Posted inଖେଳ

ପେନାଲ୍ଟି କର୍ନର: ହରମନପ୍ରୀତଙ୍କ ଶତକ ମ୍ୟାଚ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ଜାପାନ ବିପକ୍ଷ ସେମିଫାଇନାଲରେ କ୍ୟାରିୟରର ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ଭାରତର ହରମନପ୍ରୀତ ସିଂ। ଏହି ଡ୍ରାଗ୍‌ ଫ୍ଲିକର କେବଳ ଶତକ ମ୍ୟାଚ ଖେଳି ନ ଥିଲେ ଭାରତ ପକ୍ଷରୁ ଗୋଲ ସ୍କୋର କରି ନିଜର ଏହି ମାଇଲ୍‌ଖୁଣ୍ଟ ମ୍ୟାଚକୁ ସ୍ମରଣୀୟ ମଧ୍ୟ କରିଥିଲେ। ସଂଯୋଗ ବଶତଃ ଭୁବନେଶ୍ୱରରେ ଅନୁଷ୍ଠିତ ଜାପାନ ବିପକ୍ଷ ଟେଷ୍ଟ ସିରିଜରେ ହିଁ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ହରମନପ୍ରୀତ। ଏବେ ସେହି ଗ୍ରାଉଣ୍ଡ ଏବଂ ସେହି ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ୧୦୦ତମ ମ୍ୟାଚ ଖେଳିଛନ୍ତି। ହରମନପ୍ରୀତଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଭାରତ ୨୦୧୬ରେ ଲଣ୍ଡନରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି ହକିରେ ଐତିହାସିକ ରୌପ୍ୟ ପଦକ ହାସଲ କରିଥିଲା। ଚମତ୍କାର ଡ୍ରାଗ୍‌ ଫ୍ଲିକ୍‌ ଦକ୍ଷତା ଯୋଗୁ ହରମନପ୍ରୀତଙ୍କୁ ଟୁର୍ନାମେଣ୍ଟର ଉଦୀୟମାନ ଖେଳାଳି ପୁରସ୍କାର ମିଳିଥିଲା। ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଘୋଷିତ ଭାରତୀୟ ଦଳରେ ସେ ଅନ୍ୟତମ ଯୁବ ଖେଳାଳିଭାବେ ସ୍ଥାନ ପାଇଥିଲେ। ଏହି ବର୍ଷ ଶେଷଭାଗରେ ଲକ୍ଷ୍ନୌରେ ଅନୁଷ୍ଠିତ ଭାରତର ଜୁନିୟର ବିଶ୍ୱକପ ସଫଳତାରେ ସେ ଅନ୍ୟତମ ସଫଳ ବିନ୍ଧାଣି ଥିଲେ। ଏହିଠାରୁ ଅମୃତସର ଜନ୍ମିତ ଏହି ଡିଫେଣ୍ଡର ଭାରତୀୟ ସିନିୟର ଦଳର ନିୟମିତ ସଦସ୍ୟ ରହି ଆସିଛନ୍ତି। ୨୦୧୭ ଏସିଆ କପ୍‌ରେ ସ୍ବର୍ଣ୍ଣ, ୨୦୧୮ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ସ୍ବର୍ଣ୍ଣ, ୨୦୧୭ରେ ଭୁବନେଶ୍ୱରରେ ଅନୁଷ୍ଠିତ ହକି ୱାଲର୍‌ଡ ଲିଗ୍‌ ଫାଇନାଲରେ ବ୍ରୋଞ୍ଜ, ୨୦୧୮ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ ଏବଂ ଗତବର୍ଷ ଅନୁଷ୍ଠିତ ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ଦଳର ସେ ସଦସ୍ୟ ଥିଲେ। ”ଆଧୁନିକ ହକିରେ ମୁଁ କେତେକ ଶ୍ରେଷ୍ଠ ଖେଳାଳିଙ୍କ ବିପକ୍ଷରେ ଖେଳିଥିବାରୁ ନିିଜକୁ ଭାଗ୍ୟବାନ ମନେ କରୁଛି। ପ୍ରତିଦିନ କିଛିନା କିଛି ଶିଖିବାର ଅଛି। ଏଥିରେ ମୁଁ ବିଶ୍ୱାସ କରେ ଏବଂ ଭାରତ ପକ୍ଷରୁ ୧୦୦ ମ୍ୟାଚ ଖେଳିଥିବାରୁ ମୁଁ ପ୍ରକୃତରେ ଗର୍ବିତ। ଘରୋଇ ପରିବେଶରେ ଦର୍ଶକଙ୍କ ସମ୍ମୁଖରେ ଏହି ମ୍ୟାଚ ଖେଳିଥିବାରୁ ବହୁତ ଖୁସି ଲାଗୁଛି। ଏଥିପାଇଁ ମୋର ସାଥି ଖେଳାଳି ଏବଂ ପ୍ରଶଂସକଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହିଁବି“ ବୋଲି ହରମନପ୍ରୀତ ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି।


All Right Reserved By

Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସ: ପ୍ରଥମ ମ୍ୟାଚ୍‌ ଜିତିଲା ଆମେରିକା

ଭୁବନେଶ୍ୱର, ୬।୬- ଐତିହାସିକ କଳିଙ୍ଗ ଷ୍ଟାଡିୟମ୍‌ରେ ଗୁରୁବାରଠାରୁ ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସ ହକି ଟୁର୍ନାମେଣ୍ଟ ଆରମ୍ଭ ହୋଇଯାଇଛି। ପୁଲ ବି’ର ପ୍ରଥମ ମ୍ୟାଚ୍‌ରେ ଆମେରିକା ୨-୦...

‘କେଦାର ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ’

ମୁମ୍ବାଇ, ୨୪।୫(ପି.ଟି.)- ଇଂଲଣ୍ଡରେ ଚଳିତମାସ ୩୦ରୁ ଆରମ୍ଭ ହେବାକୁ ଯାଉଥିବା କ୍ରିକେଟ ବିଶ୍ୱକପରେ କେଦାର ଯାଦବ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି...

ହାଇଦ୍ରାବାଦ ୪୫ ରନରେ ବିଜୟୀ

ହାଇଦ୍ରାବାଦ,୩୦।୪(ପି.ଟି.)- କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୪୮ତମ ମ୍ୟାଚ୍‌ରେ ରବିଚନ୍ଦ୍ରନ ଅଶ୍ୱିନଙ୍କ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ୪୫...

ଏୟାର ବ୍ୟାଡମିଣ୍ଟନକୁ ଭାରତୀୟ ତାରକାଙ୍କ ସମର୍ଥନ

ନୂଆଦିଲ୍ଲୀ,୧୯।୫ (ପି.ଟି.)- କ୍ରୀଡ଼ା ତଥା ବ୍ୟାଡମିଣ୍ଟନର ଏକ ନୂଆ ଫର୍ମାଟ ଏୟାର ବ୍ୟାଡମିଣ୍ଟନକୁ ସାଇନା ନେହ୍ବାଲଙ୍କ ସମେତ ଭାରତର କେତେକ ଆଗଧାଡ଼ିର ବ୍ୟାଡମିଣ୍ଟନ ଖେଳାଳି ସମର୍ଥନ...

ସାଇନା, ସିନ୍ଧୁ, ସମୀର ପରାସ୍ତ

ଉହାନ୍‌ (ଚାଇନା), ୨୭ା୪ (ପି.ଟି.)- ବ୍ୟାଡ୍‌ମିଣ୍ଟନ ଏସିଆ ଚାମ୍ପିୟନଶିପ୍‌ରେ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳିମାନେ ଅଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ଶୁକ୍ରବାର ପି.ଭି. ସିନ୍ଧୁ ଓ ସାଇନା...

ଦକ୍ଷିଣ ଆଫ୍ରିକାର ପ୍ରଥମ ବିଜୟ

କାର୍ଡିଫ୍‌,୧୬।୬(ଏଏଫ୍‌ପି)- ଚଳିତ ବିଶ୍ୱକପ୍‌ରେ ୫ଟି ମ୍ୟାଚ୍‌ ଖେଳିବା ପରେ ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ ବିଜୟର ସ୍ବାଦ ଚାଖିଛି। ସ୍ଥାନୀୟ ସୋଫିଆ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା...

ବିବେକ କୋହଲି ସିଟିଟିଏଫ୍‌ ଅଧ୍ୟକ୍ଷ ନିର୍ବାଚିତ

କଟକ,୨୧।୭: ଭାରତର ବିବେକ କୋହଲି ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଫେଡେରେଶନ (ସିଟିଟିଏଫ୍‌) ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସେହିପରି ଏମ୍‌.ପି. ସିଂ ସିଟିଟିଏଫ୍‌ର ସାଧାରଣ ସମ୍ପାଦକ ଭାବେ...

ଭାରତଠାରୁ ପରାସ୍ତ ହେବାପରେ ପାକିସ୍ତାନ ଅଧିନାୟକଙ୍କୁ ପ୍ରଥମେ କିଏ ଫୋନ କରିଥିଲେ ଜାଣନ୍ତୁ

ଲଣ୍ଡନ, ୧୯।୬: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପରେ ଭାରତ ନିକଟରୁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ବୃହତ୍‌ ପରାଜୟକୁ ସହଜରେ ହଜମ କରିପାରି ନାହାନ୍ତି ପୂର୍ବତନ ଖେଳାଳି...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *