Posted inଜାତୀୟ

ଭାରତ-ମ୍ୟାନ୍‌ମାର୍‌ ସୀମାରେ ଅପରେଶନ୍‌ ସନ୍‌ ସାଇନ୍‌-୨: ଉଗ୍ରବାଦୀଙ୍କ ଶିବିର ଧ୍ୱଂସ; ୮୦ ଗିରଫ

ଦିସ୍‌ପୁର,୧୬।୬: ଉତ୍ତର-ପୂର୍ବ ଅଞ୍ଚଳରେ ଭାରତ-ମ୍ୟାନ୍‌ମାର୍‌ ସୀମାରେ ଭାରତୀୟ ସେନାର ୨ଟି ବାଟାଲିୟନ୍‌, ବିଶେଷ ସୁରକ୍ଷା ବଳ ତଥା ଆସାମ ରାଇଫଲସ୍‌ ପକ୍ଷରୁ ମିଳିତ ଭାବେ ଅପରେଶନ୍‌ ସନ୍‌ ସାଇନ୍‌-୨ ଅଭିଯାନ ସମ୍ପନ୍ନ ହୋଇଛି। ଏଠାରେ ଥିବା ଉଗ୍ରବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରାଯିବା ସହିତ ୭୦ରୁ ୮୦ ଜଣ ଉଗ୍ରବାଦୀଙ୍କୁ ଗିରଫ କରାଯାଇଛି। ମିଳିତ ଅପରେଶନ୍‌ରେ ଏନ୍‌ଏସ୍‌ସିଏନ୍‌ର ୮ଟି କ୍ୟାମ୍ପ୍‌, ଉଲଫା କେଏଲ୍‌ଓ ଏବଂ ଏନ୍‌ଇଏଫ୍‌ଟି ଶିବିର ଧ୍ୱଂସ ହୋଇଛି। ଏହି ଅଭିଯାନରେ ଭାରତ ଏବଂ ମ୍ୟାନ୍‌ମାର୍‌ର ମିଳିତ ସୁରକ୍ଷାକର୍ମୀ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ଚଳିତ ବର୍ଷ ଫେବୃୟାରୀ ୨୨ରୁ ୨୬ ପର୍ଯ୍ୟନ୍ତ ଏଠାରେ ଅପରେଶନ୍‌ ସନ୍‌ ସାଇନ୍‌-୧ ଅଭିଯାନ କରାଯାଇଥିଲା।


All Right Reserved By

କବରସ୍ତାନରୁ ଉଦ୍ଧାର ହେଲା ଚୋରି ହୋଇଥିବା ୨୨ ଜୈନ ମୂର୍ତ୍ତି

ଭୋପାଳ,୨୪।୬: ମଧ୍ୟପ୍ରଦେଶ ଭିଣ୍ଡ ଜିଲାର ଶାନ୍ତିନାଥ ଦିଗମ୍ବର ଜୈନ ମନ୍ଦିରରୁ ଚୋରି ରବିବାର ହୋଇଥିବା ମୂର୍ତ୍ତି ସୋମବାର ସକାଳେ ସ୍ଥାନୀୟ କବରସ୍ତାନରୁ ଉଦ୍ଧାର ହୋଇଛି। ମନ୍ଦିରରେ...

କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ,୮।୬: ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ କେରଳ ଛୁଇଁଛି ମୌସୁମୀ। ଏହାର ପ୍ରଭାବରେ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ଅନୁମାନ କରାଯାଇଛି। ଜାତୀୟ ପାଣିପାଗ...

ବିବାଦୀୟ ମନ୍ତବ୍ୟ: କମଲ ହାସନଙ୍କ ଉପରକୁ ଚପଲ ଫିଙ୍ଗିଲେ ହନୁମାନ ସେନା

ଚେନ୍ନାଇ,୧୬।୫: କମଲ ହାସନଙ୍କ ବିବାଦୀୟ ମନ୍ତବ୍ୟ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହି ମର୍ମରେ ହନୁମାନ ସେନା ପକ୍ଷରୁ କମଲଙ୍କ ଉପରକୁ ଚପଲ ଫିଙ୍ଗାଯାଇଛି। ସେ...

ଯବାନଙ୍କ ବଦାନ୍ୟତା

ବିଜାପୁର,୩୧।୫: ଛତିଶଗଡ଼ ବିଜାପୁରରେ ସିଆର୍‌ପିଏଫ୍‌ କୋବ୍ରା ବାଟାଲିୟନର ଯବାନଙ୍କ ବଦାନ୍ୟତା ଦେଖିବାକୁ ମିଳିଛି। ରାସ୍ତା ସୁବିଧା ନ ଥିବାରୁ ଟ୍ରାକ୍ଟରରୁ ପଡି ଆହତ ହୋଇଥିବା ଜଣେ...

ବୁର୍ଖା ପିନ୍ଧି ପୁରୁଷମାନେ ଭୋଟ ଦେଉଥିବା ଅଭିଯୋଗ ଆଣିଲେ ଭାଜପା ନେତା

ଲକ୍ଷ୍ନୌ,୧୮।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗୁରୁବାର ସକାଳୁ ଆରମ୍ଭ ହୋଇଛି। ଉତ୍ତର ପ୍ରଦେଶର ଅମରୋହାରୁ ଭାଜପା ଏମ୍‌ପି ପ୍ରାର୍ଥୀ ଥିବା କନଓ୍ବର...

ନିର୍ବାଚନ ପରେ ଅମେଠିକୁ ରାହୁଲଙ୍କ ପ୍ରଥମ ଗସ୍ତ: ପରାଜୟ ପାଇଁ ସ୍ଥାନୀୟ ନେତାଙ୍କୁ ଦାୟୀ କଲେ

ଅମେଠି,୧୧ା୭(ପି.ଟି.): ଲୋକ ସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ପ୍ରଥମ ଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀ ଅମେଠି ଗସ୍ତରେ...

ଇଦ୍‌ ଶୁଭେଚ୍ଛା ଜଣାଇ ଟ୍ରୋଲ୍‌ ହେଲେ ମମତା

କୋଲକାତା, ୫।୬: ‘ଜୟ ଶ୍ରୀରାମ’ ନାରାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ବେଶ ଉଷ୍ମ ହେବାରେ ଲାଗିଛି। ଗୋଟିଏ ପଟେ ‘ଜୟ ଶ୍ରୀରାମ’ ନାରା ଶୁଣିବା ମାତ୍ରେ...

ଭାଜପା ବିଧାୟକଙ୍କ ଦାଦାଗିରି: ଏସ୍‌ଡିଏମ୍‌ଙ୍କୁ ଧମକ ଦେଉଥିବା ଭିଡ଼ିଓ ଭାଇରାଲ

ଭୋପାଳ,୧୬।୭: ମଧ୍ୟପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ବିଧାୟକ ଏସ୍‌ଡିଏମ୍‌ଙ୍କ ଆଗରେ ଦାଦାଗିରି ଦେଖାଇଛନ୍ତି। ସେ ଏସ୍‌ଡିଏମ୍‌ଙ୍କୁ ଧମକଚମକ ଦେଇଥିବାବେଳେ ତାଙ୍କ ସମର୍ଥକ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *