର କପୁରଙ୍କ ଠାରୁ ବି ଏହି ଅଭିନେତାଙ୍କୁ ହ୍ୟାଣ୍ଡସମ୍‌ ଭାବନ୍ତି ଆଲିଆ

ମୁମ୍ବାଇ,୩୦।୪: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ରଣବୀର କପୁର ବି-ଟାଉନର ଚର୍ଚ୍ଚିତ ଲଭବାର୍ଡ। ଦୁହେଁ ଦୁହିଁଙ୍କୁ କେତେ ଭଲ ପାଆନ୍ତି ଏହାର ଉଦାହରଣ ବହୁଥର...

ନାଡାଲଙ୍କୁ ଟାଇଟଲ

ରୋମ୍‌, ୨୦ା୫- ରାଫାଲ ନାଡାଲ ଇଟାଲିଆନ ଓପନ ଟେନିସ୍‌ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ବିଶ୍ୱର ୨ ନମ୍ବର ମାନ୍ୟତାପ୍ରାପ୍ତ ନାଡାଲ...

ଜନ ସଂରକ୍ଷଣକୁ ନେଇ ସଚେତନ କରିବାକୁ ଅଣ୍ଟା ଭିଡିଛନ୍ତି ବଲିଉଡ୍‌ କଳାକାର

ମୁମ୍ବାଇ: ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜନସଂଖ୍ୟା ବୃଦ୍ଧି ଭୂତଳ ଜଳସ୍ତର ହ୍ରାସର ପ୍ରମୁଖ କାରଣ ଭାବେ ଉଭା ହୋଇଛି। ଏପରିସ୍ଥଳରେ ଜଳ ସଂରକ୍ଷଣର ମହତ୍ତ୍ୱ ନ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *