Posted inଖେଳ

ରୁଟ୍‌ଙ୍କ ଶତକ: ଇଂଲଣ୍ଡର ସହଜ ବିଜୟ

ସାଉଥାମ୍ପଟନ,୧୫।୬(ପି.ଟି.)- ପ୍ରଥମେ ଦ୍ରୁତ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ଓ ପରେ ତାରକା ଓପନର ଜୋ ରୁଟ୍‌ଙ୍କ ଅପରାଜିତ ଶତକ ସହାୟତାରେ ଆୟୋଜକ ତଥା ଫେଭରାଇଟ୍‌ ଇଂଲଣ୍ଡ ଚଳିତ ବିଶ୍ୱକପ୍‌ର ୧୯ତମ ମ୍ୟାଚ୍‌ରେ େଓଷ୍ଟଇଣ୍ଡିଜକୁ ୧୦୧ଟି ବଲ ବାକି ରଖି ୮ ଉଇକେଟରେ ପରାସ୍ତ କରିଛି। ସ୍ଥାନୀୟ ରୋଜ ବାଉଲ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ ୪୪.୪ ଓଭରରେ ୨୧୨ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଇଂଲଣ୍ଡ ୩୩.୧ ଓଭରରେ ୨ ଉଇକେଟ ହରାଇ ୨୧୩ ରନକରି ଅତି ସହଜରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ମୂଲ୍ୟବାନ ୨ ଉଇକେଟ ଅକ୍ତିଆର କରିବା ସହ ୧୦୦ ରନ (୯୪ ବଲ, ୧୧ ଚୌକା)ର ଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ରୁଟ୍‌ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏଥିସହିତ ଇଂଲଣ୍ଡ ୪ଟି ମ୍ୟାଚ୍‌ ଖେଳି ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ମୋଟ ୬ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନକୁ ଉଠିଛି। ଅନ୍ୟପଟେ ୪ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ଦୁଇଟି ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ଓ୍ବେଷ୍ଟଇଣ୍ଡିଜ ପୂର୍ବପରି ଷଷ୍ଠ ସ୍ଥାନରେ ରହିଛି।
୨୧୩ ରନ ଛୋଟିଆ ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ ଭଲ ଆରମ୍ଭ କରିଥିଲା। ଦୁଇ ଓପନର ରୁଟ ଓ ଜନି ବେୟାରଷ୍ଟୋ ଓପନିଂ ଯୋଡିରେ ୯୫ ରନ ସଂଗ୍ରହ କରିଥିଲେ। ବେୟାରଷ୍ଟୋ ୪୫ ଓ ପରେ କ୍ରିସ୍‌ ଓ୍ବକ୍ସ ୪୦ ରନ କରି ସାନନ ଗାବ୍ରିଏଲଙ୍କ ଦ୍ୱାର ଆଉଟ ହୋଇଥିଲେ। ତେବେ ରୁଟ୍‌ ୧୦୦ ଓ ବେନ୍‌ ଷ୍ଟୋକ୍ସ ୧୦ ରନ କରି ଅପରାଜିତ ରହିବା ସହ ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ।
ଇଂଲଣ୍ଡ ଦ୍ରୁତ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଓ୍ବେଷ୍ଟଇଣ୍ଡିଜ ଆରମ୍ଭରୁ ଏଭିନ ଲୁଇସ୍‌ଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ଦଳ ଇଂଲଣ୍ଡ ଦ୍ରୁତ ବୋଲରଙ୍କ ସମ୍ମୁଖୀନ ହୋଇପାରି ନ ଥିଲା। ଫଳରେ ଦଳ ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ବଡ଼ ସ୍କୋର ହାସଲ କରିବାରେ ବିଫଳ ହୋଇଥିଲା। ବିସ୍ଫୋରକ ଅଭିଜ୍ଞ ଓପନର କ୍ରିସ୍‌ ଗେଲ ଏପର୍ଯ୍ୟନ୍ତ ବିଶ୍ୱକପ୍‌ରେ ନିଜର ଯାଦୁ ଦେଖାଇପାରିନାହାନ୍ତି। ସେ ଏହି ମ୍ୟାଚ୍‌ରେ ୪୧ ବଲରୁ ୫ ଚୌକା ଓ ୧ ଛକା ସହ ୩୬ ରନ କରି ପ୍ୟାଭିଲିୟନ ଫେରିଥିଲେ। ସେହିପରି ନିକୋଲାସ ପୁରାନ ୭୮ଟି ବଲର ସମ୍ମୁଖୀନ ହୋଇ ୩ ଚୌକା ଓ ୧ ଛକା ସହ ୬୩ ରନ କରି ବିଶ୍ୱକପ୍‌ରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସିମରନ ହେଟମେୟର ୩୯, ଆନ୍ଦ୍ରେ ରସେଲ ୨୧, କାର୍ଲୋସ ବ୍ରାଥଓ୍ବଟ୍‌ ୧୪ ରନ କରି ଆଉଟ ହୋଇଥିବା ବେଳେ ବାକି ୬ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଲୋୟର ଅର୍ଡରରେ ଶେଲଡନ କଟ୍ରେଲ, ଶାନନ ଗାବ୍ରିଏଲ ଓ ଓଶେନ ଥୋମାସ ଖାତା ଖୋଲିପାରି ନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲୁଇସ୍‌ ୨, ଅଧିନାୟକ ଜାସନ ହୋଲ୍ଡର ୯ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଓ ମାର୍କ ଉଡ ୩ଟି ଲେଖାଏ, ଜୋ ରୁଟ ୨, କ୍ରିସ ଓ୍ବକ୍ସ ଓ ଲିଅମ ପ୍ଲଙ୍କେଟ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଓ୍ବେଷ୍ଟଇଣ୍ଡିଜ୍‌ ୪୪.୪ ଓଭରରେ ୨୧୨ ଅଲଆଉଟ୍‌
(ପୁରାନ- ୬୩, ହେଟମେୟର- ୩୯, ଗେଲ- ୩୬, ରସେଲ- ୨୧, ବ୍ରାଥଓ୍ବେଟ- ୧୪, ଆର୍ଚର- ୩/୩୦, ଉଡ୍‌- ୩/୧୮, ରୁଟ୍‌- ୨/୨୭ )।
ଇଂଲଣ୍ଡ ୩୩.୧ ଓଭରରେ ୨୧୩/୨
(ରୁଟ୍‌-୧୦୦*, ବେୟାରଷ୍ଟୋ- ୪୫, ଓ୍ବକ୍ସ- ୪୦, ଗାବ୍ରିଏଲ- ୨/୪୯)।


All Right Reserved By

Posted inଖେଳ

ବୋପ୍ପାନା-କୋପିଲ ଯୋଡ଼ି ବିଜୟୀ

ପ୍ୟାରିସ, ୨୯ା୫ (ପି.ଟି.)- ଭାରତର ରୋହନ ବୋପାନ୍ନା ଏବଂ ତାଙ୍କ ରୋମାନିଆନ ପାର୍ଟନର ମାରିଅସ୍‌ କୋପିଲ ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ...

ପିଇବା ପାଣିରେ କାର୍‌ ଧୋଇ ଦଣ୍ଡିତ କୋହଲି

ନୂଆଦିଲ୍ଲୀ, ୮ା୬- ପିଇବା ପାଣି ନଷ୍ଟ କରିବାରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଜରିମାନା ଦେବାକୁ ପଡ଼ିଛିି। ଗୁରୁଗ୍ରାମସ୍ଥିତ ବାସଭବନ ଡିଏଲ୍‌ଏଫ୍‌ ଫେଜ...

କ୍ରମାଗତ ତୃତୀୟ ବିଜୟ ଲକ୍ଷ୍ୟରେ ଆରସିବି

ବେଙ୍ଗାଲୁରୁ, ୨୪।୪(ପି.ଟି.)-ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୧୨)ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମ୍ୟାଚ ଏଠାରେ ଅନୁଷ୍ଠିତ ହେବ।...

ମହାମୁକାବିଲା ପୂର୍ବରୁ ଭାରତ-ପାକିସ୍ତାନ ଭିତରେ ବିଜ୍ଞାପନ ଯୁଦ୍ଧ: ଭାରତ ନେଲା ଅଭିନନ୍ଦନଙ୍କ ପ୍ରତିଶୋଧ

ନୂଆଦିଲ୍ଲୀ,୧୫।୬: ଭାରତ-ପାକିସ୍ତାନ ମଧ୍ୟରେ ବହୁ ପ୍ରତିକ୍ଷୀତ ଆଇସିସି ଓ୍ବାଲ୍ଡ କପ୍‌ ମ୍ୟାଚ ରବିବାର ମେଞ୍ଚଷ୍ଟାରରେ ଅନୁଷ୍ଠିତ ହେବାକୁ ଯାଉଛି। ହେଲେ ଗ୍ରାଉଣ୍ଡ ଫ୍ଲୋରରେ ମୁହାଁମୁହିଁ ହେବା...

ମହିଳା ହକି: ଭାରତ-ବେଲାରୁଷ ମ୍ୟାଚ ଡ୍ର

ବାରାନୋଭିଚି (ବେଲାରୁଷ), ୧୪।୬ (ପି.ଟି.)- ଭାରତର ଜୁନିୟର ମହିଳା ହକି ଦଳ ଏଠାରେ ଶୁକ୍ରବାର ଖେଳାଯାଇଥିବା ବେଲାରୁଷର ସିନିୟର ମହିଳା ଦଳ ବିପକ୍ଷ ମ୍ୟାଚକୁ ୧-୧ରେ...

୨ୟ ଅନ୍‌ଅଫିସିଆଲ ଦିନିକିଆ: ଭାରତ ଏ’ ୨-୦ରେ ସିରିଜ ଅଗ୍ରଣୀ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ), ୧୫।୭ (ପି.ଟି.)- ଘରୋଇ ଓ୍ବେଷ୍ଟଇଣ୍ଡିଜ-ଏ ବିପକ୍ଷରେ ଏଠାରେ ଅନୁଷ୍ଠିତ ୨ୟ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌କୁ ମନୀଷ ପାଣ୍ଡେଙ୍କ ନେତୃତ୍ୱାଧୀନ ଭାରତ-ଏ ଦଳ...

ବିମାନ ବିଳମ୍ବ: ବିଶ୍ୱକପ୍‌ରୁ ଓହରିଲେ ଭାରତୀୟ ତୀରନ୍ଦାଜ

କୋଲକାତା,୨୧ା୪ (ପି.ଟି.)- ବିମାନ ବିଳମ୍ବ ଯୋଗୁ ଭାରତୀୟ ତୀରନ୍ଦାଜମାନେ ବିଶ୍ୱକପ୍‌ରୁ ଓହରିଯିବା ଲାଗି ବାଧ୍ୟ ହୋଇଛନ୍ତି। କଲମ୍ବିଆର ମେଡଲିନଠାରେ ସିଜନ ଆରମ୍ଭ ବିଶ୍ୱକପ୍‌ ଷ୍ଟେଜ୍‌ ଓ୍ବାନ...

ଭାରତ ସପକ୍ଷରେ ନାହିଁ ରେକର୍ଡ

ସାଉଥାମ୍ପଟନ,୫।୬- ଚଳିତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରୁ ଭାରତୀୟ ଦଳ ତା’ର ଅଭିଯାନ ଆରମ୍ଭ କରିବାକୁ ଯାଉଛି। ହେଲେ ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ୍‌ ଭାରତ...


selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *